ବାରିପଦା ଅଫିସ/ ଉଦଳା,୩୧ା୧୨(ଡି.ଏନ୍.ଏ.): ମହାବଳ, କଲରାପତରିଆ ଓ କଳା ବାଘ ପାଇଁ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏବେ ବନ୍ୟପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। ଅଧିକାରୀ ଓ ଶିକାରୀଙ୍କ ଲୋଲୁପ ଦୃଷ୍ଟି ଯୋଗୁ ଅନେକ ଜୀବଜନ୍ତୁଙ୍କ ବଂଶ ଲୋପ ହେବାକୁ ବସିଲାଣି। ବିରଳ ମହାବଳ ସମେତ ହାତୀ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଅବାଧ ଶିକାର ବଢ଼ିବାରେ ଲାଗିଛି। ଉପରିସ୍ଥ ଅଧିକାରୀମାନେ ଧର୍ମକୁ ଆଖିଠାର ସଦୃଶ ବିଭାଗର ଦୋଷକୁ ଘୋଡ଼ାଇବାରେ ବ୍ୟସ୍ତ ରହୁଥିବା ବେଳେ ବିଲୁପ୍ତପ୍ରାୟ ପ୍ରାଣୀଙ୍କ ସଂଖ୍ୟା କ୍ରମେ ହ୍ରାସ ପାଇବାରେ ଲାଗିଛି। ଗତ ୩ ବର୍ଷ ମଧ୍ୟରେ କ୍ରାଇମ୍ବ୍ରାଞ୍ଚ ଓ ବନ ବିଭାଗ ଚଢ଼ାଉ କରି ୫ ବାଘ ଚମଡ଼ା ଜବତ କରିବା ସହ ୮ଜଣଙ୍କୁ ଗିରଫ କରିବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ସେହିପରି ଶିମିଳିପାଳରେ ହାତୀ ଶିକାର ଚିରାଚରିତ ଘଟଣାରେ ପରିଣତ ହେଲାଣି। ଅଧିକାରୀମାନେ କେବଳ ବେପାରୀଙ୍କୁ ଧରି ନିଜ ଦାୟିତ୍ୱ ଶେଷ କରୁଥିବା ବେଳେ ଶିକାରୀଙ୍କ ପାଖରେ ପହଞ୍ଚି ନ ପାରିବା ବିଭାଗର ଅପାରଗତାକୁ ପଦାରେ ପକାଇଛି। ଜନ୍ତୁ ଶିକାର ଓ ଚମଡ଼ା ବିକ୍ରି ଘଟଣାରେ ବନ ଅଧିକାରୀ ଓ ସେମାନଙ୍କ ଆତ୍ମୀୟସ୍ବଜନଙ୍କ ସମ୍ପୃକ୍ତି ରହୁଥିବା ନଜିର ରହିଛି। ରକ୍ଷକ ହୋଇ ଯଦି ଭକ୍ଷକ ସାଜିବେ ତେବେ ନିରୀହ ବନ୍ୟପ୍ରାଣୀଙ୍କୁ ସୁରକ୍ଷା କିଏ ଦେବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ଉଦଳା-ବାରିପଦା ରାସ୍ତାର ବିସିପୁର ଛକ ନିକଟରେ ମହାବଳ ବାଘ ଚମଡ଼ା ବିକ୍ରି ଲାଗି ଡିଲ୍ ଚାଲିଥିବା ବେଳେ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟାସ୍କଫୋର୍ସ (ଏସ୍ଟିଏଫ୍) ଚଢ଼ାଉ କରି ୭ଫୁଟ ଲମ୍ବ ଓ ୫ଫୁଟ ଓସାରର ଏକ ମହାବଳ ବାଘ ଚମଡ଼ାକୁ ଜବତ କରିଥିଲା। ଏହି ଘଟଣାରେ ଉଦଳା ଥାନା ମୂଷାଖାଇ ଅଞ୍ଚଳର ଦେବାଶିଷ ପାତ୍ର ନାମକ ଜଣେ ବେପାରୀଙ୍କୁ ଏସ୍ଟିଏଫ୍ ମାଡ଼ି ବସିଥିଲା। ତା’ ପରଦିନ ମୁଖ୍ୟ କାର୍ପଟଦାର ଦେବକୁଣ୍ଡ ନିକଟସ୍ଥ ଶ୍ରୀଦାମଚନ୍ଦ୍ରପୁର ଅଞ୍ଚଳର ଫାଗୁ ହଁାସଦାଙ୍କୁ ମଧ୍ୟ ଗିରଫ କରିଥିଲା। ଅଧିକ ତଦନ୍ତ ଜାରି ରହିଥିବା ବେଳେ ଶୁକ୍ରବାର ଅନ୍ୟତମ ଅଭିଯୁକ୍ତ ଶାସଙ୍ଗବେଡ଼ା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମାଝି ଗିରଫ ହୋଇଛନ୍ତି। ସେହିପରି ଗତ ଜାନୁୟାରୀ ୬ ତାରିଖ ରାତିରେ ଏସ୍ଟିଏଫ ଚଢ଼ାଉ କରି ବେତନଟୀ ଥାନା ଅଧୀନ ୧୮ନଂ. ଜାତୀୟ ରାଜପଥ ପାର୍ଶ୍ୱ ରାଗ୍ଧା କଲେଜ ନିକଟରୁ ଦୁଇଟି କଲରାପତରିଆ ବାଘ ଚମଡ଼ା ଜବତ କରିଥିଲା। ଏହା ସହିତ ୨ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତଦ୍ୱୟ ହେଲେ ଖୁଣ୍ଟା ଥାନା ଅଧୀନ କ୍ଷୀରପଦା ଗ୍ରାମର ପ୍ରଶାନ୍ତ ମହାନ୍ତି ଓ ବଡ଼ସାହି ଥାନା ଅଧୀନ ବାଲିଯୋଡ଼ା ଗ୍ରାମର ଗୁରା ବିନ୍ଧାଣୀ। ୨୦୨୧ ସେପ୍ଟେମ୍ବର ୨୦ରେ ବାରିପଦା ସହର ଗାନ୍ଧୀ ପାର୍କ ନିକଟରୁ ଏସ୍ଟିଏଫ୍ ଚଢ଼ାଉ କରି ୨ଫୁଟ ଲମ୍ବର କଲରାପତରିଆ ବାଘ ଚମଡ଼ା ଜବତ କରିଥିଲା। ଏଥିରେ ସମ୍ପୃକ୍ତ ଥିବା ଜଣେ ବନ କର୍ମଚାରୀଙ୍କ ଇଞ୍ଜିନିୟରିଂ ପଢ଼ୁଆ ପୁଅ ସମେତ ୨ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ବଡ଼ସାହି ଥାନା ଉଠାଣିନୂଆଗଁା ଗ୍ରାମର ବିକାଶ ବେଣ୍ଟକାର ଓ ଖାନୁଆ ପଞ୍ଚାୟତ ପଳାଶବଣି ଗ୍ରାମର ବିକାଶ ବିନୟ ସିଂ। ଫେସବୁକ୍ ମାଧ୍ୟମରେ ବାଘ ଚମଡ଼ା ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ଇଞ୍ଜିନିୟରିଂ ଛାତ୍ର ଜଣକ ଏସ୍ଟିଏଫ୍ ଦ୍ୱାରା ଗିରଫ ହୋଇଥିଲେ। ଜଣେ ବନ ଅଧିକାରୀଙ୍କ ପୁଅ ବାଘ ଚମଡ଼ା ବିକ୍ରି କରୁଥିବା ବେଳେ ଜଙ୍ଗଲରେ ବନ୍ୟଜନ୍ତୁ କିପରି ସୁରକ୍ଷିତ ରହିବେ ବୋଲି ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ସେହିପରି ୨୦୨୦ ସେପ୍ଟେମ୍ବର ୩ ତାରିଖ ରାତିରେ ବିଶୋଇ ଥାନା ଅଧୀନ ଖେଜୁରିକଟାସ ଗ୍ରାମ ନିକଟରୁ ବନ ବିଭାଗ ଚଢ଼ାଉ କରି ୫ଫୁଟ ୨ଇଞ୍ଚ ଲମ୍ବର ଏକ କଲରାପତରିଆ ବାଘ ଚମଡ଼ା ଜବତ କରିଥିଲା। ବିକ୍ରି କରିବାକୁ ଆଣିିଥିବା ଅଭିଯୁକ୍ତ ଜଣକ ଥିଲେ ବଡ଼ବାଲିଚୁଆ ଗ୍ରାମର ଲକ୍ଷ୍ମଣ ନାଏକ। ଅନ୍ୟ ୩ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ତେବେ ଶିମିଳିପାଳ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରାଣୀପ୍ରେମୀମାନେ ଦାବି କରିଛନ୍ତି।
Posted inHome, Home Left, ଆମ ଜିଲା ଖବର, ମୟୂରଭଞ୍ଜ View All
ରେଳ ଲାଇନ୍ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…
ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…
ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…
ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍. ଉଦୟଗିରି ଥାନା…
IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍ଦାର ବିଜୟ ଦେଲେ ସମୀର ରିଜଭୀ…
ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…
ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…
ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…
ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…
ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍। ମଙ୍ଗଳବାର ଅପରାହ୍ନ ପ୍ରାୟ…
ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’
ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…
ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ
ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…
ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…
ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…
Archives

