ଅଧିକାରୀଙ୍କ ଲିଖିତ ପ୍ରତିଶ୍ରୁତି ପାଣିରଗାର

ନୂଆଗାଁ,୩।୪ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସୋରଡ଼ା ଛକଠାରୁ ଗୌଡ ଚାଞ୍ଚେରାପଲି ଦେଇ ଯାଇଥିବା ଆର୍‌ଡି ରାସ୍ତାରେ ବେଲପା ନଦୀର ପୋଲ ଭୁଶୁଡିବାକୁ ପ୍ରାୟ ଅଢେଇ ବର୍ଷ ପୁରିଲାଣି । କିନ୍ତୁ ଠିକାଦାର ପୋଲ ନିର୍ମାଣ କରିବାରେ ଅବହେଳା କରୁଛନ୍ତି। ତେଣୁ ଉକ୍ତ ସ୍ଥାନରେ ଶୀଘ୍ର ପୋଲ ନିର୍ମାଣ କରିବା ଦାବିରେ ବାରମ୍ବାର ଆନ୍ଦୋଳନ ସହ ରାସ୍ତାରୋକୋ କରାଗଲାଣି। ନଦୀରେ ଶୀଘ୍ର ପୋଲ ନିର୍ମାଣ କାମ ଶେଷ କରିବା ଦାବି ନେଇ ଶତାଧିକ ମହିଳା ଓ ପୁରୁଷ ରାଜରାସ୍ତାରେ ବସିଥିଲେ । ୨ ଘଣ୍ଟା ଧରି ରାସ୍ତାରେ ବସି ରହିବା ପରେ ବିଭାଗୀୟ ଅଧିକାରୀମାନେ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ସହ ମାର୍ଚ୍ଚ ମାସ ଶେଷ ସୁଦ୍ଧା ନିଶ୍ଚିତ ଭାବେ ପୋଲ ନିର୍ମାଣ କାମ ସାରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆନ୍ଦୋଳନକାରୀମାନେ ରାସ୍ତାରୁ ହଟିଥିଲେ । କିନ୍ତୁ କାମ ଶେଷ ହେବା ତ ଦୂରର କଥା ଅଦ୍ୟାବଧି ଅଧା କାମ ହୋଇ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅଧିକାରୀମାନଙ୍କ କଥାକୁ ଭରସା କରି ଆମ୍ଭେମାନେ ଆନ୍ଦୋଳନରୁ ହଟିଥିଲୁ । ହେଲେ ସେମାନଙ୍କ ପ୍ରତିଶ୍ରୁତି ପାଣିର ଗାର ବୋଲି ଆମେ ଜାଣି ନ ଥିଲୁ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ା
ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ, ଜାତୀୟ ରାଜପଥ ସୋରଡ଼ାଠାରୁ ଗୌଡ଼ ଚାଞ୍ଚେରାପଲୀ ଦେଇ ଯାଇଥିବା ଆର୍‌.ଡି.ରାସ୍ତାରେ ଥିବା ପୋଲ ଭାଙ୍ଗିବାର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି କାମ ଶେଷ ହୋଇ ପାରୁ ନାହିଁ । ଠିକାଦାର ନିଜ ମନ ଇଚ୍ଛା କାମ କରୁଛନ୍ତି । ଫଳରେ ଜାତୀୟ ରାଜପଥରୁ ଜଗନ୍ନାଥପ୍ରସାଦ, ଗୌଡଚାଞ୍ଚେରାପଲି, କନ୍ଦଳବ ସମେତ ୩ ଗାଁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହେବା ସହିତ ଜଗନ୍ନାଥ ପ୍ରସାଦ ହାଇସ୍କୁଲରେ ପାଠ ପଢୁଥିବା ଲୁଣିସରା ଓ ସୋରଡା ଗ୍ରାମର ଛାତ୍ରୀଛାତ୍ରମାନେ ସ୍କୁଲ ଯିବାରୁ ବଞ୍ଚତ୍ତ ହେଉଛନ୍ତି ା ତେଣୁ ପୋଲ ନିର୍ମାଣ ଦାବି କରି ଜଗନ୍ନାଥ ପ୍ରସାଦ ହାଇସ୍କୁଲର ଶତାଧିକ ଛାତ୍ରୀଛାତ୍ର ଗତ ଜୁଲାଇ ୨୨ରେ ଜାତୀୟ ରାଜପଥ ଅବରୋଧ କରି ରାସ୍ତାରେ ବସିଥିଲେ। ଅଧିକାରୀମାନେ ଆନ୍ଦୋଳନସ୍ଥଳରେ ପହଞ୍ଚତ୍ ଛାତ୍ରୀଛାତ୍ରମାନଙ୍କୁ ବୁଝାଶୁଝା କରିବା ସହ ଶୀଘ୍ର ପୋଲ ନିର୍ମାଣ କରିବାର ପ୍ରତିଶ୍ରୁତି ଦେବାରେ ଆନ୍ଦୋଳନ ହଟିଥିଲା। ପ୍ରତିଶ୍ରୁତି ଦେବାର ୬ ମାସ ବିତିଥିଲେ ମଧ୍ୟ ପୋଲ ନିର୍ମାଣ ନ ହେବାରୁ ପୁନର୍ବାର ସ୍ଥାନୀୟ ଅଞ୍ଚଳର ମହିଳା ଓ ପୁରୁଷ ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବର ପାଇ ଆରଡି କାର୍ଯ୍ୟନିର୍ବାହୀ ଅଧିକାରୀ ସୌଭାଗ୍ୟ କୁମାର ଦାସ, କନିଷ୍ଠ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ସାହୁ, ନୂଆଗାଁ ଥାନା ପୋଲିସ, ଠିକାଦାର ଆଦି ଘଟଣାସ୍ଥଳରେ ପହଞ୍ଚତ୍ ମାର୍ଚ୍ଚ ଶେଷ ସୁଦ୍ଧା ରାସ୍ତା ଓ ପୋଲ କାମ ଶେଷ କରିବାର ପ୍ରତିଶ୍ରୁତି ଦେବାରେ ଆନ୍ଦୋଳନକାରୀ ଶାନ୍ତ ପଡିଥିଲେ ା କିନ୍ତୁ ଅଦ୍ୟାବଧି ଅଧପନ୍ତରିଆ ଭାବେ ରହିଛି ପୋଲ ନିର୍ମାଣ । ଶନିବାର ସାମାନ୍ୟ ବର୍ଷାରେ ଡାଇଭର୍ସନ ରୋଡ ଭାସି ଯାଇଛି । ଏ ବାବଦରେ ମତାମତ ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ ଅଧିକାରୀମାନେ ଫୋନ ଉଠାଇ ନ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri