Posted inଜାତୀୟ

ଚାନ୍ଦିନି ଚୌକ ମେଟ୍ରୋ ଷ୍ଟେଶନ ନିକଟ ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୫ ।୯: ରାଜଧାନୀ ଦିଲ୍ଲୀର ଚାନ୍ଦିନି ଚୌକ ମେଟ୍ରୋ ଷ୍ଟେଶନ ନିକଟରେ ଥିବା ଏକ ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏହି ବିଲଡିଂରେ କପଡା ଭର୍ତ୍ତି ଥିବାରୁ ନିଆଁ ଶୀଘ୍ର ବ୍ୟାପିଯାଇଥିବା କୁହାଯାଉଛି । ନିଆଁ ଲାଗିଥିବା ଖବର ମିଳିବା ପରେ ଘଟଣାସ୍ଥଳରେ ଦମକଳ ବାହିନୀର ୧୫ ଗାଡି ପହଞ୍ଚିଥିଲେ । ନିଆଁ ଲାଗିବାର ସୂଚନା ରବିବାର ରାତି ପ୍ରାୟ ୧୦ଟା ୪୦ରେ ମିଳିଥିଲା । ତେବେ ନିଆଁ କେମିତି ଲାଗିଲା ତାହା ଏପର୍ଯ୍ୟନ୍ତ ଜଣାପଡି ନଥିବା ବେଳେ ଏଥିରେ କେହି ମୃତାହତ ହୋଇ ନ ଥିବା କୁହାଯାଉଛି ।
ଡେପୁଟି ଫାୟାର ଅଫିସର ଧର୍ମପାଲ ଭରଦ୍ୱାଜ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଦମକଳର ୨୫ ଗାଡି ନିଆଁ ଲିଭାଇବା ପାଇଁ ପହଞ୍ଚିଛି । ହେଲେ ଛୋଟ ଗଳି ହୋଇଥିବାରୁ ଘଟଣାସ୍ଥଳକୁ ଯିବା ଆସିବାରେ ଅସୁବିଧା ହୋଇଛି । ଏହା ୪ ମହଲା କୋଠା ହୋଇଥିବା ବେଳେ ଏଥିରେ କପଡା ଭର୍ତ୍ତି ଥିବାରୁ ନିଆଁ ଶୀଘ୍ର ବ୍ୟାପିଯାଇଛି । ଏହାକୁ ଆୟତ୍ତ କରିବାକୁ ସମୟ ଲାଗିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଉଧମପୁରରେ ବିସ୍ଫୋରଣ, ଆଠ ଘଣ୍ଟାରେ ଦ୍ୱିତୀୟ ବ୍ଲାଷ୍ଟ

ଜମ୍ମୁ,୨୯ ।୯: ଜମ୍ମୁ-କଶ୍ମୀରର ଉଧମପୁରରେ କିଛି ସମୟ ବ୍ୟବଧାନରେ ଦୁଇଟି ବିସ୍ଫୋରଣ ହେବା ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବୁଧବାର...

ଜେଏନ୍‌ୟୁ ଦୀକ୍ଷାନ୍ତ ସମାରୋହ: ଫି ବୃଦ୍ଧି ନେଇ ଶିକ୍ଷାର୍ଥୀଙ୍କ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ,୧୧।୧୧: ଜେଏନ୍‌ୟୁର ଦୀକ୍ଷାନ୍ତ ସମାରୋହ ସୋମବାର ସମ୍ପନ୍ନ ହୋଇଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ବାହାରେ ଶିକ୍ଷାର୍ଥୀ ହଷ୍ଟେଲ୍‌ ଫି ବୃଦ୍ଧି ଏବଂ ଡ୍ରେସ୍‌ କୋଡ୍‌ ନେଇ ବିକ୍ଷୋଭ...

ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରଙ୍କୁ ବାସନ୍ଦ କରାଯାଉ: ରାଜନାଥ ସିଂ

ତାସକେଣ୍ଟ୍‌,୪।୧୧: ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରଙ୍କୁ ବାସନ୍ଦ କରାଯାଉ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନେଇ ସୋମବାର ୟୁଜବେକିସ୍ତାନର ତାସକେଣ୍ଟ୍‌ଠାରେ ଆୟୋଜିତ କାର୍ଯ୍ୟକ୍ରମ ଦସ୍ତଲିକ୍‌-୨୦୧୯ରେ ଏହା...

ଦୁର୍ଗାମଣ୍ଡପରେ ଆଜାନ ପରିବେଷଣକୁ ନେଇ ଆସିଲା ଅଭିଯୋଗ

କୋଲକାତା,୭।୧୦: କୋଲକାତାରେ ଆମେ ଅଲଗା ନୁହେଁର ଏକ ବାର୍ତ୍ତା ନେଇ ଆୟୋଜକମାନେ ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସଦ୍‌ଭାବନା ଜାଗ୍ରତ କରିବା ପାଇଁ ନିଆରା ପଦକ୍ଷେପ ଆପଣାଇଛନ୍ତି।...

ବିନା ନିମନ୍ତ୍ରଣରେ ଇଫତାର୍‌ ପାର୍ଟିରେ ପହଞ୍ଚିବାରୁ ତଡା ଖାଇଲେ ଯୁବକ: ସେହି ରାଗରେ କଲେ ଏମିତି

ଲକ୍ଷ୍ନୌ, ୨୬।୫: ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକଙ୍କୁ ବିନା ନିମନ୍ତ୍ରଣରେ ଇଫତାର୍‌ ପାର୍ଟିରେ ପହଞ୍ଚିଯାଇଥିବାରୁ ତଡା ଖାଇବାକୁ...

ବାବ୍ରି ମାମଲାର ରାୟ ଦେଇଥିବା ବିଚାରପତିଙ୍କ ସୁରକ୍ଷା ବୃଦ୍ଧିକୁ ନା

ନୂଆଦିଲ୍ଲୀ,୩।୧୧: ବାବ୍ରି ମସ୍‌ଜିଦ ଭଙ୍ଗ ମାମଲାର ରାୟ ଶୁଣାଇଥିବା ବିଚାରପତି ସୁରେନ୍ଦ୍ର କୁମାର ଯାଦବଙ୍କ ସୁରକ୍ଷା ବୃଦ୍ଧି କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଛନ୍ତି। ୨୦୧୫ରୁ...

ରେଳଡବାରେ ହେବ ୩.୨ ଲକ୍ଷ ଆଇସୋଲେଶନ ବେଡ୍‌

ନୂଆଦିଲ୍ଲୀ,୧ା୪: କରୋନା ରୋଗୀମାନଙ୍କୁ ଆଇସୋଲେଶନରେ ରଖିବା ଲାଗି ରେଲଓ୍ବେ ପକ୍ଷରୁ ୨୦ ହଜାର କୋଚ୍‌କୁ ଆଇସୋଲେଶନ ଓ୍ବାର୍ଡରେ ପରିଣତ କରାଯାଉଛି। ଏହାଦ୍ୱାରା ୩.୨ ଲକ୍ଷ ବେଡ୍‌...

ଦିଲ୍ଲୀ ବିଧାନସଭା ନିର୍ବାଚନ: ବିଏସ୍‌ପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାରର ଶେଷ ଦିନରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ନେତାଙ୍କ ଉପରକୁ ଆକ୍ରମଣ ହୋଇଛି। ବଦରପୁର ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା...

Advertisement
Archives

Model This Week