ଓଡ଼ିଶା ବିଶ୍ୱର ମାଇନିଂ ହବ୍‌ ହେବାର କ୍ଷମତା ରଖିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯ା୨:ଓଡ଼ିଶାର ୨ ଲୁହାପଥର ଖଣିରୁ ଉତ୍ପାଦନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ଗୁରୁବାର ଭର୍ଚୁଆଲ କାର୍ଯ୍ୟକ୍ରମରେ ଖଣିଗୁଡ଼ିକର ଖନନ କାର୍ଯ୍ୟକୁ ଶୁଭାରମ୍ଭ କରିଛନ୍ତି। ଏହି ଲୁହାପଥର ଖଣି ମଧ୍ୟରେ ଜିଲଙ୍ଗ-ଲାଙ୍ଗଲୋଟା ଏବଂ ଗୁଆଳି ସାମିଲ ରହିଛି। ଖଣିଗୁଡ଼ିକରୁ ମାସିକ ୧୫ ଲକ୍ଷ ଟନ୍‌ ଉତ୍ପାଦନ କରିବା ନେଇ ଯୋଜନା ରଖାଯାଇଛି। ୨ ଖଣିରେ ମୋଟ ୨୭୫ ନିୟୁତ ଟନ୍‌ ଖଣିଜ ସମ୍ପଦ ରହିଥିବା ଜଣାପଡ଼ିଛି।
ଇସ୍ପାତ, ଆଲୁମିନିୟମ ଏବଂ ଅନ୍ୟ ଖଣିଜ ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶା ବିଶ୍ୱର ଏକ ପ୍ରମୁଖ ହବ୍‌ ହେବାର କ୍ଷମତା ରଖିଥିବା ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସେ ପୁଣି କହିଛନ୍ତି, ଗତ ୨ଦଶନ୍ଧି ମଧ୍ୟରେ ରାଜ୍ୟ ଖଣି ଏବଂ ଖଣିଜ ଶିଳ୍ପ କ୍ଷେତ୍ରରେ ଅନେକ ଅଭିବୃଦ୍ଧି ହାସଲ କରିଛି। ରାଜ୍ୟ ସରକାର ଗ୍ରହଣ କରୁଥିବା ଶିଳ୍ପ ଉପଯୋଗୀ ନୀତି ଯୋଗୁ ନିବେଶକ ବେଶ୍‌ ଉତ୍ସାହିତ ହୋଇଛନ୍ତି। ଖଣି କ୍ଷେତ୍ରକୁ ଉତ୍ସାହିତ କରିବା ଲାଗି ବିଶେଷ ପଦକ୍ଷେପ ହାତକୁ ନିଆଯାଉଛି। ୫-ଟି ଅଧୀନରେ ହେଲ୍‌ପଡେକ୍ସ ଏବଂ ଫିଡ୍‌ବ୍ୟାକ୍‌ ସିଷ୍ଟମ କାର୍ଯ୍ୟକାରୀ ହୋଇଛି। ପ୍ରମୁଖ ଖଣିଗୁଡିକର ନିଲାମ ଏବଂ ଆଇ୩ଏମ୍‌ଏସ୍‌ ଭଳି ଆପ୍ଲିକେଶନର ବ୍ୟବହାର କରାଯାଉଛି। ଖଣି ଏବଂ ଖଣିଜ କ୍ଷେତ୍ରରେ ରହିଥିବା ସମ୍ଭାବନା ଦିଗରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ହୋଇ କାମ କରୁଥିବା ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି। ଖଣି କ୍ଷେତ୍ରର ସଂସ୍କାରକୁ ରାଜ୍ୟ ସରକାର ସମର୍ଥନ କରୁଥିବାରୁ ଏହାଦ୍ୱାରା ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଲାଭବାନ ହୋଇପାରିବେ। ୨ ଖଣିକୁ ଓଏମ୍‌ସିକୁ ପ୍ରଦାନ କରିଥିବାରୁ ସେ କେନ୍ଦ୍ର ଖଣି ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଜୋଷୀ କହିଛନ୍ତି, ଖଣିଗୁଡିକ କ୍ଷୁଦ୍ରଶିଳ୍ପକୁ ଲୁହାପଥର ଯୋଗାଣରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସକ୍ଷମ ହେବା ସହ ବୃହତ୍‌ ପରିମାଣର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ନୂଆ ଖଣି ଦ୍ୱାରା ଓଡ଼ିଶା ସରକାର ବାର୍ଷିକ ପ୍ରାୟ ୪ ହଜାରରୁ ୫ ହଜାର କୋଟିର ରାଜସ୍ବ ପାଇବେ। ରାଜ୍ୟରେ ଅଧିକ ଖଣି ନିଲାମ ଏବଂ ବନ୍ଦ ପଡିଥିବା ଖଣିଗୁଡିକୁ କାର୍ଯ୍ୟକ୍ଷମ କରାଇବା, ଲୁହାପଥର ବ୍ଲକଗୁଡିକରୁ ଉତ୍ପାଦନ ବୃଦ୍ଧି ଏବଂ ରାଜସ୍ବ ସୃଷ୍ଟି ଉପରେ କାମ କରିବାକୁ ଜୋଷୀ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଖଣିଜ ଉତ୍ପାଦନ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦକ୍ଷେପ ନେଉଥିବାରୁ କେନ୍ଦ୍ର ସରକାର ରାଜ୍ୟକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ଜୋଷୀ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri