୨୮୫୮ କୋଟିର ଋଣ କରିବ ଓଡ଼ିଶା

ନୂଆଦିଲ୍ଲୀ: କରୋନା ପରେ ରାଜସ୍ବ ସଂଗ୍ରହ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ର ପକ୍ଷରୁ ମିଳୁଥିବା ଜିଏସ୍‌ଟି କ୍ଷତିପୂରଣ ପାଣ୍ଠି ମଧ୍ୟ ପ୍ରଭାବିତ ସ୍ଥିତିରେ ରହିଛି। ଏହାକୁ ବିଚାର କରି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ବଜାରରୁ ଋଣ ଉଠାଇବା ଲାଗି ଅନୁମତି ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଅନୁମତି ପରେ ଓଡ଼ିଶା ଖୋଲା ବଜାରରୁ ୨୮୫୮କୋଟି ଟଙ୍କା ଅତିରିକ୍ତ ଋଣ କରିପାରିବ। ସେହିଭଳି ରାଜ୍ୟ ୧୫୩୮ କୋଟି ଟଙ୍କା ସ୍ପେଶାଲ ଓ୍ବିଣ୍ଡୋରୁ ଉଠାଇଥିବା ଅର୍ଥ ମନ୍ତ୍ରଣାଳୟ ରିପୋର୍ଟରୁ ଜଣାପଡିଛି।
ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ଲାଗି ଏହି ଅର୍ଥ ରାଶିକୁ କେନ୍ଦ୍ର ସରକାର ସ୍ପେଶାଲ ଓ୍ବିଣ୍ଡୋରୁ ଋଣ କରୁଛନ୍ତି। ଜିଏସ୍‌ଟି ନିଅଣ୍ଟ ଭରଣା କରିବା ଲାଗି ୧.୧୦ ଲକ୍ଷ କୋଟି ଟଙ୍କାର ଅର୍ଥ ରାଶି ଏହି ବାବଦକୁ ଋଣ କରାଯିବ। ଏହି ରାଶି ବାଦ୍‌ ରାଜ୍ୟଗୁଡ଼ିକୁ ଅତିରିକ୍ତ ଅର୍ଥ ମଧ୍ୟ ଋଣ କରିବା ଲାଗି ଅନୁମତି ମିଳିଛି। ରାଜ୍ୟ ସେମାନଙ୍କ ମୋଟ ରାଜ୍ୟ ଜିଡିପିର ୦.୫% ଅର୍ଥ ଋଣ କରିପାରିବେ। ବିକଳ୍ପ ୧ ଚୟନ କରିଥିଲେ ଏହି ରାଶି ଋଣ କରିବାକୁ ଅନୁମତି ମିଳିବ। ଏହାଦ୍ୱାରା ରାଜ୍ୟ ଅତିରିକ୍ତ ପୁଞ୍ଜି ସଂଗ୍ରହ କରିବାକୁ ସକ୍ଷମ ହେବେ ବୋଲି ମନ୍ତ୍ରଣାଳୟ କହିଛି। ବର୍ତ୍ତମାନ ସୁଦ୍ଧା ୨୮ ରାଜ୍ୟ ୧.୦୬ ଲକ୍ଷ କୋଟି ଟଙ୍କା ଋଣ କରିବା ଲାଗି ଅନୁମତି ପ୍ରଦାନ କରାଯାଇଛି।
କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ରାଶିର ଷଷ୍ଠ କିସ୍ତି ଭାବେ ରାଜ୍ୟଗୁଡିକୁ ୬ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି। ଜିଏସ୍‌ଟି କ୍ଷତିପୂରଣ ନିଅଣ୍ଟିଆ ସ୍ଥିତିକୁ ଭରଣା କରିବା ଲାଗି କେନ୍ଦ୍ର ସରକାର ଏଭଳି ବ୍ୟବସ୍ଥା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏଭଳି ଭାବେ ରାଜ୍ୟଗୁଡିକୁ ମୋଟ ୩୬ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ଥର ପ୍ରଦାନ କରାଯାଇଥିବା ମୋଟ ୬ ହଜାର କୋଟି ଟଙ୍କା ମଧ୍ୟରୁ ୨୩ ରାଜ୍ୟକୁ ୫୫୧୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଦିଲ୍ଲୀ, ଜମ୍ମୁ ଏବଂ କଶ୍ମୀର ଓ ପୁଡୁଚେରୀ ଭଳି ୩ କେନ୍ଦ୍ର ଶାସିତ ଅଞ୍ଚଳକୁ ୪୮୩.୪୦ କୋଟି ଟଙ୍କା ଦିଆଯାଇଛି। ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରାମ, ନାଗାଲାଣ୍ଡ ଏବଂ ସିକିମ୍‌ ରାଜସ୍ବରେ ବେଶି ଅନ୍ତର ନ ଥିବାରୁ କ୍ଷତିପୂରଣ ପାଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri