Posted inଖେଳ

ଶେଷ କ୍ଷଣରେ ବାଜି ମାରିଲା ଓଡ଼ିଶା ଜଗରନଟ୍ସ

ଭୁବନେଶ୍ୱର, ୫।୯ (କ୍ରୀଡ଼ା ପ୍ରତିନିଧି): ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ଅଲ୍‌ଟିମେଟ ଖୋ ଖୋ ଲିଗ୍‌ର ପ୍ରଥମ ସଂସ୍କରଣରେ ଓଡ଼ିଶା ଜଗରନଟ୍ସ ଚାମ୍ପିୟନ ହୋଇଛି। ପୂରା ଟୁର୍ନାମେଣ୍ଟରେ ଆଟାକିଂ, ଡିଫେଣ୍ଡିଂ ଓ ଅଲ୍‌ରାଉଣ୍ଡ ସବୁକ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରିଆସିଥିବା ଓଡ଼ିଶା ଦଳ ରବିବାର ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ତେଲ୍‌ଗୁ ଯୋଦ୍ଧାସ୍‌କୁ ମାତ୍ର ୧ ପଏଣ୍ଟରେ ହରାଇ ଚମକପ୍ରଦ ବିଜୟ ହାସଲ କରିଛି। ବିଭିନ୍ନ ସମୟରେ ନାଟକୀୟ ମୋଡ଼ ନେଇଥିବା ମ୍ୟାଚ୍‌ର ଶେଷକ୍ଷଣରେ ଓଡ଼ିଶା ଜଗରନଟ୍ସ ଚମକପ୍ରଦ ପ୍ରଦର୍ଶନ ସହ ବାଜି ମାରିଥିଲା। ଓଡ଼ିଶା ଦଳ ୪୬ ଓ ତେଲ୍‌ଗୁ ଯୋଦ୍ଧାସ୍‌ ୪୫ ପଏଣ୍ଟ ହାସଲ କରିଥିଲା। ଉତ୍କଣ୍ଠାପୂର୍ଣ୍ଣ ଭାବେ ଶେଷ ହୋଇଥିବା ଏହି ମ୍ୟାଚ୍‌ରେ ରେଫରିଙ୍କ ଶେଷ ହୁଇସିଲ ବାଜିବା ମାତ୍ରେ ଜଗରନଟ୍ସ ଦଳର ବିଜୟ ଉତ୍ସବ ଆରମ୍ଭ ହୋଇଯାଇଥିଲା। ପ୍ରକାଶଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ମାଧ୍ୟମରେ ଖେଳାଳିଙ୍କ ମନୋବଳ ବଢ଼ାଇଥିଲେ। କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା ଏବଂ ଭୁବନେଶ୍ୱରରୁ ଏକ ଗଣମାଧ୍ୟମ ପ୍ରତିନିଧି ଦଳ ମଧ୍ୟ ପୁଣେ ଯାଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଏସବୁ ଶେଷରେ କାମ ଦେଇଥିଲା ଏବଂ ପ୍ରଥମ ସଂସ୍କରଣରେ ବିଜୟ ମୁକୁଟ ପିନ୍ଧିଥିଲା ଓଡ଼ିଶା ଜଗରନଟ୍ସ। ଅନ୍ୟପକ୍ଷରେ ଅଳ୍ପକେ ଟାଇଟଲ ହାତଛଡ଼ା କରି ତେଲ୍‌କୁ ଯୋଦ୍ଧାସ୍‌ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛି। ୬ ଦଳବିଶିଷ୍ଟ ଫ୍ରାଞ୍ଚାଇଜ୍‌ଭିତ୍ତିକ ଏହି ଲିଗ୍‌ରେ ଗୁଜରାଟ ଜାଏଣ୍ଟ୍ସ ୩ୟ ଓ ଚେନ୍ନାଇ କୁଇକ୍‌ ଗନ୍ସ ୪ର୍ଥ ସ୍ଥାନରେ ରହିଛି। ଅନ୍ୟ ୨ ଦଳ ମୁମ୍ବାଇ ଖିଲାଡିଜ୍‌ ଓ ରାଜସ୍ଥାନ ଓ୍ବାରିୟର୍ସ ଶେଷ ଦୁଇ ସ୍ଥାନରେ ରହିଛନ୍ତି।

ମନମୋହିଲା ‘ଦି ଲାୟନ୍ସ କ୍ର୍ୟୁ’

ଲୋକପ୍ରିୟ ବଲିଉଡ୍‌ ଗାୟକ ମୋହିତ ଚୌହାନ ଜାତୀୟ ସଙ୍ଗୀତ ଗାନ କରିବା ପରେ ମେଗା ଫାଇନାଲ ଆରମ୍ଭ ହୋଇଥିଲା। ୨୦୨୧ ଓ୍ବାଲର୍‌ଡ ହିପ୍‌ ହପ୍‌ ଡ୍ୟାନ୍ସ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ଜିତିଥିବା ‘ଦି ଲାୟନ୍ସ କ୍ର୍ୟୁ’ର ନୃତ୍ୟ କାର୍ଯ୍ୟକ୍ରମ ମନ ମୋହିଥିଲା। ଖୋ ଖୋ ଫେଡେରେଶନ ଅଫ୍‌ ଇଣ୍ଡିଆ ସହ ମିଶି ଅମିତ ବର୍ମନ ଅଲ୍‌ଟିମେଟ ଖୋ ଖୋକୁ ପ୍ରମୋଟ କରିଥିଲେ। ଚାମ୍ପିୟନ ଓଡ଼ିଶା ଜଗରନଟ୍ସ ଟ୍ରଫି ସହ ପୁରସ୍କାର ଆକାରରେ ୧ କୋଟି ଟଙ୍କା ପାଇଥିଲା। ରନର୍ସଅପ୍‌ ତେଲ୍‌ଗୁ ଯୋଦ୍ଧାସ୍‌କୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।
ଓଡ଼ିଶା ଜଗରନଟ୍ସ ଅଗଷ୍ଟ ୧୫ରେ ଏହାର ଅଭିଯାନ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚ୍‌ରେ ଏହି ଦଳ ଚେନ୍ନାଇ କୁଇକ୍‌ ଗନ୍ସକୁ ୮ (୫୧-୪୩) ପଏଣ୍ଟରେ ପରାସ୍ତ କରିଥିଲା। ପରବର୍ତ୍ତୀ ମ୍ୟାଚ୍‌ରେ ଦଳ ଯଦିଓ ଗୁଜରାଟ ଜାଏଣ୍ଟ୍ସଠାରୁ ୫ (୪୯-୫୪) ପଏଣ୍ଟରେ ହାରିଥିଲା ତେବେ ରାଜସ୍ଥାନ ଓ୍ବାରିୟର୍ସକୁ ୧୯ (୬୫-୪୬) ପଏଣ୍ଟରେ ହରାଇବା ପରେ ଆଉ ପଛକୁ ଫେରି ଚାହିଁ ନ ଥିଲା। ଉତ୍ତମ କମ୍ବିନେଶନ ଯୋଗୁ ଦଳ ଏହାପରେ ଗୁଜରାଟ ଜାଏଣ୍ଟ୍ସକୁ ୩ (୫୦-୪୭), ଚେନ୍ନାଇ କୁଇକ୍‌ ଗନ୍ସକୁ ୧୦ (୫୧-୪୧), ରାଜସ୍ଥାନ ଓ୍ବାରିୟର୍ସକୁ ୬ (୫୧-୪୫), ମୁମ୍ବାଇ ଖିଲାଡିଜ୍‌କୁ ୨୩ (୬୦-୩୭) ଓ ତେଲ୍‌ଗୁ ଯୋଦ୍ଧାସ୍‌କୁ ୯ (୪୮-୩୯ ) ପଏଣ୍ଟରେ ହରାଇ କ୍ରମାଗତ ୬ଷ୍ଠ ବିଜୟ ହାସଲ କରିଥିଲା। ଏଥିସହ ଦଳ ପଏଣ୍ଟ ଟେବୁଲର ଶୀର୍ଷରେ ରହି ପ୍ଲେ-ଅଫ୍‌ରେ ପ୍ରବେଶ କରିଥିଲା। ଦଳ ପାଇଁ ଅନ୍ତିମ ୨ ମ୍ୟାଚ୍‌ର ଗୁରୁତ୍ୱ ନ ଥିବାରୁ କୋଚ୍‌ ଅଶ୍ୱିନ କୁମାର ଶର୍ମା ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେଇଥିଲେ। ଯୁବ ରିଜର୍ଭ ଖେଳାଳିମାନେ ସୁଯୋଗର ସଦ୍‌ବ୍ୟବହାର କରି ନ ପାରିବାରୁ ଏ ୨ଟିଯାକ ମ୍ୟାଚ୍‌ରେ ଜଗରନଟ୍ସ ଯଥାକ୍ରମେ ମୁମ୍ବାଇ ଖିଲାଡିଜ୍‌ଠାରୁ ୪୮ (୩୧-୭୯) ଓ ତେଲ୍‌ଗୁ ଯୋଦ୍ଧାସ୍‌ଠାରୁ ୨୯ (୩୬-୬୫) ପଏଣ୍ଟରେ ପରାଜିତ ହୋଇଥିଲା। ଫଳରେ ୧୦ ମ୍ୟାଚ୍‌ରୁ ୨୧ ପଏଣ୍ଟ ସହିତ ଦ୍ୱିତୀୟ ଶ୍ରେଷ୍ଠ ଦଳ ଭାବେ ଓଡ଼ିଶା କ୍ୱାଲିଫାୟର-୧ ଖେଳିଥିଲା। ଏହି ପର୍ଯ୍ୟାୟରେ ଦଳକୁ ସିନିୟର ଖେଳାଳିମାନେ ଫେରିଆସିଥିଲେ। ଫଳରେ ପୂର୍ବ ପରାଜୟର କୌଣସି ପ୍ରଭାବ ପଡ଼ି ନ ଥିଲା। ଜଗରନଟ୍ସ ୧୪ (୫୭-୪୩ ) ପଏଣ୍ଟରେ ଗୁଜରାଟ ଜାଏଣ୍ଟ୍ସକୁ ହରାଇ ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା। ଆଟାକର ସୂରଜ ଲାନ୍‌ଡେ ଓ ମହେଶ ପି., ଡିଫେଣ୍ଡର ଗୋଥାମ ଏମ୍‌.କେ. ଏବଂ ଅଲ୍‌ରାଉଣ୍ଡର ଦିଲୀପ ଖଣ୍ଡ୍‌ଭି, ନିଲେଶ ଯାଦବ, ଶୁଭାଶିଷ ସାନ୍ତ୍ରା, ମିଲିନ୍ଦ ଚଭ୍ରେକର ଓ ଜଗନ୍ନାଥ ମୁର୍ମୁଙ୍କ ପ୍ରଦର୍ଶନ ଅତ୍ୟନ୍ତ ପ୍ରଭାବୀ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri