ଓଃ କି ଶାନ୍ତି…

ପଖାଳ। ଓଡ଼ିଶାର ଗାଥା ଗାଏ। ଘର ଘରର କଥା କୁହେ। ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ବ୍ୟଞ୍ଜନ ପଖାଳ କେବଳ ଏକ ଖାଦ୍ୟ ନୁହେଁ, କୁହାଯାଏ ଏକ ଆବେଗ। ପଖାଳ ଖାଇବା କ୍ଷଣି ହିଁ ପାଟିରୁ ବାହାରି ଆସେ ଯାହା ହେଉ ଆତ୍ମା ଶାନ୍ତି। ପଖାଳ ଏବେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କୋଟିପତି ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟ ହୋଇପାରିଛି। ରୁଚିପୂର୍ଣ୍ଣ ଖାଦ୍ୟ ପ୍ରସ୍ତୁତିରେ ସାରା ବିଶ୍ୱରେ ପରିଚିତ ଓଡ଼ିଶାର ଏହି ପଖାଳ ବର୍ତ୍ତମାନ ଅଣଓଡ଼ିଆଙ୍କୁ ମଧ୍ୟ ଆତ୍କୃଷ୍ଟ କରୁଛି। ଢାବା କୁହ କି ତାରକା ହୋଟେଲ, ସବୁଠି ପଖାଳର ଏକ ସ୍ବତନ୍ତ୍ର ମେନୁ ରହିଥିବ। ସାଦା ପଖାଳ ହେଉ କି ଦହି ପଖାଳ, ଆଉ ତା ସାଙ୍ଗକୁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରତି ଲୋକଙ୍କର ରୁଚି ବଢୁଛି। ଶାଗ, ଆଳୁ ଚୋଖା, ବଡ଼ି ଚୂରା, ଆମ୍ବ ଚଟଣି, ଛୁଇଁ ବେସର, କଖାରୁ ଫୁଲ ପିଠଉ, ତାୱା ମାଛ, ଶୁଖୁଆ, ଚିଙ୍ଗୁଡ଼ି ଛେଚା… ଆଦି ପଖାଳ ସହ ପରଷା ଯାଉଛି। ଗାଁରୁ ସହର, ଓଡ଼ିଆ ଘରର ସବୁଦିନିଆ ଖାଦ୍ୟ ଭାବେ ପଖାଳ ରହି ଆସିଛି। କିନ୍ତୁ ପଖାଳର ପ୍ରଚାର ପ୍ରସାରକୁ ଆଉ ଟିକେ ବ୍ୟାପକ କରିବାକୁ ପ୍ରତିବର୍ଷ ମାର୍ଚ୍ଚ ୨୦କୁ ‘ବିଶ୍ୱ ପଖାଳ ଦିବସ’ ରୂପେ ପାଳନ କରାଯାଉଛି। ଏଥର ପଖାଳ ଦିବସ ସୋମବାର ପଡ଼ୁଥିବାରୁ ପ୍ରାୟତଃ ପଖାଳ ସହ ଆମିଷ ଆଇଟମ୍‌ ରହିବ ନାହିଁ। ତେଣୁ କେତେଜଣ ଆମିଷପ୍ରିୟ ଲୋକ ରବିବାର ମଧ୍ୟ ପଖାଳ ଖାଇ ଏହି ଦିବସକୁ ମନେ ପକାଇଛନ୍ତି। ହେଲେ ସୋମବାର ପଖାଳ ଦିବସକୁ ନିଆରା କରିବା ପାଇଁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ହୋଟେଲ ଓ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭଳିକି ଭଳି ମନଲୋଭା ବ୍ୟଞ୍ଜନ ସହ ଏଥର ପଖାଳ ଦିବସ ପାଳିବେ ଓଡ଼ିଶାବାସୀ। ପଖାଳ ଖାଇବା ପରେ ସତେଯେମିତି ପାଟିରୁ ବାହାରି ପଡ଼ିବ ଓଃ କି ଟେଷ୍ଟ୍‌, କି ଶାନ୍ତି…।

୨୦ଟଙ୍କାରେ
ରବି ଭାଇ ପଖାଳ
ମାତ୍ର ୨୦ଟଙ୍କାରେ ପଖାଳ। ସେଥିରେ ପୁଣି ଋତୁ ଅନୁସାରେ ଉପଲବ୍ଧ ପରିବା ଭଜା ଆଉ ଆଳୁଚୋଖା, ଲେମ୍ବୁ, ପିଆଜ, କଞ୍ଚାଲଙ୍କା। ମହଙ୍ଗା ସମୟରେ ପୁଣି ରାଜଧାନୀରେ ଏତେ କମ୍‌ ଟଙ୍କାରେ ପଖାଳ ମିଳୁଛି ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ରବୀନ୍ଦ୍ର ସାହୁ କିନ୍ତୁ ସବୁକିଛି ସମ୍ଭବ କରିଛନ୍ତି। ଯେଉଁଥିପାଇଁ ଲୋକେ ତାଙ୍କୁ ‘ପଖାଳ ମଣିଷ’ ବୋଲି କହୁଛନ୍ତି। କଳ୍ପନା ଛକରେ ରବି ଭାଇ ପଖାଳ ଦୋକାନ କହିଲେ ସମସ୍ତେ ଜାଣନ୍ତି। ଠେଲା ଗାଡ଼ିରେ ହିଁ ମିଳେ ଏହି ସୁଆଦିଆ ପଖାଳ। ସେ ଭୋର୍‌ ୫ରୁ ଦିନ ୧୧ ପର୍ଯ୍ୟନ୍ତ ଦୋକାନ ଖୋଲିଥାନ୍ତି। ଏହି ସମୟ ହିଁ କହୁଛି ପଖାଳର କଥା। ଶ୍ରମିକମାନେ କାମକୁ ଯିବା ଆଗରୁ ପଖାଳ ଖାଇବାକୁ ଏଠାରେ ଭିଡ଼ ଜମାନ୍ତି। କଂସେ ପଖାଳ ଖାଇ କାମକୁ ଯାଆନ୍ତି। ଏନେଇ ରବୀନ୍ଦ୍ର କୁହନ୍ତି, ଦୀର୍ଘ ୨୦ବର୍ଷ ଧରି ଏହି ପଖାଳ ହୋଟେଲ ଚଳାଇଛି। ଖରାଦିନେ ୨୦ କେଜିରୁ ଅଧିକ ଚାଉଳ ରୋଷେଇ ହୁଏ। ଆମର ଅଧିକା ପଇସା ଦରକାର ନାହିଁ। ଶ୍ରମିକ ଲୋକ ଖାଇ ଖୁସି ହେଲେ ମୁଁ ବି ଖୁସି।

ଏକାମ୍ର ହାଟ: ଚିଙ୍ଗୁଡ଼ି ଛେଚାକୁ ତାୱା ମାଛ
ଭୁବନେଶ୍ୱର ଏକାମ୍ର ହାଟରେ ଲୋକଙ୍କ ଭିଡ଼ ସବୁବେଳେ ରହିଥାଏ। ଏଠାକାର ଖାଦ୍ୟର ସ୍ବାଦ ଭଲ ହୋଇଥିବାରୁ ବହୁ ଦୂରରୁ ଖାଇବାକୁ ଧାଇଁ ଆସନ୍ତି। ତେବେ ଏଥର ପଖାଳ ଦିବସ ପାଇଁ ଏକାମ୍ର ହାଟରେ ଥିବା କାକା ହୋଟେଲ ଓ ପେଟପୂଜାରେ ପ୍ରସ୍ତୁତି ବେଶ୍‌ ଜୋରଦାର ଦେଖିବାକୁ ମିଳିଛି। ପଖାଳ ସହ ଆଳୁ ଭର୍ତ୍ତା, ବଡ଼ି ଚୁରା, ଶାଗ, ଭଜା, ଟମାଟୋ ବାଇଗଣ ଚଟଣି, ପଣସ ବରା, କଖାରୁ ଫୁଲ ବରା, ଗୋଟା କଲରା, ଗୋଟା ପୋଟଳ, ନଡ଼ିଆ ବରା, ଚଟଣି, ସାଲାଡ, ପାମ୍ପଡ଼ ଭଳି ସାଦା ବ୍ୟଞ୍ଜନ ପଖାଳ ସହ ଖାଇବାକୁ ମିଳିବ। ସେହିପରି ତାୱା ମାଛକୁ ଚିଙ୍ଗୁଡ଼ି ଛେଚା, ଚୁନା ମାଛ ରାଇ, ଶୁଖୁଆ ଆଦିର ଚାହିଦା ଅଧିକ ରହିଛି।

ମୁମ୍ବାଇରେ ଅଣଓଡ଼ିଆଙ୍କୁ ପଖାଳ ଖୁଆଇଲେ ସ୍ନେହା
ପଖାଳ ଏବେ ଓଡ଼ିଶାରେ ସୀମିତ ହୋଇ ରହିନାହିଁ। ସବୁଠି ଏହାର ଆଦର ବଢ଼ୁଛି। ଭୁବନେଶ୍ୱରର ସ୍ନେହା ସେନାପତି ରବିବାର ମୁମ୍ବାଇର ଲୋକଙ୍କୁ ଓଡ଼ିଶାର ପଖାଳ ଖୁଆଇଛନ୍ତି। ସେ କହିଛନ୍ତି, ଯେବେ ମୁମ୍ବାଇ ଆସିଲି ଓଡ଼ିଶା ଖାଇବା ମିଳିଲାନି। ତେଣୁ ୪ ମାସରେ ଥରେ ହେଉ କି କୌଣସି ସ୍ବତନ୍ତ୍ର ଦିବସରେ, ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରି ଏଠାକାର ଲୋକଙ୍କୁ ଭେଟି ଦେଇଥାଏ। ଅଧିକାଂଶ ଅଣଓଡ଼ିଆ ହିଁ ମୋ ପଖାଳ ଖାଇଥାନ୍ତି। ଏଥର ପଖାଳ ଦିବସ ପାଇଁ ସାଦାରେ ଆଳୁ ଭର୍ତ୍ତା, ଶାଗମୁଗ, ଛୁଇଁ ବେସର ଭଜା, କଦଳି ବରା, ବଡ଼ିଚୂରା, ଟମାଟୋ ପୋଡ଼ା ରହିଛି। ଏହାର ମୂଲ୍ୟ ୫୫୦ଟଙ୍କା ଥିବାବେଳେ ଆମିଷ ପଖାଳ ମେନ୍ୟୁରେ ୮୫୦ଟଙ୍କାରେ ଶୁଖୁଆ ଛେଚା, ମାଛ ଭଜା, ଚିଙ୍ଗୁଡ଼ି ଚଣା ରହିଥିଲା। ଦିନକୁ ଦିନ ପଖାଳର ସ୍ବାଦ ବଢୁଥିବାବେଳେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ସହ ଏହା ଲୋକଙ୍କ ଖାଇବା ଆବେଗରେ ଏକ ସ୍ବତନ୍ତ୍ର ସ୍ଥାନ ନେଇପାରିଥିବା ସେ କହିଛନ୍ତି।

‘ନିମନ୍ତ୍ରଣ’ରେ ସୁବାସ ପଖାଳ ଓ ଚିପୁଡ଼ା ପଖାଳ
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ହୋଟେଲ ଆଣ୍ଡ୍‌ ରେଷ୍ଟୁରାଣ୍ଟ ଚେନ୍‌ ‘ନିମନ୍ତ୍ରଣ’ରେ ଏଥର ୨ପ୍ରକାରର ସ୍ବତନ୍ତ୍ର ପଖାଳ ବ୍ୟବସ୍ଥା ହୋଇଛି। ସୁବାସ ପଖାଳ ଓ ଚିପୁଡ଼ା ପଖାଳର ସ୍ବତନ୍ତ୍ରତା ରହିଥିବାବେଳେ ଦହି ପଖାଳ, ମଲ୍ଲୀଫୁଲ ପଖାଳ, ଘିଅ ପଖାଳ ଆଦି ଉପଲବ୍ଧ ରହିଛି। ପଖାଳ ସହ ସାଦା ବ୍ୟଞ୍ଜନର ମୂଲ୍ୟ ୨୯୯ ରହିଛି। ଆମିଷ ପାଇଁ ଭିନ୍ନ ଭିନ୍ନ ଦର ରହିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସି ପକ୍ଷରୁ ସୋସିଆଲ ମିଡିଆରେ ଏହାର ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି।

ପଖାଳ ଦେଖିଦେଲେ ବଳ ଆସିଯାଏ
ଅଧିକ କାମ କରିବାର ଅଛି ତ ଆଗ ପଖାଳ। ସକାଳୁ ପଖାଳ ଗଣ୍ଡେ ଖାଇ କାମକୁ ବାହାରିଗଲେ ଫେରିବା ଯାଏ ପେଟରେ ଭୋକ ନ ଥାଏ। ପେଟ ଥଣ୍ଡା ତ ମନ ଶାନ୍ତିରେ ବେପାର କରେ। ପଖାଳ ସବୁବେଳେ ରହିଛି ଆଗକୁ ବି ରହିବ। ଆମଭଳି ଖଟିଖିଆ ଲୋକଙ୍କ ପାଇଁ ପଖାଳ ଏକ ଆବେଗ। ଛୋଟ ବେଳରୁ ଆଜି ଯାଏ ପଖାଳ ଦେଖିଦେଲେ ଦେହରେ ବଳ ଆସିଯାଏ।
– ଧ୍ରୁବଚରଣ ସାହୁ, ଗୁପ୍‌ଚୁପ୍‌ ବ୍ୟବସାୟୀ

ପଖାଳ ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ, ଓଡ଼ିଶାର ଗର୍ବ
ପଖାଳ ଦିବସରେ ଓଡ଼ିଶାର ଗର୍ବ ଓ ଗୌରବ ଠୁଳ ହୋଇରହିଛି। ସାଧାରଣ ମଣିଷର ଇଚ୍ଛା, ଆଶା ଏଥିରେ ଅଛି। ଏବେ ବିଭିନ୍ନ ରୋଗ ଓ ଡାକ୍ତରଙ୍କ ପରାମର୍ଶ ପାଇଁ ପଖାଳ ସବୁଦିନ ଖାଇ ହେଉନି। ନ ହେଲେ ସକାଳେ, ସାରେ ପଖାଳ କଂସେ ଖାଇଦେଲେ ଦିନ ସୁରୁଖୁରୁରେ ବିତିଯାଏ। ଆମେ ପାଳନ କରୁଥିବା ସବୁ ଦିବସ ଭିତରେ ପଖାଳ ପ୍ରସିଦ୍ଧ, ଆଉ ସ୍ବତନ୍ତ୍ର। ଶ୍ରୀଜଗନ୍ନାଥଙ୍କର ଏହା ହେଉଛି ପ୍ରିୟ ଖାଦ୍ୟ। ମହାପ୍ରଭୁ ଯେତେବେଳେ ଏହାକୁ ଆପଣେଇ ନେଇଛନ୍ତି, ସାଧାରଣ ମଣିଷ କେବେ ଏହାକୁ ଭୁଲି ପାରିବ ନାହିଁ। ଆମର ଏହି ପରମ୍ପରା ଖୁବ୍‌ ନିଆରା।
– ଅଶ୍ରୁମୋଚନ ମହାନ୍ତି, ଅଭିନେତା

ବ୍ୟବସାୟୀକରଣ ପରେ ଚାହିଦା ବଢୁଛି
ଜଗନ୍ନାଥ ସଂସ୍କୃତିରେ ପଖାଳ ରହିଛି। ସାଧାରଣ ଲୋକମାନେ ମଧ୍ୟ ଏହାକୁ ନିତିଦିନ ଖାଇଥାନ୍ତି। ବିଶେଷକରି ଖରାଦିନରେ ପଖାଳ ସମସ୍ତଙ୍କର ପ୍ରିୟ। ଏହା ଶରୀରରୁ ଜଳୀୟଅଂଶ ଅଭାବକୁ ପୂରଣ କରିବାରେ ସହାୟକ ହୋଇଥାଏ। ଏବେ ପଖାଳର ଚାହିଦା ଦିନକୁ ଦିନ ବଢ଼ୁଛି। ବ୍ୟବସାୟୀକରଣ କରିବା ଦ୍ୱାରା ଏହାର ଆଦୃତି ଦେଖିବାକୁ ମିଳୁଛି। କିନ୍ତୁ ଏହା ଆମର ନିତିଦିନର ଖାଦ୍ୟ ହୋଇ ମଧ୍ୟ ରାଜଧାନୀରେ ଏହା ସବୁଠି ଉପଲବ୍ଧ ନୁହେଁ। ଯେମିତି ରାସ୍ତାଘାଟରେ ଦହିବରା ମିଳୁଛି, ସେମିତି ପଖାଳ ମିଳିବା ଆବଶ୍ୟକ। ଏହାର ଆହୁରି ଅଧିକ ବ୍ୟବସାୟୀକରଣ ହେବା ଉଚିତ।
– ପ୍ରୀତିଶା ଦାଶ, ସଫ୍ଟୱେର ଇଞ୍ଜିନିୟର

ସଜ ପଖାଳ, ଦେହ ସବଳ
ସଜ ପଖାଳ ଖାଇଲେ ଦେହ ଖରାପ ହୁଏ ନାହିଁ। ବାସି ପଖାଳ କେତେଜଣଙ୍କ ଦେହରେ ଯାଏ ନାହିଁ। ବିଶେକରି ଦେହରେ ଥଣ୍ଡା ରହୁଥିବା ଲୋକମାନେ ଡାକ୍ତରଙ୍କ ପରାମର୍ଶ ନେଇ ପଖାଳ ଖାଇବା ଉଚିତ। ତୋରାଣିରେ ରୋଗ ପ୍ରତିରୋଧକ ଶକ୍ତି ରହିଥାଏ, ଯାହା ଆମକୁ ବିଭିନ୍ନ ରୋଗରୁ ରକ୍ଷା ମଧ୍ୟ କରିଥାଏ। କେତେବେଳେ କେମିତି ବାସି ପଖାଳ ଖାଇବା ଉଚିତ।
– ପ୍ରିୟଙ୍କା ପରିଡ଼ା, ଛାତ୍ରୀ, ଫୁଡ୍‌ ଆଣ୍ଡ୍‌ ନ୍ୟୁଟ୍ରିଶନ ବିଭାଗ


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ନିକ୍‌ କରିବାକୁ ଯାଇ ପାଓ୍ବାର ଚ୍ୟାନେଲ ପାଣିରେ ବୁଡ଼ି ଛାତ୍ର ନିଖୋଜ, ପ୍ରଖର ସ୍ରୋତରେ ଭାସି…

ସମ୍ବଲପୁର,୭ା୬(ପ୍ରମୋଦ ବହିଦାର): ପିକ୍‌ନିକ୍‌ କରିବାକୁ ଯାଇଥିବା ବେଳେ ଘଟିଛି ଏକ ଅଭାବନୀୟ ଘଟଣା। ପାଣିରେ ବୁଡ଼ି ଜଣେ ମେଧାବୀ ଛାତ୍ର ନିଖୋଜ ହୋଇଯାଇଥିବା ଖବର ହସ୍ତଗତ ହୋଇଛି।…

ଜନ୍ତର-ମନ୍ତରରେ ଆନ୍ଦୋଳନ ପରେ ଆଗକୁ କ’ଣ କରିବ କକ୍ରୋଚ ପାର୍ଟି? ଅଭିଜିତଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୭।୬: ଶିକ୍ଷା ବ୍ୟବସ୍ଥାରେ ହୋଇଥିବା କଥିତ ଅନିୟମିତତା ବିରୋଧରେ ଦିଲ୍ଲୀର ଜନ୍ତର-ମନ୍ତରଠାରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନର ଦିନକ ପରେ ‘କକ୍ରୋଚ ଜନତା ପାର୍ଟି’ (CJP)ର ସଂସ୍ଥାପକ ଅଭିଜିତ…

ବଜାରରୁ କାମସାରି ଘରକୁ ଫେରୁଥିଲେ ରାସ୍ତାରେ ଛକି ବସିଥିଲା ଯମ

ଭଞ୍ଜନଗର,୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ମୁଜାଗଡ ରାସ୍ତାର ଗଣ୍ଡିଶୁଲା ନିକଟରେ ରବିବାର ମଧ୍ୟାହ୍ନରେ ଏକ ପିକ୍ଅପ୍ ଭ୍ୟାନ୍ ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।…

SIR: କିଛି ଲୋକଙ୍କୁ ନେଇ ଦ୍ୱନ୍ଦ,୧୦୪ ବର୍ଷ ବୟସ୍କା ଭୋଟରଙ୍କୁ ଭେଟିଲେ ଉପ ଜିଲାପାଳ

ଭଞ୍ଜନଗର,୭।୬(ବାବୁଲା ପ୍ରଧାନ): ରାଜ୍ୟରେ ବର୍ତ୍ତମାନ ସ୍ଵତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମ ଚାଲିଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ମଧ୍ୟ ଚାଲିଛି। ପରିଗଣନା ଫର୍ମ ଭଞ୍ଜନଗର…

ଆଳି ମର୍ଡର କେସ୍‌: ସିନ୍‌ ରିକ୍ରିଏଶନ କଲା ପୋଲିସ, ଘଟଣାସ୍ଥଳରୁ ଲୁହାରଡ୍‌ ସହ ୩ ଅଭିଯୁକ୍ତ ଦେଖାଇଲେ…

ଆଳି,୭ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ମହାଦେଇପାଟଣା ଗ୍ରାମର ଗୌରାଙ୍ଗ ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ନେଇ ପୋଲିସର ତନାଘନା ଆରମ୍ଭ ହୋଇଛି। ଜିଲା ପୋଲିସ…

CNG ଠାରୁ ବି ଶସ୍ତା ହେଲା ପେଟ୍ରୋଲ! ଦିଲ୍ଲୀରେ ଲିଟର ପ୍ରତି ମାତ୍ର ୮୨ଟଙ୍କାରେ ମିଳିଲା…

ନୂଆଦିଲ୍ଲୀ,୭।୬: ପଶ୍ଚିମ ଏସିଆ (ମିଡିଲ ଇଷ୍ଟ)ରେ ଜାରି ରହିଥିବା ଯୁଦ୍ଧ ଏବଂ ଆକାଶଛୁଆଁ ତେଲ ଦର ମଧ୍ୟରେ ଦିଲ୍ଲୀର ଗାଡ଼ି ଚାଳକଙ୍କ ପାଇଁ ଏକ ବେଶ ଆଶ୍ୱସ୍ତିକର…

ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଘର ଉପରକୁ ବୋମାମାଡ଼ ଘଟଣା: ବାପି ସର୍ଖେଲଙ୍କୁ ଟାର୍ଗେଟ୍‌ କରି ଏକାଠି ହେଲେ…

ପାରାଦୀପ,୭ା୬(ଶରତ ରାଉତ): ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ଘର ଉପରେ ଗତମାସ ୩୦ ତାରିଖରେ ପେଟ୍ରୋଲ ବୋମାମାଡ଼ ହୋଇଥିଲା। ଉକ୍ତ ଘଟଣାକୁ ନେଇ ରବିବାର ପାରାଦୀପ ରାଜନୀତି…

‘ସ୍ବପ୍ନ ପୂରଣ ହେଲା..’, ବିରାଟ କୋହଲିଙ୍କୁ ନେଇ ଏମିତି କଥା କହିଲେ ବୈଭବ ସୂର୍ଯ୍ୟବଂଶୀ, ଏବେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୭।୬: ଯଦିଓ RCB GTକୁ ପରାସ୍ତ କରି IPL 2026 ଟାଇଟଲ ଜିତିଥିଲା, କିନ୍ତୁ 19ତମ ସିଜିନ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ପାଇଁ ମନେ ରହିବ। ବୈଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri