ଓଡ଼ିଶାରେ ୪ କୋଟି କୋଭିଡ୍‌ ଡୋଜ୍‌

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): କୋଭିଡ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡ଼ିଶା । ଏଯାବତ ରାଜ୍ୟରେ ୪ କୋଟି କୋଭିଡ ଟିକା ଦିଆଯାଇଛି। ଏନେଇ ରାଜ୍ୟ ସୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ସମସ୍ତ କର୍ମଚାରୀ ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛି ।

ଅପରପକ୍ଷେ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଅତିରିକ୍ତ ଟିକାକରଣ କେନ୍ଦ୍ର ଖୋଲାଯାଇଛି। ରାଜ୍ୟରେ ଏବେ ୨୪୦୦ କେନ୍ଦ୍ରରେ ଟିକାକରଣ କରାଯାଉଛି। ଯେଉଁ ଗାଁରେ ୧୦୦ରୁ ଅଧିକ ଟିକା ନେଇ ନ ଥିବା ଲୋକ ଅଛନ୍ତି, ସେଠାରେ କେନ୍ଦ୍ର ଖୋଲାଯାଇଛି ବୋଲି ସେ କହିଛନ୍ତି।

କହିରଖୁଛୁ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦,୪୪,୯୬୨ ଜଣ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୦,୩୩,୬୫୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଥିବା ବେଳେ ୨,୮୮୪ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। କରୋନାରେ ୮,୩୭୩ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ପିଲାମାନେ କରୋନାରେ ଆକ୍ରାନ୍ତ ହେଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୧ ରୁ ୩୧ ଯାଏ ଶୀତକାଳୀନ ବିଧାନସଭା ଅଧିବେଶନ,ଦିନକୁ ୫ ଘଣ୍ଟା ଚାଲିବ ଗୃହ

ଭୁବନେଶର,୨୭।୧୧(ବ୍ୟୁରୋ): ଶୀତକାଳୀନ ବିଧାନସଭା ଅଧିବେଶନ ଆସନ୍ତା ଡିସେମ୍ବର ୧ରୁ ୩୧ ତାରିଖ ଯାଏ ଚାଲିବ। ତେବେ ଏହା ପୂର୍ବରୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସୋମବାର ସର୍ବଦଳୀୟ ବୈଠକ...

ଜାମଦାରେ ୯୦୦ କୋଟିର ଇସ୍ପାତ ଶିଳ୍ପ

ଭୁବନେଶ୍ୱର,୯ା୫(ବ୍ୟୁରୋ): ରାଜ୍ୟ ସରକାର ୨୮୪୦.୭୩ କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୩୭୨୧ ନିଯୁକ୍ତି ସୁଯୋଗ...

ବଢ଼ୁନି ଏସ୍କାଲେଶନ ଫି’: ଅଡୁଆରେ ଠିକା ସଂସ୍ଥା

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ୨୦୧୩-୧୪ରେ ସଫେଇ କର୍ମଚାରୀଙ୍କ ମଜୁରି ୧୫୦ ଟଙ୍କା ଧାର୍ଯ୍ୟ କରିଥିଲା। ଇତିମଧ୍ୟରେ ୬ବର୍ଷ ବିତିଥିଲେ ମଧ୍ୟ ତାହା...

ମଧ୍ୟାହ୍ନଭୋଜନ ଟଙ୍କା ଖାଇଗଲେ ପ୍ରଧାନ ଶିକ୍ଷକ

ବାସୁଦେବପୁର,୮ା୩: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କାନ୍ତିପୁର ୟୁପି ସ୍କୁଲର ମଧ୍ୟାହ୍ନ ଭୋଜନ ଟଙ୍କା ହଡ଼ପ ଅଭିଯୋଗରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅରୁଣ କୁମାର ନାୟକଙ୍କୁ...

ଜେଲ ସଂସ୍କାର ପାଇଁ କମିଟି ଗଠନ କର: ହାଇକୋର୍ଟ

କଟକ ଅଫିସ,୨୪ା୧୨: ଜେଲରେ ସଂଖ୍ୟାଧିକ କଏଦୀଙ୍କ ଭିଡ଼ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଥିଲା। ଜେଲ ସଂସ୍କାର ପାଇଁ ଏକ ରାଜ୍ୟସ୍ତରୀୟ କମିଟି ଗଠନ କର।...

ବେଙ୍ଗାଲୁରୁରୁ ଓଡ଼ିଆ ସ୍ବିଗି ବୟ ଉଦ୍ଧାର

ଭୁବନେଶ୍ୱର,୯।୧୦(ବ୍ୟୁରୋ):କ୍ଷତ ବିକ୍ଷତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିବା ଜଣେ ସ୍ବିଗି ବୟଙ୍କୁ ଓଡ଼ିଶା ମୋ ପରିବାର ପକ୍ଷରୁ ଉଦ୍ଧାର କରାଯାଇଛି। ସେ ହେଲେ ଜଗତ୍‌ସିଂହପୁର ଜିଲା...

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୫୨ କରୋନା ପଜିଟିଭ୍‌

ଭୁବନେଶ୍ୱର,୨୨।୯(ବ୍ୟୁରୋ): ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୫୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବୟସର ୪୩ ଆକ୍ରାନ୍ତ ଥିବା...

ଜୁନ୍‌ ୨୦ ପରେ ଯୁକ୍ତ୩, ଅଗଷ୍ଟ ୨୦ ସୁଦ୍ଧା ସରିବ ପିଜି ପରୀକ୍ଷା

ଭୁବନେଶ୍ୱର, ୬।୫(ବ୍ୟୁରୋ): ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଯୁକ୍ତ୩ ମହାବିଦ୍ୟାଳୟ ଏବଂ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ଶେଷବର୍ଷ ପରୀକ୍ଷା ଜୁନ୍‌ ୨୦ ପରେ ଆରମ୍ଭ...

Advertisement
Archives

Model This Week