ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନିମ୍ନମାନର

ନାଉଗାଁ,୫ା୯(ସ୍ବ.ପ୍ର.):ନାଉଗାଁ ବ୍ଲକରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପରୁ ପାଇପ ମାଧ୍ୟମରେ ପ୍ରତି ଘରକୁ ପାନୀୟ ଜଳ ଯୋଗାଇବା ନିମନ୍ତେ ବ୍ୟବସ୍ଥା କରାଯାଉଛି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହି କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ଅଭିଯୋଗ ହୋଇଛି। ଫଳରେ ପାନୀୟ ଜଳ ପ୍ରକଳ୍ପର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏସବୁ ପ୍ରକଳ୍ପର ତଦାରଖ ଦାୟିତ୍ୱ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର ରହିଛି। ଉକ୍ତ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ, ବ୍ଲକରେ ୪ଟି ପାନୀୟ ଜଳ ପ୍ରକଳ୍ପ ଓ ପମ୍ପ ହାଉସ ନିର୍ମାଣ କରାଯାଉଛି। ନାଉଗଁା ବ୍ଲକ ଛକ ଅବଦଲପୁରରେ ୫୦ ହଜାର ଲିଟର ବିଶିଷ୍ଟ ପ୍ରକଳ୍ପ ନିର୍ମାଣ କରାଯାଉଥିବା ବେଳେ ନାଉଗଁା ଓ ଗୋଠଦାରେ ୧ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ଓ ପମ୍ପହାଉସ ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପରୁ ୧୦ କିମି ପର୍ଯ୍ୟନ୍ତ ପାଇପ୍‌ ସଂଯୋଗ କରାଯାଇ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା ହୋଇଛି। ଏହି ୪ଟି ପ୍ରକଳ୍ପ ନିର୍ମାଣ କରିବା ପାଇଁ ୪ କୋଟିରୁ ଊର୍ଦ୍ଧ୍ୱ ଅର୍ଥ ବ୍ୟୟ ବରାଦ କରାଯାଇ ଜଣେ ଠିକାଦାରଙ୍କୁ ଦାୟିତ୍ୱ ଦିଆଯାଇଛି।
ସରକାରଙ୍କ ନିୟମାନୁସାରେ ପ୍ରକଳ୍ପ ନିର୍ମାଣ ହେବା ପୂର୍ବରୁ ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ଲଗାଯିବା କଥା। କିନ୍ତୁ ଏହି ପ୍ରକଳ୍ପ ନିର୍ମାଣ ହେବା ପୂର୍ବରୁ କୌଣସି ସୂଚନା ଫଳକ ଲଗାଯାଇ ନାହିଁ। ସେହିପରି ନିର୍ମାଣାଧୀନ ପମ୍ପ ହାଉସରେ ଆବଶ୍ୟକ ଅନୁଯାୟୀ ସାମଗ୍ରୀ ବ୍ୟବହାର କରାଯାଉ ନାହିଁ। ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଛୁଟି ଦିନଗୁଡ଼ିକରେ କାର୍ଯ୍ୟ କରାଯାଉଛି। ଏହାକୁ ବିରୋଧ କରି କିଛି ଦିନ ପୂର୍ବେ ନାଉଗଁା ଗ୍ରାମର ବହୁ ଲୋକେ କାର୍ଯ୍ୟ ବନ୍ଦ ରଖିଥିଲେ। ଏହି କାର୍ଯ୍ୟ ଠିକ୍‌ ଭାବେ କରିବା ସହ ଆବଶକ ସାମଗ୍ରୀ ବ୍ୟବହାର କରିବାକୁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ରଶ୍ମି ରଞ୍ଜନ ଦାସ କହିଛନ୍ତି, ଯେଉଁ ସବୁ ନିର୍ମାଣ କାର୍ଯ୍ୟ ନିମ୍ନମାନର କରାଯାଇଛି, ସେଗୁଡିକୁ ଭଙ୍ଗାଯାଇ ପୁନର୍ବାର ତିଆରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଛୁଟି ଦିନ ଗୁଡ଼ିକରେ କାର୍ଯ୍ୟ ନ କରିବା ପାଇଁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଅର୍ଥ ହରିଲୁଟ୍‌ ଅଭିଯୋଗ: ତଦନ୍ତ ଦାବିରେ ଆମରଣ ଅନଶନ

ବରୀ,୨୫ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ଅଧିନସ୍ଥ ଇଶାଣପୁର ପଞ୍ଚାୟତରେ ୨୦୧୭ରୁ ୨୦୨୧ ମସିହା ପର୍ଯ୍ୟନ୍ତ ମନରେଗା ଯୋଜନା, ଚତୁର୍ଦ୍ଦଶ ଓ ଚତୁର୍ଥ ଅର୍ଥ କମିଶନ...

ସ୍କୁଲ, କଲେଜରେ ଉପସ୍ଥାନ ବାଧ୍ୟତାମୂଳକ ନୁହେଁ : ମନ୍ତ୍ରୀ

ନୟାଗଡ଼ ଅଫିସ,୧୨।୧: ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ସୋମବାର ନୟାଗଡ଼ ଜିଲା ଗସ୍ତରେ ଆସି ଇଟାମାଟିର ବାମନ ଅବକାଶ ହାଇସ୍କୁଲ ଓ ନାରାୟଣୀ ନୋଡାଲ...

ଗାଁ ପାଖରେ ବୁଲୁଛି ଗୋଠଛଡ଼ା ଦନ୍ତା

ପାଟଣା, ୭।୫: କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ଗୁରୁବାର ବିଳମ୍ବିତ ରାତିରେ ଏକ ଗୋଠଛଡ଼ା ଦନ୍ତା ହାତୀ ପଶିଆସିଛି। ହାତୀଟି ଶୁକ୍ରବାର ସକାଳେ ପାଟଣା ଗୋଷ୍ଠୀ...

ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌: ଜଣେ ମୃତ, ୧୫ ଆହାତ

ଝାରସୁଗୁଡ଼ା ଅଫିସ,୧୧।୧୧: ଝାରସୁଗୁଡ଼ା ଜିଲା ବିଜୁ ଏକ୍ସପ୍ରେସ୍‌ ଖିଣ୍ଡାଛକ ନିକଟ ରାସ୍ତାରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଛକ ନିକଟଟ ରାସ୍ତା ପାର୍ଶ୍ୱରେ ଏକ ଟ୍ରକ୍‌...

ନିଲାମ ହେବ ଖଣି, ବିଭିନ୍ନ କମ୍ପାନୀ ତତ୍ପର

ଯୋଡ଼ା, ୨୦।୧୦(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ବିଭିନ୍ନ ଖଣି ଗୁଡିକରେ ଲିଜ୍‌ ଅବଧି ଶେଷ ହେବାକୁ ଥିବାରୁ ସେଗୁଡିକର ପୁନଃ ନିଲାମ ପାଇଁ ଘୋଷଣା ପରେ ଯୋଡା ଖଣି...

ଅସହାୟ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ସରପଞ୍ଚ

ଲାଠୋର, ୨୨।୪ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅଧୀନ ଜଲପାଙ୍କେଲ ଗ୍ରାମର ସ୍ବର୍ଗତ ଦୁର୍ଯ୍ୟୋଧନ ମେହେରଙ୍କ ପରିବାରକୁ ସ୍ଥାନୀୟ ସରପଞ୍ଚ ପ୍ରବୀଣ...

ଲକ୍‌ଡାଉନ୍‌: କଳାବଜାର ରୋକିବାକୁ ଦେବଗଡ଼ ଜିଲା ପୋଲିସର ବୈଠକ

ଦେବଗଡ଼,୨୮।୩(ଡି.ଏନ୍‌.ଏ.): ଲକ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ବେଆଇନ ମହଜୁଦ ଓ କଳାବଜାର ରୋକିବା ପାଇଁ ଦେବଗଡ଼ ଆଦର୍ଶ ଥାନା ପରିସରରେ ଜିଲା ପୋଲିସ ପକ୍ଷରୁ ସ୍ଥାନୀୟ...

୫ ଶିକାରୀ ଗିରଫ, ବନ୍ଧୁକ ଜବତ

ସଜନାଗଡ଼,୬।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରୁ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି। କୁଲଡ଼ିହା...

Advertisement
Archives

Model This Week