୨୮୫୮ କୋଟିର ଋଣ କରିବ ଓଡ଼ିଶା

ନୂଆଦିଲ୍ଲୀ: କରୋନା ପରେ ରାଜସ୍ବ ସଂଗ୍ରହ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ର ପକ୍ଷରୁ ମିଳୁଥିବା ଜିଏସ୍‌ଟି କ୍ଷତିପୂରଣ ପାଣ୍ଠି ମଧ୍ୟ ପ୍ରଭାବିତ ସ୍ଥିତିରେ ରହିଛି। ଏହାକୁ ବିଚାର କରି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ବଜାରରୁ ଋଣ ଉଠାଇବା ଲାଗି ଅନୁମତି ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଅନୁମତି ପରେ ଓଡ଼ିଶା ଖୋଲା ବଜାରରୁ ୨୮୫୮କୋଟି ଟଙ୍କା ଅତିରିକ୍ତ ଋଣ କରିପାରିବ। ସେହିଭଳି ରାଜ୍ୟ ୧୫୩୮ କୋଟି ଟଙ୍କା ସ୍ପେଶାଲ ଓ୍ବିଣ୍ଡୋରୁ ଉଠାଇଥିବା ଅର୍ଥ ମନ୍ତ୍ରଣାଳୟ ରିପୋର୍ଟରୁ ଜଣାପଡିଛି।
ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ଲାଗି ଏହି ଅର୍ଥ ରାଶିକୁ କେନ୍ଦ୍ର ସରକାର ସ୍ପେଶାଲ ଓ୍ବିଣ୍ଡୋରୁ ଋଣ କରୁଛନ୍ତି। ଜିଏସ୍‌ଟି ନିଅଣ୍ଟ ଭରଣା କରିବା ଲାଗି ୧.୧୦ ଲକ୍ଷ କୋଟି ଟଙ୍କାର ଅର୍ଥ ରାଶି ଏହି ବାବଦକୁ ଋଣ କରାଯିବ। ଏହି ରାଶି ବାଦ୍‌ ରାଜ୍ୟଗୁଡ଼ିକୁ ଅତିରିକ୍ତ ଅର୍ଥ ମଧ୍ୟ ଋଣ କରିବା ଲାଗି ଅନୁମତି ମିଳିଛି। ରାଜ୍ୟ ସେମାନଙ୍କ ମୋଟ ରାଜ୍ୟ ଜିଡିପିର ୦.୫% ଅର୍ଥ ଋଣ କରିପାରିବେ। ବିକଳ୍ପ ୧ ଚୟନ କରିଥିଲେ ଏହି ରାଶି ଋଣ କରିବାକୁ ଅନୁମତି ମିଳିବ। ଏହାଦ୍ୱାରା ରାଜ୍ୟ ଅତିରିକ୍ତ ପୁଞ୍ଜି ସଂଗ୍ରହ କରିବାକୁ ସକ୍ଷମ ହେବେ ବୋଲି ମନ୍ତ୍ରଣାଳୟ କହିଛି। ବର୍ତ୍ତମାନ ସୁଦ୍ଧା ୨୮ ରାଜ୍ୟ ୧.୦୬ ଲକ୍ଷ କୋଟି ଟଙ୍କା ଋଣ କରିବା ଲାଗି ଅନୁମତି ପ୍ରଦାନ କରାଯାଇଛି।
କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ରାଶିର ଷଷ୍ଠ କିସ୍ତି ଭାବେ ରାଜ୍ୟଗୁଡିକୁ ୬ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି। ଜିଏସ୍‌ଟି କ୍ଷତିପୂରଣ ନିଅଣ୍ଟିଆ ସ୍ଥିତିକୁ ଭରଣା କରିବା ଲାଗି କେନ୍ଦ୍ର ସରକାର ଏଭଳି ବ୍ୟବସ୍ଥା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏଭଳି ଭାବେ ରାଜ୍ୟଗୁଡିକୁ ମୋଟ ୩୬ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ଥର ପ୍ରଦାନ କରାଯାଇଥିବା ମୋଟ ୬ ହଜାର କୋଟି ଟଙ୍କା ମଧ୍ୟରୁ ୨୩ ରାଜ୍ୟକୁ ୫୫୧୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଦିଲ୍ଲୀ, ଜମ୍ମୁ ଏବଂ କଶ୍ମୀର ଓ ପୁଡୁଚେରୀ ଭଳି ୩ କେନ୍ଦ୍ର ଶାସିତ ଅଞ୍ଚଳକୁ ୪୮୩.୪୦ କୋଟି ଟଙ୍କା ଦିଆଯାଇଛି। ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରାମ, ନାଗାଲାଣ୍ଡ ଏବଂ ସିକିମ୍‌ ରାଜସ୍ବରେ ବେଶି ଅନ୍ତର ନ ଥିବାରୁ କ୍ଷତିପୂରଣ ପାଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚ ଜୁଆରରେ ସମୁଦ୍ର ଅଶାନ୍ତ, ଲୀନ ହେବାକୁ ବସିଛି ମା’ଙ୍କ ମନ୍ଦିର

ଗଞ୍ଜାମ,୧୭ା୬(ବିଦ୍ୟାଧର ସାହୁ): ଋଷିକୂଲ୍ୟା ମୁହାଣ ଅଞ୍ଚଳରେ ତାଣ୍ଡବ ରଚୁଛି ଅଶାନ୍ତ ସମୁଦ୍ର। ଜଳ ଲହଡ଼ିରେ ଗଞ୍ଜାମ ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ କ୍ଷୟ ହେବାରେ ଲାଗିଛି। ପାଳିବନ୍ଧ…

ଆର୍‌ଟିଓ ଅଫିସରେ ନାଗସାପ, ଜାଲରେ ପଡ଼ିଲା ବିରାଟକାୟ ବୋଡ଼ା

ଭଞ୍ଜନଗର,୧୭ା୬(ବାବୁଲା ପ୍ରଧାନ): ବର୍ଷା ପାଇଁ ସାପ ଗାତ ଭିତରୁ ବାହାରି ଘର ଭିତରକୁ ବେଳେବେଳେ ଚାଲି ଆସୁଛନ୍ତି। ବୁଧବାର ଗଞ୍ଜାମ ଜିଲାର ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ…

ନଦୀକୁ ଖସିଲା ଚାଉଳ ବୋଝେଇ ଟ୍ରକ୍‌, ଡ୍ରାଇଭର ଡେଇଁପଡ଼ିବାରୁ…

ମାଲକାନଗିରି,୧୭ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ଗ୍ରାମ ନିକଟ ନଦୀପୋଲ ଉପରୁ ଏକ ଚାଉଳ ବୋଝେଇ ଗାଡ଼ି ବୁଧବାର ଓଲଟି ପଡ଼ିବାରୁ ୫…

ଶୀତଳ ଷଷ୍ଠୀ ପାଇଁ ଜୁନ୍ ୨୦ରେ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ

ସମ୍ବଲପୁର, ୧୭/୬ (ପ୍ରମୋଦ ବହିଦାର): ଓଡ଼ିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶକ୍ରମେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର (ଆରଡିସି) କାର୍ଯ୍ୟାଳୟ ପକ୍ଷରୁ ୨୦୨୬ କ୍ୟାଲେଣ୍ଡର ବର୍ଷ…

ବଡ଼ିଲା ସ୍କୁଲ ଛୁଟି ଅବଧି: ଏହି ଜିଲାରେ ୨୦ ଯାଏ …

ସୋନପୁର,୧୭।୬(ମୃତ୍ୟୁଞ୍ଜୟ ଶତପଥୀ): ଜିଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲା  ପ୍ରଶାସନ ପକ୍ଷରୁ ସ୍କୁଲ ଓ କଲେଜ…

ଡ଼ାକ୍ତରଖାନାରେ ନଥିଲେ ଡ଼ାକ୍ତର! ଚାଲିଗଲା ନବଜାତ ଶିଶୁର ଜୀବନ, ଚିକିତ୍ସା ଅବହେଳା ଆଣି ପରିବାର ଲୋକଙ୍କ ଉତ୍ତେଜନା

ପାଟଣାଗଡ଼, ୧୭।୬(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଡାକ୍ତରଖାନାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଡାକ୍ତରଙ୍କ ଅବହେଳାରୁ ଜଣେ ନବଜାତ ଶିଶୁର ମୃତ୍ୟୁ ହୋଇଥିବା…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏମିତି କହିଲେ ଚାମେଲି, ଚାରିଆଡ଼େ ଚର୍ଚ୍ଚା

କେନ୍ଦ୍ରାପଡ଼ା/ମହାକାଳପଡା,୧୭ା୬:  କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଜାମିନ ମିଳିଛି । ଏହି ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ…

ରଜ ଖେଳ ବିବାଦରୁ ରକ୍ତାକ୍ତ ସଂଘର୍ଷ

ରାଉରକେଲା,୧୭।୬ (ସଙ୍ଗୀତା ଜେନା): ରଜ ପର୍ବ ଆନନ୍ଦ ଉଲ୍ଲାସରେ ଚାଲିଥିବାବେଳେ ଇସ୍ପାତ ସହର ରାଉରକେଲାରେ ରକ୍ତାକ୍ତ ସଂଘର୍ଷ ହୋଇଛି। ରଜ ଖେଳ ଆୟୋଜନକୁ କେନ୍ଦ୍ର କରି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri