Posted inଖେଳ

ଓଡ଼ିଶାର କିମ୍ବଦନ୍ତୀ କ୍ରୀଡ଼ାବିତ୍‌ ହେମନ୍ତ କୁମାର ପଟେଲ

ଜଣେ ଉଚ୍ଚକୋଟୀର ସ୍ପ୍ରିଣ୍ଟର ସହିତ ସଫଳ ଲଙ୍ଗଜମ୍ପର ଭାବେ ପ୍ରସିଦ୍ଧିଲାଭ କରିଥିଲେ ହେମନ୍ତ କୁମାର ପଟେଲ। ଉଭୟ ୧୦୦ମି ଦୌଡ଼ ଏବଂ ଲଙ୍ଗଜମ୍ପ ଇଭେଣ୍ଟରେ ଏକାଧିକ ଥର ରାଜ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ହେମନ୍ତ ପରବର୍ତ୍ତୀ ସମୟରେ ‘ଲଙ୍ଗଜମ୍ପ’କୁ ତାଙ୍କର ପସନ୍ଦ ଇଭେଣ୍ଟ ଭାବେ ଗ୍ରହଣ କରିଥିଲେ….

‘ଦୌଡ଼, କୁଦ’ ବିଭାଗରେ ଲମ୍ବଡିଅଁା ବା ଲଙ୍ଗଜମ୍ପ ଏକ ଆକର୍ଷଣୀୟ ଇଭେଣ୍ଟ। ସାଧାରଣତଃ ‘ସ୍ପ୍ରିଣ୍ଟିଙ୍ଗ’ର କ୍ଷିପ୍ର ବେଗ ଏବଂ ଜମ୍ପିଙ୍ଗର ଏକ୍ସପ୍ଲୋସିଭ ଶକ୍ତିର ସମନ୍ବିତ ବିନିଯୋଗରେ ଜଣେ ଆଥ୍‌ଲେଟ୍‌ ଉଚ୍ଚକୋଟୀର ଲଙ୍ଗଜମ୍ପର ହେବାରେ ସକ୍ଷମ ହୋଇଥାଏ। ବିଶ୍ୱସ୍ତରରେ ଦୁଇ ସର୍ବକାଳୀନ ଶ୍ରେଷ୍ଠ କିମ୍ବଦନ୍ତୀ ସ୍ପ୍ରିଣ୍ଟର୍ସ ମଧ୍ୟ ସମକାଳୀନ ଶ୍ରେଷ୍ଠ ଲଙ୍ଗଜମ୍ପର୍ସ ଭାବେ ପରିଚିତ। ଜଣେ ହେଲେ ଆମେରିକାର ଜେସି ଓଏନ୍ସ (୧୯୩୬ ବର୍ଲିନ ଅଲିମ୍ପିକ୍ସରେ ୧୦୦ମି, ୨୦୦ମି, ୪x୧୦୦ମି ରିଲେ ଏବଂ ଲଙ୍ଗଜମ୍ପରେ ସ୍ବର୍ଣ୍ଣପଦକ ବିଜେତା) ଏବଂ ଅନ୍ୟଜଣକ ହେଲେ କାର୍ଲ ଲୁଇସ୍‌ (୧୯୮୪ ଲସ୍‌ଏଞ୍ଜେଲ୍‌ସ ଅଲିମ୍ପିକ୍ସରେ ୧୦୦ମି, ୨୦୦ମି, ୪x୧୦୦ମି ରିଲେ ଏବଂ ଲଙ୍ଗଜମ୍ପ ସ୍ବର୍ଣ୍ଣପଦକ ବିଜେତା)। ଟ୍ରାକ୍‌ ଆଣ୍ଡ ଫିଲ୍ଡ ଇତିହାସରେ ଏହି ଦୁଇଜଣ ବିରଳ ପ୍ରତିଭାଶାଳୀ ଆଥ୍‌ଲେଟ୍‌ଙ୍କ ଅବିଶ୍ୱସନୀୟ ପ୍ରଦର୍ଶନର ସମକ୍ଷକ ହେବା ଆଉ କୌଣସି ଆଥ୍‌ଲେଟ୍‌ଙ୍କ ପକ୍ଷେ ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ।
ବିଭିନ୍ନ ସମୟରେ ଭିନ୍ନଭିନ୍ନ ସ୍ଥାନରେ ଏହିପରି ପ୍ରତିଭାଧାରୀ କ୍ରୀଡ଼ାବିତ୍‌ମାନଙ୍କ ଆବିର୍ଭାବ ହୋଇଥାଏ। ଆମ ରାଜ୍ୟରେ ମଧ୍ୟ ଯେଉଁ କେତେଜଣ କ୍ରୀଡ଼ାବିତ୍‌ ଏହିପରି ବିରଳ ପ୍ରତିଭାର ଅଧିକାରୀ ଥିଲେ ସେମାନଙ୍କ ମଧ୍ୟରେ ୫୦ ଓ ୬୦ ଦଶକରେ ଗୋଲକ ସାମଲ (ବୁଲୁ), ୭୦ ଦଶକରେ ପଞ୍ଚାନନ ଗନ୍ତାୟତ ଏବଂ ଉଷାରାଣୀ ମିଶ୍ର ପ୍ରମୁଖ ଉଭୟ ଉଚ୍ଚକୋଟୀର ସ୍ପ୍ରିଣ୍ଟର ସହିତ ସଫଳ ଲଙ୍ଗଜମ୍ପର ଭାବେ ପ୍ରସିଦ୍ଧିଲାଭ କରିଥିଲେ। ୮୦ ଦଶକରେ ଏହି ଧାରାକୁ ଆଗକୁ ବଢ଼ାଇଥିଲେ ଆଉ ଜଣେ ଅତ୍ୟନ୍ତ ପ୍ରତିଭାଧାରୀ ଆଥ୍‌ଲେଟ୍‌ ହେମନ୍ତ କୁମାର ପଟେଲ।
୧୦୦ମି ଦୌଡ଼ ଏବଂ ଲଙ୍ଗଜମ୍ପ ଇଭେଣ୍ଟରେ ଏକାଧିକ ଥର ରାଜ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ହେମନ୍ତ ପରବର୍ତ୍ତୀ ସମୟରେ ‘ଲଙ୍ଗଜମ୍ପ’କୁ ତାଙ୍କର ପସନ୍ଦ ଇଭେଣ୍ଟ ଭାବେ ଗ୍ରହଣ କରି ସେଥିରେ ଧ୍ୟାନ କେନ୍ଦ୍ରୀଭୂତ କରଥିଲେ। ୧୯୭୪ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣପଦକ ବିଜେତା, ଅଲିମ୍ପିଆନ ଏବଂ ବିଶ୍ୱସ୍ତରୀୟ ଲଙ୍ଗଜମ୍ପର ଟି.ସି. ୟୋହାନନ (୮ମିଟର ଦୂରତା ଅତିକ୍ରମ କରିବାରେ ପ୍ରଥମ ଭାରତୀୟ ଆଥଲେଟ୍‌)ଙ୍କ ପଦାଙ୍କ ଅନୁସରଣ କରି ଦେଶର ଅନ୍ୟତମ ଶ୍ରେଷ୍ଠ ଲଙ୍ଗଜମ୍ପର ଭାବେ ହେମନ୍ତ ପଟେଲ ୧୯୮୪ ପରଠାରୁ ଜାତୀୟ ସ୍ତରରେ ୮ ସ୍ବର୍ଣ୍ଣ, ୧ ରୌପ୍ୟ ଏବଂ ୧ ବ୍ରୋଞ୍ଜ ପଦକ ହାସଲ କରି ନିଆରା ସଫଳତା ପାଇଥିଲେ। ଅନ୍ତର୍ଜାତୀୟ ସ୍ତରରେ ୧୯୮୪ ସିଓଲ୍‌ଠାରେ ଅନୁଷ୍ଠିତ ଜୁନିୟର ଟ୍ରାକ୍‌ ଆଣ୍ଡ ଫିଲ୍ଡ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ସହିତ ୧୯୮୪ ଏବଂ ୧୯୮୫ରେ ଲଗାତର ଭାବେ ଭାରତକୁ ପ୍ରତିନିଧିତ୍ୱ କରି ‘ସାଫ୍‌’ କ୍ରୀଡ଼ାରେ ଲଙ୍ଗଜମ୍ପରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହା ବ୍ୟତୀତ ସେ ୧୯୯୫ରେ ରାଜ୍ୟର ପ୍ରଥମ କ୍ରୀଡ଼ାବିତ୍‌ ଭାବେ ଜାପାନର କୋବେ ସହରରେ ଅନୁଷ୍ଠିତ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଭାରତକୁ ପ୍ରତିନିଧିତ୍ୱ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଅର୍ଜନ କରିଥିଲେ।
ଏହି ପ୍ରତିଭାବାନ୍‌ ଆଥ୍‌ଲେଟ୍‌ଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପରେ ଏକ ଉପସ୍ଥାପନା…
ହକି ତାରକାଙ୍କ ଗଡ଼ ଭାବେ ସାରା ବିଶ୍ୱରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ରାଜ୍ୟର ପଶ୍ଚିମାଞ୍ଚଳ ଜିଲା ସୁନ୍ଦରଗଡ଼ର ବଡ଼ଗଁା ବ୍ଲକ ମୁଣ୍ଡା ଗଁାରେ ୧୫ ଫେବୃୟାରୀ ୧୯୬୩ ମସିହାରେ ଏକ ମଧ୍ୟବିତ୍ତ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ହେମନ୍ତ। ଗ୍ରାମାଞ୍ଚଳରେ ଅଧିକାଂଶ ଯୁବକଙ୍କ ପରି ହେମନ୍ତଙ୍କର ପ୍ରଥମ ପସନ୍ଦ ଥିଲା ଫୁଟବଲ। ଜଣେ ବିଚକ୍ଷଣ ଫରଓ୍ବାର୍ଡ ଭାବେ ସେ ବେଶ୍‌ ସୁନାମ ଅର୍ଜନ କରିଥିଲେ। ମହାବିଦ୍ୟାଳୟରେ ପଢ଼ିବା ସମୟରେ ହେମନ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ପ୍ରତିନିଧିତ୍ୱ କରି ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଭାଗ ନେଇଥିଲେ।
୧୯୮୨ରେ ହେମନ୍ତଙ୍କର କ୍ରୀଡ଼ା ଜୀବନରେ ଏକ ନିର୍ଣ୍ଣାୟକ ମୋଡ଼ ଆସିଥିଲା। ସୁନ୍ଦରଗଡ଼ ଜିଲା ବାର୍ଷିକ କ୍ରୀଡ଼ା ସମୟରେ ତାଙ୍କର ଫୁଟବଲ ଖେଳରେ ଥିବା ଦକ୍ଷତା, ସ୍ପିଡ୍‌ ଏବଂ କ୍ଷିପ୍ର ପଦଚାଳନା ସହିତ ପରିଚିତ କିଛି କର୍ମକର୍ତ୍ତା ତାଙ୍କୁ ୧୦୦ମି ଦୌଡ଼ରେ ଭାଗନେବା ପାଇଁ ପ୍ରବର୍ତ୍ତାଇଥିଲେ। ହେମନ୍ତ ୧୦୦ମି ଦୌଡ଼ରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଏବଂ ପରେ ଲଙ୍ଗଜମ୍ପ ଇଭେଣ୍ଟରେ ଭାଗନେଇ ସଫଳ ହୋଇଥିଲେ। ପରବର୍ତ୍ତୀ ବର୍ଷ କର୍ନାଟକରେ ଅନୁଷ୍ଠିତ ସର୍ବଭାରତୀୟ ଗ୍ରାମୀଣ କ୍ରୀଡ଼ାର ଲଙ୍ଗଜମ୍ପ ଇଭେଣ୍ଟରେ ୬.୪୦ମି. ଦୂରତା ଅତିକ୍ରମ କରି ସ୍ବର୍ଣ୍ଣପଦକ ଜିତିଥିଲେ।
ପ୍ରସିଦ୍ଧ କ୍ରୀଡ଼ା ପତ୍ରିକା ‘ସ୍ପୋଟର୍‌ସ ଓ୍ବାଲର୍‌ଡ’ର ପ୍ରତିଷ୍ଠିତ ସ୍ତମ୍ଭକାର ସୁଭାଷ ସରକାରଙ୍କୁ ଦେଇଥିବା ସାକ୍ଷାତ୍‌କାରରେ ହେମନ୍ତ କହିଥିଲେ,”ଅଧିକାଂଶ ଗ୍ରାମାଞ୍ଚଳ ଆଥ୍‌ଲେଟ୍‌ଙ୍କ ପରି ମୋ ପାଖରେ ସ୍ପାଇକ ନ ଥିଲେ ମଧ୍ୟ ସେ ସମୟରେ ମୋର ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ସଫଳତା ହାସଲ କଲା ପରେ ଏହି ଇଭେଣ୍ଟରେ ମନୋନିବେଶ କରିବା ପାଇଁ ସ୍ଥିର କରିଥିଲି। କିନ୍ତୁ ଘରକୁ ଫେରିଲା ପରେ ମୋତେ କୌଣସି ପ୍ରୋତ୍ସାହନ ମିଳି ନ ଥିଲା ଏବଂ ଲଙ୍ଗଜମ୍ପ ପିଟ୍‌ର ସୁବିଧା ମଧ୍ୟ ଉପଲବ୍ଧ ହୋଇ ନ ଥିଲା। ଫଳ ସ୍ବରୂପ ପୁନଶ୍ଚ ମୁଁ ମୋର ପ୍ରଥମ ପସନ୍ଦ ଫୁଟବଲ ଖେଳକୁ ଫେରିଥିଲି“।
ଦ୍ୱିତୀୟଥର ପାଇଁ ଆଥ୍‌ଲେଟିକ୍ସ (ଲଙ୍ଗଜମ୍ପ)ରେ ଥିବା ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ ପାଇଁ ହେମନ୍ତଙ୍କୁ ସୁଯୋଗ ମିଳିଲା ୧୯୮୩ରେ। ସେହିବର୍ଷ କଲିକତାଠାରେ ଅନୁଷ୍ଠିତ ଆନ୍ତଃରାଜ୍ୟ ଆଥଲେଟିକ୍‌ ମିଟ୍‌ ଭଳି ବଡ଼ ଇଭେଣ୍ଟରେ ଭାଗନେବା ପାଇଁ ରାଜ୍ୟରୁ ମନୋନୀତ ହେବା ହେମନ୍ତଙ୍କୁ ଆଉ ଥରେ ଟ୍ରାକ୍‌ ଆଣ୍ଡ ଫିଲ୍ଡକୁ ଫେରିବାକୁ ସୁଯୋଗ ଦେଇଥିଲା। ଏହି ଇଭେଣ୍ଟ ପୂର୍ବରୁ ପ୍ରଥମ ଥର ପାଇଁ କଟକଠାରେ ଆୟୋଜିତ ଏକ ୨୦ ଦିନିଆ ପ୍ରସ୍ତୁତି ଶିବିରରେ ଖ୍ୟାତନାମା କୋଚ୍‌ ସୁବାସ ଦାସ ମହାପାତ୍ରଙ୍କ ଅଧୀନରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଅଭ୍ୟାସ ଶିବିରରେ ୬.୯୦ମି ଦୂରତା ଅତିକ୍ରମ କରିଥିଲେ ମଧ୍ୟ ଶରୀର ଅସୁସ୍ଥତା କାରଣରୁ ପ୍ରତିଯୋଗିତାର ଫାଇନାଲରେ ୬.୬୪ମି ଡେଇଁ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ବମ୍ବେ ଆନ୍ତଃ ରାଜ୍ୟ ମିଟ୍‌ରେ ୭.୦୪ମି. ଲମ୍ଫ ପ୍ରଦାନ କରି ସିଓଲ ଅନ୍ତର୍ଜାତୀୟ ମିଟ୍‌ ପାଇଁ ମନୋନୀତ ହୋଇଥିଲେ ଏବଂ ସିଓଲ କନିଷ୍ଠ ଅନ୍ତର୍ଜାତୀୟ ଟ୍ରାକ୍‌ ଆଣ୍ଡ ଫିଲ୍ଡ ମିଟ୍‌ରେ ୭.୧୦ମି ଦୂରତା ଅତିକ୍ରମ କରି ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏହି ସଫଳତା ପାଇବାର ଅଳ୍ପଦିନ ପରେ କାଠମାଣ୍ଡୁରେ ଅନୁଷ୍ଠିତ ‘ସାଫ୍‌’ କ୍ରୀଡ଼ାରେ ୭.୩୩ ମିଟର ଦୂରତା ଡେଇଁ ଭାରତ ପାଇଁ ସ୍ବର୍ଣ୍ଣପଦକ ଜିତିଥିଲେ।
୮୦ ଦଶକରେ ବର୍ତ୍ତମାନ ଭଳି ଉପଲବ୍ଧ ହେଉଥିବା ଭିତ୍ତିଭୂମି, ସୁବିଧା ସୁଯୋଗ ଏବଂ ଆର୍ଥିକ ପ୍ରୋତ୍ସାହନର କୌଣସି ବ୍ୟବସ୍ଥା ନ ଥିଲେ ମଧ୍ୟ ଗ୍ରାମାଞ୍ଚଳର ଅତ୍ୟନ୍ତ ପ୍ରତିକୂଳ ଅବସ୍ଥାରୁ ଆସି ନିଜର ପରିଶ୍ରମ, ପ୍ରତିବଦ୍ଧତା ଏବଂ ଦକ୍ଷତା ବଳରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହି ବିରଳ କ୍ରୀଡ଼ା ପ୍ରତିଭାଙ୍କର ସଫଳତା ପରବର୍ତ୍ତୀ ପିଢ଼ିର କ୍ରୀଡ଼ାବିତ୍‌ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଥିବ ଏଥିରେ ସନ୍ଦେହ ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ହେମନ୍ତ ତାଙ୍କ କ୍ରୀଡ଼ା ଜୀବନର ସଫଳତା ପାଇଁ ସୁନ୍ଦରଗଡ଼ ଜିଲାର ବରିଷ୍ଠ କ୍ରୀଡ଼ା ସଂଗଠକ ଆନନ୍ଦ ଚନ୍ଦ୍ର ନାଏକ ଏବଂ ସ୍ବର୍ଗତ ବ୍ରଜମୋହନ ଧରଙ୍କ ପ୍ରେରଣାଦାୟକ ପ୍ରୋତ୍ସାହନକୁ ଶ୍ରେୟ ଦେଇଥା’ନ୍ତି। କ୍ରୀଡ଼ା କ୍ଷେତ୍ରକୁ ଜୀବନବ୍ୟାପୀ ଅବଦାନ ପାଇଁ (୨୦୦୮ ବର୍ଷ ପାଇଁ) ୨୦୧୧ରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଦ୍ୱାରା ସମ୍ମାନିତ ଏହି କ୍ରୀଡ଼ା ବ୍ୟକ୍ତିତ୍ୱଙ୍କର ମାତ୍ର ୫୧ ବର୍ଷ ବୟସରେ ୨୭ ମାର୍ଚ୍ଚ ୨୦୧୪ରେ ପରଲୋକ ହୋଇଥିଲା।

ଅଶୋକ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

ରୋଚକ ଘଟଣା: ଟିମ ଇଣ୍ଡିଆଠାରୁ ଛଡ଼ାଇ ନିଆଗଲା ଡ୍ରେସିଂ ରୁମ! ଆଫଗାନିସ୍ତାନ ସିରିଜରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚର T20 ସିରିଜ ଆସନ୍ତା ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ। ସିରିଜର ସମସ୍ତ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ…

ପ୍ରଥମ ଟି-୨୦ ବଡ଼ ଓଲଟପାଲଟ! ସାମସନ OUT, ବୈଭବ IN: ଭାରତର ପ୍ଲେଇଂ ୧୧କୁ ନେଇ ହଇଚଇ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ସେପ୍ଟେମ୍ବର ୧୩ ତାରିଖ ରବିବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚରେ ଟିମ…

DRS କ୍ରେଡିଟ୍‌ ଚୋରି ଅଭିଯୋଗ ଆଣିଲେ ଇଶାନ୍‌, ବୈଭବଙ୍କ ଜବାବରେ ଚୁପ୍‌ ହୋଇଗଲେ କ୍ୟାପଟେନ୍‌!

ନୂଆଦିଲ୍ଲୀ,୧୧।୯: ଇଶାନ କିଶନଙ୍କ ନେତୃତ୍ୱରେ ଇଷ୍ଟ ଜୋନ୍‌ ଦଲୀପ ଟ୍ରଫି ୨୦୨୬ର ଚାମ୍ପିଅନ ହୋଇଛି । ଏହି ଦଳରେ ୧୫ ବର୍ଷୀୟ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?