ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌ର ଅନାବରଣ

ନୂଆଦିଲ୍ଲୀ, ୮।୫ (ଅଭୟ ଦାଶ): ବଜାଜ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌ରେ ଅନେକ ଅତ୍ୟାଧୁନିକ ବୈଶିଷ୍ଟ୍ୟ ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ଫିଚର ଏବଂ ୩୭୩ ସିସିର ସିଙ୍ଗଲ ସିଲଣ୍ଡର ଇଞ୍ଜିନ ସହ ୩୯.୪ ବିଏଚ୍‌ପି,୩୫ଏନ୍‌ଏମ୍‌ ଭଳି ଅତ୍ୟାଧୁନିକ ସୁବିଧା ସାମିଲ ରହିଛି।
ସେହିଭଳି ୪୩ଏମ୍‌ଏମ୍‌ ୟୁଏସ୍‌ଡି ଫର୍କ ସହିତ ୩ସ୍ତରୀୟ ଟିସିଏସ୍‌ ଆଣ୍ଡ ଏବିଏସ୍‌ ଟୋକ୍ନୋଲୋଜି ଏବଂ ସମ୍ପୂର୍ଣ୍ଣ ଡିଜିଟାଲ ଉପକରଣ ସାଙ୍ଗକୁ କନ୍‌ସୋଲ ଏବଂ ବ୍ଲୁ ଟୁଥ୍‌ କନ୍‌କ୍ଟେଭିଟ ଭଳି ସୁବିଧା ଅନ୍ତର୍ଭୁକ୍ତ ରହିଛି। ଅପରପକ୍ଷରେ ୫ସ୍ପିଡ୍‌ ଗିୟରବକ୍ସ ସହ ଓ୍ବାଇଡ ଟାୟାର ଭଳି ଅନେକ ସୁରକ୍ଷାଭିତ୍ତିକ ସୁବିଧା ଓ ଫିଚର ଏହି ମଡେଲରେ ସାମିଲ ହୋଇଥିବାବେଳେ ଆକର୍ଷଣୀୟ ଡିଜାଇନ ଓ ୪ଟି ମନୋଲୋଭା କଲର (ରଙ୍ଗ) ସହ ବଜାର ମୂଲ୍ୟ (ଏକ୍ସ ଶୋ’ରୁମ୍‌ ନୂଆଦିଲ୍ଲୀ) ୧.୮୫ ଲକ୍ଷ ଟଙ୍କା ରହିଛି।
ସମ୍ପର୍କରେ ବଜାଜ ଅଟୋ ଲିମିଟେଡ୍‌ର ସଭାପତି (ମୋଟର ସାଇକେଲ) ସାରଙ୍ଗ କାଣ୍ଡେ କହିଛନ୍ତି, ଆମେ ଆମର ନୂତନ ମଡେଲ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ ୍‌୪୦୦ ଜେଡ୍‌’କୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର ଏନ୍‌ ସିରିଜ ଘରୋଇ ବଜାରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲାବେଳେ ସିରିଜର ଅଗ୍ରଣୀ ମଡେଲ ଏନ୍‌୧୫୦,ଏନ୍‌୧୬୦ ଏବଂ ଏନ୍‌ ୨୫୦ ମଧ୍ୟ ପୂର୍ବରୁ ମାର୍କେଟ ଲିଡର ଭାବେ ବେଶ୍‌ ପ୍ରଭାବଶାଳୀ କାରବାର ସହ ଯୁବବର୍ଗଙ୍କ ନିକଟତର ହୋଇପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?