ଶିଶୁଙ୍କୁ ସମ୍ପୂର୍ଣ୍ଣ ଟିକାକରଣରେ ଓଡ଼ିଶା ଆଗୁଆ

ଭୁବନେଶ୍ୱର, ୨୬ା୧୧(ବ୍ୟୁରୋ):ଶିଶୁଙ୍କୁ ସମ୍ପୂର୍ଣ୍ଣ ଟିକାକରଣରେ ଓଡ଼ିଶା ଆଗରେ ରହିଛି। ଏ କ୍ଷେତ୍ରରେ ଓଡ଼ିଶାର ହାର ଦେଶରେ ସର୍ବାଧିକ ରହିଥିବାବେଳେ ଜାତୀୟ ହାରଠାରୁ ମଧ୍ୟ ଅଧିକ। ଦେଶରେ ୧୨ରୁ ୨୩ମାସ ବୟସ୍କ ଶିଶୁଙ୍କୁ ସମ୍ପୂର୍ଣ୍ଣ ଟିକାକରଣ ହାର ୭୬% ଥିବାବେଳେ ଓଡ଼ିଶାରେ ୯୦.୫% ରହିଛି। ଗତ ପାଞ୍ଚବର୍ଷ ତଳେ ଦେଶରେ ଏହି ହାର ୬୨% ଥିବାବେଳେ ଏବେ ୭୬%କୁ ବୃଦ୍ଧି ପାଇଛି। ସେହିଭଳି ଅନ୍ୟ ଶ୍ରେଷ୍ଠ ରାଜ୍ୟଗୁଡ଼ିକ ମଧ୍ୟରେ ହେଉଛି ହିମାଚଳ ପ୍ରଦେଶ (୮୯.୩ ପ୍ରତିଶତ), ତାମିଲନାଡ଼ୁ (୮୯.୨ ପ୍ରତିଶତ), ପଶ୍ଚିମବଙ୍ଗ (୮୭.୮ ପ୍ରତିଶତ), କର୍ନାଟକ (୮୪.୧ ପ୍ରତିଶତ) ଏବଂ ଗୋଆ (୮୧.୯ ପ୍ରତିଶତ) ରହିଥିବା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଚ୍‌ଏଫ୍‌ଏସ୍‌-୫)ରୁ ଜଣାପଡ଼ିଛି।
ସମ୍ପୂର୍ଣ୍ଣ ଟିକାକରଣ ଅର୍ଥ ହେଉଛି, ଶିଶୁମାନେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଟିକାକୁ ଧାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ କରିବା। ଓଡ଼ିଶାରେ ଜଣେ ପିଲା ସରକାରୀ ସୁବିଧାରେ ୧୨ଟି ଟିକା ନେଇଥାନ୍ତି।
ଉକ୍ତ ସର୍ବେକ୍ଷଣ ରିପୋର୍ଟ ଅନୁସାରେ, ୨୦୧୫-୧୬ରେ ଓଡ଼ିଶାରେ ସମ୍ପୂର୍ଣ୍ଣ ଟିକାକରଣ ଶିଶୁଙ୍କ ସଂଖ୍ୟା ୭୮.୬ ପ୍ରତିଶତ ଥିଲା, ଯାହାକି ସଦ୍ୟତମ ଜାତୀୟ ଆକଳନ ତୁଳନାରେ ଭଲ ଅଟେ। ସେହିଭଳି ଓଡ଼ିଶାରେ ୧୨-୨୩ ମାସ ବୟସର ୯୮.୧ ପ୍ରତିଶତ ପିଲା ଅଧିକାଂଶ ଟିକା ଜନସ୍ବାସ୍ଥ୍ୟ କେନ୍ଦ୍ରରେ ଗ୍ରହଣ କରିଛନ୍ତି। ୯୯.୧ ପ୍ରତିଶତ ପିଲା ଗ୍ରାମାଞ୍ଚଳର ହୋଇଥିବାବେଳେ ୯୧.୮ ପ୍ରତିଶତ ସହରାଞ୍ଚଳରେ ଅଛନ୍ତି। ସହରାଞ୍ଚଳର ୧.୪ ପ୍ରତିଶତ ପିଲା, ଯେଉଁମାନେ କି ଘରୋଇ ସୁବିଧାଗୁଡ଼ିକରେ ସେମାନଙ୍କର ଟିକା ନେଇଛନ୍ତି। ୯୭.୩ ପ୍ରତିଶତ ପିଲା ବିସିଜି ଟିକା ଗ୍ରହଣ କରିଥିବାବେଳେ ୯୪.୪ ପ୍ରତିଶତ ପିଲାଙ୍କର ତିନୋଟି ଡୋଜ୍‌ ପେଣ୍ଟା କିମ୍ବା ହେପାଟାଇଟିସ୍‌-ବି ଟିକା ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri