୧୩୭ ଅଭିଯୋଗ ଶୁଣିଲେ ଅଧିକାରୀ: ଖୁବଶୀଘ୍ର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସଭାଗୃହ ପରିସରରେ ସୋମବାର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବିଡ଼ିଓ ଅନାମିକା ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜନଶୁଣାଣିରେ ଗଞ୍ଜାମ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ନାୟକ, ବ୍ରହ୍ମପୁର ଏସ.ପି ଡି. ଶ୍ରବଣା ବିବେକ ଏମ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା ପ୍ରମୁଖ ମଞ୍ଚାସିନ ଥିଲେ।
ସହରରେ ଟ୍ରାଫିକ ସମସ୍ୟା,ଧାନ ମଣ୍ଡିରେ ଚାଷୀ ପଞ୍ଜିକରଣ ସମସ୍ୟା,ବିଭିନ୍ନ ବିଦ୍ୟାଳୟର ପରିଚାଳନାଗତ ସମସ୍ୟା ସମେତ କୋଟିନଡ଼ା ଗ୍ରାମର ଗାଡ଼ି ଚାଳକ ବାପୁଜୀ ସ୍ବାଇଁ ହତ୍ୟା ମାମଲା ରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନ ଯିବା ସମେତ ଦିଗପହଣ୍ଡି ବ୍ଳକ ସମେତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ୧୩୭ ଜଣ ସେମାନଙ୍କ ବ୍ୟକ୍ତିଗତ ଏବଂ ଗ୍ରାମର ସାମୂହିକ ସମସ୍ୟା ପୋଲିସ ପ୍ରଶାସନିକ ଅଧିକାରୀ ବୃନ୍ଦ ଶୁଣିବା ପରେ ଖୁବଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରେଡକ୍ରସ ପାଣ୍ଠିରୁ ୭ ଜଣ ଙ୍କୁ ୪୦ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଇଥିଲା।
ଚିକିଟି ଏସଡିପିଓ ବିଶାମିତ୍ର ହରପାଲ, ଏବିଡିଓ ଉମେଶ ଚନ୍ଦ୍ର ସେଠୀ, ଜିପିଓ ରୋଜାଲିନ ଦଳାଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଅଶୋକ କୁମାର ଶତପଥୀ, ଥାନା ଆଇଆଇସି କିଶୋର କୁମାର ସାମଲଙ୍କ ସମେତ ଗଞ୍ଜାମ ଜିଲା ଏବଂ ଦିଗପହଣ୍ଡି ବ୍ଳକ, ତହସିଲ ଅଧିନରେ କାର୍ଯ୍ୟରତ ବିଭାଗୀୟ ଅଧିକାରୀ ବୃନ୍ଦ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ବୃନ୍ଦ ଉପସ୍ଥିତ ଥିଲେ। ବ୍ଳକ କର୍ମଚାରୀ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ…

ସୁପୋଷିତ ଓଡ଼ିଶା ମିଶନ ପ୍ରଶିକ୍ଷଣ: ଶିଶୁ ପୋଷଣ ଉପରେ ଗୁରୁତ୍ୱାରୋପ

ଦାରିଙ୍ଗବାଡି,୩୧।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଋଷିମାଳ ଡିଗ୍ରୀ କଲେଜରେ ସୋମବାର ସୁପୋଷିତ ଓଡ଼ିଶା ମିଶନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ…

ନିଶାମୁକ୍ତ ସମାଜ, ସାଇବର ଠକେଇ ରୋକିବାକୁ ପୋଲିସର …

କେସିଙ୍ଗା, ୩୧ା୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ଉତ୍‌କେଲା ଫାଣ୍ଡି ଅଧୀନସ୍ଥ କିକିଆ ଗ୍ରାମରେ ନିଶାମୁକ୍ତ ଅଭିଯାନ ଓ ସାଇବର କ୍ରାଇମ୍‌…

କଳା ଓ ସଙ୍ଗୀତରେ ଚମକିଲେ ଭାଇ-ଭଉଣୀ: ପ୍ରାଚୀଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ବିବିଧ ଫାଉଣ୍ଡେଶନ୍‌ କଳା ଓ ସଂସ୍କୃତି ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ପାରଦର୍ଶିତା ଦେଖାଇଛନ୍ତି ଗଞ୍ଜାମ ସହରର ଭାଇ-ଭଉଣୀ। ପ୍ରାଚୀଙ୍କ ସଙ୍ଗୀତର ମୂର୍ଚ୍ଛନାରେ…

ଭୁବନେଶ୍ୱର, ଝାରସୁଗୁଡ଼ା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌

ଢେଙ୍କାନାଳ,୩୧।୮(ରତନ ନାୟାର): ଭୁବନେଶ୍ୱର, ଝାରସୁଗୁଡା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌। ସୋମବାର ସ୍ଥାନୀୟ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଖାଦ୍ୟ, ଯୋଗାଣ ଓ ଖାଉଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri