ବାରିପଦା ଅଫିସ/ ଉଦଳା,୩୧ା୧୨(ଡି.ଏନ୍.ଏ.): ମହାବଳ, କଲରାପତରିଆ ଓ କଳା ବାଘ ପାଇଁ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏବେ ବନ୍ୟପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। ଅଧିକାରୀ ଓ ଶିକାରୀଙ୍କ ଲୋଲୁପ ଦୃଷ୍ଟି ଯୋଗୁ ଅନେକ ଜୀବଜନ୍ତୁଙ୍କ ବଂଶ ଲୋପ ହେବାକୁ ବସିଲାଣି। ବିରଳ ମହାବଳ ସମେତ ହାତୀ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଅବାଧ ଶିକାର ବଢ଼ିବାରେ ଲାଗିଛି। ଉପରିସ୍ଥ ଅଧିକାରୀମାନେ ଧର୍ମକୁ ଆଖିଠାର ସଦୃଶ ବିଭାଗର ଦୋଷକୁ ଘୋଡ଼ାଇବାରେ ବ୍ୟସ୍ତ ରହୁଥିବା ବେଳେ ବିଲୁପ୍ତପ୍ରାୟ ପ୍ରାଣୀଙ୍କ ସଂଖ୍ୟା କ୍ରମେ ହ୍ରାସ ପାଇବାରେ ଲାଗିଛି। ଗତ ୩ ବର୍ଷ ମଧ୍ୟରେ କ୍ରାଇମ୍ବ୍ରାଞ୍ଚ ଓ ବନ ବିଭାଗ ଚଢ଼ାଉ କରି ୫ ବାଘ ଚମଡ଼ା ଜବତ କରିବା ସହ ୮ଜଣଙ୍କୁ ଗିରଫ କରିବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ସେହିପରି ଶିମିଳିପାଳରେ ହାତୀ ଶିକାର ଚିରାଚରିତ ଘଟଣାରେ ପରିଣତ ହେଲାଣି। ଅଧିକାରୀମାନେ କେବଳ ବେପାରୀଙ୍କୁ ଧରି ନିଜ ଦାୟିତ୍ୱ ଶେଷ କରୁଥିବା ବେଳେ ଶିକାରୀଙ୍କ ପାଖରେ ପହଞ୍ଚି ନ ପାରିବା ବିଭାଗର ଅପାରଗତାକୁ ପଦାରେ ପକାଇଛି। ଜନ୍ତୁ ଶିକାର ଓ ଚମଡ଼ା ବିକ୍ରି ଘଟଣାରେ ବନ ଅଧିକାରୀ ଓ ସେମାନଙ୍କ ଆତ୍ମୀୟସ୍ବଜନଙ୍କ ସମ୍ପୃକ୍ତି ରହୁଥିବା ନଜିର ରହିଛି। ରକ୍ଷକ ହୋଇ ଯଦି ଭକ୍ଷକ ସାଜିବେ ତେବେ ନିରୀହ ବନ୍ୟପ୍ରାଣୀଙ୍କୁ ସୁରକ୍ଷା କିଏ ଦେବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ଉଦଳା-ବାରିପଦା ରାସ୍ତାର ବିସିପୁର ଛକ ନିକଟରେ ମହାବଳ ବାଘ ଚମଡ଼ା ବିକ୍ରି ଲାଗି ଡିଲ୍ ଚାଲିଥିବା ବେଳେ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟାସ୍କଫୋର୍ସ (ଏସ୍ଟିଏଫ୍) ଚଢ଼ାଉ କରି ୭ଫୁଟ ଲମ୍ବ ଓ ୫ଫୁଟ ଓସାରର ଏକ ମହାବଳ ବାଘ ଚମଡ଼ାକୁ ଜବତ କରିଥିଲା। ଏହି ଘଟଣାରେ ଉଦଳା ଥାନା ମୂଷାଖାଇ ଅଞ୍ଚଳର ଦେବାଶିଷ ପାତ୍ର ନାମକ ଜଣେ ବେପାରୀଙ୍କୁ ଏସ୍ଟିଏଫ୍ ମାଡ଼ି ବସିଥିଲା। ତା’ ପରଦିନ ମୁଖ୍ୟ କାର୍ପଟଦାର ଦେବକୁଣ୍ଡ ନିକଟସ୍ଥ ଶ୍ରୀଦାମଚନ୍ଦ୍ରପୁର ଅଞ୍ଚଳର ଫାଗୁ ହଁାସଦାଙ୍କୁ ମଧ୍ୟ ଗିରଫ କରିଥିଲା। ଅଧିକ ତଦନ୍ତ ଜାରି ରହିଥିବା ବେଳେ ଶୁକ୍ରବାର ଅନ୍ୟତମ ଅଭିଯୁକ୍ତ ଶାସଙ୍ଗବେଡ଼ା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମାଝି ଗିରଫ ହୋଇଛନ୍ତି। ସେହିପରି ଗତ ଜାନୁୟାରୀ ୬ ତାରିଖ ରାତିରେ ଏସ୍ଟିଏଫ ଚଢ଼ାଉ କରି ବେତନଟୀ ଥାନା ଅଧୀନ ୧୮ନଂ. ଜାତୀୟ ରାଜପଥ ପାର୍ଶ୍ୱ ରାଗ୍ଧା କଲେଜ ନିକଟରୁ ଦୁଇଟି କଲରାପତରିଆ ବାଘ ଚମଡ଼ା ଜବତ କରିଥିଲା। ଏହା ସହିତ ୨ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତଦ୍ୱୟ ହେଲେ ଖୁଣ୍ଟା ଥାନା ଅଧୀନ କ୍ଷୀରପଦା ଗ୍ରାମର ପ୍ରଶାନ୍ତ ମହାନ୍ତି ଓ ବଡ଼ସାହି ଥାନା ଅଧୀନ ବାଲିଯୋଡ଼ା ଗ୍ରାମର ଗୁରା ବିନ୍ଧାଣୀ। ୨୦୨୧ ସେପ୍ଟେମ୍ବର ୨୦ରେ ବାରିପଦା ସହର ଗାନ୍ଧୀ ପାର୍କ ନିକଟରୁ ଏସ୍ଟିଏଫ୍ ଚଢ଼ାଉ କରି ୨ଫୁଟ ଲମ୍ବର କଲରାପତରିଆ ବାଘ ଚମଡ଼ା ଜବତ କରିଥିଲା। ଏଥିରେ ସମ୍ପୃକ୍ତ ଥିବା ଜଣେ ବନ କର୍ମଚାରୀଙ୍କ ଇଞ୍ଜିନିୟରିଂ ପଢ଼ୁଆ ପୁଅ ସମେତ ୨ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ବଡ଼ସାହି ଥାନା ଉଠାଣିନୂଆଗଁା ଗ୍ରାମର ବିକାଶ ବେଣ୍ଟକାର ଓ ଖାନୁଆ ପଞ୍ଚାୟତ ପଳାଶବଣି ଗ୍ରାମର ବିକାଶ ବିନୟ ସିଂ। ଫେସବୁକ୍ ମାଧ୍ୟମରେ ବାଘ ଚମଡ଼ା ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ଇଞ୍ଜିନିୟରିଂ ଛାତ୍ର ଜଣକ ଏସ୍ଟିଏଫ୍ ଦ୍ୱାରା ଗିରଫ ହୋଇଥିଲେ। ଜଣେ ବନ ଅଧିକାରୀଙ୍କ ପୁଅ ବାଘ ଚମଡ଼ା ବିକ୍ରି କରୁଥିବା ବେଳେ ଜଙ୍ଗଲରେ ବନ୍ୟଜନ୍ତୁ କିପରି ସୁରକ୍ଷିତ ରହିବେ ବୋଲି ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ସେହିପରି ୨୦୨୦ ସେପ୍ଟେମ୍ବର ୩ ତାରିଖ ରାତିରେ ବିଶୋଇ ଥାନା ଅଧୀନ ଖେଜୁରିକଟାସ ଗ୍ରାମ ନିକଟରୁ ବନ ବିଭାଗ ଚଢ଼ାଉ କରି ୫ଫୁଟ ୨ଇଞ୍ଚ ଲମ୍ବର ଏକ କଲରାପତରିଆ ବାଘ ଚମଡ଼ା ଜବତ କରିଥିଲା। ବିକ୍ରି କରିବାକୁ ଆଣିିଥିବା ଅଭିଯୁକ୍ତ ଜଣକ ଥିଲେ ବଡ଼ବାଲିଚୁଆ ଗ୍ରାମର ଲକ୍ଷ୍ମଣ ନାଏକ। ଅନ୍ୟ ୩ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ତେବେ ଶିମିଳିପାଳ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରାଣୀପ୍ରେମୀମାନେ ଦାବି କରିଛନ୍ତି।
Posted inHome, Home Left, ଆମ ଜିଲା ଖବର, ମୟୂରଭଞ୍ଜ View All
ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…
କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...
ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ
ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...
ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…
ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...
ଚୋରକୁ କାବୁ କରି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…
ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...
ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…
ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...
ତିନି ଦିନ ପରେ ପୁଣି ଫେରିଲା ହାଡ଼ଭଙ୍ଗା ଶୀତ: ଜି.ଉଦୟଗିରିରେ ୩.୫ ଡିଗ୍ରୀ ତାପମାତ୍ରା
ଜି.ଉଦୟଗିରି,୨୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଓଡ଼ିଶାର ସବୁଠାରୁ ଶୀତ ପ୍ରବଣ ଅଞ୍ଚଳ ଜି.ଉଦୟଗିରିରେ ୨/୩ ଦିନ ଶୀତ ଲୁଚକାଳି ଖେଳୁଥିବା ବେଳେ ହଠାତ୍ ଶନିବାର ଠାରୁ...
ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ନେଇ ବଜରଙ୍ଗ ଦଳର ପ୍ରତିବାଦ
ଜି.ଉଦୟଗିରି,୨୭।୧୨(ଚିନ୍ମୟ କୁମାର ସେଠୀ): ବାଂଲାଦେଶର ଢାକାଠାରେ ୧୮ ଡିସେମ୍ବରରେ ଇସଲାମ କଟରବାଦୀମାନେ ବାଂଲାଦେଶର ହିନ୍ଦୁ ଯୁବକ ଦୀପୁ ଦାସଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥାରେ...
ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ
ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...
Archives


