ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବାରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର,୨ା୬(ବ୍ୟୁରୋ): ଓଡ଼ିଶା ଦେଶର ଦ୍ରୁତତମ ଅଭିବୃଦ୍ଧିଶୀଳ ରାଜ୍ୟମାନଙ୍କ ମଧ୍ୟରୁ ଅନ୍ୟତମ। ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ଶିଳ୍ପନୀତି, ଭିତ୍ତିଭୂମି ବିକାଶ ଏବଂ କର୍ମକୁଶଳତାର ତିନୋଟି ବିନ୍ଦୁ ଉପରେ ଧ୍ୟାନ ରଖି ରାଜ୍ୟ ନିବେଶକମାନଙ୍କ ପାଇଁ ପସନ୍ଦଯୋଗ୍ୟ ସ୍ଥାନ କରିପାରିଛି ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି।
ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ବିଭାଗର ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଗୀତଗୋବିନ୍ଦ ସଦନଠାରେ ମନ୍ତ୍ରୀ ଖବରଦାତାଙ୍କୁ ସୂଚନା ଦେଇ କହିଛନ୍ତି, ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ଶିଳ୍ପ ଓ ଶିଳ୍ପାୟନ କ୍ଷେତ୍ରରେ ବେଶ୍‌ ଅଗ୍ରଗତି ହୋଇପାରିଛି। ଟେକ୍ସଟାଇଲ, ଟେକ୍ନିକାଲ ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ, ଆତିଥ୍ୟ ଇତ୍ୟାଦି ଅଧିକ ରୋଜଗାର ସୃଷ୍ଟି କରୁଥିବା କ୍ଷେତ୍ରଗୁଡ଼ିକରେ ସରକାର ଶିଳ୍ପ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଆଞ୍ଚଳିକ ବୈଷମ୍ୟକୁ ପରାହତ କରିବାକୁ ଶିଳ୍ପ ବିକାଶରେ ମଧ୍ୟ ଆଞ୍ଚଳିକ ସମାନତା ଉପରେ ଗୁରୁତ୍ୱ ଦିଆଯାଉଛି। ଶିଳ୍ପ ବିକାଶରେ ଆଞ୍ଚଳିକ ସମାନତାକୁ ଦୃଷ୍ଟିରେ ରଖି ବିଜୁ ଏକ୍ସପ୍ରେସ୍‌ ୱେ ଏବଂ ବିଜୁ ଆର୍ଥିକ କରିଡରର ବିକାଶ ପାଇଁ ଅଧିକ ଗୁରୁତ୍ୱ ଦିଆଯାଉଛି।
ଶିଳ୍ପ ବିକାଶର ବିଭିନ୍ନ ସଫଳତା ତଥା ରାଜ୍ୟରେ ଶିଳ୍ପକ୍ଷେତ୍ରର ଅଭିବୃଦ୍ଧି ସମ୍ପର୍କରେ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ତଥ୍ୟ ରଖିଥିଲେ। ସେ କହିଲେ, ୨୦୦୨-୦୩ରୁ ୨୦୨୧-୨୨ ମଧ୍ୟରେ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ହାର ୧୨.୯୮ ପ୍ରତିଶତ ହୋଇଛି। ମେଟାଲ୍‌, ମେଟାଲ୍‌ ଡାଉନ୍‌ଷ୍ଟ୍ରିମ୍‌ ଏବଂ ଆନୁଷଙ୍ଗିକ ଶିଳ୍ପ, କେମିକାଲ୍‌ସ ଏବଂ ପେଟ୍ରୋକେମିକାଲ୍‌ସ, ଟେକ୍ସଟାଇଲ ଆଣ୍ଡ ଟେକ୍‌ନିକାଲ ଟେକ୍ସଟାଇଲ୍‌, ଆଇଟି/ଆଇଟିଏସ୍‌, ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରୀନ୍‌ ହାଇଡ୍ରୋଜେନ୍‌ ଏବଂ ଗ୍ରୀନ୍‌ ଆମୋନିଆ ଇତ୍ୟାଦି କ୍ଷେତ୍ରକୁ ସରକାରଙ୍କ ଗୁରୁତ୍ୱ ଯୋଗୁ ପ୍ରମୁଖ ଶିଳ୍ପନିବେଶମାନଙ୍କୁ ଓଡ଼ିଶା ଆକର୍ଷିତ କରିପାରୁଛି। ପୁଞ୍ଜି ବିନିଯୋଗରେ ଅଭିବୃଦ୍ଧି, ଶିଳ୍ପ ପାର୍କ, ସ୍ବତନ୍ତ୍ର ଇକୋନୋମିକ୍‌ ଜୋନ୍‌ ଏବଂ ଉତ୍ସର୍ଗୀକୃତ ଶିଳ୍ପ କରିଡର ପରି ବିଶ୍ୱସ୍ତରୀୟ ଶିଳ୍ପ ଭିତ୍ତିଭୂମି ପ୍ରତିଷ୍ଠା ଦ୍ୱାରା ନିବେଶକମାନେ ଆକୃଷ୍ଟ ହୋଇପାରୁଛନ୍ତି। ଏହି ପଦକ୍ଷେପଗୁଡ଼ିକ କେବଳ ବୃହତ୍‌ ଶିଳ୍ପଗୁଡ଼ିକୁ ଆକୃଷ୍ଟ କରିନାହିଁ ବରଂ ଏମ୍‌ଏସ୍‌ଏମ୍‌ଇ ଅଭିବୃଦ୍ଧିକୁ ମଧ୍ୟ ପ୍ରୋତ୍ସାହିତ କରୁଛି ବୋଲି ସଚିବ କହିଛନ୍ତି। ଏହି ଅବସରରେ ସେ ବିଭିନ୍ନ ଶିଳ୍ପଭିତ୍ତିକ ପଲିସି ଓ ଶିଳ୍ପପାର୍କ ସମ୍ପର୍କରେ ଆଲୋକପାତ କରିଥିଲେ। ଶିଳ୍ପ ବଜେଟରେ ବୃଦ୍ଧି, ଶିଳ୍ପ ଯୋଗୁ ନିଯୁକ୍ତି ସୁଯୋଗ ଏବଂ ରାଜ୍ୟରେ ଶିଳ୍ପ ବିକାଶର ପ୍ରମୁଖ ଫଳାଫଳ ସମ୍ପର୍କରେ ସେ ଉପସ୍ଥାପନା ରଖିଥିଲେ। ଖବରଦାତା ସମ୍ମିଳନୀରେ ଇଡ୍‌କୋ ଏବଂ ଇପିକଲ୍‌ର ଅଧ୍ୟକ୍ଷ ଭୂପେନ୍ଦ୍ର ସିଂ ପୁନିଆ, ଶିଳ୍ପ ନିର୍ଦ୍ଦେଶକ ଏମ୍‌. ସାଦ୍ଦିକ୍‌ ଆଲାମ୍‌ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?