୧୫୦ କହି ୫୦ ଷ୍ଟଲ ନିର୍ମାଣ

ଯାଜପୁର ଅଫିସ,୭ା୨:ବ୍ୟାସ ସରୋବର ମହୋତ୍ସବ ଏଥର ଛିନଭିନ ହୋଇଯାଇଛି। ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ମାମଲା ଆଳରେ ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ଗୁପ୍ତ ଗଙ୍ଗା ସମ୍ମୁଖ ମହୋତ୍ସବ ପଡିଆକୁ ଚଳିତ ବର୍ଷ ବାଦ୍‌ ଦିଆଯାଇଛି। ସେଠାରୁ ପ୍ରାୟ ଅଧ କିଲୋମିଟର ଆଗକୁ ୩୩ କେଭି ବିଦ୍ୟୁତ ଲାଇନ ତଳେ ଏବଂ ରେଲୱେ କଡ଼ରେ ଏହି ପ୍ରାଚୀନ ମହୋତ୍ସବ ହେଉଛି। ଏଥିପାଇଁ ପ୍ରାୟ ୪ ବର୍ଷ ତଳେ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲାବେଳେ ଏଥର ତାହା ୩୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ବ୍ୟାସନଗର ପୌର ପରିଷଦ ପକ୍ଷରୁ ବିଜ୍ଞପ୍ତିରେ ୧୫୦ ଷ୍ଟଲ ଖୋଲାଯିବା ପାଇଁ ଘୋଷଣା ହୋଇଥିଲାବେଳେ ମାତ୍ର ୫୦ଟି ଷ୍ଟଲ ନିର୍ମାଣ ହୋଇଛି। ସୋମବାର ପର୍ଯ୍ୟନ୍ତ ସେଥିରୁ ମାତ୍ର ୨୦ଟି ଷ୍ଟଲରେ ଦୋକାନ ହୋଇଥିବାବେଳେ ବାକି ଖାଲି ପଡିଛି। ନୂତନ ମହୋତ୍ସବ ପଡ଼ିିଆକୁ ଯିବାକୁ ହେଲେ ଲୋକେ ରାସ୍ତାରେ ଧୂଳିଧୁଆଁରେ ଅତିଷ୍ଠ ହୋଇ ପଡୁଛନ୍ତି। ନୂତନ ପୌର ପରିଷଦ ଗଠନ ହେବା ପରେ କେବଳ ନିଜ ସ୍ବାର୍ଥକୁ ଅଧିକ ଗୁରୁତ୍ୱ ଦେଇ ପ୍ରାଚୀନ ପରମ୍ପରାକୁ ପାଦତଳେ ଚାପି ଦିଆଯାଉଛି ବୋଲି ମତପ୍ରକାଶ ପାଇଛି।
ବ୍ୟାସନଗର ସହରର ବିକାଶ, ପରିମଳ ବ୍ୟବସ୍ଥା ଏବଂ ସର୍ବୋପରି ମେଳା ମହୋତ୍ସବକୁ ଗତିଶୀଳ କରାଯିବାକୁ ପ୍ରତିଶ୍ରୁତି ଦେଇ ବିଜେଡି ଗତ ୨ ପୌର ନିର୍ବାଚନରେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ବଳରେ କ୍ଷମତାସୀନ ହୋଇ ଆସୁଛି। କିନ୍ତୁ ତାହାର ଓଲଟା ଦେଖିବାକୁ ମିଳିଛି। ଏଥିପାଇଁ ବିବାଦ ତେଜି ପୌରାଧ୍ୟକ୍ଷା ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ ଫିଙ୍ଗା ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ସରକାରୀ ବାବୁଙ୍କୁ ଦାୟୀ କରାଯାଇ ତାଙ୍କୁ ଏଠାରୁ ବଦଳି ହୋଇଥିଲା। ଏବେ ସରୋବର ମହୋତ୍ସବରେ ବ୍ୟାପକ ଅବ୍ୟବସ୍ଥା ପୁଣି ପୌରପରିଷଦ କର୍ତ୍ତୃପକ୍ଷଙ୍କୁ ଅନିୟମିତତା ଆଡ଼କୁ ଟାଣି ଆଣିଛି। ଗତ ୧ ତାରିଖଠାରୁ ବ୍ୟାସସରୋବର ମହୋତ୍ସବ ଆରମ୍ଭ ହୋଇଛି ଏବଂ ଏହା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଏହି କାର୍ଯ୍ୟକ୍ରମରେ କୌଣସି ସୁନାମଧନ୍ୟ କଳାକାରଙ୍କୁ ଡକାଯାଇ ପାରିନାହିଁ। ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ମହୋତ୍ସବ ନାମକୁ ମାତ୍ର ହେଉଛି। ଅନ୍ୟପକ୍ଷେ କଳିଙ୍ଗନଗର ମହୋତ୍ସବ ଏବଂ ଯାଜପୁର ଜିଲା ମହୋତ୍ସବରେ ବଲିଉଡ ଏବଂ ଓଲିଉଡ କଳାକାରମାନଙ୍କ ସମାଗମ ହେବାକୁ ଯାଉଛି। ଏଭଳିସ୍ଥିତିରେ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୌରପରିଷଦ ପକ୍ଷରୁ ପୂର୍ବରୁ ଜାରି ବିଜ୍ଞପ୍ତି ଅନୁସାରେ ରାଜ୍ୟର ବହୁ ବରିଷ୍ଠ ନେତା, ପ୍ରଶାସକ ଓ ସୁନାମଧନ୍ୟ ବ୍ୟକ୍ତିବିଶେଷ ଅତିଥି ଭାବେ ଯୋଗଦେବେ ବୋଲି ଦର୍ଶାଯାଇଥିଲା। ଏହାସହ ୫ ତାରିଖରୁ ପ୍ରତ୍ୟେକ ସନ୍ଧ୍ୟାରେ ବଲିଉଡ ସଙ୍ଗୀତ ଜଗତରେ ଚହଳ ସୃଷ୍ଟି କରିଥିବା ଗାୟକ ହେମନ୍ତ ବ୍ରିଜବାସୀଙ୍କ ସମେତ ଅଭିଷେକ ସିହ୍ନା, ଅରିନ୍ଦମ ଚକ୍ରବର୍ତ୍ତୀ, ତାରିକ ଅଜିଜ୍‌, ସର୍ମିଷ୍ଠା ସରକାର, ସତ୍ୟଜିତ ପ୍ରଧାନ, ଜେସିକା, ସୌମ୍ୟଜିତ, ଭାଗ୍ୟଶ୍ରୀ, ସୋନମ, ସୃତି ଭଳି କଳାକାରଙ୍କୁ ଦେଖିବାକୁ ମିଳିବ ବୋଲି କୁହାଯାଇଥିଲା। ହେଲେ ମେଳାକୁ ୬ ଦିନ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ସାଂସ୍କୃତିକ ପେଣ୍ଡାଲ ଖାଁ ଖାଁ ହୋଇଛି। ଏଥିଯୋଗୁ ଦର୍ଶକ ଏବଂ ଭକ୍ତଙ୍କ ମଧ୍ୟରେ ପୌର ପରିଷଦର କାର୍ଯ୍ୟ ଦକ୍ଷତା ଏବଂ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅନ୍ୟପକ୍ଷେ ହସ୍ତତନ୍ତ, ହସ୍ତକଳା, ହସ୍ତଶିଳ୍ପର ବଜାର ଏବଂ ଘରକରଣା ସାମଗ୍ରୀଠାରୁ ପାରମ୍ପରିକ ବସ୍ତ୍ରର ସମ୍ଭାର ଲାଗିବ ବୋଲି ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପାଣିର ଗାର ହୋଇଛି। ପରିମଳ ସହ ରାସ୍ତାଘାଟ ଏବଂ ଡ୍ରେନ ନିର୍ମାଣରେ ହେଉଥିବା ପିସି ଆଦାୟଏହି ମହୋତ୍ସବରେ ବି ଲାଗୁ ହେବ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ପୌର ପରିଷଦର ନିର୍ବାହୀ ଅଧିକାରୀ ବିକ୍ରମ କୁମାର ମଲ୍ଲିକଙ୍କ ମତାମତ ନେବାକୁ ତାଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri