ମାଧ୍ୟମିକ ଶିକ୍ଷାରେ ଓଡ଼ିଶାର ଡ୍ରପ୍‌ ଆଉଟ୍‌ ହାର ସର୍ବାଧିକ

ଭୁବନେଶ୍ୱର,୨୭।୭(ଅନୁରାଧା ମହାରଣା)ମାଧ୍ୟମିକ ଶିକ୍ଷାରେ ଓଡ଼ିଶାରେ ସର୍ବାଧିକ ପିଲା ଅଧାରୁ ପାଠପଢ଼ା ଛାଡୁଛନ୍ତି। କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ରାଜ୍ୟ ସଭାରେ ଏପରି ତଥ୍ୟ ରଖିଛନ୍ତି। ଉକ୍ତ ତଥ୍ୟ ଅନୁସାରେ, ଜାତୀୟ ଡ୍ରପ୍‌ ଆଉଟ୍‌ ରେଟ୍‌ ବା ଜାତୀୟ ସ୍ତରରେ ଅଧାରୁ ପାଠପଢ଼ା ଛାଡ଼ୁଥିବା ପିଲାଙ୍କ ହାର ୧୨.୬ ପ୍ରତିଶତ ରହିଛି। ତେବେ ଓଡ଼ିଶାରେ ଏହି ହାର ସର୍ବାଧିକ ରହିଛି ଅର୍ଥାତ୍‌ ୨୭.୩ ପ୍ରତିଶତ ପିଲା ଅଧାରୁ ପାଠ ଛାଡ଼ିଛନ୍ତି। ଶ୍ରେଣୀ ବଢ଼ିଲେ ପିଲାଙ୍କ ସଂଖ୍ୟା କମୁଛି। ରାଜ୍ୟରେ ୫-ଟି ଅଧୀନରେ ସରକାରୀ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କରାଯାଇ ପିଲାଙ୍କୁ ସ୍କୁଲମୁହାଁ କରିବାକୁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ମଧ୍ୟାହ୍ନଭୋଜନଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ମାଧ୍ୟମରେ ପିଲାଙ୍କ ଉପସ୍ଥାନ ବଢ଼ାଇବା ଉଦ୍ୟମ କରାଯାଉଥିବା ରାଜ୍ୟ ସରକାର ଡେଙ୍ଗୁରା ପିଟୁଥିବାବେଳେ କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ୟୁଡିଆଇଏସ୍‌ଇ ପ୍ଲସ୍‌ ପକ୍ଷରୁ ମିଳିଥିବା ସୂଚନା ରାଜ୍ୟ ଶିକ୍ଷା ବ୍ୟବସ୍ଥାର ଭିନ୍ନ ଚିତ୍ର ବଖାଣୁଛି। ପ୍ରାଥମିକ ଶିକ୍ଷା ଓ ଉଚ୍ଚ ପ୍ରାଥମିକ ଶିକ୍ଷାରେ ଡ୍ରପ୍‌ ଆଉଟ୍‌ ହାର ତୁଳନାରେ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଏହି ହାର ଅଧିକ ରହିଛି। ଓଡ଼ିଶା ତଳକୁ ମେଘାଳୟ ରହିଛି। ମାଧ୍ୟମିକ ଶିକ୍ଷାରେ ଅଧାରୁ ପାଠ ଛାଡୁଥିବା ହାର ମେଘାଳୟରେ ୨୧.୭ ପ୍ରତିଶତ ରହିଥିବା ବେଳେ ବିହାର ୨୦.୫, ଆସାମ ୨୦.୩, ଆନ୍ଧ୍ରପ୍ରଦେଶ ୧୬.୩, ଗୁଜରାଟ ୧୭.୯, ପଞ୍ଜାବ ୧୭.୨ ଏବଂ ପଶ୍ଚିମବଙ୍ଗରେ ୧୮ ପ୍ରତିଶତ ରହିଛି।
ଅନ୍ୟପକ୍ଷରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ମଣିପୁରରେ ଡ୍ରପ୍‌ ଆଉଟ୍‌ ହାର ସର୍ବାଧିକ ୧୩.୩ ପ୍ରତିଶତ ରହିଛି। ଏହା ତଳକୁ ମେଘାଳୟରେ ୯.୮ ପ୍ରତିଶତ ଓ ଅରୁଣାଞ୍ଚଳ ପ୍ରଦେଶରେ ୯.୩ ପ୍ରତିଶତ ରହିଛି। ସେହିପରି ଉଚ୍ଚ ପ୍ରାଥମିକ ଶିକ୍ଷାରେ ମେଘାଳୟର ଡ୍ରପ୍‌ ଆଉଟ୍‌ ହାର ସର୍ବାଧିକ ୧୦.୬ ପ୍ରତିଶତ ରହିଥିବାବେଳେ ଆସାମରେ ୮.୮ ପ୍ରତିଶତ ଓ ପଞ୍ଜାବରେ ୮ ପ୍ରତିଶତ ରହିଛି। ରାଜ୍ୟ ସଭାରେ ତଥ୍ୟ ଉପସ୍ଥାପନ କରି ମନ୍ତ୍ରୀ ଦେବୀ କହିଛନ୍ତି, ଭାରତ ସରକାର ୨୦୧୮-୧୯ରେ ସାମଗ୍ରିକ ଶିକ୍ଷା ଯୋଜନା ଆରମ୍ଭ କରିଥିଲେ। ପ୍ରି-ସ୍କୁଲରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ଯାଏ ପିଲାମାନେ ଯେପରି ଅଧାରୁ ପାଠପଢ଼ା ନ ଛାଡ଼ନ୍ତି ତାହା ଏହି ଯୋଜନାର ଲକ୍ଷ୍ୟ ରହିଛି। କିନ୍ତୁ ଓଡ଼ିଶାରେ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ସର୍ବାଧିକ ରହିବା ରାଜ୍ୟର ଶିକ୍ଷା ବ୍ୟବସ୍ଥାର ସୁପରିଚାଳନା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri