ଅଫିସ୍‌ ଗସିପ୍‌

ଅଫିସରେ ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖିବା ବି ଏକ ପ୍ରକାର କଳା। କିନ୍ତୁ ସହକର୍ମୀଙ୍କ ସହ ମହିଳା କର୍ମଚାରୀମାନେ ବେଳେବେଳେ ଏମିତି ଗପରେ ମସ୍‌ଗୁଲ ହୋଇଯାଆନ୍ତି ଯେ ବ୍ୟକ୍ତିଗତ ଜୀବନର ଅନେକ ଅକୁହା କଥା ବି କହିପକାନ୍ତି। ଫଳରେ ସେମାନଙ୍କ ଭାବମୂର୍ତ୍ତି ନଷ୍ଟ ହେବା ସହ କ୍ୟାରିୟର ବି ପ୍ରଭାବିତ ହୋଇଥାଏ।

ସ୍ବଭାବରେ ନାରୀମାନେ ଗପୁଡ଼ି। ଗପରେ ମସ୍‌ଗୁଲ ହୋଇ ବେଳେବେଳେ ଏମିତି କିଛି କଥା କହିଦିଅନ୍ତି, ଯାହା କି ସେମାନଙ୍କ ପ୍ରଫେଶନାଲ ଲାଇଫ୍‌ ସାଙ୍ଗକୁ ପର୍ସନାଲ ଲାଇଫ୍‌କୁ ବି ପ୍ରଭାବିତ କରିଥାଏ। ତେଣୁ କର୍ମକ୍ଷେତ୍ରରେ ବ୍ୟକ୍ତିଗତ ଜୀବନର ସବୁ କଥା କହିବା ଆଗରୁ ସେ କଥାର ଯଥାର୍ଥତା ଅଛି କି ନାହିଁ ଚିନ୍ତା କରିବାକୁ ହେବ। ନଚେତ୍‌ କ୍ୟାରିୟରରେ ନକାରାତ୍ମକ ପ୍ରଭାବ ପଡ଼ିବା ସହ ବ୍ୟକ୍ତିଗତ ଜୀବନରେ ବି ଅଶାନ୍ତି ଭରିଯିବ।
ପର୍ସନାଲ କଥା ଶେୟାର କରନ୍ତୁନି: ବ୍ୟକ୍ତିଗତ ଜୀବନର ଏମିତି କିଛି ପ୍ରସଙ୍ଗ ଥାଏ ଯେଉଁ ବିଷୟରେ ଅନ୍ୟମାନଙ୍କ ସହ କୌଣସି ଆଲୋଚନା କରିବା ଠିକ୍‌ ନୁହେଁ। କାରଣ ଏଭଳି କଥାରୁ ସହକର୍ମୀମାନେ ଫାଇଦା ଉଠାଇ ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରିପାରନ୍ତି। ବେଳେବେଳେ ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ବି ହୋଇପାରେ। ତେଣୁ କର୍ମକ୍ଷେତ୍ରରେ ନିଜ କାମ ଉପରେ ସବୁବେଳେ ଫୋକସ୍‌ କରିବା ଉଚିତ।
ବିରୋଧରେ ଗପନ୍ତୁ ନାହିଁ: ଅଫିସରେ କେବେ କାହା ଆଗରେ ଅନ୍ୟ ଜଣଙ୍କ ବିରୋଧରେ କିଛି ଗପିବା ଠିକ୍‌ ନୁହେଁ। କାହିଁକି ନା ତୁଣ୍ଡବାଇଦ ସହସ୍ର କୋଶ ଭଳି ଏଭଳି କଥା ଖୁବ୍‌ଶୀଘ୍ର ବିଭିନ୍ନ ଲୋକଙ୍କ ପାଖରେ ପହଞ୍ଚିଯାଏ। ଆଉ ଥରେ ଯଦି ଆପଣ କହିଥିବା କଥା ବସ୍‌ଙ୍କ ପାଖରେ ପହଞ୍ଚିଯାଏ ତେବେ କଥା ପୂରା ବିଗିଡ଼ିଯିବ ଏବଂ ଆପଣଙ୍କ ଭାବମୂର୍ତ୍ତି ଖରାପ ହୋଇଯିବ।
କାମ ବିଷୟରେ କଥା ହୁଅନ୍ତୁ: ଅଫିସରେ ନିଜ କାମକୁ କିପରି ଅଧିକ କ୍ରିଏଟିଭ୍‌ କରିବେ ଏବଂ ଭଲ କାମ କରି ସଫଳତା ହାସଲ କରିବେ ସେଥିପାଇଁ ପ୍ରୟାସ କରନ୍ତୁ। ଫୁର୍‌ସତ ସମୟରେ ବ୍ୟକ୍ତିଗତ ସମସ୍ୟା ସମ୍ପର୍କରେ କାହା ଆଗରେ କିଛି କଥା ଗପିବା ଠିକ୍‌ ନୁହେଁ।
ଜୀବନରେ ଯଦି କୌଣସି ସମସ୍ୟା ଦେଇ ଗତି କରୁଥାନ୍ତି ତେବେ ତାକୁ ତୁରନ୍ତ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ। ନଚେତ୍‌ ଏହାର ପ୍ରଭାବ କ୍ୟାରିୟର ଉପରେ ପଡ଼ିଥାଏ। ସବୁବେଳେ ସମସ୍ୟା ଭିତରେ ରହିଲେ ଅଫିସରେ ଭଲଭାବେ କାମ କରି ହେବ ନାହିଁ। ତେଣୁ ବ୍ୟକ୍ତିଗତ ସମସ୍ୟାକୁ ସମ୍ପର୍କୀୟମାନଙ୍କ ସହ କଥାବାର୍ତ୍ତା ହୋଇ ତୁଲାଇବା ଠିକ୍‌ ହେବ।

 

ଅଫିସ ସମସ୍ୟାରେ କଥା ହୁଏ: ଅଫିସରେ ମତେ କାହା ସହ ନିର୍ଦ୍ଦିିଷ୍ଟଭାବେ ବସିକି କଥା ହେବାକୁ ସମୟ ନ ଥାଏ। କିନ୍ତୁ ପାଖରେ ବସୁଥିବା କଲିଗ୍‌ମାନଙ୍କ ସହ ବେଳେବେଳେ କଥା ହେଉ, କିନ୍ତୁ ତାହା କେବଳ ଅଫିସର କୌଣସି ଟପିକ୍‌ରେ। ଆଉ ଲଞ୍ଚ ସମୟରେ ଆମେ କେବେ କେବେ ଘର କଥା ହେଉ। କିନ୍ତୁ ନିହାତି ବ୍ୟକ୍ତିଗତ କଥା ମୁଁ କାହା ସହ ଶେୟାର କରେ ନାହିଁ।
– ରାଜଲକ୍ଷ୍ମୀ ମହାରଣା, କର୍ମଜୀବୀ, ସନସାଇନ୍‌ ହସପିଟାଲ୍‌, ଭୁବନେଶ୍ୱର
ଭଲ କାମ କରିବାକୁ ଚିନ୍ତାକରେ: ଅଫିସରେ ଘର କଥା ହେବାକୁ ମୁଁ ପସନ୍ଦ କରେ ନାହିଁ। ଅଫିସ ସମସ୍ୟା ନେଇ ମୁଁ ସହକର୍ମୀଙ୍କ ସହ ଆଲୋଚନା କରେ। ମୁଁ କେମିତି ଅଧିକ ଭଲ କାମ କରିପାରିବି ସେ ନେଇ ଚିନ୍ତାକରେ। କିନ୍ତୁ ଅଫିସରେ ମୋର ୨ଜଣ ଅତି ଘନିଷ୍ଟ ସାଙ୍ଗ ଅଛନ୍ତି ଯେଉଁମାନଙ୍କ ସହ ଫୁର୍‌ସତରେ ମୋ ପରିବାର ବିଷୟରେ କଥା ହୋଇପାରେ, ଏମାନେ ମୋର ଅତି ବିଶ୍ୱସ୍ତ। ତେଣୁ କୌଣସି ଅସୁବିଧା ହୁଏନାହିଁ।
ମହାଶ୍ୱେତା ତ୍ରିପାଠୀ, କର୍ମଜୀବୀ, କିଟ୍‌ , ଭୁବନେଶ୍ୱର
ଭୁଲ୍‌ରେ ବି ଶେୟାର କରେନି
ଭୁଲ୍‌ରେ ବି ମୁଁ ଅଫିସରେ କାହା ଆଗରେ ଅନ୍ୟ କାହା ବିଷୟରେ କୁହେନି। ହଁ, ମତେ କେହି ଆକ୍ଷେପକରି କହିଲେ ସେନେଇ ପ୍ରଥମେ ତାଙ୍କୁ ଉତ୍ତରଦେବା ପରେ ଅନ୍ୟ ସହକର୍ମୀଙ୍କ ସହ ବି ଆଲୋଚନା କରେ। କିନ୍ତୁ ମୋ ପର୍ସନାଲ କଥା ଆଦୌ କାହା ସହ ଶେୟାର କରେ ନାହିଁ।
ରାଜଶ୍ରୀ ସାମନ୍ତରାୟ
-କର୍ମଜୀବୀ, ବଛିପୁର, ବ୍ରାହ୍ମଣୀଗାଁ, ଭଦ୍ରକ


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?