Posted inଖେଳ

ଓଏଫ୍‌ସିର ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ

ଭୁବନେଶ୍ୱର,୭୨ (ସ୍ପୋଟର୍‌ସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ୍‌ ସୁପର ଲିଗ୍‌ର ଏକ ମ୍ୟାଚ୍‌ରେ ଏଫ୍‌ସି ଗୋଆ ସହିତ ପଏଣ୍ଟ ବାଣ୍ଟିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। କଡା ସଂଘର୍ଷପୂର୍ଣ୍ଣ ମ୍ୟାଚଟି ୧-୧ରେ ଅମୀମାଂସିତ ରହିଥିଲା। ମ୍ୟାଚର ଅନ୍ତିମ ୩୦ ମିନିଟ ଓଏଫ୍‌ସି ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିଥିବା ବେଳେ ଦଳର ଡିଫେଣ୍ଡର ଓ ଗୋଲକିପର ଚମତ୍କାର ଖେଳ ପ୍ରଦର୍ଶନ କରି ୧ ପଏଣ୍ଟ ହାସଲ କରିବା ସହିତ ପ୍ଲେ ଅଫ୍‌ ଆଶା ଉଜ୍ଜୀବିତ ରଖିଛନ୍ତି। ଦଳ ସପ୍ତମ ସ୍ଥାନରେ ରହିଥିବା ବେଳେ ହାତରେ ଆହୁରି ୩ ମ୍ୟାଚ ରହିଥିବା ବେଳେ ପ୍ଲେ ଅଫ୍‌ ଆଶା ଉଜ୍ଜିବୀତ ରହିଛି।
ପ୍ଲେ ଅଫ୍‌ ପାଇଁ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ୪-୩-୩ କମ୍ବିନେଶନ ସହିତ ଉଭୟ ଦଳ ପଡିଆକୁ ଓହ୍ଲାଇଥିଲେ। ଓଏଫ୍‌ସି ଟସ୍‌ ଜିତିବା ସହିତ ପ୍ରଥମେ ଖେଳ ଆରମ୍ଭ କରିଥିଲା। ମ୍ୟାଚର ଦ୍ୱିତୀୟ ମିନିଟରେ ଗୋଲ ସ୍କୋର କରିବା ସହିତ ଗୋଆକୁ ଅଗ୍ରଣୀ କରିଥିଲେ ନୋଆ ଅଲି ସଦାଓଓ୍ବୀ। ଓଏଫ୍‌ସି ମିଡଫିଲ୍ଡରଙ୍କ ତ୍ରୁଟିରୁ ଫାଇଦା ଉଠାଇ ଆଲଭେରୋ ଗାର୍ସିଆ ଭାଜକ୍ୱେଜଙ୍କ ପାଶ୍‌ କରିଥିଲେ। ଲେଫ୍ଟ କର୍ନରରୁ ଅମରିନ୍ଦର ସିଂଙ୍କୁ ପରାସ୍ତ କରି ଗୋଲ ସ୍କୋର କରିଥିଲେ ନୋଆ ଅଲି। ୪୩ ତମ ମିନିଟରେ ଓଏଫ୍‌ସିର ଡିଏଗୋ ମରିସିଓ ଏହି ଗୋଲଟିକୁ ପରିଶୋଧ କରିଥିଲେ। ଗୋଆ ଅଧିନାୟକ ବ୍ରାଣ୍ଡନ ଫର୍ନାଣ୍ଡେସ ଓଏଫ୍‌ସି ମିଡଫିଲ୍ଡର ଆଇଜାକ ଭନଲାଲରୁଆଟଫେଲ୍ଲାଙ୍କୁ ଧକ୍କା ଦେବାରୁ ଓଏଫ୍‌ସିକୁ ଏକ ଫ୍ରି କିକ୍‌ ମିଳିଥିଲା। ଡିଏଗୋ ମରିସିଓ ଏହି ଫ୍ରି କିକ୍‌ରୁ ଗୋଲ ସ୍କୋର କରିବା ସହିତ ମ୍ୟାଚକୁ ସମାନ୍ତର ସ୍ଥିତିକୁ ଆଣିଥିଲେ। ପ୍ରଥମାର୍ଦ୍ଧ ୧-୧ରେ ଶେଷ ହେବା ପରେ ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ଆକ୍ରମଣାତ୍ମକ ଆରମ୍ଭ କରିଥିଲେ। ତେବେ ମ୍ୟାଚର ୬୭ ତମ ମିନିଟରେ ଓଡ଼ିଶାର ସାହିଲ ପନଓ୍ବରଙ୍କୁ ମିଳିଥିଲା ରେଡକାର୍ଡ। ପଛଆଡୁ ଟ୍ୟାକେଲ ପ୍ରୟାସରେ ସାହିଲ ମ୍ୟାଚର ଦ୍ୱିତୀୟ ୟେଲୋ କାର୍ଡ ପାଇ ପଡିଆ ଛାଡିଥିଲେ। ପ୍ରଥମାର୍ଦ୍ଧରେ ଓଏଫ୍‌ସି ୫୧% ସମୟ ବଲ ନିୟନ୍ତ୍ରଣରେ ରଖିଥିବା ବେଳେ ଦ୍ୱିତୀୟାର୍ଦ୍ଧ ଶେଷ ସୁଦ୍ଧା ଏହା ୪୦%ରେ ପହଞ୍ଚିଥିଲା। ୮୦ ଓ ୮୯ ତମ ମିନିଟରେ ହର୍ନାନ ସାଣ୍ଟାନାଙ୍କ ଦୁଇଟି ପ୍ରୟାସକୁ ନିଷ୍ଫଳ କରିବା ସହିତ ଓଏଫ୍‌ସି ଏକ ପଏଣ୍ଟ ହାସଲ କରିଥିଲା। ଏହି ମ୍ୟାଚ ସହିତ ଓଏଫ୍‌ସି ୧୭ ମ୍ୟାଚରୁ ୨୪ ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri