ଓଡ଼ିଶା ପର୍ଯ୍ୟଟନ ସେବାର ପୁନର୍ଗଠନ ହେବ

ଯାଜପୁର ଅଫିସ,୧୬ା୧୧: ରାଜ୍ୟରେ ଶୀତ ଆସିବା ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଲୋକାରଣ୍ୟ ହୋଇ ଉଠିଛି। କିନ୍ତୁ ବିଡ଼ମ୍ବନା, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ଉଦାସୀନତା ଯୋଗୁ ପର୍ଯ୍ୟଟନସ୍ଥଳୀର ବିକାଶ ଆଖିଦୃଶିଆ ହୋଇପାରିନାହିଁ ା ନୂତନ ପର୍ଯ୍ୟଟନସ୍ଥଳୀର ଚିହ୍ନଟ ଏବଂ ବିକାଶ କ୍ଷେତ୍ରରେ ସେତେଟା ଅଗ୍ରଗତି ହୋଇନାହିଁ। ଏହି କ୍ରମରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ଏବଂ ରୂପାନ୍ତରଣ କରିବାକୁ ରାଜ୍ୟ ସରକାର ଏକ ରୋଡ୍‌ମ୍ୟାପ ପ୍ରସ୍ତୁତ କରୁଛନ୍ତି। ଓଡ଼ିଶା ପର୍ଯ୍ୟଟନ ସେବା ତଥା ଓଡ଼ିଶା ଟୁରିଜମ ସର୍ଭିସ (ଓଟିଏସ୍‌)କୁ ନୂତନ ଢାଞ୍ଚା ବା ପୁନର୍ଗଠନ କରିବାକୁ ଯୋଜନା କରାଯାଉଛି। ରାଜ୍ୟରେ ଥିବା ୭ ପର୍ଯ୍ୟଟନ ଡିଭିଜନରେ ଅଧିକ ସଂଖ୍ୟକ ପଦବୀ ସୃଷ୍ଟି କରାଯିବାକୁ ବିଚାର ହୋଇଛି। ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୧ା୧୧ା୨୦୨୨ରେ ଏକ ରିଜୋଲୁଶନ ଜାରି କରାଯାଇଛି।
ପର୍ଯ୍ୟଟନ ବିଭାଗର ରିଜୋଲୁଶନ ଅନୁଯାୟୀ ସଂସ୍କୃତି, ଐତିହ୍ୟ ଏବଂ ଜୈବ ବିବିଧତାରେ ସମୃଦ୍ଧ ସ୍ଥାନରେ ପର୍ଯ୍ୟଟନ ଅଭିଜ୍ଞତାକୁ ବିବିଧ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଜଳଭିତ୍ତିକ ମନୋରଞ୍ଜନ ପ୍ରକଳ୍ପ, ରହଣି ସୁବିଧା, ଗମନାଗମନ, ବନ୍ୟଜନ୍ତୁ ସଂରକ୍ଷିତ ଅଞ୍ଚଳରେ ପ୍ରକୃତି ଶିବିର ଏବଂ ଇକୋ-ଟୁରିଜମ ସୃଷ୍ଟି ମାଧ୍ୟମରେ ପର୍ଯ୍ୟଟନ, ଟ୍ରେକିଂ, ଦର୍ଶନୀୟ ସ୍ଥାନ, ସଫାରି, ବୋଟିଂ ଇତ୍ୟାଦିକୁ ଗୁରୁତ୍ୱ ପ୍ରଦାନ କରାଯିବ। ରାଜ୍ୟରେ ଦୀର୍ଘ ଉପକୂଳବର୍ତ୍ତୀ ଅଞ୍ଚଳ ଥିବାରୁ ସମୁଦ୍ରକୂଳକୁ ଗନ୍ତବ୍ୟସ୍ଥଳ ଭାବେ ପ୍ରତିଷ୍ଠା କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏହିସବୁ ଉଦ୍ଦେଶ୍ୟକୁ ପୂରଣ କରିବାକୁ ମାନବ ସମ୍ବଳର ଆବଶ୍ୟକତା ରହିଛି। ପର୍ଯ୍ୟଟନ ବିଶେଷଜ୍ଞମାନଙ୍କ ପାଇଁ ନିରନ୍ତର ଭିତ୍ତିଭୂମି ବିକାଶ, ନୂତନ ପର୍ଯ୍ୟଟନ କ୍ଷେତ୍ର ସୃଷ୍ଟି, ପର୍ଯ୍ୟଟନ ବିନିଯୋଗ ଯୋଗ୍ୟ ଲ୍ୟାଣ୍ଡବ୍ୟାଙ୍କ ସର୍ଭେ, ପର୍ଯ୍ୟଟନ ବିନିଯୋଗ ପ୍ରୋତ୍ସାହନ, ଗନ୍ତବ୍ୟ ସ୍ଥଳ ପ୍ରୋତ୍ସାହନ, ନୀତି ଏବଂ ଯୋଜନାଭିତ୍ତିକ ହସ୍ତକ୍ଷେପ ଇତ୍ୟାଦି ଜରୁରୀ ଅଟେ ବୋଲି ନୋଟିଫିକେଶନରେ ଦର୍ଶାଯାଇଛି। ଅନ୍ୟ ରାଜ୍ୟମାନଙ୍କ ସହ ଓଡ଼ିଶା ପର୍ଯ୍ୟଟନ ଶିଳ୍ପଗୁଡ଼ିକର ପ୍ରତିଦ୍ୱନ୍ଦ୍ୱିତା, ପର୍ଯ୍ୟଟନ ସେବାକୁ ନିଜ ପସନ୍ଦର କ୍ୟାଡର ଭାବେ ପରିଣତ କରିବା ସହିତ ଅର୍ଥନୈତିକ ଅଭିବୃଦ୍ଧି ସହ ଜଡିତ ତଥା ସୁନିଶ୍ଚିତ କରିବା ପାଇଁ ଯୋଗ୍ୟ ମାନବ ସମ୍ବଳ ସୃଷ୍ଟି କରିବାକୁ ସମ୍ପୃକ୍ତ ଅଞ୍ଚଳବାସୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେଣୁ ଓଡ଼ିଶା ପର୍ଯ୍ୟଟନ ସେବାକୁ ଡିଭିଜନ ଅନୁଯାୟୀ ଗଠନ କରାଯାଇଛି।
ରାଜ୍ୟରେ ୭ ଏବଂ ରାଜ୍ୟ ବାହାରେ ଦିଲ୍ଲୀରେ ଗୋଟିଏ ପର୍ଯ୍ୟଟନ ଡିଭିଜନ ରହିଛି। ଭୁବନେଶ୍ୱର ଡିଭିଜନ ଅଧୀନରେ ଖୋର୍ଦ୍ଧା ଏବଂ ନୟାଗଡ଼, କୋରାପୁଟ ଡିଭିଜନ ଅଧୀନରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି ଓ ନୂଆପଡା, ସମ୍ବଲପୁର ଡିଭିଜନ ଅଧୀନରେ ସମ୍ବଲପୁର, ବରଗଡ଼, ସୋନପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼ ଓ ବଲାଙ୍ଗୀର, କଟକ ଡିଭିଜନ ଅଧୀନରେ କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ଯାଜପୁର ଓ କଟକ, ବାଲେଶ୍ୱର ଡିଭିଜନରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଞ୍ଜ, ବ୍ରହ୍ମପୁର ଡିଭିଜନରେ ଗଞ୍ଜାମ, ଗଜପତି, କନ୍ଧମାଳ ଓ ବୌଦ୍ଧ ଏବଂ ପୁରୀ ଡିଭିଜନରେ ପୁରୀ ଜିଲାର ପର୍ଯ୍ୟଟନସ୍ଥଳୀଗୁଡିକ ପରିଚାଳନା ହେଉଛି। ଏହି ପର୍ଯ୍ୟଟନ ବିଭାଗଗୁଡ଼ିକ ଡେପୁଟି ଡାଇରେକ୍ଟର ଏବଂ ଯୁଗ୍ମ ନିର୍ଦ୍ଦେଶକ ପଦରେ କ୍ୟାଡର ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେବ ବୋଲି ବିଭାଗୀୟ ନିଷ୍ପତ୍ତି ହୋଇଛି। ପ୍ରତି ପର୍ଯ୍ୟଟନ ବିଭାଗ ଅଧୀନରେ ପର୍ଯ୍ୟଟନ ଜିଲା ରହିବ, ଯେଉଁଥିପାଇଁ ସହକାରୀ ନିର୍ଦ୍ଦେଶକ ପଦବୀର ଆବଶ୍ୟକତା ରହିଛି। ପର୍ଯ୍ୟଟନ ବିକାଶ ଅଧିକାରୀ ଏବଂ ପର୍ଯ୍ୟଟନ ଅଧିକାରୀ ଜିଲାରେ ରହିବେ। ବର୍ତ୍ତମାନ ଓଡ଼ିଶା ଜନସେବା ଆୟୋଗ ଦ୍ୱାରା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ମାଧ୍ୟମରେ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ଅତିରିକ୍ତ ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ, ପର୍ଯ୍ୟଟନ ବିକାଶ ଅଧିକାରୀ ଏବଂ ପର୍ଯ୍ୟଟନ ଅଧିକାରୀ ନିଯୁକ୍ତ କରାଯିବ। ବର୍ତ୍ତମାନ ଏହିସବୁ ପଦବୀରେ ୪୧ ଜଣ ରହିଥିବାବେଳେ ପୁନର୍ଗଠନ ପ୍ରକ୍ରିୟାରେ ୮୨ ପଦବୀ ବୃଦ୍ଧି କରାଯିବ। ପର୍ଯ୍ୟଟନ ଅଧିକାରୀ ୩୩ରୁ ୨୨, ପର୍ଯ୍ୟଟନ ବିକାଶ ଅଧିକାରୀ ନୂତନ ଭାବେ ୩୮, ସହକାରୀ ନିର୍ଦ୍ଦେଶକ ୧୨, ଉପନିର୍ଦ୍ଦେଶକ ୬, ଯୁଗ୍ମ ନିର୍ଦ୍ଦେଶକ ୩ ଏବଂ ଅତିରିକ୍ତ ନିର୍ଦ୍ଦେଶକ ୧ ପଦବୀ ରହିବ। ଅତିରିକ୍ତ ନିର୍ଦ୍ଦେଶକ ଭୁବନେଶ୍ୱର ପର୍ଯ୍ୟଟନ ବିଭାଗ ହେଡକ୍ବାର୍ଟର୍ସରେ ରହିବେ ଏବଂ ଯୁଗ୍ମ ନିର୍ଦ୍ଦେଶକ ଡେକ୍ବାର୍ଟର୍ସ ସମେତ ଦିଲ୍ଲୀ ଏବଂ ଭୁବନେଶ୍ୱରର ଡିଭିଜନରେ ଅବସ୍ଥାପିତ ହେବେ। ଉପନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ, ପର୍ଯ୍ୟଟନ ବିକାଶ ଓ ପର୍ଯ୍ୟଟନ ଅଧିକାରୀମାନେ ଡିଭିଜନଗୁଡିକରେ ରହି ବିକାଶ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ନିଷ୍ପତ୍ତି ହୋଇଛି। ଏହି ମର୍ମରେ ଜାରି ରିଜୋଲୁଶନକୁ ପର୍ଯ୍ୟଟନ ବିଭାଗର ପ୍ରିନ୍ସିପାଲ ସେକ୍ରେଟାର ସମସ୍ତ ବିଭାଗକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ରାଜ୍ୟରେ ପର୍ଯ୍ୟଟନର ଭିତ୍ତିଭୂମିର ବିକାଶ ଅଧାରେ ଅଟକିଛି ା ଏହାବାଦ୍‌ କେତେକାଂଶରେ ନିମ୍ନମାନର କାର୍ଯ୍ୟ ପର୍ଯ୍ୟଟନସ୍ଥଳୀର ଦୀର୍ଘ ସ୍ଥାୟିତ୍ୱକୁ ନେଇ ସନ୍ଦେହ ସୃଷ୍ଟି କରିଛି ା ୨୦୧୯-୨୦ ବର୍ଷରେ ରାଜ୍ୟର ୧୫ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୧୬୭.୪୧ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ତେବେ ଏହିସବୁ ପ୍ରକଳ୍ପର ନୈରାଶ୍ୟଜନକ ଅଗ୍ରଗତି ଉପରେ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ(ଅଡିଟ-୨) ଗତ ୭ା୮ା୨୦୨୧ରେ ପ୍ରଶ୍ନ ଉଠାଇଥିଲେ। ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ବିଭିନ୍ନ ଜିଲାରେ ଆନ୍ଦୋଳନ, ଅନଶନ ହେଉଥିବା ଦେଖିବାକୁ ମିଳିଛି, ଯାହାର ଉଦାହରଣ ବଲାଙ୍ଗୀର ଜିଲାର ପ୍ରସିଦ୍ଧ ହରିଶଙ୍କର ପୀଠରେ ରୋପ୍‌ୱେ ନିର୍ମାଣ ଦାବି ନେଇ କିଛିଦିନ ତଳେ ଜଳ ସତ୍ୟାଗ୍ରହ ହୋଇଥିଲା। ଏହି କ୍ରମରେ ରାଜ୍ୟ ପର୍ଯ୍ୟଟନ ବିଭାଗର ପୁନର୍ଗଠନ ପର୍ଯ୍ୟଟନସ୍ଥଳୀର ବିକାଶ ଦିଗରେ ସହାୟତା ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri