ଆଇସିସି ବିଶ୍ୱକପ୍‌ ପ୍ରମୋରେ ଓଡ଼ିଶାର ପିଣ୍ଟୁ

ବ୍ରହ୍ମପୁର ୨୨ା୭ (ତନୁଶ୍ରୀ ନାହାକ): ଓଡ଼ିଶାର ଖେଳ ପ୍ରେମୀଙ୍କ ଲାଗି ଏକ ଭଲ ଖବର। ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଜଣେ ଅନ୍ୟତମ ଦୃଢ ପ୍ରଶଂସକ ରୂପେ ପରିଚିତ ରାଜ୍ୟର ପିଣ୍ଟୁ ବେହେରା ଭାରତରେ ଅକ୍ଟୋବର ୫ରୁ ହେବାକୁଥିବା ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଫିସିଆଲ ପ୍ରମୋରେ ସ୍ଥାନ ପାଇଛନ୍ତି। ୩୪ ବର୍ଷୀୟ ପିଣ୍ଟୁ ବ୍ରହ୍ମପୁର ସହରର ଜଣେ ଜଣାଶୁଣା କଣ୍ଟ୍ରାକ୍ଟର। ସେ ତାଙ୍କ ଶରୀରରେ ହାତ, ଗୋଡ଼, ପିଠି, ପେଟ ଏବଂ ଅନ୍ୟ ଅଂଶରେ ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ କୋହଲିଙ୍କର ଟାଟୁ କରିଛନ୍ତି। ପିଣ୍ଟୁଙ୍କ ଶରୀରରେ ଏହି ସବୁ ଟାଟୁ ଟି. ଗଣେଶ ରାଓ ନାମକ ଜଣେ ଟାଟୁ ଆର୍ଟିଷ୍ଟ କରାଇଛନ୍ତି। ପିଣ୍ଟୁ ତାଙ୍କର ନିୟମିତ ଗ୍ରାହକ। ୬ ମାସ ତଳେ ଶେଷ ଥର ପାଇଁ ସେ ଟାଟୁ କୁଟାଇବା ଲାଗି ତାଙ୍କ ନିକଟକୁ ଆସିଥିଲେ ବୋଲି ଗଣେଶ କହିିଛନ୍ତି। ପିଣ୍ଟ କହିଛନ୍ତି, କୋହଲିଙ୍କୁ ଭେଟିବା ଲାଗି ତାଙ୍କର ଏକ ସ୍ବପ୍ନ ଥିଲା। ତାଙ୍କ ସହ ଭେଟ ହେବାପରେ ତାଙ୍କୁ ନୂଆ ନୂଆ ଅଫର ଓ ସମ୍ମାନ ମିଳୁଛି। ଆଇସିସି ଦ୍ୱାରା ରିଲିଜ କରାଯାଇଥିବା ଦିନିକିଆ ବିଶ୍ୱକପ୍‌ ପ୍ରମୋରେ ତାଙ୍କୁ ସ୍ଥାନ ମିଳିଥିବାରୁ ସେ ଖୁବ୍‌ ଆନନ୍ଦିତ। କୋହଲିଙ୍କ ଏହି ଦୃଢ ପ୍ରଶଂସକ କହିଛନ୍ତି, ପ୍ରମୋର ଶୁଟିଂ ବେଳେ ତାଙ୍କର ଦକ୍ଷିଣ ଆଫ୍ରିକା କ୍ରିକେଟର ଜେ.ପି. ଡୁମିନି ଏବଂ ଭାରତୀୟ ସ୍ପିନର ମୁରଲୀ କାର୍ତ୍ତିକଙ୍କ ସହ ତାଙ୍କର ଭେଟ ହୋଇଥିଲା। ଉଇକେଟକିପର ବ୍ୟାଟର ଦୀନେଶ କାର୍ତ୍ତିକଙ୍କ ଚେହେରା ସହ ଅନେକ ମେଳ ଖାଉଛି ବୋଲି ତାଙ୍କୁ ଉପସ୍ଥିତ କ୍ରିକେଟରମାନେ ‘ଡିକେ’ ବୋଲି ସମ୍ବୋଧନ କରୁଥିଲେ। ସେମାନେ ମୋ ସହିତ ମନ ଖୋଲା କଥା ହେବା ସହ ମୋତେ ବଧେଇ ଜଣାଇଥିଲେ। ବିରାଟ କୋହଲିଙ୍କ ଫିଟ୍‌ନେସ ଚେହେରା ତାଙ୍କୁ ଖୁବ୍‌ ଭଲ ଲଗେ। ଆସନ୍ତା ଅକ୍ଟୋବରରେ ଭାରତରେ ହେବାକୁଥିବା ବିଶ୍ୱକପ୍‌ ବେଳକୁ ସେ ତାଙ୍କ ଚେହେରକୁ ବିରାଟଙ୍କ ଭଳି ବନେଇବାକୁ ପ୍ରସ୍ତୁତି ଆରମ୍ଭ କରିଥିବା ପିଣ୍ଟୁ କହିଛନ୍ତି। ମ୍ୟାଚ ସମୟରେ ସେ ବିରାଟଙ୍କୁ ୪ରୁ ୫ଥର ଭେଟିଛନ୍ତି। ଦୁଇଥର କୋଲକାତାରେ, ଥରେ ଅହମ୍ମଦାବାଦରେ ତାଙ୍କୁ ଭେଟିଥିଲେ। ୨୦୧୯ରେ ବିଶାଖାପାଟଣାଠାରେ ଭାରତ-ଓ୍ବେଷ୍ଟଇଣ୍ଡିଜ ମ୍ୟାଚ ବେଳେ ସେ କୋହଲିଙ୍କ ସହ ନେଇଥିବା ଫଟୋ ସାରା ଦେଶରେ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ବିରୋଧରେ ଅସନ୍ତୋଷ ଝାଡିଲେ ସ୍ଥାନୀୟ ଲୋକେ, ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ…

ଥୁଆମୂଳ ରାମପୁର, ୧୮ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପ ଓ…

ଏବେ ଶେଷ ହୋଇଯିବ ଯୁଦ୍ଧ! ଇରାନ ଆମେରିକାକୁ ପଠାଇଲା ଏଭଳି ଏକ ଜିନିଷ, ଦେଖିଲେ କ’ଣ ରାଜି ହୋଇଯିବେ ଟ୍ରମ୍ପ?

ନୂଆଦିଲ୍ଲୀ,୧୮।୫: ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପାଇଁ ଇରାନ ଆମେରିକା ସହିତ ଏକ ସଂଶୋଧିତ ଶାନ୍ତି ପ୍ରସ୍ତାବ ଶେୟାର କରିଛି। ସୋମବାର ଏକ ପାକିସ୍ତାନୀ…

ପେଟ୍ରୋଲ ପମ୍ପ ଉପରେ ଅଚାନକ ଚଢାଉ କଲେ ଜିଲାପାଳ, ଏସପି: କହିଲେ ଜିଲାରେ ଆହୁରି ଏତେ ଲିଟର ତେଲ ଗଚ୍ଛିତ

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ତୈଳ ଯୋଗାଣ ବିତରଣରେ ଅନିୟମିତତା ହେଉଥିବାର ଅଭିଯୋଗ ଆସିଛି। ଯାହାକୁ ନେଇ ସୋମବାର ଜିଲାପାଳ ପାୱାର ସଚିନ ପ୍ରକାଶ,ଏସପି ନାଗରାଜ ଦେବରକୋଣ୍ଡା…

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ତହସିଲଦାର: ୩ ବର୍ଷ ସଶ୍ରମ କାରାଦଣ୍ଡ ସହ…

ଗୁଣପୁର,୧୮।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁରର ପୂର୍ବତନ ଅବସରପ୍ରାପ୍ତ ତହସିଲଦାର ଖୀରାବ୍ଦି ବେହେରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି l ତାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା…

ମୃତ୍ୟୁର ୯ ଦିନ ପରେ ମାଟି ତଳୁ ଖୋଳି ବାହାର କରାଗଲା ଅଢ଼େଇ ବର୍ଷର ଶିଶୁର ଶବ, କାରଣ ଜାଣିଲେ ହୋଇଯିବେ ତାଜୁବ

ଧର୍ମଶାଳା,୧୮।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ନୋସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବକୁ ମିଳିଛି । ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ ହେବାର…

କୋର୍ଟଙ୍କ ଦ୍ୱାରସ୍ତ ହେଲେ ଭିନେଶ

ନୂଆଦିଲ୍ଲୀ,୧୮ା୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ସହିତ ଚାଲିଥିବା ବିବାଦ ମଧ୍ୟରେ ଜାତୀୟ ରେସଲିଂ ଚୟନ ପ୍ରକ୍ରିୟାରୁ ବାଦ୍‌ ଦିଆଯିବାକୁ ନେଇ ଭାରତୀୟ ରେସଲର ଭିନେଶ…

ନାବାଳିକାଙ୍କୁ ଅସଦାଚରଣ: କୋର୍ଟଙ୍କ ଆସିଲା ବଡ଼ ରାୟ

ବ୍ରହ୍ମପୁର,୧୮ା୫(ସୁବାସ ଚନ୍ଦ୍ର ପାଢ଼ୀ): ୨୦୧୮ରେ ସୋରଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ହୋଇଥିବା ଅସଦାଚରଣ ମାମଲାର ଶୁଣାଣି ହୋଇଛି। ଫାଷ୍ଟଟ୍ରାକ ପୋକ୍‌ସୋ କୋର୍ଟ ଜଜ୍‌ ରୋହିତ ଲାଲ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ କୀର୍ତ୍ତିମାନ: IPL ଇତିହାସରେ କେହି ଏମିତି ରେକର୍ଡ ହାସଲ କରିପାରିନାହାନ୍ତି

ନୂଆଦିଲ୍ଲୀ,୧୮।୫: ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଛୋଟ IPL କ୍ୟାରିୟର ମଧ୍ୟରେ ଅନେକ ରେକର୍ଡ ସ୍ଥାପନ କରିସାରିଛନ୍ତି। ତାଙ୍କ କ୍ୟାରିୟରରେ ସୂର୍ଯ୍ୟବଂଶୀ ଚୌକା ଅପେକ୍ଷା ଅଧିକ ଛକା ମାରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri