ତେଲ ଦର: ଟୁଇଟରରେ ଲୋକଙ୍କ ରୋଷ

ନୂଆଦିଲ୍ଲୀ: କରୋନା କାଳରେ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଆକାଶଛୁଆଁ ହୋଇଛି। ବୁଧବାର ନୂଆଦିଲ୍ଲୀରେ ତେଲ ଦର ୧୦୦ ଟଙ୍କା ଛୁଇଁଛି। ତେଲର ଏଭଳି ଅହେତୁକ ଦର ବୃଦ୍ଧିକୁ ନେଇ ବୁଧବାର ନେଟିଜେନ୍ସ ଟୁଇଟରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଟୁଇଟରରେ ହାସ୍‌ଟ୍ୟାଗ୍‌ ପେଟ୍ରୋଲ-ଡିଜେଲ ପ୍ରାଇସ ହାଇକ୍‌ ଏବଂ ହାସ୍‌ଟ୍ୟାଗ୍‌ ପେଟ୍ରୋଲ ୧୦୦ ନଟ୍‌ ଆଉଟ ଭଳି ଟ୍ରେଣ୍ଡ କରୁଥିବା ଦେଖାଯାଇଛି। ଲୋକମାନେ ତେଲ ଦର ବୃଦ୍ଧିକୁ ନେଇ ଅତିଷ୍ଠ ହୋଇ ରହିଥିବା ବେଳେ ଟୁଇଟରରେ ସେମାନଙ୍କ ରୋଷ ଦେଖାଉଛନ୍ତି। ସରକାରଙ୍କୁ ତାତ୍ସଲ୍ୟ ଏବଂ ଗାଳି କରୁଥିବା ଦେଖାଯାଇଛି।
ଏଥିଲାଗି ଲୋକମାନେ ନୂଆ ମିମ୍ସ ଏବଂ ଜୋକ ବ୍ୟବହାର କରୁଛନ୍ତି। ଲୋକେ ବାଇସାଇକେଲ ଛବି ପୋଷ୍ଟକରି ଲେଖିଛନ୍ତି, ତେଲ ଦର ବଢ଼ିବା ପରେ ଭାରତୀୟମାନେ କେବଳ ଏଭଳି ବାଇକ ଚଳାଇବାକୁ ସକ୍ଷମ ହେବେ। ଟୁଇଟରରେ ଏହାକୁ ‘ଦେଶୀ ବାଇକ ଆଫ୍‌ଟର ପେଟ୍ରୋଲ, ଡିଜେଲ ହାଇକ’ ହାସ୍‌ଟ୍ୟାଗ୍‌ରେ ପୋଷ୍ଟ କରାଯାଇଛି। ନରେନ୍ଦ୍ର ମୋଦିଙ୍କୁ ସମାଲୋଚନାକରି ଏକ ପୋଷ୍ଟରେ ଲେଖାଯାଇଛି, ‘କାଶ ବୋ ବୁରେ ଦିନ ହି ଓ୍ବାପସ ଆୟେ’( ସେହି ଖରାପ ଦିନ ପୁଣି ଫେରି ଆସୁ)। ଏଠାରେ ମୋଦିଙ୍କ ୨୦୧୪ ନିର୍ବାଚନ ସମୟର ଏକ ଫଟୋ ପୋଷ୍ଟ କରାଯାଇଛି, ଯେଉଁଥିରେ ଲେଖାଅଛି, ‘ଅଚ୍ଛେ ଦିନ୍‌ ଆଏଙ୍ଗେ’ (ଭଲ ଦିନ ଆସିବ)। ମାତ୍ର ଲୋକମାନେ ଦର ବୃଦ୍ଧି ସହୁଥିବାରୁ ସେମାନଙ୍କ ଅସନ୍ତୋଷ ଏଭଳି ଉପାୟରେ ଦେଖାଉଛନ୍ତି।
ଟୁଇଟରେ ୧୯୬୩ର ପେଟ୍ରୋଲ ବିଲ୍‌ ଉପରେ ଏକ ଫଟୋ ପୋଷ୍ଟ ହୋଇଛି, ଯେଉଁଠାରେ ତେଲ ଦର ଲିଟର ପିଛା ୭୨ ପଇସା ରହିଛି। ଏହା ବେଶି ଟ୍ରେଣ୍ଡ କରୁଥିବା ଦେଖାଯାଇଛି। ଏଥିରେ ଲୋକମାନେ ରିପ୍ଲାଇ କରି କହିଛନ୍ତି, ‘ଯଦି ଟାଇମ ମେଶିନ ଥାନ୍ତା ତେବେ ସେହି ସମୟକୁ ଯାଇ ପେଟ୍ରୋଲ ଭରି ଆସିବା ସହଜ ହୋଇଥାନ୍ତା’। ଉଲ୍ଲେଖଯୋଗ୍ୟ, ବୁଧବାର ପେଟ୍ରୋଲ ୩୫ ପଇସା ଏବଂ ଡିଜେଲ ୨୩ ପଇସା ବଢ଼ିଛି। ନୂଆଦିଲ୍ଲୀ ଶେଷ ମେଟ୍ରୋ ସହର ଥିଲା ଯେଉଁଠାରେ ତେଲ ଦର ବର୍ତ୍ତମାନ ୧୦୦ ଛୁଇଁଛି। ମୁମ୍ବାଇ, ଚେନ୍ନାଇ, ହାଇଦ୍ରାବାଦ ଏବଂ ପୁଣେ ଭଳି ସ୍ଥାନରେ ତେଲ ଦର ପୂର୍ବରୁ ଶତକ ମାରିଛି। କୋଲକାତାରେ ମଧ୍ୟ ଦର ୧୦୦ ଛୁଇଁଛି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ତେଲ ଦରରେ ଷ୍ଟପେଜ ନାହିଁ। ପ୍ରତି ସକାଳେ ଉଠିଲେ ଏହି ଖବର। ଯେଭଳି ଆଉ କିଛି ଖବର ହିଁ ନାହିଁ। କେବଳ ନିର୍ବାଚନ ହିଁ ସାଧାରଣ ଲୋକଙ୍କୁ ଏଭଳି ସମସ୍ୟାରୁ ବଞ୍ଚାଇପାରିବ। ଅନ୍ୟ ଏକ ପୋଷ୍ଟରେ ଏମିତି କିଛି ଲେଖା ଅଛି, ପେଟ୍ରୋଲ ଡିଜେଲ ୧୦୦ ଛୁଇଁଥିବା ବେଳେ ମୋଦି କ୍ୟାବିନେଟ ସମ୍ପ୍ରସାରଣ କରୁଛନ୍ତି। ଏହା ମୋଦିଙ୍କ ମାଷ୍ଟରଷ୍ଟ୍ରୋକ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଦର ଦାମରୁ ଲୋକଙ୍କୁ ବର୍ତ୍ତମାନ ତ୍ରାହି ମିଳୁନି। ଏଭଳି ସ୍ଥିତିରେ ସରକାର ତେଲ ଦର ୧୦୦ ଟଙ୍କା କରିଛନ୍ତି। ଏଭଳି ପୋଷ୍ଟକୁ ଦେଖିଲେ ତେଲ ଦର ବୃଦ୍ଧିକୁ ନେଇ ଲୋକଙ୍କ ମଧ୍ୟରେ ହତାଶା ସ୍ପଷ୍ଟ ଭାବେ ବାରି ହୋଇପଡୁଛି। ଅଙ୍କିତ ଗୌତମ(୨୮) ନାମକ ଜଣେ ୟୁଜର କହିଛନ୍ତି, ତେଲ ଦର ବଢ଼ିବାରୁ ପୂର୍ବାପେକ୍ଷା ତାଙ୍କୁ ୩୦% ଅଧିକ ଖର୍ଚ୍ଚ କରିବାକୁ ପଡୁଛି। ଅତି ଦରକାର ନ ହେଲେ କାରକୁ ବର୍ତ୍ତମାନ ନା କହିବାକୁ ପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଓଏମ୍‌ର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୬।୧୨:ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନୂତନ ଶାଖା (ଭଞ୍ଜନଗର ଶାଖା) ନିକଟରେ ଗଞ୍ଜାମ ଜିଲାର ଭଞ୍ଜନଗର ମେନ୍‌ ରୋଡ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର...

ନାଲ୍‌କୋ ଆଲୁମିନା ରିଫାଇନେରିକୁ ବ୍ୟବସାୟ ଉତ୍କର୍ଷ ପୁରସ୍କାର

ଦାମନଯୋଡି,୬ା୧୨(ନରସିଂହ ବ୍ରହ୍ମା):ନବରତ୍ନ ରାଷ୍ଟ୍ରୀୟ ଉଦ୍ୟୋଗ ନାଲ୍‌କୋର ଦାମନଯୋଡିସ୍ଥିତ ଆଲୁମିନା ରିଫାଇନାରି ପ୍ଲାଣ୍ଟ,ବ୍ୟବସାୟ ଉତ୍କର୍ଷ ଅଭ୍ୟାସ ପାଇଁ ସର୍ବୋଚ୍ଚ ସମ୍ମାନ ‘ସିଆଇଆଇ ଏକ୍ସିମ୍‌ ବ୍ୟାଙ୍କ ବିଜ୍‌ନେସ୍‌ ଏକ୍ସିଲେନ୍ସ...

ଶେୟାର ବଜାରରେ ଉତ୍ସାହ

ଭୁବନେଶ୍ୱର,୬।୧୨:କ୍ରମାଗତ ୬ଷ୍ଠ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଚଳିତ ସପ୍ତାହର ୨ୟ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ...

ଭାରତ ମସଲାର ରେକର୍ଡ କାରବାର

କଟକ,୬।୧୨:ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାରତ ମସଲା ପକ୍ଷରୁ ଐତିହାସିକ କଟକ ବାଲିଯାତ୍ରା ପରିସରରେ ଆକର୍ଷଣୀୟ ଭାରତ ମଣ୍ଡପ (ଷ୍ଟଲ୍‌) ଖୋଲାଯାଇଥିଲା। ଏପରିକି ବାଲିଯାତ୍ରା...

ନୀତାଙ୍କୁ ସ୍ପୋଟର୍‌ସ ଲିଡର ଅଫ୍‌ ଦି ଇୟର ଆଓ୍ବାର୍ଡ

ଭୁବନେଶ୍ୱର,୭।୧୨:ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ୍‌. ଅମ୍ବାନୀଙ୍କୁ ନିକଟରେ ସ୍ପୋଟର୍‌ସ ଲିଡର ଅଫ୍‌ ଦି ଇୟର (ମହିଳା) ଆଓ୍ବାର୍ଡ (ପୁରସ୍କାର)ରେ ସମ୍ମାନିତ କରାଯାଇଛି।...

ଟାଟା ମୋଟର୍ସର ଅଲ୍‌ ନ୍ୟୁ ଏସ୍‌ସିଭି ରେଞ୍ଜର ଅନାବରଣ

ଭୁବନେଶ୍ୱର,୬।୧୨(ଅଭୟ ଦାଶ):ଭାରତର ସର୍ବବୃହତ୍‌ ବାଣିଜି୍ୟକ ଯାନ ଉପତ୍ାଦନକାରୀ ‘ଟାଟା ମୋଟର୍ସ’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏସ୍‌ସିଭି (ସ୍ମଲ କମର୍ସିଆଲ...

ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ଆମେରିକା ସରକାରଙ୍କ ବଡ ମନ୍ତବ୍ୟ, ରିପୋର୍ଟର ପ୍ରାସଙ୍ଗିତା ନାହିଁ

ନୂଆଦିଲ୍ଲୀ,୫।୧୨: ଗୌତମ ଆଦାନୀଙ୍କ ବିରୋଧରେ ହିଣ୍ଡେନବର୍ଗ ରିର୍ପୋଟରେ ଲଗାଯାଇଥିବା ଅଭିଯୋଗ ପ୍ରାସଙ୍ଗିକ ନୁହେଁ। ଏଭଳି ମନ୍ତବ୍ୟ ଦେଇଛନ୍ତି ଆମେରିକା ସରକାର। ଏପରି କହିବା ସହ ଆମେରିକା...

ଇତିହାସ ରଚିଲା ସେୟାର ବଜାରର, ପ୍ରଥମ ଥର ରେକର୍ଡ ଉଚ୍ଚ ସ୍ତରରେ ନିଫ୍ଟି, ସେନସେକ୍ସ

ମୁମ୍ବାଇ,୫।୧୨: ମଙ୍ଗଳବାର କ୍ରମାଗତ ଷଷ୍ଠ ଦିନ ପାଇଁ ଷ୍ଟକ୍ ମାର୍କେଟରେ ବୃଦ୍ଧି ଦେଖିବାକୁ ମିଳିଛି। ଦୁଇ ଭାରତୀୟ ଇଣ୍ଡେକ୍ସ ଏହି ସମୟରେ ନୂଆ ଉଚ୍ଚତା ଛୁଇଁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri