ଧର୍ମର ସଂଜ୍ଞା ଓ ପରିପାଳନ

ଡା. ଉମେଶ ଚନ୍ଦ୍ର ପାତ୍ର

 

ଯାହାର ଜନ୍ମ ହୋଇଛି ତା’ର ଅବଶ୍ୟ ମୃତ୍ୟୁ ହେବ। ଯାହାର ବିକାଶ ଅଛି ତା’ର ବିନାଶ ନିଶ୍ଚୟ। ଏହି ଦୃଷ୍ଟିକୋଣରୁ ଯେଉଁସବୁ ପ୍ରବୃତ୍ତି ଏକଦା ଖୁବ୍‌ ଶକ୍ତିଶାଳୀ ହୋଇ ମନୁଷ୍ୟକୁ ବିପଥରେ ନେଇଯାଇଥାନ୍ତି ସେହି ପ୍ରବୃତ୍ତି ସକଳର ବିଲୟ ଅବଶ୍ୟ ହେବ। ସେତେବେଳେ ଶରୀରର ତେଜ ନ ଥିବ, କାରଣ ଶରୀର ପ୍ରତି ମୁହୂର୍ତ୍ତରେ କ୍ଷୟ ହେଉଅଛି, କିନ୍ତୁ ତାହା ଦୃଶ୍ୟମାନ ହେଉନାହିଁ।
ଯେପରି ଜଳମଧ୍ୟସ୍ଥିତ ଅପକ୍ୱ ଘଟ ମିଳାଇଯିବା ପରେ ତାହାର କ୍ଷୟ ଜଣାପଡ଼ିଥାଏ, ସେହିପରି ଶରୀର ବିନଷ୍ଟ ହେଲେ ଏହା ଜଣାଯାଇଥାଏ। ଯୌବନ, ସୌନ୍ଦର୍ଯ୍ୟ, ଜୀବନ, ଧନସଞ୍ଚୟ, ଐଶ୍ୱର୍ଯ୍ୟ, ପ୍ରିୟ ସମାଗମ – ଏସବୁ ଅନିତ୍ୟ। ଜ୍ଞାନୀଲୋକ ଏସବୁରେ ଆସକ୍ତ ହୁଅନ୍ତି ନାହିଁ । ଯେପରି ସମୁଦ୍ରରେ ଦୁଇଖଣ୍ଡ କାଷ୍ଠ (ଭିନ୍ନ ଭିନ୍ନ ଦିଗରୁ ଆସି) ମିଳିତ ହୁଅନ୍ତି, ମିଳିବା ପରେ ପୁଣି ଅଲଗା ହୋଇଯାନ୍ତି, ସେହିପରି ପ୍ରାଣୀମାନଙ୍କର ମିଳନ ପରେ ବିଚ୍ଛେଦ ହୋଇଥାଏ । ଶରୀର ପୃଥିବୀ, ଜଳ, ତେଜ, ବାୟୁ ଓ ଆକାଶ, ଏହି ପଞ୍ଚଭୂତରେ ତିଆରି। ମୃତ୍ୟୁ ପରେ ଏମାନେ ପୁଣି ନିଜ ମୂଳ ଭୂତ ସଙ୍ଗେ ମିଶିଯାଇଥାନ୍ତି।
ପ୍ରକୃତରେ ଧର୍ମ କ’ଣ ଏବଂ ଏହାର ଆଧ୍ୟାତ୍ମିକତା ସହିିତ କି ସମ୍ପର୍କ ରହିଛି, ନ ବୁଝିଲେ ଅଜସ୍ର ଅନୁଷ୍ଠାନ ମଧ୍ୟ ଧର୍ମକୁ ପ୍ରତିଷ୍ଠିତ କରିପାରିବ ନାହିଁ। କ୍ଷଣିକ ଉତ୍ତେଜନା, ଭାବୋନ୍ମୁକ୍ତତା ଏବଂ ନାନା ରଙ୍ଗର ପୋଷାକ ପରିଚ୍ଛଦ ବା ସାଜସଜ୍ଜା ଆଦି ପ୍ରକୃତରେ ଧର୍ମାଚରଣକୁ ବୁଝାଏ ନାହିଁ। ଯୁଗପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଭାଷାରେ- ‘ଭାରତର ଅବନତି ସେହି ସମୟରୁ ଆରମ୍ଭ ହୋଇଛି, ଯେଉଁ ସମୟରୁ ଭାରତବାସୀଙ୍କ ପାଖରେ ଅମୂର୍ତ୍ତ ଭଗବାନ୍‌ ଅସୀମ ହୋଇଉଠିଛନ୍ତି, ଋଷିଙ୍କୁ ବାଦଦେଇ ଋଷିବାଦର ଉପାସନା ଆରମ୍ଭ ହୋଇଛି।’ ଋଷି କେଉଁ ପ୍ରସଙ୍ଗରେ କାହିଁକି କେଉଁକଥା କହିଛନ୍ତି, ତାହା ନ ବୁଝି ନ ଜାଣି ସବୁଠାରେ ନିର୍ବିଚାରରେ ତାହା ପ୍ରୟୋଗ କଲେ ନିଶ୍ଚିତରୂପେ ଭ୍ରମାତ୍ମକ ହେବ। ଶାସ୍ତ୍ର କୁହେ – ‘ଧର୍ମଃ ଯଃ ବାଧତେ ଧର୍ମଂ ନ ସ ଧର୍ମଃ କୁଧର୍ମଃ ସଃ। ଅବିରୋଧାତ୍‌ ତୁ ଯଃ ଧର୍ମଃ ସ ଧର୍ମଃ ସତ୍ୟବିକ୍ରମଃ।’ ଯେଉଁ ଧର୍ମ ଅନ୍ୟ ଧର୍ମକୁ ବାଧା ଦିଏ, ତାହା ଧର୍ମ ନୁହେଁ, କୁଧର୍ମ। ଧର୍ମ ଅବିରୋଧିତା ଉପରେ ପ୍ରତିଷ୍ଠିତ। ଏକ ଧର୍ମ ଅନ୍ୟ ଧର୍ମ ବା ଧାର୍ମିକକୁ ବାଧା ଦିଏନାହିଁ, ବରଂ ତା’ର ପରିପୂରକ, ପରିପୋଷକ ହୋଇଥାଏ। ଧର୍ମକୁ ସମ୍ପ୍ରଦାୟ ସହିତ ଯୋଡ଼ି ବିକୃତ କରିବା ମଧ୍ୟ ଭୁଲ୍‌। ଉଦାହରଣତଃ କେହି କେହି ହିନ୍ଦୁଧର୍ମ, ମୁସଲମାନ ଧର୍ମ, ଖ୍ରୀଷ୍ଟିଆନ ଧର୍ମ ଇତ୍ୟାଦି କହି ପାରସ୍ପରିକ କଳହ ସୃଷ୍ଟି କରନ୍ତି, ତାହା ଭୁଲ। ଏଗୁଡ଼ିକ ପ୍ରକୃତରେ ଗୋଟିଏ ଗୋଟିଏ ମତ। ତେଣୁ ଖ୍ରୀଷ୍ଟ କି ରସୁଲ କିମ୍ବା ତଥାଗତ ହୁଅନ୍ତୁ, ସମସ୍ତେ ଯୁଗଧର୍ମାନୁଯାୟୀ ଏକ ବିଚାରଧାରାକୁ ଭିନ୍ନ ଭିନ୍ନ ଭାଷାରେ ବ୍ୟକ୍ତ କରିଛନ୍ତି। ତେଣୁ କୌଣସି ମତ ଅନ୍ୟମତଠାରୁ ଭିନ୍ନ ନୁହେଁ।
ଧର୍ମର ବାସ୍ତବ ସ୍ବରୂପ ତା’ର ବ୍ୟୁତ୍ପତ୍ତିରୁ ବୁଝାଯାଇପାରେ। ଧର୍ମ ପଦଟି ଧୃ ଧାତୁରୁ ମନ୍‌ ପ୍ରତ୍ୟୟରେ ସୃଷ୍ଟ। ଧ୍ରିୟତେ (ଜୀବନଂ ବର୍ଦ୍ଧନଂ ଚାପି) ଯେନ ସଃ, ଧର୍ମଃ। ଅର୍ଥାତ୍‌ ଯାହା ଆମର ଜୀବନ ଓ ବୃଦ୍ଧିକୁ ଧରି ରଖେ, ତାହା ହିଁ ଧର୍ମ। ପ୍ରତ୍ୟେକ ଜୀବନସତ୍ତା ବଞ୍ଚତ୍ରହି ବଢ଼ି ଚାଲିବାକୁ ଇଚ୍ଛା କରେ। ମଣିଷ ପରି ବୃକ୍ଷଲତା, କୀଟପତଙ୍ଗ ସମସ୍ତେ ବଞ୍ଚତ୍ ବଢ଼ି ଚାଲିବାକୁ ପ୍ରୟାସ କରନ୍ତି, କେହି କାଳର କରାଳ ଗର୍ଭରେ ଲୁଚିଯିବାକୁ ଚାହେଁ ନା। ଏହି ବଞ୍ଚତ୍ବା ଓ ବଢ଼ିବା ପ୍ରତ୍ୟେକଙ୍କ ପାଇଁ ସ୍ବତନ୍ତ୍ର ହେଲେ ମଧ୍ୟ ଏକ ପ୍ରକାର ବିଚାରଧାରା ପୋଷଣ କରେ। ମାଛଟି ବଞ୍ଚତ୍ବା ପାଇଁ ଜଳକୁ ଛାଡ଼ିପାରେ ନାହିଁ କି ବାଘ, ସିଂହ ଶିକାରକୁ। ପ୍ରତ୍ୟେକ ସ୍ବତନ୍ତ୍ର ଭାବେ ସୃଷ୍ଟ ଓ ବିକଶିତ। ପ୍ରତ୍ୟେକର ବୈଶିଷ୍ଟ୍ୟ ଆଧାରିତ ବଞ୍ଚତ୍ବା-ବଢ଼ିବା ହେଉଛି ତା’ର ପ୍ରକୃତ ଧର୍ମ। ଧର୍ମ ହେଉଛି ମରଣର ବିପରୀତଧର୍ମୀ-ଜିଜୀବିଷା। ଆଚାରପ୍ରଭବଃ ଧର୍ମଃ ଅର୍ଥାତ୍‌ ଧର୍ମାଚରଣ ମାଧ୍ୟମରେ ପରିସ୍ଫୁଟ ହୁଏ। ଆମର ବଞ୍ଚତ୍ବା ବଢ଼ିବା ଯେତେ ସହଜ, ସାବଲୀଳ ଓ ସୁଗମ ହୋଇଉଠେ, ଆମର ଜୀବନ ସେତେ ସୁଖଶାନ୍ତିମୟ ହୋଇଥାଏ। ଉପନିଷଦ କୁହେ – ‘କୁଶଳାନ୍ନ ପ୍ରମଦିତବ୍ୟମ’ ଅର୍ଥାତ୍‌ ଆତ୍ମସୁରକ୍ଷାକାରୀ ମଙ୍ଗଳମୟ କର୍ମରେ ତ୍ରୁଟି କରିବା ଅନୁଚିତ। ଧର୍ମର ନିଷ୍ଠାପୂତ ପାଳନ ଦ୍ୱାରା ଜୀବନ ସ୍ବୟଂ ସୁରକ୍ଷିତ ହୁଏ, ଜୀବ ମଙ୍ଗଳର ଅଧିକାରୀ ହୁଏ।
ଆମର ଏହି ଆତ୍ମା ପରମାତ୍ମାଙ୍କ ଅଂଶବିଶେଷ। ଆତ୍ମାକୁ ନେଇ ଆମର ଜୀବନ। ପରିପୋଷକ କର୍ମ ସାଧନ ଦ୍ୱାରା ଜୀବନ ସତ୍‌ ଚିତ୍‌ ଆନନ୍ଦକୁ ନିଜ ଭିତରେ ଉପଲବ୍ଧି କରିଥାଏ। ଏହି ଈଶ୍ୱରମୁଖୀ କର୍ମ ହିଁ ସଦାଚାର। ଈଶ୍ୱର ହିଁ ସତ୍‌ ଅର୍ଥାତ୍‌ ଶାଶ୍ୱତ। ଆମର ଆତ୍ମା ମଧ୍ୟ ଚିରନ୍ତନ, କିନ୍ତୁ ଶରୀର ନଶ୍ୱର। ଶରୀରକୁ ଆଶ୍ରୟ କରି ଆତ୍ମାର ଆଗମନ ସମ୍ଭବ ହୋଇଛି। ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଏହି ଶରୀରକୁ ପରମେଶ୍ୱରଙ୍କ ମନ୍ଦିର ବୋଲି ଆଖ୍ୟାୟିତ କରିଛନ୍ତି। ଆତ୍ମା ଓ ଶରୀର ସହିତ ମନ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏଣୁ ଆତ୍ମା, ମନ ଓ ଶରୀରର ସର୍ବବିଧ କଲ୍ୟାଣସାଧନ ହିଁ ଧର୍ମ ।
ମନୁଷ୍ୟ ଶରୀରସ୍ଥ ପଞ୍ଚେନ୍ଦ୍ରିୟ ଦ୍ୱାରା ତାକୁ ଭିନ୍ନ ଭିନ୍ନ ସମୟରେ, ଭିନ୍ନ ଭିନ୍ନ ଇନ୍ଦ୍ରିୟଠାରୁ ଅଲଗା ଅଲଗା ସୁଖ ଅନୁଭୂତ ହୋଇଥାଏ, ଯେପରି ଆଖି ସର୍ବଦା ଭଲ ଦୃଶ୍ୟ ଦେଖିବାକୁ ଇଚ୍ଛା କରିଥାଏ, ଜିଭ ସୁସ୍ବାଦୁ ଭୋଜନ ଲୋଡ଼େ, ସେହିପରି ସୁଲଳିତ ସଙ୍ଗୀତ କାନକୁ ଭଲ ଶୁଭିଥାଏ, ଭିନ୍ନ ଭିନ୍ନ ଇନ୍ଦ୍ରିୟସକଳ ଦ୍ୱାରା ଅନୁଭବ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ, କିନ୍ତୁ ଏ ଭିନ୍ନତା ମଧ୍ୟରେ ଏକତା ଓ ସମତ୍ୱ କେଉଁଭାବରେ ଥାଏ? ତାହା ହେଉଛି ‘ଆତ୍ମସନ୍ତୋଷ’। ଏହି ସବୁଥିରେ ମନୁଷ୍ୟ ସନ୍ତୋଷ ଅନୁଭବ କରିଥାଏ ଯେଉଁ ସନ୍ତୋଷ ସବୁବେଳେ ସବୁ ମନୁଷ୍ୟ ଇଚ୍ଛା କରିଥାନ୍ତି, କିନ୍ତୁ ସେହି ସନ୍ତୋଷ ସ୍ଥାୟୀ ନ ହେବା କାରଣରୁ ଜୀବନକୁ ସନ୍ତୁଷ୍ଟ ଜୀବନ ବୋଲି କୁହାଯାଇ ନ ଥାଏ, ପୁଣି ସନ୍ତୋଷ ମିଳିଲେ ଆହୁରି ଅଧିକ ସନ୍ତୋଷ ପ୍ରତ୍ୟେକେ ଆଶା କରିଥାନ୍ତି। ଏପରି କାହିଁକି ହୋଇଥାଏ? ଇନ୍ଦ୍ରିୟସକଳ ଦ୍ୱାରା ହେଉଥିବା ଅନୁଭବର କେନ୍ଦ୍ର ହେଉଛି ମନୁଷ୍ୟର ମନ, ବୁଦ୍ଧି ଏବଂ ସଂସ୍କାର, ଯାହାକୁ ସାମୂହିକ ରୂପରେ ଆତ୍ମା ନାମ ଦିଆଯାଇଛି ।
ଆତ୍ମା ହିଁ ସନ୍ତୁଷ୍ଟ ତଥା ଅସନ୍ତୁଷ୍ଟ, ଦୁଃଖୀ ଅଥବା ସୁଖୀ ହୋଇଥାଏ। ଏହି କାରଣରୁ ବି ମନୁଷ୍ୟକୁ ପାପାତ୍ମା, ପୁଣ୍ୟାତ୍ମା କୁହାଯାଇଥାଏ। ଜ୍ଞାନ, ଆନନ୍ଦ, ପ୍ରେମ ଓ ଶାନ୍ତି ହିଁ ଆତ୍ମତୃପ୍ତିର ମୂଳଦୁଆ ୟ।
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ,
ମୋ: ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri