ଓଡ଼ିଶା ପର୍ଯ୍ୟଟନ ସେବାର ପୁନର୍ଗଠନ ହେବ

ଯାଜପୁର ଅଫିସ,୧୬ା୧୧: ରାଜ୍ୟରେ ଶୀତ ଆସିବା ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଲୋକାରଣ୍ୟ ହୋଇ ଉଠିଛି। କିନ୍ତୁ ବିଡ଼ମ୍ବନା, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ଉଦାସୀନତା ଯୋଗୁ ପର୍ଯ୍ୟଟନସ୍ଥଳୀର ବିକାଶ ଆଖିଦୃଶିଆ ହୋଇପାରିନାହିଁ ା ନୂତନ ପର୍ଯ୍ୟଟନସ୍ଥଳୀର ଚିହ୍ନଟ ଏବଂ ବିକାଶ କ୍ଷେତ୍ରରେ ସେତେଟା ଅଗ୍ରଗତି ହୋଇନାହିଁ। ଏହି କ୍ରମରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ଏବଂ ରୂପାନ୍ତରଣ କରିବାକୁ ରାଜ୍ୟ ସରକାର ଏକ ରୋଡ୍‌ମ୍ୟାପ ପ୍ରସ୍ତୁତ କରୁଛନ୍ତି। ଓଡ଼ିଶା ପର୍ଯ୍ୟଟନ ସେବା ତଥା ଓଡ଼ିଶା ଟୁରିଜମ ସର୍ଭିସ (ଓଟିଏସ୍‌)କୁ ନୂତନ ଢାଞ୍ଚା ବା ପୁନର୍ଗଠନ କରିବାକୁ ଯୋଜନା କରାଯାଉଛି। ରାଜ୍ୟରେ ଥିବା ୭ ପର୍ଯ୍ୟଟନ ଡିଭିଜନରେ ଅଧିକ ସଂଖ୍ୟକ ପଦବୀ ସୃଷ୍ଟି କରାଯିବାକୁ ବିଚାର ହୋଇଛି। ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୧ା୧୧ା୨୦୨୨ରେ ଏକ ରିଜୋଲୁଶନ ଜାରି କରାଯାଇଛି।
ପର୍ଯ୍ୟଟନ ବିଭାଗର ରିଜୋଲୁଶନ ଅନୁଯାୟୀ ସଂସ୍କୃତି, ଐତିହ୍ୟ ଏବଂ ଜୈବ ବିବିଧତାରେ ସମୃଦ୍ଧ ସ୍ଥାନରେ ପର୍ଯ୍ୟଟନ ଅଭିଜ୍ଞତାକୁ ବିବିଧ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଜଳଭିତ୍ତିକ ମନୋରଞ୍ଜନ ପ୍ରକଳ୍ପ, ରହଣି ସୁବିଧା, ଗମନାଗମନ, ବନ୍ୟଜନ୍ତୁ ସଂରକ୍ଷିତ ଅଞ୍ଚଳରେ ପ୍ରକୃତି ଶିବିର ଏବଂ ଇକୋ-ଟୁରିଜମ ସୃଷ୍ଟି ମାଧ୍ୟମରେ ପର୍ଯ୍ୟଟନ, ଟ୍ରେକିଂ, ଦର୍ଶନୀୟ ସ୍ଥାନ, ସଫାରି, ବୋଟିଂ ଇତ୍ୟାଦିକୁ ଗୁରୁତ୍ୱ ପ୍ରଦାନ କରାଯିବ। ରାଜ୍ୟରେ ଦୀର୍ଘ ଉପକୂଳବର୍ତ୍ତୀ ଅଞ୍ଚଳ ଥିବାରୁ ସମୁଦ୍ରକୂଳକୁ ଗନ୍ତବ୍ୟସ୍ଥଳ ଭାବେ ପ୍ରତିଷ୍ଠା କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏହିସବୁ ଉଦ୍ଦେଶ୍ୟକୁ ପୂରଣ କରିବାକୁ ମାନବ ସମ୍ବଳର ଆବଶ୍ୟକତା ରହିଛି। ପର୍ଯ୍ୟଟନ ବିଶେଷଜ୍ଞମାନଙ୍କ ପାଇଁ ନିରନ୍ତର ଭିତ୍ତିଭୂମି ବିକାଶ, ନୂତନ ପର୍ଯ୍ୟଟନ କ୍ଷେତ୍ର ସୃଷ୍ଟି, ପର୍ଯ୍ୟଟନ ବିନିଯୋଗ ଯୋଗ୍ୟ ଲ୍ୟାଣ୍ଡବ୍ୟାଙ୍କ ସର୍ଭେ, ପର୍ଯ୍ୟଟନ ବିନିଯୋଗ ପ୍ରୋତ୍ସାହନ, ଗନ୍ତବ୍ୟ ସ୍ଥଳ ପ୍ରୋତ୍ସାହନ, ନୀତି ଏବଂ ଯୋଜନାଭିତ୍ତିକ ହସ୍ତକ୍ଷେପ ଇତ୍ୟାଦି ଜରୁରୀ ଅଟେ ବୋଲି ନୋଟିଫିକେଶନରେ ଦର୍ଶାଯାଇଛି। ଅନ୍ୟ ରାଜ୍ୟମାନଙ୍କ ସହ ଓଡ଼ିଶା ପର୍ଯ୍ୟଟନ ଶିଳ୍ପଗୁଡ଼ିକର ପ୍ରତିଦ୍ୱନ୍ଦ୍ୱିତା, ପର୍ଯ୍ୟଟନ ସେବାକୁ ନିଜ ପସନ୍ଦର କ୍ୟାଡର ଭାବେ ପରିଣତ କରିବା ସହିତ ଅର୍ଥନୈତିକ ଅଭିବୃଦ୍ଧି ସହ ଜଡିତ ତଥା ସୁନିଶ୍ଚିତ କରିବା ପାଇଁ ଯୋଗ୍ୟ ମାନବ ସମ୍ବଳ ସୃଷ୍ଟି କରିବାକୁ ସମ୍ପୃକ୍ତ ଅଞ୍ଚଳବାସୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେଣୁ ଓଡ଼ିଶା ପର୍ଯ୍ୟଟନ ସେବାକୁ ଡିଭିଜନ ଅନୁଯାୟୀ ଗଠନ କରାଯାଇଛି।
ରାଜ୍ୟରେ ୭ ଏବଂ ରାଜ୍ୟ ବାହାରେ ଦିଲ୍ଲୀରେ ଗୋଟିଏ ପର୍ଯ୍ୟଟନ ଡିଭିଜନ ରହିଛି। ଭୁବନେଶ୍ୱର ଡିଭିଜନ ଅଧୀନରେ ଖୋର୍ଦ୍ଧା ଏବଂ ନୟାଗଡ଼, କୋରାପୁଟ ଡିଭିଜନ ଅଧୀନରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି ଓ ନୂଆପଡା, ସମ୍ବଲପୁର ଡିଭିଜନ ଅଧୀନରେ ସମ୍ବଲପୁର, ବରଗଡ଼, ସୋନପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼ ଓ ବଲାଙ୍ଗୀର, କଟକ ଡିଭିଜନ ଅଧୀନରେ କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ଯାଜପୁର ଓ କଟକ, ବାଲେଶ୍ୱର ଡିଭିଜନରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଞ୍ଜ, ବ୍ରହ୍ମପୁର ଡିଭିଜନରେ ଗଞ୍ଜାମ, ଗଜପତି, କନ୍ଧମାଳ ଓ ବୌଦ୍ଧ ଏବଂ ପୁରୀ ଡିଭିଜନରେ ପୁରୀ ଜିଲାର ପର୍ଯ୍ୟଟନସ୍ଥଳୀଗୁଡିକ ପରିଚାଳନା ହେଉଛି। ଏହି ପର୍ଯ୍ୟଟନ ବିଭାଗଗୁଡ଼ିକ ଡେପୁଟି ଡାଇରେକ୍ଟର ଏବଂ ଯୁଗ୍ମ ନିର୍ଦ୍ଦେଶକ ପଦରେ କ୍ୟାଡର ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେବ ବୋଲି ବିଭାଗୀୟ ନିଷ୍ପତ୍ତି ହୋଇଛି। ପ୍ରତି ପର୍ଯ୍ୟଟନ ବିଭାଗ ଅଧୀନରେ ପର୍ଯ୍ୟଟନ ଜିଲା ରହିବ, ଯେଉଁଥିପାଇଁ ସହକାରୀ ନିର୍ଦ୍ଦେଶକ ପଦବୀର ଆବଶ୍ୟକତା ରହିଛି। ପର୍ଯ୍ୟଟନ ବିକାଶ ଅଧିକାରୀ ଏବଂ ପର୍ଯ୍ୟଟନ ଅଧିକାରୀ ଜିଲାରେ ରହିବେ। ବର୍ତ୍ତମାନ ଓଡ଼ିଶା ଜନସେବା ଆୟୋଗ ଦ୍ୱାରା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ମାଧ୍ୟମରେ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ଅତିରିକ୍ତ ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ, ପର୍ଯ୍ୟଟନ ବିକାଶ ଅଧିକାରୀ ଏବଂ ପର୍ଯ୍ୟଟନ ଅଧିକାରୀ ନିଯୁକ୍ତ କରାଯିବ। ବର୍ତ୍ତମାନ ଏହିସବୁ ପଦବୀରେ ୪୧ ଜଣ ରହିଥିବାବେଳେ ପୁନର୍ଗଠନ ପ୍ରକ୍ରିୟାରେ ୮୨ ପଦବୀ ବୃଦ୍ଧି କରାଯିବ। ପର୍ଯ୍ୟଟନ ଅଧିକାରୀ ୩୩ରୁ ୨୨, ପର୍ଯ୍ୟଟନ ବିକାଶ ଅଧିକାରୀ ନୂତନ ଭାବେ ୩୮, ସହକାରୀ ନିର୍ଦ୍ଦେଶକ ୧୨, ଉପନିର୍ଦ୍ଦେଶକ ୬, ଯୁଗ୍ମ ନିର୍ଦ୍ଦେଶକ ୩ ଏବଂ ଅତିରିକ୍ତ ନିର୍ଦ୍ଦେଶକ ୧ ପଦବୀ ରହିବ। ଅତିରିକ୍ତ ନିର୍ଦ୍ଦେଶକ ଭୁବନେଶ୍ୱର ପର୍ଯ୍ୟଟନ ବିଭାଗ ହେଡକ୍ବାର୍ଟର୍ସରେ ରହିବେ ଏବଂ ଯୁଗ୍ମ ନିର୍ଦ୍ଦେଶକ ଡେକ୍ବାର୍ଟର୍ସ ସମେତ ଦିଲ୍ଲୀ ଏବଂ ଭୁବନେଶ୍ୱରର ଡିଭିଜନରେ ଅବସ୍ଥାପିତ ହେବେ। ଉପନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ, ପର୍ଯ୍ୟଟନ ବିକାଶ ଓ ପର୍ଯ୍ୟଟନ ଅଧିକାରୀମାନେ ଡିଭିଜନଗୁଡିକରେ ରହି ବିକାଶ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ନିଷ୍ପତ୍ତି ହୋଇଛି। ଏହି ମର୍ମରେ ଜାରି ରିଜୋଲୁଶନକୁ ପର୍ଯ୍ୟଟନ ବିଭାଗର ପ୍ରିନ୍ସିପାଲ ସେକ୍ରେଟାର ସମସ୍ତ ବିଭାଗକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ରାଜ୍ୟରେ ପର୍ଯ୍ୟଟନର ଭିତ୍ତିଭୂମିର ବିକାଶ ଅଧାରେ ଅଟକିଛି ା ଏହାବାଦ୍‌ କେତେକାଂଶରେ ନିମ୍ନମାନର କାର୍ଯ୍ୟ ପର୍ଯ୍ୟଟନସ୍ଥଳୀର ଦୀର୍ଘ ସ୍ଥାୟିତ୍ୱକୁ ନେଇ ସନ୍ଦେହ ସୃଷ୍ଟି କରିଛି ା ୨୦୧୯-୨୦ ବର୍ଷରେ ରାଜ୍ୟର ୧୫ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୧୬୭.୪୧ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ତେବେ ଏହିସବୁ ପ୍ରକଳ୍ପର ନୈରାଶ୍ୟଜନକ ଅଗ୍ରଗତି ଉପରେ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ(ଅଡିଟ-୨) ଗତ ୭ା୮ା୨୦୨୧ରେ ପ୍ରଶ୍ନ ଉଠାଇଥିଲେ। ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ବିଭିନ୍ନ ଜିଲାରେ ଆନ୍ଦୋଳନ, ଅନଶନ ହେଉଥିବା ଦେଖିବାକୁ ମିଳିଛି, ଯାହାର ଉଦାହରଣ ବଲାଙ୍ଗୀର ଜିଲାର ପ୍ରସିଦ୍ଧ ହରିଶଙ୍କର ପୀଠରେ ରୋପ୍‌ୱେ ନିର୍ମାଣ ଦାବି ନେଇ କିଛିଦିନ ତଳେ ଜଳ ସତ୍ୟାଗ୍ରହ ହୋଇଥିଲା। ଏହି କ୍ରମରେ ରାଜ୍ୟ ପର୍ଯ୍ୟଟନ ବିଭାଗର ପୁନର୍ଗଠନ ପର୍ଯ୍ୟଟନସ୍ଥଳୀର ବିକାଶ ଦିଗରେ ସହାୟତା ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?