‘ଚିଙ୍ଗାରି’ର ଓଡ଼ିଶା ଲିଙ୍କ୍‌

ଭୁବନେଶ୍ୱର,୧।୭(ବ୍ୟୁରୋ): ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ଦୃଷ୍ଟିରୁ କେନ୍ଦ୍ର ସରକାର ସୋମବାର ୫୯ଟି ଚାଇନିଜ୍‌ ଆପ୍‌କୁ ଭାରତରେ ନିଷିଦ୍ଧ ଘୋଷଣା କରିଛନ୍ତି। ଏହି ଆପ୍‌ ଗୁଡ଼ିକ ମଧ୍ୟରେ ସବୁଠାରୁ ଆଗରେ ରହିଛି ‘ଟିକ୍‌ଟକ୍‌’ ଆପ୍‌। କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଉଭୟ ଆଇଓଏସ୍‌ ଏବଂ ଆଣ୍ଡ୍ରଏଡ୍‌ ଆପ୍‌ ଷ୍ଟୋର୍‌ରୁ ‘ଟିକ୍‌ଟକ୍‌’କୁ ହଟାଇ ଦିଆଯାଇଛି।

ଅପରପକ୍ଷରେ କିଛିଦିନ ଧରି ଚର୍ଚ୍ଚାରେ ଥିବା ଭାରତର ନିଜସ୍ବ ଶର୍ଟ ଭିଡିଓ ଆପ୍‌ ‘ଚିଙ୍ଗାରି’ର ଲୋକପ୍ରିୟତା ଏବଂ ଡାଉନ୍‌ଲୋଡ୍‌ ହାର ବହୁମାତ୍ରାରେ ବଢ଼ିଚାଲିଛି। ୨୦୧୮ରେ ଦୁଇ ଯୁବ ପ୍ରୋଗ୍ରାମରଙ୍କ ଦ୍ୱାରା ବିକଶିତ ଏହି ଆପ୍‌ ଏବେ ବଲିଉଡ୍‌ ସେଲିବ୍ରିଟିଙ୍କ ଠାରୁ ଆରମ୍ଭକରି ଲକ୍ଷାଧିକ ଭାରତୀୟ ଯୁବପିଢିଙ୍କ ସ୍ମାର୍ଟଫୋନ୍‌ରେ ଦେଖିବାକୁ ମିଳିଛି। ସବୁଠାରୁ ବଡ଼ କଥାହେଲା ଏହି ଆପ୍‌କୁ ପ୍ରସ୍ତୁତ କରିଥିବା ଦୁଇ ପ୍ରୋଗ୍ରାମରଙ୍କ ମଧ୍ୟରୁ ଜଣେ ଓଡ଼ିଆ ଯୁବକ ରହିଛନ୍ତି। କଟକ ଜନ୍ମିତ ବିଶ୍ୱାତ୍ମା ନାୟକ ‘ଚିଙ୍ଗାରି’ର ସହ ପ୍ରତିଷ୍ଠାତା ସହ ସିଇଓ ଅଛନ୍ତି। ଆଣ୍ଡ୍ରଏଡ୍‌ରେ ଦୀର୍ଘ ୮ବର୍ଷର ଅନୁଭୂତି ରଖିଥିବା ବିଶ୍ୱାତ୍ମା ୧୦ରୁ ଊର୍ଦ୍ଧ୍ୱ ସୋସିଆଲ ମିଡିଆ ଅଟୋମେଶନ ଟୁଲ୍‌ ସହ ଡେଟିଂ ଆପ୍‌ ନିର୍ମାଣ କରିଛନ୍ତି।

