ଅଳ୍ପ ଦେଇ ମାଗୁଛନ୍ତି ଅଧିକ ଅର୍ଥ

ପାଲଲହଡା,୨୯ା୮: କରୋନା ମହାମାରୀ ସମୟରେ ହ୍ରାସ ପାଇଛି ରୋଜଗାର। ବ୍ୟାପକ ଛଟେଇ ସହ କର୍ମନିଯୁକ୍ତି ଅଭାବରୁ ଆର୍ଥିକ ସଙ୍କଟରେ ପଡ଼ିଛନ୍ତି ଯୁବପିଢ଼ି। ତେଣୁ ଅଭାବ ମେଣ୍ଟାଇବାକୁ ସେମାନେ ବ୍ୟକ୍ତିଗତ ଋଣ ନେବାକୁ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଓ ବ୍ୟାଙ୍କକୁ ବାରମ୍ବାର ଯୋଗାଯୋଗ କରୁଛନ୍ତି। ଏହାର ସୁଯୋଗ ନେଇ ସକ୍ରିୟ ହୋଇଯାଇଛନ୍ତି ସାଇବର ଠକ। ବିଭିନ୍ନ ମୋବାଇଲ ଆପ୍‌ ମାଧ୍ୟମରେ ସେମାନେ ଅତି ସହଜରେ ସ୍ବଳ୍ପ ମିଆଦୀ ଋଣ ଦେବାର ଲୋଭ ଦେଖାଇ ଲୋକଙ୍କୁ ଠକିବାରେ ଲାଗିଛନ୍ତି। ଅଳ୍ପ ଅର୍ଥ ଦେଇ ଅଧିକ ଅର୍ଥ ଦାବି କରୁଛନ୍ତି। ଦାବି ମୁତାବକ ଟଙ୍କା ନ ଦେଲେ ଫୋନରୁ ବ୍ୟକ୍ତିଗତ ତଥ୍ୟ ଚୋରାଇ ଭାଇରାଲ କରିଦେବାର ଧମକ ଦେଉଛନ୍ତି। ଏପରି ସାଇବର ଠକଙ୍କ ହାବୁଡ଼ରେ ପଡ଼ି ଆର୍ଥିକ ଶୋଷଣର ଶିକାର ହୋଇଛନ୍ତି ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଅଞ୍ଚଳର ଅନେକ ଯୁବକ। ହେଲେ ସାମାଜିକ ସମ୍ମାନହାନି ଭୟରେ କେହି ଥାନା କି ସାଇବର ସେଲ୍‌ରେ ଅଭିଯୋଗ କରିବାକୁ ଇଚ୍ଛା କରୁ ନ ଥିବାରୁ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇ ପାରୁନାହିଁ।
ସୂଚନା ଅନୁଯାୟୀ, ସାଇବର ଠକଙ୍କ ଦ୍ୱାରା ପ୍ରସ୍ତୁତ ଏପରି ଗୁଡ଼ାଏ ମୋବାଇଲ ଆପ୍‌ ଇଣ୍ଟରନେଟ୍‌ରେ ଛଡ଼ାଯାଇଛି। କିନ୍ତୁ ଏ ସମ୍ପର୍କରେ ଲୋକେ ସଚେତନ ନ ଥିବାରୁ ସହଜରେ ଠକଙ୍କ ଶିକାର ହେଉଛନ୍ତି। ସ୍ବଳ୍ପ ମିଆଦୀ ଋଣ ଚାହଁୁଥିବା କୌଣସି ବ୍ୟକ୍ତି ଏହି ଆପ୍‌କୁ ମୋବାଇଲ୍‌ରେ ଡାଉନ୍‌ଲୋଡ୍‌ କରି ଆବେଦନ କରିବା ମାତ୍ରେ ଠକଙ୍କ ପକ୍ଷରୁ ଆଧାର, ପାନ କାର୍ଡ ଫଟୋ ସହିତ ଆଉ କିଛି ବ୍ୟକ୍ତିଗତ ତଥ୍ୟ ମଗାଯାଉଛି। ଆବେଦନକାରୀ ସମସ୍ତ ତଥ୍ୟ ଅପ୍‌ଲୋଡ୍‌ କରିବାର ମାତ୍ର ୧୦ ମିନିଟ୍‌ ମଧ୍ୟରେ ୩୫୦୦ ଟଙ୍କାର ଋଣ ୭ ଦିନ ପାଇଁ ମଞ୍ଜୁର ହୋଇଥିବା ମେସେଜ ଆସୁଛି। ତେବେ ପ୍ରୋସେସିଂ ଫି ବାବଦ ୧୦୫୦ ଟଙ୍କା କଟିବା ପରେ ଆବେଦନକାରୀଙ୍କ ଆକାଉଣ୍ଟରେ ମାତ୍ର ୨୪୫୦ ଟଙ୍କା ପହଞ୍ଚୁଛି। ହେଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ଋଣ ପରିଶୋଧ କରିବାକୁ ଚାହିଁଲେ ଆପ୍‌ରେ ଥିବା ଫୋନ ନମ୍ବର ଲାଗୁନାହିଁ। ଠକମାନେ କୌଣସି ଏକ ନିର୍ଦ୍ଦିଷ୍ଟ ନମ୍ବର ରଖୁ ନ ଥିବାରୁ ବାରମ୍ବାର ଯୋଗାଯୋଗ କରି ଋଣ ଗ୍ରହୀତା ବିଫଳ ହେଉଛି। ଏହାପରେ ଠକ୍‌ଙ୍କ ପକ୍ଷରୁ ହ୍ବାଟ୍‌ସଆପ୍‌ରେ ସମ୍ପର୍କ କରାଯିବା ସହ ଋଣ ପରିଶୋଧରେ ବିଳମ୍ବ ହୋଇଥିବା କୁହାଯାଉଛି। ଋଣ ନେଇଥିବା ବ୍ୟକ୍ତି ଏ ନେଇ ସଫେଇ ଦେଲେ, ବୈଷୟିକ ସମସ୍ୟା ଥିବା ଠକଙ୍କ ପକ୍ଷରୁ କୁହାଯାଉଛି। ଟଙ୍କା ଫେରାଇବାର ଅନ୍ୟ କୌଣସି ମାଧ୍ୟମ ସମ୍ପର୍କରେ ପଚାରିଲେ ଋଣୀଙ୍କ ମୋବାଇଲକୁ ଏକ ନିର୍ଦ୍ଦିଷ୍ଟ ଲିଙ୍କ ଆସୁଛି। ଋଣୀ ଉକ୍ତ ଲିଙ୍କ ଜରିଆରେ ଋଣ ବାବଦ ୩୫୦୦ ଓ ସୁଧ ଟଙ୍କା ଡିପୋଜିଟ କରିବା ସତ୍ତ୍ୱେ ଆପ୍‌ରେ ତାହା ଦର୍ଶାଯାଉ ନାହିଁ। ଏପରି କି ଋଣ ପରିଶୋଧ ହୋଇ ନ ଥିବା ଓ ପଠାଯାଇଥିବା ଲିଙ୍କ ସେମାନଙ୍କର ନୁହେଁ ବୋଲି କହି ତୁରନ୍ତ ଟଙ୍କା ଦେବାକୁ ଚାପ ପକାଯାଉଛି। ନଚେତ ସମ୍ପୃକ୍ତ ଋଣୀଙ୍କ ଫୋନରେ ଥିବା ସମସ୍ତ ବ୍ୟକ୍ତିଗତ ତଥ୍ୟ, ଫଟୋ, ଫୋନ ନମ୍ବର ଆଦି ସୋସିଆଲ ମିଡିଆରେ ଭାଇରାଲ କରିଦିଆଯିବାର ଧମକ ଦିଆଯାଉଛି। ସମ୍ମାନହାନି ଭୟରେ ସମ୍ପୃକ୍ତ ବ୍ୟକ୍ତି ଏ ନେଇ ଥାନା କିମ୍ବା ସାଇବର ସେଲ୍‌ରେ ଅଭିଯୋଗ ନ କରି ପୁନର୍ବାର ଋଣ ସହ ସୁଧ ଅର୍ଥ ଠକଙ୍କୁ ଦେବାକୁ ବାଧ୍ୟ ହେଉଥିବା ଜଣାପଡ଼ିଛି।

ଲିଙ୍କ ସମ୍ବନ୍ଧିତ ବିବରଣୀ ଖୋଜନ୍ତୁ
କୌଣସି ଆପ୍‌ ଇନଷ୍ଟଲ ସମୟରେ ବ୍ୟକ୍ତିଗତ ସମସ୍ତ ତଥ୍ୟ ଦିଅନ୍ତୁ ନାହିଁ। ସେହିପରି ଅନାବଶ୍ୟକ ଆପ୍‌ ମୋବାଇଲରେ ବ୍ୟବହାର କରନ୍ତୁ ନାହିଁ। କୌଣସି ଲିଙ୍କରେ କ୍ଲିକ କରିବା ପୂର୍ବରୁ ତାହା ସମ୍ପର୍କରେ ଅଧିକ ବିବରଣୀ ନିଅନ୍ତୁ। ଏହାଦ୍ୱାରା ସାଇବର ଠକେଇରୁ ସୁରକ୍ଷିତ ରହିପାରିବେ।
-ସନ୍ଦୀପ ମନୋହର ଦ୍ୱିବେଦୀ, ସାଇବର ବିଶେଷଜ୍ଞ, ପାଲଲହଡ଼ା

ସରକାର ପଦକ୍ଷେପ ନିଅନ୍ତୁ
ସାଇବର ଠକେଇ ଏବେ ଏକ ସାଧାରଣ ଘଟଣା ହୋଇଗଲାଣି। କାହାକୁ ଉପହାର ତ ଆଉ କାହାକୁ ଲଟେରି ଉଠିଥିବା କହି ସାଇବର ଠକମାନେ ସେମାନଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟ ନେଇ ଟଙ୍କା ଲୁଟି ନେଉଛନ୍ତି। ଏହାକୁ କିପରି ରୋକାଯିବ ଓ ଲୋକଙ୍କୁ ସଚେତନ କରାଯିବ, ସେ ନେଇ ସରକାର ପଦକ୍ଷେପ ନିଅନ୍ତୁ।
-ଦିବ୍ୟ କିଶୋର ଗଡ଼ନାୟକ, ସଭାପତି, ୟୁଥ ଫର ପାଲଲହଡା

ଥାନାରେ ଅଭିଯୋଗ କରନ୍ତୁ
ସାଇବର କ୍ରାଇମ ସମ୍ପର୍କରେ ପ୍ରଶାସନ ନିୟମିତ ସଚେତନ କରୁଛି। ଏହି ଠକମାନେ ଦେଶ ତଥା ଦେଶ ବାହାରୁ ଏହାକୁ ପରିଚାଳନା କରୁଛନ୍ତି। ତେଣୁ ଏପରି ଅପରାଧ ରୋକିବା ସହଜ ହେଉନାହିଁ। ତଥାପି ଲୋକେ ସଚେତନ ହେବା ସହ ସାଇବର ସେଲ୍‌ କିମ୍ବା ଥାନାରେ ତୁରନ୍ତ ଅଭିଯୋଗ କରନ୍ତୁ।
-କିଶୋର କୁମାର ସାମଲ, ଥାନା ଅଧିକାରୀ, ପାଲଲହଡ଼ା


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri