ଜିଲାପାଳ, ଏସ୍‌ପିଙ୍କୁ ଜବାବ ମାଗିଲେ ଓଏଚ୍‌ଆର୍‌ସି

କଟକ ଅଫିସ,୨୫ା୪: ସମ୍ବଲପୁରରେ ହନୁମାନ ଜୟନ୍ତୀବେଳେ ସଂଘଟିତ ଗୋଷ୍ଠୀ ସଂଘର୍ଷ ମାମଲାରେ ଜିଲାପାଳ ଏବଂ ଏସ୍‌ପି ଜବାବ ଦାଖଲ କରିବାକୁ ସୋମବାର ଓଡ଼ିଶା ମାନବ ଅଧିକାର କମିଶନ୍‌ (ଓଏଚ୍‌ଆର୍‌ସି) ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଆବେଦନ ଆଧାରରେ ସମ୍ବଲପୁର ସହରରେ ଇଣ୍ଟରନେଟ୍‌ ସଂଯୋଗ ସ୍ବାଭାବିକ କରିବା ଓ ମୃତାହତଙ୍କୁ କ୍ଷତିପୂରଣ ଦେବା ପ୍ରସଙ୍ଗରେ ମେ ୭ତାରିଖ ସୁଦ୍ଧା ଜବାବ ଦାଖଲ କରିବା ନିମନ୍ତେ ଉକ୍ତ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୮ ତାରିଖକୁ ଧାର୍ଯ୍ୟ ହୋଇଛି।
ମାମଲାର ବିବରଣୀ ଅନୁଯାୟୀ, ସମ୍ବଲପୁରରେ ଏପ୍ରିଲ ୧୨ ତାରିଖରେ ହନୁମାନ ଜୟନ୍ତୀ ଅବସରରେ ଅନୁଷ୍ଠିତ ବାଇକ ରାଲି ବେଳେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଏହାପରେ ଇଣ୍ଟରନେଟ୍‌ ସେବାକୁ ସମ୍ପୂର୍ଣ୍ଣ ଅଚଳ କରିଦିଆଯାଇଥିବାରୁ ଛାତ୍ରୀଛାତ୍ରଙ୍କ ଅନ୍‌ଲାଇନ ପାଠପଢ଼ା ବ୍ୟାହତ ହେବା ସହ ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ସମ୍ବଲପୁର ସହରରେ ଇଣ୍ଟରନେଟ ସେବା ସ୍ବାଭାବିକ କରିବା ପାଇଁ ପ୍ରାର୍ଥନା କରାଯାଇଛି। ଏଥିସହ ବାଇକ ରାଲିବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ କ’ଣ ପଦକ୍ଷେପ ନେଇଥିଲା, ଗୋଷ୍ଠୀ ସଂଘର୍ଷ ଆଶଙ୍କା ନେଇ ଗୋଇନ୍ଦା ପୋଲିସ ପାଖରେ ପୂର୍ବରୁ ସୂଚନା ଥିଲା କି ନାହିଁ, ହିଂସା ପଛରେ କ’ଣ ସବୁ କାରଣ ରହିଛି, ରାଲି ବେଳେ ସଂଘଟିତ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ଯଥେଷ୍ଟ ପୋଲିସ ମୁତୟନ ହୋଇଥିଲେ କି ନାହିଁ, ହିଂସା ହେବା ପରେ ତାହାକୁ ନିୟନ୍ତ୍ରଣ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଇଛି କି ନାହିଁ ତାହା ଅଦାଲତରେ ଦର୍ଶାଇବା ନିମନ୍ତେ ପୋଲିସକୁ ନିର୍ଦ୍ଦେଶ ଦେବାକୁ କମିଶନ୍‌ଙ୍କୁ ନିବେଦନ କରାଯାଇଛି। ସଂଘର୍ଷରେ ଆହତ ସାଧାରଣ ଲୋକ ଓ ପୋଲିସ କର୍ମଚାରୀଙ୍କ ପକ୍ଷରୁ କେତୋଟି ଅଭିଯୋଗ କରାଯାଇଛି ଏବଂ ସେଗୁଡ଼ିକର ସବିଶେଷ ତଥ୍ୟ ସହ ପୋଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କମିଶନ୍‌ଙ୍କୁ ଜଣାଇବାକୁ ଆବେଦନ କରାଯାଇଛି। ସେହିପରି ସଂଘର୍ଷରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଓ ଆହତଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦିଆଯିବା ନେଇ କମିଶନ୍‌ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରାଯାଇଛି। ଆଇନଜୀବୀ ଶିବଶଙ୍କର ମହାନ୍ତି ରାଜ୍ୟ ମାନବ ଅଧିକାର କମିଶନ୍‌ଙ୍କ ନିକଟରେ ଗତ ୧୭ ତାରିଖରେ ଏହି ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ,୧୫ା୨(ଅମିତାଭ ବେହେରା): ମାଲକାନଗିରି ଜିଲା ଏମ୍‌ଭି ୭୯ରୁ ବିଶାଖାପାଟଣା ଯାଉଥିବା (ଓଏସଆରଟିସି ) ବସ୍‌ ଆନ୍ଧ୍ରର ସାଲୁର ବାଇପାସ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ର ଷ୍ଟିଅରିଂ ଲକ୍‌…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri