Posted inଖେଳ

ଶେଷ କ୍ଷଣରେ ବାଜି ମାରିଲା ଓଡ଼ିଶା ଜଗରନଟ୍ସ

ଭୁବନେଶ୍ୱର, ୫।୯ (କ୍ରୀଡ଼ା ପ୍ରତିନିଧି): ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ଅଲ୍‌ଟିମେଟ ଖୋ ଖୋ ଲିଗ୍‌ର ପ୍ରଥମ ସଂସ୍କରଣରେ ଓଡ଼ିଶା ଜଗରନଟ୍ସ ଚାମ୍ପିୟନ ହୋଇଛି। ପୂରା ଟୁର୍ନାମେଣ୍ଟରେ ଆଟାକିଂ, ଡିଫେଣ୍ଡିଂ ଓ ଅଲ୍‌ରାଉଣ୍ଡ ସବୁକ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରିଆସିଥିବା ଓଡ଼ିଶା ଦଳ ରବିବାର ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ତେଲ୍‌ଗୁ ଯୋଦ୍ଧାସ୍‌କୁ ମାତ୍ର ୧ ପଏଣ୍ଟରେ ହରାଇ ଚମକପ୍ରଦ ବିଜୟ ହାସଲ କରିଛି। ବିଭିନ୍ନ ସମୟରେ ନାଟକୀୟ ମୋଡ଼ ନେଇଥିବା ମ୍ୟାଚ୍‌ର ଶେଷକ୍ଷଣରେ ଓଡ଼ିଶା ଜଗରନଟ୍ସ ଚମକପ୍ରଦ ପ୍ରଦର୍ଶନ ସହ ବାଜି ମାରିଥିଲା। ଓଡ଼ିଶା ଦଳ ୪୬ ଓ ତେଲ୍‌ଗୁ ଯୋଦ୍ଧାସ୍‌ ୪୫ ପଏଣ୍ଟ ହାସଲ କରିଥିଲା। ଉତ୍କଣ୍ଠାପୂର୍ଣ୍ଣ ଭାବେ ଶେଷ ହୋଇଥିବା ଏହି ମ୍ୟାଚ୍‌ରେ ରେଫରିଙ୍କ ଶେଷ ହୁଇସିଲ ବାଜିବା ମାତ୍ରେ ଜଗରନଟ୍ସ ଦଳର ବିଜୟ ଉତ୍ସବ ଆରମ୍ଭ ହୋଇଯାଇଥିଲା। ପ୍ରକାଶଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ମାଧ୍ୟମରେ ଖେଳାଳିଙ୍କ ମନୋବଳ ବଢ଼ାଇଥିଲେ। କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା ଏବଂ ଭୁବନେଶ୍ୱରରୁ ଏକ ଗଣମାଧ୍ୟମ ପ୍ରତିନିଧି ଦଳ ମଧ୍ୟ ପୁଣେ ଯାଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଏସବୁ ଶେଷରେ କାମ ଦେଇଥିଲା ଏବଂ ପ୍ରଥମ ସଂସ୍କରଣରେ ବିଜୟ ମୁକୁଟ ପିନ୍ଧିଥିଲା ଓଡ଼ିଶା ଜଗରନଟ୍ସ। ଅନ୍ୟପକ୍ଷରେ ଅଳ୍ପକେ ଟାଇଟଲ ହାତଛଡ଼ା କରି ତେଲ୍‌କୁ ଯୋଦ୍ଧାସ୍‌ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛି। ୬ ଦଳବିଶିଷ୍ଟ ଫ୍ରାଞ୍ଚାଇଜ୍‌ଭିତ୍ତିକ ଏହି ଲିଗ୍‌ରେ ଗୁଜରାଟ ଜାଏଣ୍ଟ୍ସ ୩ୟ ଓ ଚେନ୍ନାଇ କୁଇକ୍‌ ଗନ୍ସ ୪ର୍ଥ ସ୍ଥାନରେ ରହିଛି। ଅନ୍ୟ ୨ ଦଳ ମୁମ୍ବାଇ ଖିଲାଡିଜ୍‌ ଓ ରାଜସ୍ଥାନ ଓ୍ବାରିୟର୍ସ ଶେଷ ଦୁଇ ସ୍ଥାନରେ ରହିଛନ୍ତି।

ମନମୋହିଲା ‘ଦି ଲାୟନ୍ସ କ୍ର୍ୟୁ’

ଲୋକପ୍ରିୟ ବଲିଉଡ୍‌ ଗାୟକ ମୋହିତ ଚୌହାନ ଜାତୀୟ ସଙ୍ଗୀତ ଗାନ କରିବା ପରେ ମେଗା ଫାଇନାଲ ଆରମ୍ଭ ହୋଇଥିଲା। ୨୦୨୧ ଓ୍ବାଲର୍‌ଡ ହିପ୍‌ ହପ୍‌ ଡ୍ୟାନ୍ସ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ଜିତିଥିବା ‘ଦି ଲାୟନ୍ସ କ୍ର୍ୟୁ’ର ନୃତ୍ୟ କାର୍ଯ୍ୟକ୍ରମ ମନ ମୋହିଥିଲା। ଖୋ ଖୋ ଫେଡେରେଶନ ଅଫ୍‌ ଇଣ୍ଡିଆ ସହ ମିଶି ଅମିତ ବର୍ମନ ଅଲ୍‌ଟିମେଟ ଖୋ ଖୋକୁ ପ୍ରମୋଟ କରିଥିଲେ। ଚାମ୍ପିୟନ ଓଡ଼ିଶା ଜଗରନଟ୍ସ ଟ୍ରଫି ସହ ପୁରସ୍କାର ଆକାରରେ ୧ କୋଟି ଟଙ୍କା ପାଇଥିଲା। ରନର୍ସଅପ୍‌ ତେଲ୍‌ଗୁ ଯୋଦ୍ଧାସ୍‌କୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।
ଓଡ଼ିଶା ଜଗରନଟ୍ସ ଅଗଷ୍ଟ ୧୫ରେ ଏହାର ଅଭିଯାନ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚ୍‌ରେ ଏହି ଦଳ ଚେନ୍ନାଇ କୁଇକ୍‌ ଗନ୍ସକୁ ୮ (୫୧-୪୩) ପଏଣ୍ଟରେ ପରାସ୍ତ କରିଥିଲା। ପରବର୍ତ୍ତୀ ମ୍ୟାଚ୍‌ରେ ଦଳ ଯଦିଓ ଗୁଜରାଟ ଜାଏଣ୍ଟ୍ସଠାରୁ ୫ (୪୯-୫୪) ପଏଣ୍ଟରେ ହାରିଥିଲା ତେବେ ରାଜସ୍ଥାନ ଓ୍ବାରିୟର୍ସକୁ ୧୯ (୬୫-୪୬) ପଏଣ୍ଟରେ ହରାଇବା ପରେ ଆଉ ପଛକୁ ଫେରି ଚାହିଁ ନ ଥିଲା। ଉତ୍ତମ କମ୍ବିନେଶନ ଯୋଗୁ ଦଳ ଏହାପରେ ଗୁଜରାଟ ଜାଏଣ୍ଟ୍ସକୁ ୩ (୫୦-୪୭), ଚେନ୍ନାଇ କୁଇକ୍‌ ଗନ୍ସକୁ ୧୦ (୫୧-୪୧), ରାଜସ୍ଥାନ ଓ୍ବାରିୟର୍ସକୁ ୬ (୫୧-୪୫), ମୁମ୍ବାଇ ଖିଲାଡିଜ୍‌କୁ ୨୩ (୬୦-୩୭) ଓ ତେଲ୍‌ଗୁ ଯୋଦ୍ଧାସ୍‌କୁ ୯ (୪୮-୩୯ ) ପଏଣ୍ଟରେ ହରାଇ କ୍ରମାଗତ ୬ଷ୍ଠ ବିଜୟ ହାସଲ କରିଥିଲା। ଏଥିସହ ଦଳ ପଏଣ୍ଟ ଟେବୁଲର ଶୀର୍ଷରେ ରହି ପ୍ଲେ-ଅଫ୍‌ରେ ପ୍ରବେଶ କରିଥିଲା। ଦଳ ପାଇଁ ଅନ୍ତିମ ୨ ମ୍ୟାଚ୍‌ର ଗୁରୁତ୍ୱ ନ ଥିବାରୁ କୋଚ୍‌ ଅଶ୍ୱିନ କୁମାର ଶର୍ମା ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେଇଥିଲେ। ଯୁବ ରିଜର୍ଭ ଖେଳାଳିମାନେ ସୁଯୋଗର ସଦ୍‌ବ୍ୟବହାର କରି ନ ପାରିବାରୁ ଏ ୨ଟିଯାକ ମ୍ୟାଚ୍‌ରେ ଜଗରନଟ୍ସ ଯଥାକ୍ରମେ ମୁମ୍ବାଇ ଖିଲାଡିଜ୍‌ଠାରୁ ୪୮ (୩୧-୭୯) ଓ ତେଲ୍‌ଗୁ ଯୋଦ୍ଧାସ୍‌ଠାରୁ ୨୯ (୩୬-୬୫) ପଏଣ୍ଟରେ ପରାଜିତ ହୋଇଥିଲା। ଫଳରେ ୧୦ ମ୍ୟାଚ୍‌ରୁ ୨୧ ପଏଣ୍ଟ ସହିତ ଦ୍ୱିତୀୟ ଶ୍ରେଷ୍ଠ ଦଳ ଭାବେ ଓଡ଼ିଶା କ୍ୱାଲିଫାୟର-୧ ଖେଳିଥିଲା। ଏହି ପର୍ଯ୍ୟାୟରେ ଦଳକୁ ସିନିୟର ଖେଳାଳିମାନେ ଫେରିଆସିଥିଲେ। ଫଳରେ ପୂର୍ବ ପରାଜୟର କୌଣସି ପ୍ରଭାବ ପଡ଼ି ନ ଥିଲା। ଜଗରନଟ୍ସ ୧୪ (୫୭-୪୩ ) ପଏଣ୍ଟରେ ଗୁଜରାଟ ଜାଏଣ୍ଟ୍ସକୁ ହରାଇ ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା। ଆଟାକର ସୂରଜ ଲାନ୍‌ଡେ ଓ ମହେଶ ପି., ଡିଫେଣ୍ଡର ଗୋଥାମ ଏମ୍‌.କେ. ଏବଂ ଅଲ୍‌ରାଉଣ୍ଡର ଦିଲୀପ ଖଣ୍ଡ୍‌ଭି, ନିଲେଶ ଯାଦବ, ଶୁଭାଶିଷ ସାନ୍ତ୍ରା, ମିଲିନ୍ଦ ଚଭ୍ରେକର ଓ ଜଗନ୍ନାଥ ମୁର୍ମୁଙ୍କ ପ୍ରଦର୍ଶନ ଅତ୍ୟନ୍ତ ପ୍ରଭାବୀ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri