ବଦଳୁଛି ଓଡ଼ିଶାର ରାପ୍‌ କଲ୍‌ଚର୍‌

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ପ୍ରଥମ ଓଡ଼ିଆ ରାପ୍‌ ଗୀତ ‘ମୁଁ ହେଲି ଓଡ଼ିଆ’ କରି ଇଣ୍ଟରନେଟ୍‌ରେ ଚହଳ ସୃଷ୍ଟି କରିଥିଲେ ପୁରୀ ଜନ୍ମିତ ସମୀର ରିଶୁ ମହାନ୍ତି ଓରଫ ବିଗ୍‌ ଡିଲ୍‌। ଜାତୀୟସ୍ତରରେ ରାପ୍‌ ଜଗତରେ ଜଣେ ଚର୍ଚ୍ଚିତ ଚେହେରା ପାଲଟିଥିବା ସମୀର ଜନ୍ମମାଟି ପାଇଁ ଏକାଧିକ ଓଡ଼ିଆ ରାପ୍‌ ତିଆରି କରି ଓଡ଼ିଶାର ରାପ୍‌ କଲ୍‌ଚର୍‌କୁ ଏକ ନୂଆ ଦିଶା ଦେଇଥିଲେ। ପୂର୍ବରୁ ପଛଘୁଞ୍ଚା ଦେଉଥିବା ଯୁବପିଢି ଧୀରେ ଧୀରେ ଆଗକୁ ଆସି ୟୁଟ୍ୟୁବ୍‌, ଫେସ୍‌ବୁକ୍‌ ଭଳି ଡିଜିଟାଲ ପ୍ଲାଟ୍‌ଫର୍ମରେ ‘ଓଡ଼ିଆ ରାପ୍‌’ର ଉପସ୍ଥିତିକୁ ସୁଦୃଢ କରିଥିଲେ। ରାପର୍‌ ଜେନେସିସ୍‌, ରାପର୍‌ ଏସ୍‌କେପ୍‌, ଏମ୍‌ସି ଟୋର୍‌ଙ୍କ ଭଳି ଯୁବ ରାପର୍‌ମାନେ ଓଡ଼ିଆରେ ରାପ୍‌ କରି ଲୋକପ୍ରିୟ ହୋଇଛନ୍ତି। ସେହିଭଳି କ୍ରିଷ୍ଣା ମିସ୍ତ୍ରୀ ତଥା ର଼୍ୟାପର୍‌ ଉସ୍ତାଦ୍‌, ବିଶ୍ୱଜିତ ଓଝା ଓରଫ ଛୋଟ ଓଝା, ଦୁର୍ଗା ପ୍ରସାଦ ଜେନା ତଥା ମିଷ୍ଟର୍‌ ଡି, ସ୍ବରୂପ ଦାସ ଓରଫ ସେରା, ଅଂଶୁମାନ ସେନାପତି ଓରଫ ର଼୍ୟାପର୍‌ ଅଂଶ, ବ୍ରିଜନାଥ ଚୌଧୁରୀ ଓରଫ ବ୍ରି ଜେ, ଶୁଭମ ଓରଫ ସାଢେ ୭ ଓ ଏମ୍‌ସି ଟୋର୍‌ଙ୍କ ଭଳି ୮ଜଣ ର଼୍ୟାପର୍‌ ମିଶି ନିକଟରେ ‘ଉତ୍କଳ ସାଇଫର୍‌’ ନାମକ ଓଡ଼ିଆ ର଼୍ୟାପ୍‌ ଭିଡ଼ିଓ କରି ଚର୍ଚ୍ଚାକୁ ଆସିଥିଲେ। ରାଜ୍ୟ ବାହାରେ ରହି କାମ କରୁଥିବା କଳାହାଣ୍ଡି ଜିଲାର ଦୁଳେଶ୍ୱର ତାଣ୍ଡି ଓରଫ ରାପର୍‌ ଡ୍ୟୁଲ୍‌ ରକର୍‌ ନିକଟରେ ନିଜ ରାପ୍‌ ମାଧ୍ୟମରେ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ପାଲଟିଛନ୍ତି। ବହୁ ବଡ଼ ବଡ଼ ବଲିଉଡ୍‌ ସେଲିବ୍ରିଟି ଓ ମ୍ୟୁଜିକ୍‌ କମ୍ପୋଜର୍‌ ତାଙ୍କ ରାପ୍‌ ମାୟାରେ ପଡ଼ିଛନ୍ତି। ସେହିଭଳି ଏବେ ଆଉଜଣେ ଓଡ଼ିଆ ନିଜ ଶବ୍ଦ ପ୍ରହାର ପାଇଁ ୟୁଟ୍ୟୁବ୍‌ରେ ଲୋକପ୍ରିୟ ହୋଇଛନ୍ତି।
ଅଭିନବ ସିଂ ଓରଫ ରାପର୍‌ ଜଗରନଟ୍‌। କଟକର ଏହି ଯୁବ ରାପର ନିଜ ରାପ୍‌ ମାଧ୍ୟମରେ କେବଳ ଓଡ଼ିଶାର ରାପ୍‌ କଲ୍‌ଚର ପାଇଁ ଏକ ନୂଆ ଆଶା ସୃଷ୍ଟି କରିନାହାନ୍ତି, ବରଂ ଏହା ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟର ପ୍ରଚାର ପ୍ରସାର କରୁଛନ୍ତି। ‘ଅର୍ବାନ୍‌ ଲୋଫର୍‌’ ବ୍ୟାନରରେ ପ୍ରସ୍ତୁତ ‘ଶବ୍ଦ ପ୍ରହାର’ ନାମକ ରାପ୍‌କୁ ଅଭିନବଙ୍କ ସହ ରାପର୍‌ ଏମ୍‌ସି ଟୋର୍‌ ଓରଫ ତନ୍ମୟ ସାହୁ ଲେଖିବା ସହ ଉଭୟ ଏହି ଗୀତରେ ଅଭିନୟ କରିଛନ୍ତି। ବର୍ତ୍ତମାନର କରୋନା ସଂକଟ ସମୟରେ ବଢୁଥିବା ଆତ୍ମହତ୍ୟା ଘଟଣାକୁ ଉଭୟ ତାଙ୍କ ରାପ୍‌ରେ ରୋକିବାକୁ ଚେଷ୍ଟା କରିଛନ୍ତି। କୋଭିଡ୍‌ ସମୟରେ ଲୋକଙ୍କୁ ସାହସ ଓ ଶକ୍ତି ଦେବା ଏବଂ ପାଖରେ ଯାହା ଅଛି ତାହାକୁ ନେଇ ଖୁସି ହେବାକୁ ସେମାନେ ବାର୍ତ୍ତା ଦେଇଛନ୍ତି। ଓଡ଼ିଶା ଆର୍ଟିଷ୍ଟ କନେକ୍ସନ ସହଯୋଗରେ ନିର୍ମିତ ଏହି ଭିଡିଓ ରିଲିଜ ହେବାର ମାତ୍ର ୩ ସପ୍ତାହ ମଧ୍ୟରେ ୧୯ ହଜାରରୁ ଊର୍ଦ୍ଧ୍ୱ ଭ୍ୟୁ ସାଉଣ୍ଟିଛି।
ରାପ୍‌ରେ ଓଡ଼ିଆ ସାହିତ୍ୟର ବ୍ୟବହାର ସମ୍ପର୍କରେ ଅଭିନବ କୁହନ୍ତି, ବାପା ଜଣେ ଓଡ଼ିଆ ଅଧ୍ୟାପକ ହୋଇଥିବାରୁ ତାଙ୍କ ପ୍ରଭାବ ମୋ ଉପରେ ପଡ଼ିଛି। ଇଲିଂଶ ମିଡିୟମ୍‌ରେ ପାଠ ପଢିଥିଲେ ମଧ୍ୟ ଛୋଟବେଳୁ ଓଡ଼ିଆ ସାହିତ୍ୟ ପ୍ରତି ମୋର ଆକର୍ଷଣ ରହିଆସିଛି। ତେଣୁ ଓଡ଼ିଶା ଶୈଳୀରେ ହିଁ ରାପ୍‌ କରିବାକୁ ସ୍ଥିର କରିଥିଲି। ଯଦି ଆମ ଭାଷା କଥା ଆମେ ନ କହିବା ତା’ହେଲେ ଆଉକିଏ କହିବ। ନିଜ ଜନ୍ମମାଟି, ନିଜ ଜାତି କଥା ନ କହିଲେ, କେଉଁଠି ନା କେଉଁଠି ନିଶ୍ଚିତ ଭୁଲ୍‌ କରୁଛେ ବୋଲି କହିଛନ୍ତି ଅଭିନବ। ମଧୁବାବୁଙ୍କ ‘ଉଚ୍ଚ ହେବା ପାଇଁ କର ଯଦି ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା’ ଉକ୍ତିକୁ ଅକ୍ଷରେ ଅକ୍ଷରେ ମାନିଥିବା ଏହି ଯୁବ ରାପର୍‌ ନିଜ ପ୍ରଫେଶନ ଓ ପ୍ୟାଶନକୁ ବେଶ୍‌ ଭଲଭାବେ ବାଲାନ୍ସ କରିଛନ୍ତି। ଭବିଷ୍ୟତରେ ଓଡ଼ିଶାର ରାପ୍‌ କଲ୍‌ଚରକୁ ଆଗକୁ ନେବାକୁ ଲକ୍ଷ୍ୟ ରଖିଥିବା ଅଭିନବ ଅନ୍ୟ ରାପର୍‌ମାନଙ୍କ ସହ ମିଶି ‘ଓଡ଼ିଶା ହିପ୍‌ହପ୍‌ ଫେଷ୍ଟିଭାଲ’ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ହିପ୍‌ହପ୍‌ ଡ୍ୟାନ୍ସର ଓ ରାପର୍‌ମାନଙ୍କୁ ଉତ୍କୃଷ୍ଟ ପ୍ଲାଟ୍‌ଫର୍ମ ସହ ଆଗକୁ ବଢିବାକୁ ଆର୍ଥିକ ସହାୟତା ଦେବା ଏହି ଫେଷ୍ଟିଭାଲର ମୁଖ୍ୟ ଲକ୍ଷ୍ୟ ରହିବ। ଏହାବ୍ୟତୀତ ଅଧିକରୁ ଅଧିକ ହିପ୍‌ହପ୍‌ ପାର୍ଟି ଓ ଅଣ୍ଡରଗ୍ରାଉଣ୍ଡ୍‌ ଡ୍ୟାନ୍ସ ବ୍ୟାଟଲ୍‌ ଆୟୋଜନ କରିବାକୁ ମଧ୍ୟ ଅଭିନବ ଲକ୍ଷ୍ୟ ରଖିଛନ୍ତି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri