ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ: ଆରମ୍ଭ ହେଲା ସାଟେଲାଇଟ୍‌ ସର୍ଭେ

ଜଳେଶ୍ୱର, ୩୦।୧(ଡି.ଏନ.ଏ.)-ଦୀର୍ଘବର୍ଷ ହେଲା ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ଲାଗି ରହିଛି। ପଶ୍ଚିମବଙ୍ଗ ବାଲିମାଫିଆମାନେ ଓଡ଼ିଶା ସୀମାରୁ କୋଟି କୋଟି ଟଙ୍କାର ବାଲି ଚୋରାଚାଲାଣ କରି ମାଲେମାଲ ହେଉଛନ୍ତି। ବେଆଇନ ବାଲି ଉତ୍ତୋଳନ ଯୋଗୁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ନଦୀକୂଳ ଗ୍ରାମ ବିଳାସପୁର, ଗୋପାଳପୁର, କୁଆଁରପୁର, ମାକିଡ଼ିଆ, ତୋଟାପଡ଼ା, ବେହେରାସାହି, ପ୍ରହରାଜପୁର, ଦକ୍ଷିଣ ପ୍ରହରାଜପୁର ଓ ମକରମପୁର ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଏନ୍‌ଜିଟିରେ ମାମଲା ଚାଲୁ ରହିଥିଲା ବେଳେ ଉଭୟ ରାଜ୍ୟକୁ କୋର୍ଟ ତାଗିଦ୍‌ କରିବା ସହ ଏହାର ସୀମା ନିର୍ଦ୍ଧାରଣ ଲାଗି ପରାମର୍ଶ ଦେଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶରେ ଏହି ସମସ୍ତ ଗ୍ରାମର ସୀମାରେ ଜଳେଶ୍ୱର ତହସିଲ ପକ୍ଷରୁ ମାପଚୁପ କରାଯାଇ ୩୬ଟି ପଏଣ୍ଟ ନିର୍ଦ୍ଧାରଣ କରାଯାଇଛି।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏଗୁଡିକର ସାଟେଲାଇଟ୍‌ ପଏଣ୍ଟ ନିର୍ଦ୍ଧାରଣ ଲାଗି ଆସ୍କାର ସାଟେଲାଇଟ୍‌ ପକ୍ଷରୁ ୧୦ଜଣିଆ ବୈଜ୍ଞାନିକ ଦଳ ଏଠାରେ ପହଞ୍ଚି ଏଗୁଡ଼ିକର ଡିଜିପି ଓ ଇଟିଏସ୍‌ ହାଇଟେକ୍‌ ସାଟେଲାଇଟ୍‌ ସର୍ଭେ କରିଛନ୍ତି। ଭବିଷ୍ୟତରେ ନଦୀ ମଧ୍ୟରେ ଏହି ପଏଣ୍ଟଗୁଡ଼ିକ ନଷ୍ଟ ହୋଇଗଲେ ମଧ୍ୟ ତାହା ପୁଣିଥରେ ପୁନଃ ଅବସ୍ଥାପନା କରାଯାଇପାରିବ ବୋଲି ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା କହିଛନ୍ତି। ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଏହି ସର୍ଭେ କାର୍ଯ୍ୟ ଚାଲିବାକୁ ଥିବାବେଳେ ଶୁକ୍ରବାର ସୁଦ୍ଧା ୨୦ଟି ବୋଲି ଜଣାଯାଇଛି ା ଏହି କାର୍ଯ୍ୟରେ ଜଳେଶ୍ୱର ତହସିଲର ଆରଆଇ ଦିଲୀପ କୁମାର ଚନ୍ଦ, ମାନସ କୁମାର ବେହେରା, ସୃଷ୍ଟିଧର ପଟ୍ଟାୟତ, ସଞ୍ଜୟ ପଣ୍ଡା, ଇନ୍ସପେକ୍ଟର ପ୍ରତାପ ଭଞ୍ଜ, ଗୌରାଙ୍ଗ ଜେନା, ଅମୀନ ସୁବଳ ପରିଡ଼ା ଓ ବିବେକ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ପ୍ରବେଶ ପାଇଁ ଆର୍‌ଟି-ପିସିଆର୍‌ ବାଧ୍ୟତାମୂଳକ

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ସେପ୍ଟେମ୍ବର ପହିଲାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଅଧିବେଶନ ପୂର୍ବରୁ ବିଧାନସଭାର ସମସ୍ତ ସଦସ୍ୟ, ସେମାନଙ୍କ ଡ୍ରାଇଭର ଏବଂ ବ୍ୟକ୍ତିଗତ କର୍ମଚାରୀ,...

ଖୋଲା ପଡ଼ିଆରେ ଶିଶୁ କନ୍ୟା ଜନ୍ମ କଲେ ମହିଳା

କେନ୍ଦୁଝର, ୧୨ା୨(ସ୍ବ.ପ୍ର.): ବାଂଶପାଳ ବ୍ଲକ ଅଞ୍ଚଳରେ ଜଣେ ପ୍ରସୂତି ମହିଳା ଖୋଲା ପଡିଆରେ ଶିଶୁ ଜନ୍ମ ଭଳି ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।...

ପୁଣି ପୂଜକଙ୍କ ଘର ଉଚ୍ଛେଦ ପାଇଁ ନୋଟିସ୍‌ ଜାରି

ଗଞ୍ଜାମ,୩୦ା୬(ଡି.ଏନ୍‌.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠଛକଠାରେ ଦୀର୍ଘ ୭୦ବର୍ଷରୁ ଊର୍ଦ୍ଧ୍ୱ ହେବ ରହି ଆସୁଥିବା ପୂଜକ କନ୍ଧ ଶତପଥୀଙ୍କ ଘର ଆସନ୍ତା ୫ରେ ଭାଙ୍ଗିବାକୁ ପୁଣି...

ଖସିଲା କରୋନା ଗ୍ରାଫ୍‌: ଆଜି ରାଜ୍ୟରୁ ୩୮୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୨ା୨(ବ୍ୟୁରୋ): ସୋମବାର ରାଜ୍ୟରୁ ୩୮୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୨,୮୬୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

କଟକ: ୧୯ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ, ୨୪।୧୦: ଗତ ୫ଦିନରେ କଟକ ସହରରେ ମୋଟ ୧୯ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବୁଧବାର ସନ୍ଧ୍ୟା ସୁଦ୍ଧା ଏସ୍‌ସିବି ମେଡିକାଲରେ ମୋଟ...

ହାତୀ ଆକ୍ରମଣରୁ ମିଳୁନି ନିସ୍ତାର

ଜଳେଶ୍ୱର,୨୩|୧(ଡି.ଏନ.ଏ) ବାଲେଶ୍ୱର ଜିଲା ଜଳେଶ୍ୱରସ୍ଥିତ ରାଇବଣିଆ ଅଞ୍ଚଳରେ ଗତ କିଛିବର୍ଷ ହେଲା ହାତୀ ଉପଦ୍ରବ ଚଳାଇ ଆସୁଛନ୍ତି। କେତେବେଳେ ପଶ୍ଚିମବଙ୍ଗର ଦଲମା ଜଙ୍ଗଲରୁ ତ ପୁଣି କେତେବେଳେ...

କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ଗିରଫ

ଭୁବନେଶ୍ୱର,୧୭ା୧୧(ବ୍ୟୁରୋ):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ମୟୂରଭଞ୍ଜ ଜିଲା ଉଦଳା ସବ୍‌-ଡିଭିଜନ୍‌ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କୁ ବୁଧବାର ଭିଜିଲାନ୍ସ ଗିରଫ କରିଛି।...

ଯୁବତୀଙ୍କୁ ଘରୁ ଡାକିନେଇ ବଳାତ୍କାର ପରେ ହତ୍ୟା

କେନ୍ଦୁଝର,୨୪ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଜଣେ ଶିଶୁ କନ୍ୟାଙ୍କ ଗଳିତ ମୃତଦେହ ଜବତ ହେବାର ଦିନକ ପରେ ପୁଣି ଜଣେ ଯୁବତୀଙ୍କୁ ଘରୁ ଡାକିନେଇ ହତ୍ୟା କରାଯିବା...

Advertisement
Archives

Model This Week