ଗୋଆରେ ଓଡ଼ିଆ ଯୁବକଙ୍କୁ ହତ୍ୟା

ରାଇଆ(ଗୋଆ)/ ଜୁନାଗଡ଼(ଉତ୍ତମ ଦାସ),୧୬।୪: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଗୌଡ଼ଛେଣ୍ଡିଆ ଗ୍ରାମର ଖଗେଶ୍ୱର ଶବର(୩୮) ଦିନ ମଜୁରିଆ କାମ କରିବାକୁ ଗୋଆ ଯାଇଥିଲେ। ସେଠାରେ ଏକ କମ୍ପାନୀରେ କାର୍ଯ୍ୟ କରିବା ସହ ରାଇରା ଜିଲାର ସୋନାରଓ୍ବଡୁରେ ଏକ ଭଡ଼ା ଘରେ ରହୁଥିଲେ। ତାଙ୍କ ସହିତ ଯଶୋବନ୍ତ ମାଝି(୪୩) ଏବଂ ରବି ମାଝି(୨୮) ସାଙ୍ଗ ହୋଇ ରହୁଥିଲେ। ଯଶୋବନ୍ତଙ୍କ ଘର ଗୌଡ଼ଛେଣ୍ଡିଆ ଗ୍ରାମରେ ହୋଇଥିବାବେଳେ ରବିଙ୍କ ଘର ଜୁନାଗଡ଼ ବ୍ଲକ ଝିଲିଙ୍ଗଡର ଗ୍ରାମରେ। ଗତ ଶନିବାର କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଯଶୋବନ୍ତ ଏବଂ ରବି ଉଭୟେ ମିଶି ଖଗେଶ୍ୱରଙ୍କୁ ହତ୍ୟା କରିଥିଲେ। ଖଗେଶ୍ୱରଙ୍କ ମୃତଦେହ ଭଡ଼ା ଘରେ ପଡ଼ିଥିବାବେଳେ ଉଭୟେ ଫେରାର ହୋଇଯାଇଥିଲେ। ରବିବାର ଖଗେଶ୍ୱରଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ସ୍ଥାନୀୟ ପଞ୍ଚାୟତର ସଦସ୍ୟ ପିଟର କ୍ୱାଡ୍ରୋସ୍‌ ନିକଟସ୍ଥ ମାଇନା କର୍ଟୋରିମ୍‌ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ହତ୍ୟା ଘଟଣା ପରଠାରୁ ଯଶୋବନ୍ତ ଏବଂ ରବି ଫେରାର ଥିବାରୁ ସେମାନଙ୍କ ଉପରେ ସନ୍ଦେହ କରି ଅଭିଯୋଗ ହୋଇଥିଲା। ପୋଲିସ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ୩ଟି ଟିମ୍‌ କରି ନିକଟସ୍ଥ ମାର୍‌ଗାଓ ରେଳ ଷ୍ଟେଶନ, କେଟିସି ବସ୍‌ ଷ୍ଟାଣ୍ଡ ଏବଂ ସ୍ଥାନୀୟ ଅଞ୍ଚଳରେ ଅଭିଯୁକ୍ତଙ୍କୁ ଖୋଜାଖୋଜି କରିଥିଲା। ସ୍ଥାନୀୟ ଗୋଇନ୍ଦା ରିପୋର୍ଟ ଏବଂ ଟେନାଣ୍ଟ ଭେରିଫିକେଶନ ରିପୋର୍ଟକୁ ଆଧାର କରି ପୋଲିସ ଯଶୋବନ୍ତଙ୍କୁ ମାରଗାଓ ରେଳ ଷ୍ଟେଶନରୁ ପ୍ରଥମେ ଗିରଫ କରିଥିଲା। ପରେ ତାଙ୍କ ସୂଚନା ଆଧାରରେ ରବିଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ଉଭୟଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ପଚରାଉଚରା କରାଯାଉଥିବା ପୋଲିସ ସୂଚନା ଦେଇଛି। ପ୍ରକାଶ ଯେ, ଖଗେଶ୍ୱର କିଛି ବର୍ଷ ଧରି ଗୋଆରେ କାମ କରୁଥିବାବେଳେ ଶେଷ ଥରପାଇଁ ଗତ ନଭେମ୍ବର ମାସରେ ଯାଇଥିଲେ। ତାଙ୍କର ମୃତ୍ୟୁ ଖବର ପାଇବା ପରେ ଭାଇ ଯଦୁ ଶବର ଏବଂ ଅନ୍ୟ ସମ୍ପର୍କୀୟମାନେ ଗୋଆ ଯାଇଛନ୍ତି। ଖଗେଶ୍ୱରଙ୍କ ସ୍ତ୍ରୀ ଏବଂ ୨ ପୁଅ ଗ୍ରାମରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri