‘ଚିଙ୍ଗାରି’ର ଓଡ଼ିଶା ଲିଙ୍କ୍‌

ଭୁବନେଶ୍ୱର,୧।୭(ବ୍ୟୁରୋ): ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ଦୃଷ୍ଟିରୁ କେନ୍ଦ୍ର ସରକାର ସୋମବାର ୫୯ଟି ଚାଇନିଜ୍‌ ଆପ୍‌କୁ ଭାରତରେ ନିଷିଦ୍ଧ ଘୋଷଣା କରିଛନ୍ତି। ଏହି ଆପ୍‌ ଗୁଡ଼ିକ ମଧ୍ୟରେ ସବୁଠାରୁ ଆଗରେ ରହିଛି ‘ଟିକ୍‌ଟକ୍‌’ ଆପ୍‌। କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଉଭୟ ଆଇଓଏସ୍‌ ଏବଂ ଆଣ୍ଡ୍ରଏଡ୍‌ ଆପ୍‌ ଷ୍ଟୋର୍‌ରୁ ‘ଟିକ୍‌ଟକ୍‌’କୁ ହଟାଇ ଦିଆଯାଇଛି।

ଅପରପକ୍ଷରେ କିଛିଦିନ ଧରି ଚର୍ଚ୍ଚାରେ ଥିବା ଭାରତର ନିଜସ୍ବ ଶର୍ଟ ଭିଡିଓ ଆପ୍‌ ‘ଚିଙ୍ଗାରି’ର ଲୋକପ୍ରିୟତା ଏବଂ ଡାଉନ୍‌ଲୋଡ୍‌ ହାର ବହୁମାତ୍ରାରେ ବଢ଼ିଚାଲିଛି। ୨୦୧୮ରେ ଦୁଇ ଯୁବ ପ୍ରୋଗ୍ରାମରଙ୍କ ଦ୍ୱାରା ବିକଶିତ ଏହି ଆପ୍‌ ଏବେ ବଲିଉଡ୍‌ ସେଲିବ୍ରିଟିଙ୍କ ଠାରୁ ଆରମ୍ଭକରି ଲକ୍ଷାଧିକ ଭାରତୀୟ ଯୁବପିଢିଙ୍କ ସ୍ମାର୍ଟଫୋନ୍‌ରେ ଦେଖିବାକୁ ମିଳିଛି। ସବୁଠାରୁ ବଡ଼ କଥାହେଲା ଏହି ଆପ୍‌କୁ ପ୍ରସ୍ତୁତ କରିଥିବା ଦୁଇ ପ୍ରୋଗ୍ରାମରଙ୍କ ମଧ୍ୟରୁ ଜଣେ ଓଡ଼ିଆ ଯୁବକ ରହିଛନ୍ତି। କଟକ ଜନ୍ମିତ ବିଶ୍ୱାତ୍ମା ନାୟକ ‘ଚିଙ୍ଗାରି’ର ସହ ପ୍ରତିଷ୍ଠାତା ସହ ସିଇଓ ଅଛନ୍ତି। ଆଣ୍ଡ୍ରଏଡ୍‌ରେ ଦୀର୍ଘ ୮ବର୍ଷର ଅନୁଭୂତି ରଖିଥିବା ବିଶ୍ୱାତ୍ମା ୧୦ରୁ ଊର୍ଦ୍ଧ୍ୱ ସୋସିଆଲ ମିଡିଆ ଅଟୋମେଶନ ଟୁଲ୍‌ ସହ ଡେଟିଂ ଆପ୍‌ ନିର୍ମାଣ କରିଛନ୍ତି।

କଟକ ଜିଲା ଅଡ଼ଶପୁର ବାସିନ୍ଦା ବିଶ୍ୱାତ୍ମା କଲେଜରେ ପଢିବା ସମୟରୁ କୋଡିଂରେ ଆଗ୍ରହ ରଖିଥିଲେ। ଇଞ୍ଜିନିୟରିଂ ପରେ ବେଙ୍ଗାଲୁର ଯାଇ ନିଜ ପ୍ରଫେଶନାଲ କ୍ୟାରିୟର ଆରମ୍ଭ କରିବାର ପ୍ରଥମବର୍ଷରେ ହିଁ ସେ ଏକ ସୋସିଆଲ ଆପ୍‌ ପ୍ରଡକ୍ଟ ନିର୍ମାଣ କରିଥିଲେ। ତେବେ ଚାଇନିଜ୍‌ ଆପ୍‌ ଟିକ୍‌ଟକ୍‌ର ବଢୁଥିବା ଲୋକପ୍ରିୟତାକୁ ଦେଖି ସେ ତା’ଠାରୁ ଏକ ଭଲ ଶର୍ଟ ଭିଡିଓ ଆପ୍‌ ତିଆରି କରିବାକୁ ସ୍ଥିର କରିଥିଲେ। ‘ଚିଙ୍ଗାରି’ ଆପ୍‌ ତିଆରି କରିବା ପାଇଁ ତାଙ୍କୁ ପ୍ରାୟ ୨ବର୍ଷ ଲାଗିଯାଇଥିଲା। କେନ୍ଦ୍ର ସରକାର ଯେତେବେଳେ ‘ମେକ୍‌ ଇନ୍‌ ଇଣ୍ଡିଆ’ ଉପରେ ଗୁରୁତ୍ୱ ଦେଉଥିଲେ ସେତେବେଳେ ଏହି ଆପ୍‌ ଲଞ୍ଚ୍‌ ହୋଇଥିଲା।

ତେବେ ସୋସିଆଲ ମିଡିଆରେ ଜୋର୍‌ ଧରୁଥିବା ‘ବୟକଟ୍‌ ଚାଇନିଜ୍‌ ପ୍ରଡକ୍ଟ’କୁ ଉତ୍ସାହିତ କରିବା ଲାଗି ଏହି ଆପ୍‌ର ନାମକରଣ ‘ଚିଙ୍ଗାରି’ ଅର୍ଥାତ୍‌ ‘ନିଆଁ’ କରାଯାଇଥିଲା। ମାତ୍ର ୧୯ବର୍ଷ ବୟସରୁ ବିଶ୍ୱାତ୍ମା ଅନ୍‌ଲାଇନ୍‌ରେ କୋଡିଂ ଶିଖିବା ଏବଂ ପଢିବା ଆରମ୍ଭ କରିଥିଲେ। ଏହାସହ ଥାର୍ଡ ପାର୍ଟି ‘ଆପ୍ଲିକେଶନ ପ୍ରୋଗ୍ରାମିଂ ଇଣ୍ଟରଫେସ୍‌’ ବିଷୟରେ ମଧ୍ୟ ଅଧିକରୁ ଅଧିକ ଜାଣିବା ପାଇଁ ଚେଷ୍ଟା କରିଥିଲେ, ଯାହାକି ତାଙ୍କୁ ପରବର୍ତ୍ତୀ ସମୟରେ ଏଭଳି ଆପ୍‌ ତିଆରି କରିବାରେ ସାହାଯ୍ୟ କରିଥିଲା। ହେଲେ ଚିଙ୍ଗାରିକୁ ଟିକ୍‌ଟକ୍‌ ଠାରୁ ଭିନ୍ନ କରିବା ବିଶ୍ୱାତ୍ମାଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା। ଏଥିଲାଗି ଭିଡିଓ ପ୍ରସ୍ତୁତ ଓ ତାକୁ ଶେୟାର କରିବା ବ୍ୟତୀତ ଏଥିରେ ସେ ନ୍ୟୁଜ୍‌ ଏବଂ ଗେମ୍‌ ମଡ୍ୟୁଲ୍‌ ମଧ୍ୟ ଅନ୍ତର୍ଭୁକ୍ତ କରିଥିଲେ। ଏହାସହ ଡୁଏଟ୍‌ ଭିଡିଓ, ସ୍ଲୋ-ମୋ, ଫାଷ୍ଟ୍‌ ଫରଓ୍ବାଡ, ସିନେମାଟିକ୍‌ ଫିଲ୍‌ଟର୍‌ ଆଦି ମଧ୍ୟ ଚିଙ୍ଗାରିରେ ରହିଛି। ସବୁଠାରୁ ବଡ଼କଥା ହେଲା ଟିକ୍‌ଟକ୍‌ ଆପ୍‌ ନିଷିଦ୍ଧ ଘୋଷଣା ହେବାର କିଛି ଘଣ୍ଟା ମଧ୍ୟରେ ୩ ମିଲିୟନ୍‌ରୁ ଅଧିକ ବ୍ୟବହାରକାରୀ ଏହାକୁ ଡାଉନ୍‌ଲୋଡ୍‌ କରିଛନ୍ତି। ଏପରି କି ପ୍ରତି ୩୦ ମିନିଟ୍‌ରେ ବ୍ୟବହାରକାରୀଙ୍କ ସଂଖ୍ୟା ୬୦ ହଜାର ବୃଦ୍ଧି ପାଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିତ୍ରକଳା କହୁଛି କରୋନାର ଭୟବହତା

ରେଢାଖୋଲ , ୧।୫(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢାଖୋଲ ଭୀମ ଭୋଇ ଛକରେ ସ୍ଥାନୀୟ ଏନ୍‌ଏସି ପକ୍ଷରୁ କରୋନା ସମ୍ପର୍କରେ ଚିତ୍ରକଳା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି।...

ଷଣ୍ଢ ପେଟରୁ ବାହାରିଲା ୬୦ କିଗ୍ରା ପଲିଥିନ୍‌

ବାଙ୍କୀ, ୯ା୨(ସ୍ବ.ପ୍ର.): ବାଙ୍କୀ ସହର ଅଞ୍ଚଳରେ ଏକ ବୁଲା ଷଣ୍ଢ ଅସୁସ୍ଥ ଅବସ୍ଥାରେ ପଡିଥିବାରୁ ତାର ପେଟକୁ ଅପରେଶନ କରାଯାଇ ୬୦କେଜିରୁ ଊର୍ଦ୍ଧ୍ୱ ପଲିଥିନ ବୁଧବାର...

ଫେକ୍‌ ସିମ୍‌କାର୍ଡ ମାମଲା: ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୨।୫(ବ୍ୟୁରୋ): ଫେକ୍‌ ସିମ୍‌କାର୍ଡ ଜାଲିଆତି ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ। ଏଥିପାଇଁ କୋର୍ଟ ଅନୁମତି ଦେଇଛନ୍ତି। ବୁଧବାରଠାରୁ...

କୁସୁମୀ ନଦୀର ପ୍ରବଳ ସ୍ରୋତରେ ଭାସିଯାଇ ଯୁବକ ନିଖୋଜ

ଖଣ୍ଡପଡ଼ା,୨୬ା୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କୁସୁମୀ ନଦୀରେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଜଳ ପତନ ବୃଦ୍ଧିପାଇଛି। ନଦୀର ପ୍ରବଳ ସ୍ରୋତରେ...

ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ମୁତୟନ ହେଲେ ଏନ୍‌ଡିଆରଏଫ, ଓଡ୍ରାଫ ଟିମ୍‌

ଛତ୍ରପୁର,୨୬।୯(ଡି.ଏନ୍‌.ଏ.): ସମ୍ଭାବ୍ୟ ବାତ୍ୟା ଗୁଲାବ ପରିପ୍ରେକ୍ଷୀରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନ୍‌ଡିଆରଏଫ୍‌ ଓ ଓଡ୍ରାଫ ଟିମ୍‌ ଗଞ୍ଜାମ ଜିଲାରେ ପହଞ୍ଚିଥିଲେ। ପରେ ସେମାନଙ୍କୁ...

ଆଇଏଏସ୍‌ସ୍ତରରେ ଅଦଳବଦଳ, ଜାଣନ୍ତୁ କିଏ କେଉଁଠି ହେଲେ ଅବସ୍ଥାପିତ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଆଇଏଏସ୍‌ ସ୍ତରରେ ଶୁକ୍ରବାର ଅଦଳବଦଳ କରାଯାଇଛି। ୨୦୦୪ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ନିରଞ୍ଜନ ସାହୁଙ୍କୁ ଉତ୍ତରାଞ୍ଚଳ ଆର୍‌ଡିସି, ୨୦୦୦ ବ୍ୟାଚ୍‌ ଆଇଏଏସ୍‌ ଅଫିସର ବସନ୍ତ...

ସ୍ବାମୀଙ୍କ ଇକ୍‌ମୋ ଚିକିତ୍ସା ଲାଗି ସ୍ତ୍ରୀ କରିଥିଲେ ଗୁହାରୀ; ହେଲେ ଆଖି ବୁଜିଲେ ଦିବ୍ୟରଞ୍ଜନ

ଆଠଗଡ଼,୧୩।୭(ସ୍ବ.ପ୍ର.): ବିବାହର ମାତ୍ର ବର୍ଷେ ପରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି କଟକର ଦିବ୍ୟରଞ୍ଜନ ବେହେରା। ସ୍ତ୍ରୀ ପ୍ରତିଭା ପ୍ରୀୟଦର୍ଶୀନୀ ଓ ୩ ମାସର ପୁଅକୁ ଏକା...

ଧନୀଙ୍କୁ ମିଳୁଛି ପ୍ରଧାନମନ୍ତ୍ରୀ ଆବାସ

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଆମେମାନେ ଜନ ପ୍ରତିନିଧି । ଲୋକଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କରେ ରହିଛୁ। ଯେଉଁ ଗରିବ ଲୋକ ଘର ଖଣ୍ଡେ ପାଇ ନାହିଁ ସେମାନେ ଆମକୁ...

Advertisement
Archives

Model This Week