Posted inଖେଳ

ଓଡ଼ିଶାର ଜୁଲି, ପ୍ୟାରୀ, ଲିନ୍‌ଡା ସାମିଲ

ନୂଆଦିଲ୍ଲୀ, ୮।୫: ତାସକେଣ୍ଟଠାରେ ମେ’ ୩୧ ଓ ଜୁନ୍‌ ୪ରେ ଭାରତୀୟ ସିନିୟର ମହିଳା ଫୁଟବଲ ଦଳ ଉଜ୍‌ବେକିସ୍ତାନ ବିପକ୍ଷରେ ୨ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ। ଫିଫା ଓମେନ୍ସ ଇଣ୍ଟରନ୍ୟାଶନାଲ ମ୍ୟାଚ୍‌ ଓ୍ବିଣ୍ଡୋର ଏହା ଏକ ଅଂଶବିଶେଷ। ଆଗାମୀ ୨ ମ୍ୟାଚ ପାଇଁ ମୁଖ୍ୟ କୋଚ୍‌ ଲଙ୍ଗମ ଚାଓବା ଦେବୀ ୩୦ ଜଣିଆ ସମ୍ଭାବ୍ୟ ଭାରତୀୟ ଦଳ ଘୋଷଣା କରିଛନ୍ତି। ଏଥିରେ ଓଡ଼ିଶାର ଜୁଲି କିଷାନ, ପ୍ୟାରୀ ଖାଖା ଓ ୨୦୨୨ରୁ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ମଣିପୁରର ଲିନ୍‌ଡା କୋମ୍‌ ସ୍ଥାନ ପାଇଛନ୍ତି। ଭାରତୀୟ ସମ୍ଭାବ୍ୟ ଦଳର କ୍ୟାମ୍ପ ଚଳିତ ମାସ ୧୬ରୁ ହାଇଦ୍ରାବାଦରେ ଆରମ୍ଭ ହେବ। ହାଇଦ୍ରାବାଦର ଶ୍ରୀନିଡି ଡେକାନ ଏଫ୍‌ସିର ଡେକାନ୍‌ ଆରେନାରେ ୨ ସପ୍ତାହ କ୍ୟାମ୍ପ ଚାଲିବା ପରେ ବ୍ଲୁ ଟାଇଗ୍ରେସେସ୍‌ ମେ’ ୨୯ରେ ଉଜ୍‌ବେକିସ୍ତାନ ଯାତ୍ରା କରିବେ।
ଭାରତୀୟ ମହିଳା ଫୁଟବଲ ଦଳ ଶେଷଥର ପାଇଁ ଗତ ଫେବୃୟାରୀରେ ଟୁର୍ନାମେଣ୍ଟ ଖେଳିଥିଲା। ତୁର୍କିସ ଓମେନ୍ସ କପ୍‌ର ଆଲାନ୍ୟାରେ ଅନୁଷ୍ଠିତ ଫାଇନାଲରେ କୋସୋଭାଠାରୁ ହାରି ଦଳ ରନରଅପ୍‌ ହୋଇଥିଲା। ଏହା ପୂର୍ବରୁ ଭାରତ-ଉଜ୍‌ବେକିସ୍ତାନ ମ୍ୟାଚ ୨୦୨୩ ନଭେମ୍ବରରେ ଅନୁଷ୍ଠିତ ହୋଇଥିଲା। ଏଏଫ୍‌ସି ମହିଳା ଅଲିମ୍ପିକ୍‌ କ୍ୱାଲିଫାୟର୍ସ ରାଉଣ୍ଡ-୨ର ଏହି ମ୍ୟାଚ ମଧ୍ୟ ତାସକେଣ୍ଟରେ ହୋଇଥିଲା। ସେତେବେଳେ ଘରୋଇ ଦଳ ୩-୦ ଗୋଲରେ ବିଜୟୀ ହୋଇଥିଲା। ଭାରତୀୟ ମହିଳା ଫୁଟବଲ ଦଳ ଏବେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ୬୬ତମ ସ୍ଥାନରେ ରହିଛି। ଉଜ୍‌ବେକିସ୍ତାନ ୪୮ତମ ସ୍ଥାନରେ ଥିବାରୁ ମୁକାବିଲା ନିଶ୍ଚିତ ସଂଘର୍ଷପୂର୍ଣ୍ଣ ହେବ। ”ତୁର୍କିସ ଓମେନ୍ସ କପ୍‌ରେ ରନରଅପ୍‌ ହେବା ପରେ ଫିଫା ମ୍ୟାଚ ଓ୍ବିଣ୍ଡୋରେ ଭାରତୀୟ ମହିଳା ଦଳର ଏହା ହେବ ଦ୍ୱିତୀୟ ଅନ୍ତର୍ଜାତୀୟ ଟ୍ରିପ୍‌। ର଼୍ୟାଙ୍କିଙ୍ଗ୍‌ରେ ବହୁ ଉପରେ ଥିବା ଉଜ୍‌ବେକିସ୍ତାନକୁ ଭାରତ ଭେଟିବାକୁ ଯାଉଛି। ତେଣୁ ଆଗାମୀ ୨ ମ୍ୟାଚ ନିଶ୍ଚିତ ଉପାଦେୟ ହେବ“ ବୋଲି ଏଆଇଏଫ୍‌ଏଫ୍‌ର କାର୍ଯ୍ୟକାରୀ ସମ୍ପାଦକ ଏମ୍‌. ସତ୍ୟନାରାୟଣ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri