ହୁ ହୁ ବଢ଼ି ଚାଲିଛି ତୈଳ ଦର, ନ କମିଲେ ୧୫ରେ ଓଡ଼ିଶା ବନ୍ଦ

ବ୍ରହ୍ମପୁର ଅଫିସ,୩୧।୧: ଗଞ୍ଜାମ ଜିଲା କଂଗ୍ରେସ ପକ୍ଷରୁ ଶନିବାର ବ୍ରହ୍ମପୁରରେ ବିଶାଳ ସମାବେଶ ହୋଇଥିଲା। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ୧୦୦ ବର୍ଷ ପୂର୍ତ୍ତି ଏବଂ ତାଙ୍କ ତିରୋଧାନ ଦିବସ ପାଳନ କରାଯାଇଥିଲା। ଖଲ୍ଲିିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମ୍‌ରେ ଆୟୋଜିତ ଏହି ସମାବେଶରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଭାଷଣ ପ୍ରସଙ୍ଗରେ କେନ୍ଦ୍ରର ମୋଦି ଓ ନବୀନ ସରକାର ବିରୋଧରେ ଗର୍ଜନ କରିଥିଲେ। ବିଦେଶରୁ କଳାଧନ ଆଣିବାରେ ଏନ୍‌ଡିଏ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଗଞ୍ଜାମରୁ ପ୍ରତିନିଧିତ୍ୱ କରି ଲଗାତର ୫ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକ ଜିଲାର ବିକାଶ ଘଟାଇବାରେ ଫେଲ୍‌ ମାରିଥିବା ସେ ଅଭିଯୋଗ କରିଥିଲେ। ଉଭୟ ମୋଦି ଓ ନବୀନ ଜନସାଧାରଣଙ୍କୁ ଭୁଅଁା ବୁଲାଇ କେବଳ କ୍ଷମତା ଉପଭୋଗ କରୁଥିବା ଚେଲ୍ଲାକୁମାର କଟାକ୍ଷ କରିଥିଲେ।

ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ ତୈଳ ଦର ୧୦ଟଙ୍କା ନ କମିଲେ ଆସନ୍ତା ୧୫ ତାରିଖରେ ଓଡ଼ିଶା ବନ୍ଦ ସହ କଂଗ୍ରେସ ରାଜ୍ୟବାପୀ ଆନ୍ଦୋଳନ କରିବ। ଜିଲାର ବିଭିନ୍ନ ସ୍ଥାନରୁ ଆସିଥିବା ବହୁସଂଖ୍ୟକ ଦଳର କର୍ମୀ ଓ ଅନ୍ୟମାନଙ୍କୁ ସମ୍ବୋଧିତ କରି ପ୍ରଭାରୀ ଆହୁରି କହିଥିଲେ, କୃଷିପ୍ରଧାନ ଗଞ୍ଜାମ ଜିଲାରେ ଜଳସେଚନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ପୂର୍ବ କଂଗ୍ରେସ ଶାସନରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବାଘଲଟି, ବାଘୁଆ ଓ ଅନ୍ୟ ପ୍ରକଳ୍ପଗୁଡ଼ିକ ଏବେ ବି ଅସମ୍ପୂର୍ଣ୍ଣ ରହିଛି। ବିଜେଡିର ୨୧ ବର୍ଷ ଶାସନରେ ଏଥିପ୍ରତି ଆଖିବୁଜି ଦିଆଯାଇଛି। ରାଜ୍ୟରେ ଚାଲିଥିବା ମୋ ସରକାର ୫-ଟି ଶାସନ ସରକାରଙ୍କ ପୋର୍ଟାଲରେ କାହିଁକି ସ୍ଥାନିତ ହୋଇନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀ ଚୁପ୍‌ ରହିଛନ୍ତି ଏବଂ ବାବୁଙ୍କ ହାତରେ ଶାସନ ଡୋରି ରହିଥିବା ସେ କଡ଼ା ଭାଷାରେ ସମାଲୋଚନା କରିଥିଲେ। ଗୋପାଳପୁର-ରାୟଗଡ଼ା ନୂଆ ରେଳପଥ, ଶୀତଳାପଲ୍ଲୀ ରେଳ ୱାଗନ କାରଖାନା, ବ୍ରହ୍ମପୁରରୁ ସମ୍ବଲପୁର ରେଳପଥ ନିର୍ମାଣ ମୋଦି ସରକାର କରୁ ନ ଥିବା ଚେଲ୍ଲାକୁମାର ସୂଚାଇଥିଲେ। ସାନଖେମୁଣ୍ଡି ବିଧାୟକ ତଥା ଜିଲା କଂଗ୍ରେସ ସଭାପତି ରମେଶ ଜେନା ଅଧ୍ୟକ୍ଷତା କରି ପ୍ରାରମ୍ଭିକ ସୂଚନା ଦେଇଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ଶରତ ପଟ୍ଟନାୟକ, ବିଧାୟକ ତାରାପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ଦାଶରଥି ଗମାଙ୍ଗ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ। ଏଆଇସିସି ସମ୍ପାଦକ ରୁଦ୍ରରାଜଙ୍କ ସମେତ ଅଧିରାଜ ପାଣିଗ୍ରାହୀ, ଅକ୍ଷୟ ଆଚାର୍ଯ୍ୟ, ସଂଗ୍ରାମ ଜେନା, ବ୍ରହ୍ମପୁର ଲୋକ ସଭା ଆସନର କଂଗ୍ରେସ ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡ଼ୁ, ନଗର କଂଗ୍ରେସ ସଭାପତି ପ୍ରମୋଦ କୁମାର ଜେନା ପ୍ରମୁଖ ମଞ୍ଚାସୀନ ଥିଲେ। ରାଜ୍ୟ ଓ ଜିଲାର ଯୁବ, ଛାତ୍ର କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ଥିଲେ। ରମେଶଙ୍କ ପିତା ଅରକ୍ଷିତ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ହୁ ହୁ ବଢ଼ି ଚାଲିଥିବା ପେଟ୍ରୋଲ ଓ ଡିଜେଲ ଦର ନିୟନ୍ତ୍ରଣ କରିବାରେ ମୋଦି ସରକାର ବିଫଳ ହୋଇଥିବାରୁ ସମାଲୋଚନା କରାଯାଇଥିଲା। ବର୍ଦ୍ଧିତ ତୈଳ ଦର ନ କମାଇଲେ ଏହାର ପ୍ରତିବାଦରେ ଆଗାମୀ ଦିନରେ କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ନିରଞ୍ଜନ ଓ ଅନ୍ୟମାନେ ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଦାରିଙ୍ଗବାଡ଼ିରେ ଶୀତର ଆଗମନ: ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୯।୧୦(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଅଞ୍ଚଳରେ ହାଲୁକା…

ସୁନ୍ଦରଗଡ଼ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବାସଭବନରେ ଭିଜିଲାନ୍ସ ରେଡ୍‌

ସୁନ୍ଦରଗଡ,୯।୧୦(ଜୟ ନାରାୟଣ ମେଣ୍ଡୁଳି): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ର ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର…

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?