Posted inଜାତୀୟ

ଜେଲରେ ମିଳିଥିଲା ଅଫର, ଗ୍ରହଣ କରିଥିଲେ ଅଢ଼େଇ ବର୍ଷ ପୂର୍ବରୁ ଉଦ୍ଧବ ସରକାରଙ୍କ ପତନ ଘଟିଥାନ୍ତା: ଅନିଲ ଦେଶମୁଖ…

ନୂଆଦିଲ୍ଲୀ,୧୩।୨ : ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନସିପି) ନେତା ତଥା ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଜାମିନରେ ୧୫ ମାସ ପରେ ଜେଲରୁ ମୁକୁଳିବା ପରେ ନିଜ ଘରୋଇ ସହର ନାଗପୁରରେ ପହଞ୍ଚିଛନ୍ତି। ଅନିଲ ଏବେ ନୂଆ ଘଟଣା ପ୍ରକାଶ କରିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଅଣାଯାଇ ଜେଲକୁ ପଠାଇ ଦିଆଯାଇଥିବା ସେ ଦାବି କରିଛନ୍ତି। ନାଗପୁରରେ ପହଞ୍ଚିବା ପରେ ପାର୍ଟି କର୍ମଚାରୀମାନେ ନାଗପୁର ବିମାନବନ୍ଦରରେ ଅନିଲଙ୍କୁ ସ୍ବାଗତ କରିଥିଲେ।

ରବିବାର ଗଣମାଧ୍ୟମକୁ ସମ୍ବୋଧିତ କରି ଏନସିପି ନେତା ଅନିଲ କହିଛନ୍ତି, ମତେ ୧୦୦ କୋଟି ଟଙ୍କା ହେରଫେର ମାମଲାରେ ଜଡିତ କରାଯାଇ ଜେଲକୁ ପଠାଯାଇଥିଲା। ଏହା ପରେ ଚାର୍ଜଶିଟରେ ଏହା ୧.୭୧ କୋଟି ଟଙ୍କାକୁ ହ୍ରାସ କରାଯାଇଥିଲା। ତଦନ୍ତକାରୀ ସଂସ୍ଥା ମଧ୍ୟ ୧.୭୧ କୋଟି ଟଙ୍କାର ପ୍ରମାଣ ସଂଗ୍ରହ କରିବାରେ ବିଫଳ ହୋଇଛି।

ସିବିଆଇ ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଦ୍ୱାରା ପଞ୍ଜୀକୃତ ହୋଇଥିବା ମାମଲାଗୁଡ଼ିକରେ କୌଣସି ସତ୍ୟାସତ୍ୟ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ସେ କହିଛନ୍ତି ଯେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ମଧ୍ୟ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି, କିନ୍ତୁ ଏହି ଅଭିଯୋଗର ତଦନ୍ତ ପାଇଁ ଚାନ୍ଦିୱାଲ କମିଶନଙ୍କ ସମ୍ମୁଖରେ ସେ ହାଜର ହୋଇନାହାଁନ୍ତି।

ଏହି ସମ୍ମିଳନୀରେ ଅନିଲ ଦେଶମୁଖ ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, ଯେତେବେଳେ ମୁଁ ଜେଲରେ ଥିଲି, ସେତେବେଳେ ମୋ ପାଖକୁ ଏକ ଅଫର ଆସିଥିଲା, ଯାହାକୁ ମୁଁ ପ୍ରତ୍ୟାଖ୍ୟାନ କରିଥିଲି। ଯଦି ମୁଁ ସେହି ଅଫରକୁ ଗ୍ରହଣ କରିଥା’ନ୍ତି, ତେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମହାଭିକାଶ ଆଘାଡି ନେତୃତ୍ୱାଧୀନ ସରକାରଙ୍କର ଅଢ଼େଇ ବର୍ଷ ପୂର୍ବରୁ ପତନ ଘଟିଥାନ୍ତା। ମତେ ମୁକ୍ତ ମଧ୍ୟ କରାଯାଇଥାନ୍ତା। କିନ୍ତୁ ମୁଁ ନ୍ୟାୟ ଉପରେ ବିଶ୍ୱାସ କରେ। ତେଣୁ ମୁଁ ମୁକ୍ତ ହେବାକୁ ଅପେକ୍ଷା କଲି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri