କଳାହାଣ୍ଡିରେ କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ

ଭବାନୀପାଟଣା,୧୫।୨: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଆଜି ଓଡିଶା ବନ୍ଦ ଡାକରା ଦିଆଯାଇଛି। କଳାହାଣ୍ଡି ଜିଲାରେ ଏହାର ପ୍ରଭାବ ପଡିଛି। କେନ୍ଦ୍ରର ଭାଜପା ସରକାର କୃଷକମାନଙ୍କ ଚାଷଜମି ଗୁଡିକୁ ପୁଞ୍ଜିପତି ମାନଙ୍କ ନିକଟରେ ବନ୍ଧକ କରିଦେବା ଚକ୍ରାନ୍ତ କରି ତିନୋଟି କଳା କୃଷି ଆଇନ ଲାଗୁ କରିବା ସହ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ମାତ୍ରାଧିକ ଦର ବୃଦ୍ଧି ଓ ନିତ୍ୟ ବ୍ୟବହାର୍ଯ୍ୟ ଖାଉଟି ସାମଗ୍ରୀ ଗୁଡିକର ଦର ବୃଦ୍ଧି ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି। ସମଗ୍ର କଳାହାଣ୍ଡି ଜିଲାରେ ଯାନବାହନ ଚଳାଚଳ ବନ୍ଦ ରହିବା ସହ ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ , ଶିକ୍ଷା ଅନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଜିଲାର ସମସ୍ତ ବ୍ଲକ ଓ ମ୍ୟୁନିସିପାଲଟି ଅଞ୍ଚଳ ଗୁଡିକରେ କଂଗ୍ରେସ କର୍ମୀମାନେ ଏହି ବନ୍ଦରେ ସାମିଲ ହୋଇ ସଫଳ କରିଥିଲେ। ଜିଲ୍ଲା ସଭାପତି ପୂର୍ବତନ ବିଧାୟକ ଶ୍ରୀ ଭାରତ ଭୂଷଣ ବେମାଲଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ଉଛବ ସାହୁ, ମହମ୍ମଦ ଅଲ୍ଲୀ, ପରମାନନ୍ଦ ମାଝୀ, ସିଦ୍ଧାର୍ଥ ନାୟକ, ପ୍ରଦେଶ ଯୁବ କଂଗ୍ରେସ ସମ୍ପାଦକ ମହମ୍ମଦ ସାହେବ, ବ୍ରଜ ସାହୁ, ନିମାଞ୍ଚଳ ନାଏକ, ପ୍ରକାଶ ହରପାଳ, ଅବଦୁଲ ସାଜିଦ, ମହମ୍ମଦ ସବୀର, ଶ୍ରୀମତୀ ସୁକାନ୍ତି ସରାଫ, ପଦ୍ମିନୀ ଯୋଶୀ, ସୁରେଶ ପଟ୍ଟନାୟକ, ସରୋଜ ବାଗ, ଗଣପତି ନାଏକ, ପ୍ରୀତମ ବେହେରା, ଚନ୍ଦ୍ର ଯୋଶୀଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଓ ନେତା ଏହି ବନ୍ଦର ନେତୃତ୍ୱ ନେଇଥିଲେ। ସଦର ବ୍ଲକ କଂଗ୍ରେସ କମିଟି ସଭାପତି ସୁବାଷ ପ୍ରଧାନଙ୍କ ନେତୃତ୍ୱରେ କରଳାପଡାଠାରେ ବିକ୍ଷୋଭ ଓ ପ୍ରତିବାଦ କରାଯାଇ ବନ୍ଦକୁ ସଫଳ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣିବାକୁ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଚାଷୀଙ୍କ ଧାରଣା

ଛତ୍ରପୁର,୨୪ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପଞ୍ଜୀକୃତ ସମସ୍ତ ଚାଷୀଙ୍କ ଧାନ କିଣିବାକୁ ଦାବି ହୋଇଛି। ଏନେଇ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ସ୍ଥାନୀୟ...

୧୨୦୦ ଆଶାୟୀଙ୍କୁ ନିଯୁକ୍ତି ସୁଯୋଗ

କାମାକ୍ଷାନଗର, ୭।୧୧(ଡି.ଏନ୍‌.ଏ.):ଢେଙ୍କାନାଳ ଜିଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ୍‌ ପରିସରରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଆନୁକୂଲ୍ୟରେ ରବିବାର କୌଶଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର...

ପ୍ରକଳ୍ପ ପ୍ରଭାବିତ ୪ ମୌଜାବାସୀ ରଖିଲେ ମତ

ପୁରୀ ଅଫିସ,୧୫ା୧୦:ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ିତୋଳିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିଲାଗି ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ ହୋଇଛି। ଏଥିମଧ୍ୟରେ ଶ୍ରୀସେତୁ ଏକ...

ଡରାଇଲାଣି ତୃତୀୟ ଲହର

ବାରିପଦା ଅଫିସ,୨୭।୮-କରୋନା ମହାମାରୀର ତୃତୀୟ ଲହର ଆଶଙ୍କାକୁ ନେଇ ସମସ୍ତେ ଭୀତସ୍ତତ। ସେପ୍ଟେମ୍ବର ଶେଷ ଓ ଅକ୍ଟୋବର ପ୍ରାରମ୍ଭରେ ସଂକ୍ରମଣ ବଢ଼ିବା ସମ୍ଭାବନା ଥିବା ନେଇ...

ବାଲିପଦର ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀଙ୍କ ଅସ୍ବାଭାବିକ ଆଚରଣ, ଭୂତ ଭୟ

ବୁଗୁଡା,୨୫ା୯(ଡି.ଏନ୍‌.ଏ.)- ରାଜ୍ୟର କେତେକ ବିଦ୍ୟାଳୟରେ ଏବେ ଭୂତ ଭୟ ଯୋଗୁ ଛାତ୍ରୀଛାତ୍ର ସ୍କୁଲକୁ ଆସୁ ନାହାନ୍ତି। ଏନେଇ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର...

ବିବାହ ମଣ୍ଡପରେ ବୁଲିଲା ବୁଲ୍‌ଡୋଜର

ବଲାଙ୍ଗୀର ଅଫିସ,୨୨ା୩: ବଲାଙ୍ଗୀର ସହର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟସ୍ଥିତ ଆର୍ଯ୍ୟ ପ୍ୟାଲେସ ନାମକ ଏକ ବିବାହ ମଣ୍ଡପରେ ବୁଲ୍‌ଡୋଜର ବୁଲିଛି। ବୁଧବାର ବଲାଙ୍ଗୀର ପୋଲିସ ଏବଂ ପ୍ରଶାସନିକ...

ରିମାଣ୍ଡରେ ସତ ମାନିଲେ ଶୁଚିସ୍ମିତା

ଭବାନୀପାଟଣା,୨୫।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ବିଇଓ ଅଫିସ୍‌ର ପୂର୍ବତନ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆରଙ୍କୁ ଟାଉନ ଥାନା ପୋଲିସ ଗୋଟିଏ ଦିନ ପାଇଁ ରିମାଣ୍ଡରେ ଆଣିଥିଲା। ଭବାନୀପାଟଣା...

ନିମ୍ନମାନର ରାସ୍ତା କାମକୁ ବିରୋଧ

ବାରିପଦା ଅଫିସ,୩ା୩: ବାରିପଦା-ଲୁଲୁଙ୍ଗ ରାସ୍ତା ମରାମତି କାର୍ଯ୍ୟ ନିମ୍ନ ମାନର ହେଉଥିବା ନେଇ ପୋଡାଅସ୍ତିଆଠାରେ ଗୁରୁବାର ସାରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଖବରପାଇ...

Advertisement
Archives

Model This Week