କଟକ ଜିଲା ଅଡ଼ଶପୁର ବାସିନ୍ଦା ବିଶ୍ୱାତ୍ମା କଲେଜରେ ପଢିବା ସମୟରୁ କୋଡିଂରେ ଆଗ୍ରହ ରଖିଥିଲେ। ଇଞ୍ଜିନିୟରିଂ ପରେ ବେଙ୍ଗାଲୁର ଯାଇ ନିଜ ପ୍ରଫେଶନାଲ କ୍ୟାରିୟର ଆରମ୍ଭ କରିବାର ପ୍ରଥମବର୍ଷରେ ହିଁ ସେ ଏକ ସୋସିଆଲ ଆପ୍‌ ପ୍ରଡକ୍ଟ ନିର୍ମାଣ କରିଥିଲେ। ତେବେ ଚାଇନିଜ୍‌ ଆପ୍‌ ଟିକ୍‌ଟକ୍‌ର ବଢୁଥିବା ଲୋକପ୍ରିୟତାକୁ ଦେଖି ସେ ତା’ଠାରୁ ଏକ ଭଲ ଶର୍ଟ ଭିଡିଓ ଆପ୍‌ ତିଆରି କରିବାକୁ ସ୍ଥିର କରିଥିଲେ। ‘ଚିଙ୍ଗାରି’ ଆପ୍‌ ତିଆରି କରିବା ପାଇଁ ତାଙ୍କୁ ପ୍ରାୟ ୨ବର୍ଷ ଲାଗିଯାଇଥିଲା। କେନ୍ଦ୍ର ସରକାର ଯେତେବେଳେ ‘ମେକ୍‌ ଇନ୍‌ ଇଣ୍ଡିଆ’ ଉପରେ ଗୁରୁତ୍ୱ ଦେଉଥିଲେ ସେତେବେଳେ ଏହି ଆପ୍‌ ଲଞ୍ଚ୍‌ ହୋଇଥିଲା।

ତେବେ ସୋସିଆଲ ମିଡିଆରେ ଜୋର୍‌ ଧରୁଥିବା ‘ବୟକଟ୍‌ ଚାଇନିଜ୍‌ ପ୍ରଡକ୍ଟ’କୁ ଉତ୍ସାହିତ କରିବା ଲାଗି ଏହି ଆପ୍‌ର ନାମକରଣ ‘ଚିଙ୍ଗାରି’ ଅର୍ଥାତ୍‌ ‘ନିଆଁ’ କରାଯାଇଥିଲା। ମାତ୍ର ୧୯ବର୍ଷ ବୟସରୁ ବିଶ୍ୱାତ୍ମା ଅନ୍‌ଲାଇନ୍‌ରେ କୋଡିଂ ଶିଖିବା ଏବଂ ପଢିବା ଆରମ୍ଭ କରିଥିଲେ। ଏହାସହ ଥାର୍ଡ ପାର୍ଟି ‘ଆପ୍ଲିକେଶନ ପ୍ରୋଗ୍ରାମିଂ ଇଣ୍ଟରଫେସ୍‌’ ବିଷୟରେ ମଧ୍ୟ ଅଧିକରୁ ଅଧିକ ଜାଣିବା ପାଇଁ ଚେଷ୍ଟା କରିଥିଲେ, ଯାହାକି ତାଙ୍କୁ ପରବର୍ତ୍ତୀ ସମୟରେ ଏଭଳି ଆପ୍‌ ତିଆରି କରିବାରେ ସାହାଯ୍ୟ କରିଥିଲା। ହେଲେ ଚିଙ୍ଗାରିକୁ ଟିକ୍‌ଟକ୍‌ ଠାରୁ ଭିନ୍ନ କରିବା ବିଶ୍ୱାତ୍ମାଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା। ଏଥିଲାଗି ଭିଡିଓ ପ୍ରସ୍ତୁତ ଓ ତାକୁ ଶେୟାର କରିବା ବ୍ୟତୀତ ଏଥିରେ ସେ ନ୍ୟୁଜ୍‌ ଏବଂ ଗେମ୍‌ ମଡ୍ୟୁଲ୍‌ ମଧ୍ୟ ଅନ୍ତର୍ଭୁକ୍ତ କରିଥିଲେ। ଏହାସହ ଡୁଏଟ୍‌ ଭିଡିଓ, ସ୍ଲୋ-ମୋ, ଫାଷ୍ଟ୍‌ ଫରଓ୍ବାଡ, ସିନେମାଟିକ୍‌ ଫିଲ୍‌ଟର୍‌ ଆଦି ମଧ୍ୟ ଚିଙ୍ଗାରିରେ ରହିଛି। ସବୁଠାରୁ ବଡ଼କଥା ହେଲା ଟିକ୍‌ଟକ୍‌ ଆପ୍‌ ନିଷିଦ୍ଧ ଘୋଷଣା ହେବାର କିଛି ଘଣ୍ଟା ମଧ୍ୟରେ ୩ ମିଲିୟନ୍‌ରୁ ଅଧିକ ବ୍ୟବହାରକାରୀ ଏହାକୁ ଡାଉନ୍‌ଲୋଡ୍‌ କରିଛନ୍ତି। ଏପରି କି ପ୍ରତି ୩୦ ମିନିଟ୍‌ରେ ବ୍ୟବହାରକାରୀଙ୍କ ସଂଖ୍ୟା ୬୦ ହଜାର ବୃଦ୍ଧି ପାଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?