ଡିସେମ୍ବର ୬ରୁ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ

ଭୁବନେଶ୍ୱର, ୪।୧୨: ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ସପ୍ତମ ସଂସ୍କରଣ ଆସନ୍ତା ଡିସେମ୍ବର ୬ ତାରିଖରୁ ଭୁବନେଶ୍ୱର ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇ ଡିସେମ୍ବର ୧୭, ୨୦୨୫ ପର୍ଯ୍ୟନ୍ତ ଚାଲିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଏହି ମହୋତ୍ସବ ଆୟୋଜିତ ହେଉଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିସେମ୍ବର ୬ରେ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ। ଉଦ୍‌ଘାଟନୀ ସମାରୋହରେ ‘ଦ ସେଭେନ୍ ମୁନ୍ସ ଅଫ୍ ମାଲି ଅଲମେଡା’ ପୁସ୍ତକ ପାଇଁ ୨୦୨୨ ବୁକର୍ ପୁରସ୍କାର ବିଜେତା ଶ୍ରୀଲଙ୍କାର ଲେଖକ ସେହାନ କରୁଣାତିଲକା ବିଶେଷ ଅତିଥି ଭାବେ ଯୋଗଦେବେ। ଜ୍ଞାନପୀଠ ପୁରସ୍କାର ବିଜେତା ତଥା ବିଶିଷ୍ଟ ଲେଖିକା ଡ. ପ୍ରତିଭା ରାୟ ମଧ୍ୟ ଉପସ୍ଥିତ ରହିବେ।

ଚଳିତ ବର୍ଷର ମହୋତ୍ସବରେ ପ୍ରାୟ ୨୫୦ ପ୍ରକାଶକ ଓ ପୁସ୍ତକ ବିକ୍ରେତାଙ୍କ ସହ ୬ଟି ଅନ୍ତର୍ଜାତୀୟ ପ୍ରକାଶନ ସଂସ୍ଥା ମିଶି ମୋଟ ୫୫୦ଟି ଷ୍ଟଲ୍ ସ୍ଥାପନ କରିବେ। ଏଥିସହିତ ଦୁଇଟି ଥିମ୍ ପାଭିଲିୟନ୍ ନିର୍ମାଣ କରାଯିବ। ଗୋଟିଏ ଓଡ଼ିଶାର ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ଏବଂ ଅନ୍ୟଟି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନୀ ଉପରେ ଆଧାରିତ ହେବ।

ମୁଖ୍ୟ ପ୍ରବେଶ ପଥକୁ ସ୍ୱାଧୀନତା ସଂଗ୍ରାମୀ ମା’ ରମାଦେବୀଙ୍କ ନାମରେ, ମୁଖ୍ୟ ମଞ୍ଚକୁ ବିଶିଷ୍ଟ ଲେଖକ ରମାକାନ୍ତ ରଥଙ୍କ ନାମରେ ଏବଂ ଭିତର ପ୍ରବେଶ ଦ୍ୱାରକୁ ସନ୍ଥକବି ଭୀମ ଭୋଇଙ୍କ ନାମରେ ନାମିତ କରାଯିବ। ଲେଖକ ଓ ପାଠକମାନଙ୍କ ମଧ୍ୟରେ ଆଲୋଚନା ଓ ଭାବ ବିନିମୟ ପାଇଁ ଏକ ସ୍ୱତନ୍ତ୍ର କଫି କର୍ଣ୍ଣର ବ୍ୟବସ୍ଥା କରାଯାଇଛି।

ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ ଏହି ମହୋତ୍ସବରେ ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଲେଖକମାନଙ୍କର ସାହିତ୍ୟ କୃତି ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ଏବଂ ଏହା ଓଡ଼ିଶାର ସାହିତ୍ୟିକ ପରିବେଶ ଓ ପଠନ ସଂସ୍କୃତିକୁ ସମୃଦ୍ଧ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଘନ ଘନ ବୈଠକ କରୁଛନ୍ତି ନବୀନ: ବିଧାୟକଙ୍କୁ କହୁଛନ୍ତି ଏମିତି କଥା, ଭବିଷ୍ୟତ ଖରାପ…

ଭୁବନେଶ୍ୱର,୧୦ା୩ (ସୁନିତ୍‌ ମିଶ୍ର):ରାଜ୍ୟ ସଭାର ୪ ଆସନରେ ନିର୍ବାଚନ ପାଇଁ ନାମାଙ୍କନ ଶେଷ ହେବା ପରଠାରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରତ୍ୟେକ ଦିନ ବିଧାୟକମାନଙ୍କୁ…

ଭାଜପାର ଭିତିରି ଚାଲ୍‌: ରାଜ୍ୟ ସଭାର ଚତୁର୍ଥ ଆସନ ପାଇଁ ଚାଲିଛି…

ଭୁବନେଶ୍ୱର,୧୦।୩(ସୁନିତ୍‌ ମିଶ୍ର):ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ହେବାକୁ ଥିବା ନିର୍ବାଚନ ଏବେ ଧୀରେ ଧୀରେ ରୋଚକ ମୋଡ଼ ନେବାକୁ ଲାଗିଲାଣି। ପ୍ରାର୍ଥତ୍ପତ୍ର ଦାଖଲ ଯାଏ ରାଜ୍ୟ…

ଆମେରିକା ଛାଡୁନି, ଇରାନ ନରମୁନି

ଓ୍ବାଶିଂଟନ୍‌ ,୧୦ା୩: ଇରାନ-ଆମେରିକା ଯୁଦ୍ଧ ସୋମବାର ସୁଦ୍ଧା ୧୦ ଦିନ ଅତିକ୍ରମ କରିଛି। ପଛକୁ ହଟିବାକୁ କୌଣସି ପକ୍ଷ ରାଜି ନଥିବାରୁ ଦିନକୁ ଦିନ ଯୁଦ୍ଧ ପ୍ରକୋପ ବଢି…

ତୈଳ ଡିପୋ ଉପରେ ବୋମାମାଡ଼ ପରେ ଇରାନରେ ଏସିଡ୍‌ ବର୍ଷା

ତେହରାନ୍‌,୧୦ା୩: ଇରାନ ରାଜଧାନୀ ତେହରାନ୍‌ରେ ଥିବା ୩୦ଟି ତୈଳ ଡିପୋ ଉପରେ ଇସ୍ରାଏଲ୍‌ର ଆକ୍ରମଣ କରିବାରୁ ରବିବାର ସେଠାରେ କଳା ଏସିଡ୍‌ ବର୍ଷା ହୋଇଛି। ତୈଳ ଡିପୋଗୁଡ଼ିକ ଜଳୁଥିବାରୁ…

ଯୁଦ୍ଧ ପ୍ରଭାବରେ ସୃଷ୍ଟି ହୋଇଛି ୩୫ ଟ୍ରିଲିୟନ ଡଲାରର ସୁନା ବଜାର

ଲଣ୍ଡନ,୧୦ା୩: ଇରାନ-ଆମେରିକା ଯୁଦ୍ଧକୁ ନେଇ ବୈଶ୍ୱିକ ପୁଞ୍ଜି ବଜାର ବେଳକୁ ବେଳ ଧରାଶାୟୀ ହେବାରେ ଲାଗିଛି। ତୈଳ ସଙ୍କଟକୁ ନେଇ ପେଟ୍ରୋଲୟିମ ବଜାରରେ ଅସ୍ଥିରତା ଏବଂ ଭୂ-ରାଜନୈତିକ ସ୍ତରରେ…

ରାଜ୍ୟରେ ଶିଶୁ ମୃତ୍ୟୁହାର ଅଧିକ, ଆଦିବାସୀବହୁଳ ୬ ଜିଲା ପ୍ରଭାବିତ

ଭୁବନେଶ୍ୱର,୧୦।୩(ରବିନାରାୟଣ ଜେନା): ଜାତୀୟସ୍ତରରେ ଶିଶୁ ମୃତ୍ୟୁହାର (ଆଇଏମ୍‌ଆର୍‌) ଉଲ୍ଲେଖନୀୟ ଭାବେ ହ୍ରାସ ପାଉଛି। ୨୦୨୩ ରିପୋର୍ଟ ଅନୁଯାୟୀ, ପ୍ରତି ୧୦୦୦ ଶିଶୁଙ୍କ କ୍ଷେତ୍ରରେ ୨୫ଜଣଙ୍କ ମୃତ୍ୟୁ ହେଉଛି।…

ଟ୍ରମ୍ପଙ୍କ ବଡ଼ ବୟାନ: ଯୁଦ୍ଧ ଶେଷ, ଇରାନକୁ କଡ଼ା ଚେତାବନୀ ଦେଇ କହିଲେ ପରିଣାମ ଭୟାବହ….

ନୂଆଦିଲ୍ଲୀ,୧୦।୩: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି । ଟ୍ରମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri