ଅଧିକାରୀଙ୍କ ଲିଖିତ ପ୍ରତିଶ୍ରୁତି ପାଣିରଗାର

ନୂଆଗାଁ,୩।୪ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସୋରଡ଼ା ଛକଠାରୁ ଗୌଡ ଚାଞ୍ଚେରାପଲି ଦେଇ ଯାଇଥିବା ଆର୍‌ଡି ରାସ୍ତାରେ ବେଲପା ନଦୀର ପୋଲ ଭୁଶୁଡିବାକୁ ପ୍ରାୟ ଅଢେଇ ବର୍ଷ ପୁରିଲାଣି । କିନ୍ତୁ ଠିକାଦାର ପୋଲ ନିର୍ମାଣ କରିବାରେ ଅବହେଳା କରୁଛନ୍ତି। ତେଣୁ ଉକ୍ତ ସ୍ଥାନରେ ଶୀଘ୍ର ପୋଲ ନିର୍ମାଣ କରିବା ଦାବିରେ ବାରମ୍ବାର ଆନ୍ଦୋଳନ ସହ ରାସ୍ତାରୋକୋ କରାଗଲାଣି। ନଦୀରେ ଶୀଘ୍ର ପୋଲ ନିର୍ମାଣ କାମ ଶେଷ କରିବା ଦାବି ନେଇ ଶତାଧିକ ମହିଳା ଓ ପୁରୁଷ ରାଜରାସ୍ତାରେ ବସିଥିଲେ । ୨ ଘଣ୍ଟା ଧରି ରାସ୍ତାରେ ବସି ରହିବା ପରେ ବିଭାଗୀୟ ଅଧିକାରୀମାନେ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ସହ ମାର୍ଚ୍ଚ ମାସ ଶେଷ ସୁଦ୍ଧା ନିଶ୍ଚିତ ଭାବେ ପୋଲ ନିର୍ମାଣ କାମ ସାରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆନ୍ଦୋଳନକାରୀମାନେ ରାସ୍ତାରୁ ହଟିଥିଲେ । କିନ୍ତୁ କାମ ଶେଷ ହେବା ତ ଦୂରର କଥା ଅଦ୍ୟାବଧି ଅଧା କାମ ହୋଇ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅଧିକାରୀମାନଙ୍କ କଥାକୁ ଭରସା କରି ଆମ୍ଭେମାନେ ଆନ୍ଦୋଳନରୁ ହଟିଥିଲୁ । ହେଲେ ସେମାନଙ୍କ ପ୍ରତିଶ୍ରୁତି ପାଣିର ଗାର ବୋଲି ଆମେ ଜାଣି ନ ଥିଲୁ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ା
ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ, ଜାତୀୟ ରାଜପଥ ସୋରଡ଼ାଠାରୁ ଗୌଡ଼ ଚାଞ୍ଚେରାପଲୀ ଦେଇ ଯାଇଥିବା ଆର୍‌.ଡି.ରାସ୍ତାରେ ଥିବା ପୋଲ ଭାଙ୍ଗିବାର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି କାମ ଶେଷ ହୋଇ ପାରୁ ନାହିଁ । ଠିକାଦାର ନିଜ ମନ ଇଚ୍ଛା କାମ କରୁଛନ୍ତି । ଫଳରେ ଜାତୀୟ ରାଜପଥରୁ ଜଗନ୍ନାଥପ୍ରସାଦ, ଗୌଡଚାଞ୍ଚେରାପଲି, କନ୍ଦଳବ ସମେତ ୩ ଗାଁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହେବା ସହିତ ଜଗନ୍ନାଥ ପ୍ରସାଦ ହାଇସ୍କୁଲରେ ପାଠ ପଢୁଥିବା ଲୁଣିସରା ଓ ସୋରଡା ଗ୍ରାମର ଛାତ୍ରୀଛାତ୍ରମାନେ ସ୍କୁଲ ଯିବାରୁ ବଞ୍ଚତ୍ତ ହେଉଛନ୍ତି ା ତେଣୁ ପୋଲ ନିର୍ମାଣ ଦାବି କରି ଜଗନ୍ନାଥ ପ୍ରସାଦ ହାଇସ୍କୁଲର ଶତାଧିକ ଛାତ୍ରୀଛାତ୍ର ଗତ ଜୁଲାଇ ୨୨ରେ ଜାତୀୟ ରାଜପଥ ଅବରୋଧ କରି ରାସ୍ତାରେ ବସିଥିଲେ। ଅଧିକାରୀମାନେ ଆନ୍ଦୋଳନସ୍ଥଳରେ ପହଞ୍ଚତ୍ ଛାତ୍ରୀଛାତ୍ରମାନଙ୍କୁ ବୁଝାଶୁଝା କରିବା ସହ ଶୀଘ୍ର ପୋଲ ନିର୍ମାଣ କରିବାର ପ୍ରତିଶ୍ରୁତି ଦେବାରେ ଆନ୍ଦୋଳନ ହଟିଥିଲା। ପ୍ରତିଶ୍ରୁତି ଦେବାର ୬ ମାସ ବିତିଥିଲେ ମଧ୍ୟ ପୋଲ ନିର୍ମାଣ ନ ହେବାରୁ ପୁନର୍ବାର ସ୍ଥାନୀୟ ଅଞ୍ଚଳର ମହିଳା ଓ ପୁରୁଷ ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବର ପାଇ ଆରଡି କାର୍ଯ୍ୟନିର୍ବାହୀ ଅଧିକାରୀ ସୌଭାଗ୍ୟ କୁମାର ଦାସ, କନିଷ୍ଠ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ସାହୁ, ନୂଆଗାଁ ଥାନା ପୋଲିସ, ଠିକାଦାର ଆଦି ଘଟଣାସ୍ଥଳରେ ପହଞ୍ଚତ୍ ମାର୍ଚ୍ଚ ଶେଷ ସୁଦ୍ଧା ରାସ୍ତା ଓ ପୋଲ କାମ ଶେଷ କରିବାର ପ୍ରତିଶ୍ରୁତି ଦେବାରେ ଆନ୍ଦୋଳନକାରୀ ଶାନ୍ତ ପଡିଥିଲେ ା କିନ୍ତୁ ଅଦ୍ୟାବଧି ଅଧପନ୍ତରିଆ ଭାବେ ରହିଛି ପୋଲ ନିର୍ମାଣ । ଶନିବାର ସାମାନ୍ୟ ବର୍ଷାରେ ଡାଇଭର୍ସନ ରୋଡ ଭାସି ଯାଇଛି । ଏ ବାବଦରେ ମତାମତ ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ ଅଧିକାରୀମାନେ ଫୋନ ଉଠାଇ ନ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri