Posted inଜାତୀୟ

୨୪ ଘଣ୍ଟା ମଧ୍ୟରେ ହଟାଇବାକୁ ପଡ଼ିବ ଆପତ୍ତିଜନକ କଣ୍ଟେ‌ଣ୍ଟ

ନୂଆଦିଲ୍ଲୀ,୨୫।୨: ଅଭିଯୋଗ ମିଳିବାର ୨୪ ଘଣ୍ଟା ମଧ୍ୟରେ ସୋସିଆଲ ମିଡ଼ିଆରୁ ଆପତ୍ତିଜନକ କଣ୍ଟେଟ୍‌ ହଟାଇବାକୁ ପଡ଼ିବ। ଏନେଇ ଭାରତ ସରକାରଙ୍କ ପକ୍ଷରୁ ସୋସିଆଲ ମିଡ଼ିଆ ଏବଂ ଓଟିଟି (ଓଭର ଦ ଟପ୍‌) ପ୍ଲାଟଫର୍ମ ପାଇଁ ଗୁରୁବାର ମାର୍ଗଦର୍ଶିକା ଜାରି କରିଛନ୍ତି। ଏସମ୍ପର୍କିତ ସୂଚନା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡ୍‌କର ଏବଂ ରବିଶଙ୍କର ପ୍ରସାଦ ଏକ ଗଣମାଧ୍ୟମ ପ୍ରତିନିଧି ସମ୍ମିଳନୀରେ ପ୍ରଦାନ କରିଛନ୍ତି। ନୂଆ ମାର୍ଗଦର୍ଶିକା ୩ ମାସ ମଧ୍ୟରେ ଲାଗୁ କରାଯିବାର ଯୋଜନା ହୋଇଛି। ଭାରତରେ ସୋସିଆଲ ମିଡ଼ିଆ କମ୍ପାନୀଙ୍କୁ କାରବାର ଲାଗି ସ୍ବାଗତ କରାଯାଉଛି। ସମାଲୋଚନା ପାଇଁ ସରକାର ପ୍ରସ୍ତୁତ। ତେବେ ଅଭିଯୋଗକୁ ମଧ୍ୟ ଗୁରୁତ୍ୱଦେବାର ଆବଶ୍ୟକତା ରହିଥିବା ରବିଶଙ୍କର ପ୍ରସାଦ କହିଛନ୍ତି। ଭାରତରେ ହ୍ବାଟସ୍‌ଆପ୍‌ର ୫୩ କୋଟି ୟୁଜର ଥିବାବେଳେ ଫେସବୁକ୍‌ ୟୁଜରଙ୍କ ସଂଖ୍ୟା ୪୦ କୋଟିରୁ ଅଧିକ ରହିଛି। ସେହିପରି ଟୁଇଟରରେ ଏକ କୋଟିରୁ ଅଧିକ ୟୁଜର ରହିଛନ୍ତି। ଦେଶରେ ସୋସିଆଲ୍‌ ମିଡ଼ିଆର ବ୍ୟବହାର ବଢୁଛି। ଏପରିସ୍ଥଳେ ଆପତ୍ତିଜନକ କଣ୍ଟେଟ୍‌ ନେଇ ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି ରବିଶଙ୍କର କହିଛନ୍ତି। ସୋସିଆଲ ମିଡ଼ିଆ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ମାର୍ଗଦର୍ଶିକା ଜାରି ହେବା ନେଇ ପ୍ରକାଶ ଜାଭେଡ୍‌କର କହିଛନ୍ତି ଯେ, ଏବେ ଏସବୁ ଫ୍ଲାଟଫର୍ମକୁ ସେମାନଙ୍କର କାର୍ଯ୍ୟର ସୂଚନା ଦେବାକୁ ପଡ଼ିବ। ଏହା ସହିତ ସେଲ୍ଫ ରେଗୁଲେଶନ ମଧ୍ୟ ଲାଗୁ କରିବାକୁ ପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମ୍‌କୋର୍ଟଙ୍କ ବଡ଼ ନିଷ୍ପତ୍ତି: ରାଜ୍ୟର ଅନୁମତି ବିନା ହେବନି ସିବିଆଇ ଯାଞ୍ଚ୍‌

ନୂଆଦିଲ୍ଲୀ,୧୯।୧୧: ସିବିଆଇ ଯାଞ୍ଚ୍‌ ନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଗୁରୁବାର ବଡ଼ ନିଷ୍ପତ୍ତିି ନିଆଯାଇଛି। ଏଣିକି ରାଜ୍ୟର ବିନା ଅନୁମତିରେ କୌଣସି ସିବିଆଇ ଯାଞ୍ଚ ହୋଇପାରିବ ନାହିଁ।...

ଭାରତ ଯୋଡୋ ଯାତ୍ରାରେ ଯୋଗଦେଲେ ରିୟା ସେନ…

ମୁମ୍ବାଇ,୧୭।୧୧ : ଅନ୍ୟ ଜଣେ ବଲିଉଡ ଅଭିନେତ୍ରୀ କଂଗ୍ରେସର ଭାରତ ଯୋଡା ଯାତ୍ରାରେ ଯୋଗ ଦେଇଛନ୍ତି। ଅଭିନେତ୍ରୀ ରିୟା ସେନ ଗୁରୁବାର ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ...

ପୁଣେରେ ଜିକା ଭାଇରସ

ପୁଣେ,୨ ।୧୨: ମହାରାଷ୍ଟ୍ର ପୁଣେରେ ଜିକା ଭାଇରସ ସଂକ୍ରମିତ ଜଣେ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ୧୬ନଭେମ୍ବର ଜ୍ୱର, କାଶ, ଆଣ୍ଠିଗଣ୍ଠି ଦରଜ ହେବା ଅଭିଯୋଗ...

ରାଜୌରୀରେ ମୋଦି: ଯବାନଙ୍କ ସହିତ ପାଳିଲେ ଦୀପାବଳି

ଶ୍ରୀନଗର,୨୭।୧୦: ଜମ୍ମୁ-କଶ୍ମୀର ରାଜୌରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଯବାନଙ୍କ ସହିତ ଦୀପାବଳି ପାଳନ କରିଛନ୍ତି। ଗତ ୬ ବର୍ଷ ଧରି ମୋଦି ଲଗାତାର ଯବାନମାନଙ୍କ...

ଭିନ୍ନମତ ଦେଶଦ୍ରୋହ ନୁହେଁ

ନୂଆଦିଲ୍ଲୀ,୪ା୩(ପି.ଟି.): ସରକାରଙ୍କ ଆଭିମୁଖ୍ୟଠାରୁ ଭିନ୍ନମତ ପୋଷଣ କରିବା ଦେଶଦ୍ରୋହ ପଦବାଚ୍ୟ ହେବ ନାହିଁ ବୋଲି ବୁଧବାର ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌...

ପ୍ରତିରାଜ୍ୟରେ ପ୍ରତିଷ୍ଠା ହେବ ଏମ୍ସ୍‌: ବୃଦ୍ଧି ହେବ ୧୦,୦୦୦ ପିଜି ମେଡ଼ିକାଲ ସିଟ୍‌

ଋଷିକେଶ, ୧୪।୩: ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଦେଶର ପ୍ରତିରାଜ୍ୟରେ ଏମ୍ସ୍‌ ପ୍ରତିଷ୍ଠା ହେବ। ସେହିପରି ଆଗାମୀ ଦିନରେ ପିଜି ମେଡ଼ିକାଲ ସିଟ୍‌ରେ...

୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବେଟିଂ ବଜାର ସରଗରମ, ଉତ୍ତରପ୍ରଦେଶ ଉପରେ ଅଧିକ-ପଞ୍ଜାବ ଦ୍ୱିତୀୟ ସ୍ଥାନରେ…

ନୂଆଦିଲ୍ଲୀ, ୯।୨ : ଫେବୃୟାରୀ ୧୦ରୁ ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ଆଦି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ...

ଶ୍ରୀଲଙ୍କା ଭଳି ପରିସ୍ଥିତିକୁ ସାମ୍ନା କରିବାକୁ ପଡିବ ମୋଦିଙ୍କୁ: ଟିଏମସି ବିଧାୟକ

କୋଲକାତା,୧୦ ।୭: ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ବେଳକୁ ବେଳ ଖରାପ ହେବାରେ ଲାଗିଛି । ଏବେ ପରିସ୍ଥିତି ଏପରି ହୋଇଛି ଯେ ଶେଷକୁ ରାଷ୍ଟ୍ରପତିଙ୍କୁ ଅଣ୍ଡରଗ୍ରାଉଣ୍ଡ...

Advertisement
Archives

Model This Week