Posted inଖେଳ

ଓଡ଼ିଶା ୩ ବର୍ଷ ପାଇଁ ରଗ୍‌ବୀ ସହଯୋଗୀ ପ୍ରାୟୋଜକ

ଭୁବନେଶ୍ୱର,୨୯।୮(ସ୍ପୋଟର୍‌ସ ବ୍ୟୁରୋ): ଦୀର୍ଘ ୧୮ ମାସ ପରେ ରଗ୍‌ବୀ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି। କୋଭିଡ୍‌-୧୯ ଜନିତ ଲକ୍‌ଡାଉନ ଓ ସାରା ଦେଶରେ ଉପୁଜିଥିବା ସ୍ବାସ୍ଥ୍ୟ ସଙ୍କଟ କାରଣରୁ ପାଖାପାଖି ୨ ବର୍ଷ ହେବ ରଗ୍‌ବୀ ଖେଳାଯାଇ ପାରି ନ ଥିଲା। ତେବେ ବର୍ତ୍ତମାନ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଏକ ମେଗା ଇଭେଣ୍ଟରେ ଭାରତୀୟ ଜାତୀୟ ଜୁନିୟର ଦଳ ଅଂଶଗ୍ରହଣ କରିବ। ଉଜ୍‌ବେକିସ୍ତାନର ତାସକେଣ୍ଟଠାରେ ଆଗାମୀ ସେପ୍ଟେମ୍ବର ୧୮ ଓ ୧୯ ତାରିଖରେ ଏସିଆ ରଗ୍‌ବୀ ୧୮ ବର୍ଷରୁ କମ୍‌ ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ୨୦୨୧ ଆୟୋଜନ ହେବ ବୋଲି ରଗ୍‌ବୀ ଇଣ୍ଡିଆ ଘୋଷଣା କରିଛି। ଏବେ ଦେଶରେ ରଗ୍‌ବୀର ପ୍ରଚାର, ପ୍ରସାର ତଥା ଉନ୍ନତି ପାଇଁ ଓଡ଼ିଶା ସରକାର ଆଗେଇ ଆସିଛନ୍ତି। କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍‌ନୋଲୋଜି (କିଟ୍‌) ଓ ଓଡ଼ିଶା ସରକାର ଆଗାମୀ ୩ ବର୍ଷ ପାଇଁ ସହଯୋଗୀ ପ୍ରାୟୋଜକ ଭାବେ ରଗ୍‌ବୀ ଇଣ୍ଡିଆର ହାଇପରଫର୍ମାନ୍ସ ପ୍ରୋଗ୍ରାମ୍‌କୁ ସହାୟତା ତଥା ସହଯୋଗ ପଦାନ କରିବେ। ରଗ୍‌ବୀ ଇଣ୍ଡିଆର ପ୍ରାୟୋଜକ ସୋସାଇଟି ଜେନେରାଲ ଏ ନେଇ ଘୋଷଣା କରିଛି। ଏହି କାର୍ଯ୍ୟକ୍ରମର ଅଂଶ ସ୍ବରୂପ ସ୍ଥାନୀୟ କିଟ୍‌ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଜାତୀୟ ଜୁନିୟର ବାଳିକା ଦଳର ନ୍ୟାଶନାଲ ଟ୍ରେନିଂ ଓ ସିଲେକ୍ସନ କ୍ୟାମ୍ପ ଗତ ୧୪ ତାରିଖରୁ ଆରମ୍ଭ ହୋଇଛି। ଏହି କ୍ୟାମ୍ପ ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ।

ଶନିବାର ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରଗ୍‌ବୀ ଇଣ୍ଡିଆ ବୋର୍ଡର ଅନ୍ୟତମ ସଦସ୍ୟ ତଥା ଅଭିନେତା, ନିର୍ଦ୍ଦେଶକ, ଲେଖକ, ସମାଜସେବୀ ରାହୁଲ ବୋଷ ଯୋଗ ଦେଇ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି। ଏଥିରେ ସୋସାଇଟି ଜେନେରାଲ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ଚିଫ୍‌ କଣ୍ଟ୍ରି ଅଫିସର ଟୋବି ଲସନ, ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ସଚିବ ଆର. ଭିନିଲ କ୍ରିଷ୍ଣା, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଏମ୍‌ପି ଅଚ୍ୟୁତ ସାମନ୍ତ, ଭାରତୀୟ ରଗ୍‌ବୀ ଫୁଟବଲ ୟୁନିୟନ ଅଧ୍ୟକ୍ଷ ବିକ୍ରମ ଆହୁଜା ଓ ଓଡ଼ିଶା ରଗ୍‌ବୀ ଫୁଟବଲ ଆସୋସିଏଶନ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରମୁଖ ଯୋଗ ଦେଇଥିଲେ। ୨୦୨୮ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସରେ କିପରି ଭାରତ ପ୍ରବେଶ କରିବ ଓ ପଦକ ଜିତିବ ସେ ନେଇ ଯୋଜନା ଏବଂ ରୂପରେଖ ପ୍ରସ୍ତୁତ ଉପରେ ରଗ୍‌ବୀ ଇଣ୍ଡିଆ ଓ ଅନ୍ୟ ସହଯୋଗୀମାନେ କାର୍ଯ୍ୟକରିବା ଆରମ୍ଭ କରିଛନ୍ତି। ଏଥିପାଇଁ ତୃଣମୂଳସ୍ତରରେ କାର୍ଯ୍ୟକରିବା, ପ୍ରତିଭା ଚିହ୍ନଟ ଓ ବିକାଶ ଉପରେ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି।
ସୋସିଏଟ ଜେନେରାଲ (ଫାଇନାନସିଆଲ ପାର୍ଟନର ଓ ଅଫିସିଆଲ ବ୍ୟାଙ୍କ), ଓଡ଼ିଶା ସରକାର ଓ କିଟ୍‌କୁ ବାଦ୍‌ଦେଲେ ରଗବୀ ଇଣ୍ଡିଆ ଅଫିସିଆଲ ପାର୍ଟନର ଭାବେ ବିଏଲ୍‌କେ (ମ୍ୟାଚ୍‌ କିଟ୍‌ ପାର୍ଟନର), ଫାଷ୍ଟ ଆଣ୍ଡ ଅପ୍‌ (ନ୍ୟୁଟ୍ରିଶନ ପାର୍ଟନର), ବ୍ଲେଡ ଇଣ୍ଡିଆ (ନ୍ୟାଶନାଲ ଟିମ୍‌ ପାର୍ଟନର) ଓ ଅଭିନବ ବିନ୍ଦ୍ରା ଟାର୍ଗେଟିଂ ପରଫର୍ମାନ୍ସ (ଏଟିବିପି) ସହ ମଧ୍ୟ ଚୁକ୍ତିରେ ସ୍ବାକ୍ଷର କରିଛି।

ଓଡ଼ିଶା ଭାରତୀୟ ରଗ୍‌ବୀ ଘର ହେବ: ମୁଖ୍ୟମନ୍ତ୍ରୀ
ଉଜ୍‌ବେକିସ୍ତାନରେ ଏସିଆନ ସେଭେନ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ୧୮ ବର୍ଷରୁ କମ୍‌ ବାଳିକା ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ରଗ୍‌ବୀ ଇଣ୍ଡିଆ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଥିବା ଭାଗୀଦାରି ଏବେ ନୂଆ ରୂପ ନେବାକୁ ଯାଉଛି ଓ ଏହାର ବାସ୍ତବତା ମଧ୍ୟ ଏବେ ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ଏହି ବାଳିକା ଦଳର ଟ୍ରେନିଂ ଆୟୋଜିତ ହେଉଥିବାରୁ ବହୁତ ଆନନ୍ଦିତ। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିକାଶ ଯୋଜନାରେ ରଗ୍‌ବୀକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ରାଜ୍ୟର ଏକାଧିକ ଯୁବ ପୁରୁଷ ଓ ମହିଳା ଖେଳାଳି ଜାତୀୟ ଦଳ ତରଫରୁ ପ୍ରତିନିଧିତ୍ୱ କରି ସଫଳତା ହାସଲ କରିଛନ୍ତି। ଓଡ଼ିଶା ଭାରତୀୟ ରଗ୍‌ବୀର ଘର ହେବ ଓ ଏହି ଭାଗୀଦାରି ଦୀର୍ଘ ବର୍ଷଧରି ଚାଲୁ ରହିବ ବୋଲି ସେ କହିଛନ୍ତି। ସେହିପରି ଅଚ୍ୟୁତ ସାମନ୍ତ, ଲସନ ଓ ବିକ୍ରମ ଆହୁଜା ମଧ୍ୟ ରଗ୍‌ବୀର ଉନ୍ନତି ପାଇଁ ରଗ୍‌ବୀ ଇଣ୍ଡିଆର ଉପଲବ୍ଧି ଓ ପ୍ରୟାସ ଉପରେ ନିଜର ମତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri