ଓଡ଼ିଶୀ ନୃତ୍ୟ ଦେଇଛି ପରିଚୟ

କୌଣସି କାର୍ଯ୍ୟ ପ୍ରତି ଉତ୍ସାହ ଏବଂ ଏହାକୁ ନେଇ ନିଜର ପରିଚୟ ସୃଷ୍ଟି କରିବାର ଆଶା ଯେ ମଣିଷକୁ ସଫଳତା ଆଡ଼କୁ ବାଟ କଢ଼ାଇନିଏ ଏକଥା ପ୍ରମାଣିତ ହୋଇଛି ତାଙ୍କ କ୍ଷେତ୍ରରେ। ପିଲା ବେଳୁ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ହେବାକୁ ନେଇ ତାଙ୍କର ଥିବା ସ୍ବପ୍ନକୁ ସେ ନିଜ ନିଷ୍ଠା ଓ ପ୍ରଚେଷ୍ଟା ବଳରେ ସାକାର କରିପାରିଛନ୍ତି। ଆଉ ଶ୍ରୀକ୍ଷେତ୍ରରେ ଜଣେ ଯୁବ ନୃତ୍ୟଶିଳ୍ପୀ ଭାବେ ସୃଷ୍ଟି କରିପାରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ। ସେ ହେଉଛନ୍ତି ପୁରୀ ବାଲି ସାହିରେ ରହୁଥିବା ଉଷାରାଣୀ ଏବଂ ଅର୍ଦ୍ଧେନ୍ଦୁ ମହାନ୍ତିଙ୍କ ଝିଅ ଅନିମା। ପିଲାବେଳୁ ଓଡ଼ିଶାର ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଗୁରୁମାନଙ୍କ ନୃତ୍ୟ ଦେଖି ତାଙ୍କ ମନରେ ଏଥିପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। ବାପାମାଆଙ୍କ ପ୍ରେରଣା ଓ ଉତ୍ସାହ ତାଙ୍କୁ ଏ କ୍ଷେତ୍ରରେ ପାଦ ଥାପିବାରେ ସାହାଯ୍ୟ କଲା। କାଳକ୍ରମେ ଗୁରୁ ସାଗରିକା ମହାପାତ୍ର, ନାରାୟଣ ପାଣ୍ଡେ, ଅଶୋକ ଦାସ ଏବଂ ସୁରଜିତ ମହାପାତ୍ରଙ୍କ ଭଳି ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟ ଗୁରୁଙ୍କ ନିକଟରେ ଶିକ୍ଷାଲାଭ କରି ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ନିଜ ପରିଚୟ ସୃଷ୍ଟି କରିବାରେ ସଫଳ ହେଲେ। ପୁରୀର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କ ନୂପୁରର ରୁଣୁଝୁଣୁ ଝଙ୍କାର ଦେଖିବାକୁ ମିଳେ। କଳା, ସଂସ୍କୃତି ପ୍ରତି ବିଶେଷ ରୁଚି ରଖୁଥିବା ଅନିମା କମ୍ପୁଟର ସାଇନ୍ସରେ ଏମ୍‌.ଏସ୍‌ସି କରି ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ କମ୍ପୁଟର ବିଭାଗରେ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତିି। ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ସେ ପ୍ରୟାଗ ଆଲ୍ଲାହାବାଦରୁ ନୃତ୍ୟ ବିଶାରଦ କରିଛନ୍ତି। କଲେଜରେ ପାଠପଢ଼ା ସହିତ ସେ ନୃତ୍ୟଶିକ୍ଷା ଜାରି ରଖିଛନ୍ତି। ଶ୍ରୀକ୍ଷେତ୍ରର ବିଭିନ୍ନ ସାଂସ୍କୃତିକ ମଞ୍ଚରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ନୃତ୍ୟ ପରିବେଷଣ ସହ ବହୁ ପୁରସ୍କାର ଓ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି। କଟକ କଳାବିକାଶ କେନ୍ଦ୍ର, କୁମାର ଉତ୍ସବ, ଗ୍ଲୋରୀ ଫେଷ୍ଟ, ଓଡ଼ିଶା ଆଦର୍ଶ ଆୱାର୍ଡ, ପୁରୀ ସାମ୍ବାଦିକ ସଂଘ ପକ୍ଷରୁ ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ସମ୍ମାନିତ ହୋଇଛନ୍ତି। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଦଳଗତ, ଏକକ ଏବଂ ଲୋକନୃତ୍ୟ ପରିବେଷଣ କରିଛନ୍ତି। ଭବିଷ୍ୟତରେ ଜଣେ ଭଲ ଓଡ଼ିଶୀ ନୃତ୍ୟଶିଳ୍ପୀ ହେବାକୁ ଆଶା ରଖିଥିବା ଅନିମା ଓଡ଼ିଶୀ ନୃତ୍ୟ ପ୍ରତି ଆଗ୍ରହ ରଖୁଥିବା ପିଲାଙ୍କୁ ପ୍ରୋତ୍ସାହିତ ମଧ୍ୟ କରୁଛନ୍ତି।
– ପ୍ରଭାତ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri