ଓଡ଼ିଶା ସୁପାରିସ: ଝିଅପୁଅଙ୍କ ବିବାହ ବୟସ ୧୮ ବର୍ଷ ରହୁ

ଭୁବନେଶ୍ୱର,୫ା୧(ବ୍ୟୁରୋ): ଝିଅଙ୍କ ଆଇନଗତ ବିବାହ ବୟସକୁ କେନ୍ଦ୍ର ସରକାର ୧୮ରୁ ୨୧ବର୍ଷକୁ ବୃଦ୍ଧି କରିବା ନେଇ ପ୍ରୋହିବିଶନ ଅଫ୍‌ ଚାଇଲ୍ଡ ମ୍ୟାରେଜ୍‌ ବିଲ୍‌-୨୦୨୧ ଲୋକ ସଭାରେ ୨୦୨୧ ଡିସେମ୍ବର ୨୧ରେ ପାରିତ କରିଥିଲେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର୍‌) ବିରୋଧ କରିଛି। ଏ ନେଇ ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ମଙ୍ଗଳବାର କେନ୍ଦ୍ର ଶିକ୍ଷା, ମହିଳା, ଶିଶୁ ଏବଂ କ୍ରୀଡ଼ା ବ୍ୟାପାର ସଂସଦୀୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଡ. ବିନୟ ପି. ସହସ୍ରବୁଦ୍ଧେଙ୍କୁୁ ଏକ ଚିଠି ଲେଖିଛନ୍ତି। ଏଥିରେ ଉଭୟ ଝିଅ ଓ ପୁଅଙ୍କ ବିବାହ ବୟସକୁ ୧୮ ବର୍ଷ ରଖିବାକୁ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି।
ଏବେ ଝିଅମାନଙ୍କ ଆଇନଗତ ବିବାହ ବୟସ ୧୮ ବର୍ଷ ଥିବାବେଳେ ତାହାକୁ ବୃଦ୍ଧି ନ କରିବାକୁ ପ୍ରଧାନ ସୁପାରିସ କରିଥିବାବେଳେ ପୁଅମାନଙ୍କ ପାଇଁ ଥିବା ୨୧ ବର୍ଷ ବୟସକୁ ୧୮ ବର୍ଷକୁ ହ୍ରାସ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ପୋକ୍‌ସୋ ଆଇନ ଅନୁଯାୟୀ
୧୮ ବର୍ଷ ପୂର୍ବରୁ ସହମତିଭିତ୍ତିକ ଶାରୀରିକ ସମ୍ପର୍କ ରଖିବା ବେଆଇନ। ୧୮ରୁ ୨୧ ବର୍ଷ ମଧ୍ୟରେ ଶାରୀରିକ ସମ୍ପର୍କ ରଖିଲେ ତାହା ଆଇନ ସମ୍ମତ। ଏବେ କେନ୍ଦ୍ର ସରକାର କହୁଛନ୍ତି କନ୍ୟାମାନଙ୍କ ପାଇଁ ଆଇନଗତ ବିବାହ ବୟସ ୧୮ ବର୍ଷ ପରିବର୍ତ୍ତେ ୨୧ ବର୍ଷ ହେଇଯିବ। ପୋକ୍‌ସୋ ଆଇନରୁ ବାହାରିଯିବା ପରେ ଏବଂ ବିବାହ ପୂର୍ବରୁ ଯେଉଁ କେତେକ ବର୍ଷ ରହିବ ସେଥିରେ ଅନେକେ ଅବିବାହିତା ମାତା ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହାପରେ ଭ୍ରୂଣ ହତ୍ୟା ବୃଦ୍ଧି ପାଇବା ଆଶଙ୍କା ମଧ୍ୟ ବଢୁଛି। ଏହାବ୍ୟତୀତ ଜୁଭେନାଇଲ ଜଷ୍ଟିସ ଆଣ୍ଡ୍‌ କେୟାର ପ୍ରୋଟେକ୍ସନ ଆକ୍ଟ(ଜେଜେସିପିଏ) ଏବଂ ଇଣ୍ଟିଗ୍ରେଟେଡ୍‌ ଚାଇଲ୍ଡ ପ୍ରୋଟେକ୍ସନ ସ୍କିମ୍‌ରେ ଏହାର ପରିସର ୧୮ ବର୍ଷ ପର୍ଯ୍ୟନ୍ତ ରହୁଛି। ୧୮ ବର୍ଷରୁ ୨୧ ବର୍ଷ ମଧ୍ୟରେ ଯେଉଁ ଝିଅମାନେ ବାଲ୍ୟ ବିବାହରୁ ଉଦ୍ଧାର ହେବେ ସେମାନଙ୍କ ରକ୍ଷଣାବେକ୍ଷଣ ସମ୍ପର୍କରେ କୌଣସି ବ୍ୟବସ୍ଥା କରାଯାଇନାହିଁ। ଓଏସ୍‌ସିପିସିଆର ଆହୁରି ମଧ୍ୟ କହିଛି, ଅର୍ଥନୈତିକ ଦୁରବସ୍ଥା, ପୁରୁଷ ପ୍ରାଧାନ୍ୟ, ସାମାଜିକ ବ୍ୟବସ୍ଥା, ପାଠ ପଢିବାର ସୁଯୋଗରୁ ବଞ୍ଚିତ ଭଳି ଅନେକ କାରଣ ଯୋଗୁ ଏବେ ମଧ୍ୟ ବାଲ୍ୟ ବିବାହ ଘଟୁଛି।
ପୂର୍ବରୁ ଝିଅପୁଅଙ୍କ ବିବାହ ବୟସକୁ ସମାନ କରିବା ପାଇଁ ନେଇ ଅନେକ ତର୍କବିତର୍କ ଓ ଆଇନର ସଂଶୋଧନ ଲାଗି ଉଦ୍ୟମ ହୋଇଛି। ଏହି ପରିପ୍ରେକ୍ଷୀରେ ୨୦୦୮ରେ ୧୮ତମ ଭାରତର ଆଇନ କମିଶନ ଦେଇଥିବା ପ୍ରସ୍ତାବକୁ ଆଲୋଚନାକୁ ଆଣିବା ଲାଗି ଓଏସ୍‌ସିପିସିଆର୍‌ ଚିଠିରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri