ଅଳ୍ପ ଦେଇ ମାଗୁଛନ୍ତି ଅଧିକ ଅର୍ଥ

ପାଲଲହଡା,୨୯ା୮: କରୋନା ମହାମାରୀ ସମୟରେ ହ୍ରାସ ପାଇଛି ରୋଜଗାର। ବ୍ୟାପକ ଛଟେଇ ସହ କର୍ମନିଯୁକ୍ତି ଅଭାବରୁ ଆର୍ଥିକ ସଙ୍କଟରେ ପଡ଼ିଛନ୍ତି ଯୁବପିଢ଼ି। ତେଣୁ ଅଭାବ ମେଣ୍ଟାଇବାକୁ ସେମାନେ ବ୍ୟକ୍ତିଗତ ଋଣ ନେବାକୁ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଓ ବ୍ୟାଙ୍କକୁ ବାରମ୍ବାର ଯୋଗାଯୋଗ କରୁଛନ୍ତି। ଏହାର ସୁଯୋଗ ନେଇ ସକ୍ରିୟ ହୋଇଯାଇଛନ୍ତି ସାଇବର ଠକ। ବିଭିନ୍ନ ମୋବାଇଲ ଆପ୍‌ ମାଧ୍ୟମରେ ସେମାନେ ଅତି ସହଜରେ ସ୍ବଳ୍ପ ମିଆଦୀ ଋଣ ଦେବାର ଲୋଭ ଦେଖାଇ ଲୋକଙ୍କୁ ଠକିବାରେ ଲାଗିଛନ୍ତି। ଅଳ୍ପ ଅର୍ଥ ଦେଇ ଅଧିକ ଅର୍ଥ ଦାବି କରୁଛନ୍ତି। ଦାବି ମୁତାବକ ଟଙ୍କା ନ ଦେଲେ ଫୋନରୁ ବ୍ୟକ୍ତିଗତ ତଥ୍ୟ ଚୋରାଇ ଭାଇରାଲ କରିଦେବାର ଧମକ ଦେଉଛନ୍ତି। ଏପରି ସାଇବର ଠକଙ୍କ ହାବୁଡ଼ରେ ପଡ଼ି ଆର୍ଥିକ ଶୋଷଣର ଶିକାର ହୋଇଛନ୍ତି ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଅଞ୍ଚଳର ଅନେକ ଯୁବକ। ହେଲେ ସାମାଜିକ ସମ୍ମାନହାନି ଭୟରେ କେହି ଥାନା କି ସାଇବର ସେଲ୍‌ରେ ଅଭିଯୋଗ କରିବାକୁ ଇଚ୍ଛା କରୁ ନ ଥିବାରୁ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇ ପାରୁନାହିଁ।
ସୂଚନା ଅନୁଯାୟୀ, ସାଇବର ଠକଙ୍କ ଦ୍ୱାରା ପ୍ରସ୍ତୁତ ଏପରି ଗୁଡ଼ାଏ ମୋବାଇଲ ଆପ୍‌ ଇଣ୍ଟରନେଟ୍‌ରେ ଛଡ଼ାଯାଇଛି। କିନ୍ତୁ ଏ ସମ୍ପର୍କରେ ଲୋକେ ସଚେତନ ନ ଥିବାରୁ ସହଜରେ ଠକଙ୍କ ଶିକାର ହେଉଛନ୍ତି। ସ୍ବଳ୍ପ ମିଆଦୀ ଋଣ ଚାହଁୁଥିବା କୌଣସି ବ୍ୟକ୍ତି ଏହି ଆପ୍‌କୁ ମୋବାଇଲ୍‌ରେ ଡାଉନ୍‌ଲୋଡ୍‌ କରି ଆବେଦନ କରିବା ମାତ୍ରେ ଠକଙ୍କ ପକ୍ଷରୁ ଆଧାର, ପାନ କାର୍ଡ ଫଟୋ ସହିତ ଆଉ କିଛି ବ୍ୟକ୍ତିଗତ ତଥ୍ୟ ମଗାଯାଉଛି। ଆବେଦନକାରୀ ସମସ୍ତ ତଥ୍ୟ ଅପ୍‌ଲୋଡ୍‌ କରିବାର ମାତ୍ର ୧୦ ମିନିଟ୍‌ ମଧ୍ୟରେ ୩୫୦୦ ଟଙ୍କାର ଋଣ ୭ ଦିନ ପାଇଁ ମଞ୍ଜୁର ହୋଇଥିବା ମେସେଜ ଆସୁଛି। ତେବେ ପ୍ରୋସେସିଂ ଫି ବାବଦ ୧୦୫୦ ଟଙ୍କା କଟିବା ପରେ ଆବେଦନକାରୀଙ୍କ ଆକାଉଣ୍ଟରେ ମାତ୍ର ୨୪୫୦ ଟଙ୍କା ପହଞ୍ଚୁଛି। ହେଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ଋଣ ପରିଶୋଧ କରିବାକୁ ଚାହିଁଲେ ଆପ୍‌ରେ ଥିବା ଫୋନ ନମ୍ବର ଲାଗୁନାହିଁ। ଠକମାନେ କୌଣସି ଏକ ନିର୍ଦ୍ଦିଷ୍ଟ ନମ୍ବର ରଖୁ ନ ଥିବାରୁ ବାରମ୍ବାର ଯୋଗାଯୋଗ କରି ଋଣ ଗ୍ରହୀତା ବିଫଳ ହେଉଛି। ଏହାପରେ ଠକ୍‌ଙ୍କ ପକ୍ଷରୁ ହ୍ବାଟ୍‌ସଆପ୍‌ରେ ସମ୍ପର୍କ କରାଯିବା ସହ ଋଣ ପରିଶୋଧରେ ବିଳମ୍ବ ହୋଇଥିବା କୁହାଯାଉଛି। ଋଣ ନେଇଥିବା ବ୍ୟକ୍ତି ଏ ନେଇ ସଫେଇ ଦେଲେ, ବୈଷୟିକ ସମସ୍ୟା ଥିବା ଠକଙ୍କ ପକ୍ଷରୁ କୁହାଯାଉଛି। ଟଙ୍କା ଫେରାଇବାର ଅନ୍ୟ କୌଣସି ମାଧ୍ୟମ ସମ୍ପର୍କରେ ପଚାରିଲେ ଋଣୀଙ୍କ ମୋବାଇଲକୁ ଏକ ନିର୍ଦ୍ଦିଷ୍ଟ ଲିଙ୍କ ଆସୁଛି। ଋଣୀ ଉକ୍ତ ଲିଙ୍କ ଜରିଆରେ ଋଣ ବାବଦ ୩୫୦୦ ଓ ସୁଧ ଟଙ୍କା ଡିପୋଜିଟ କରିବା ସତ୍ତ୍ୱେ ଆପ୍‌ରେ ତାହା ଦର୍ଶାଯାଉ ନାହିଁ। ଏପରି କି ଋଣ ପରିଶୋଧ ହୋଇ ନ ଥିବା ଓ ପଠାଯାଇଥିବା ଲିଙ୍କ ସେମାନଙ୍କର ନୁହେଁ ବୋଲି କହି ତୁରନ୍ତ ଟଙ୍କା ଦେବାକୁ ଚାପ ପକାଯାଉଛି। ନଚେତ ସମ୍ପୃକ୍ତ ଋଣୀଙ୍କ ଫୋନରେ ଥିବା ସମସ୍ତ ବ୍ୟକ୍ତିଗତ ତଥ୍ୟ, ଫଟୋ, ଫୋନ ନମ୍ବର ଆଦି ସୋସିଆଲ ମିଡିଆରେ ଭାଇରାଲ କରିଦିଆଯିବାର ଧମକ ଦିଆଯାଉଛି। ସମ୍ମାନହାନି ଭୟରେ ସମ୍ପୃକ୍ତ ବ୍ୟକ୍ତି ଏ ନେଇ ଥାନା କିମ୍ବା ସାଇବର ସେଲ୍‌ରେ ଅଭିଯୋଗ ନ କରି ପୁନର୍ବାର ଋଣ ସହ ସୁଧ ଅର୍ଥ ଠକଙ୍କୁ ଦେବାକୁ ବାଧ୍ୟ ହେଉଥିବା ଜଣାପଡ଼ିଛି।

ଲିଙ୍କ ସମ୍ବନ୍ଧିତ ବିବରଣୀ ଖୋଜନ୍ତୁ
କୌଣସି ଆପ୍‌ ଇନଷ୍ଟଲ ସମୟରେ ବ୍ୟକ୍ତିଗତ ସମସ୍ତ ତଥ୍ୟ ଦିଅନ୍ତୁ ନାହିଁ। ସେହିପରି ଅନାବଶ୍ୟକ ଆପ୍‌ ମୋବାଇଲରେ ବ୍ୟବହାର କରନ୍ତୁ ନାହିଁ। କୌଣସି ଲିଙ୍କରେ କ୍ଲିକ କରିବା ପୂର୍ବରୁ ତାହା ସମ୍ପର୍କରେ ଅଧିକ ବିବରଣୀ ନିଅନ୍ତୁ। ଏହାଦ୍ୱାରା ସାଇବର ଠକେଇରୁ ସୁରକ୍ଷିତ ରହିପାରିବେ।
-ସନ୍ଦୀପ ମନୋହର ଦ୍ୱିବେଦୀ, ସାଇବର ବିଶେଷଜ୍ଞ, ପାଲଲହଡ଼ା

ସରକାର ପଦକ୍ଷେପ ନିଅନ୍ତୁ
ସାଇବର ଠକେଇ ଏବେ ଏକ ସାଧାରଣ ଘଟଣା ହୋଇଗଲାଣି। କାହାକୁ ଉପହାର ତ ଆଉ କାହାକୁ ଲଟେରି ଉଠିଥିବା କହି ସାଇବର ଠକମାନେ ସେମାନଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟ ନେଇ ଟଙ୍କା ଲୁଟି ନେଉଛନ୍ତି। ଏହାକୁ କିପରି ରୋକାଯିବ ଓ ଲୋକଙ୍କୁ ସଚେତନ କରାଯିବ, ସେ ନେଇ ସରକାର ପଦକ୍ଷେପ ନିଅନ୍ତୁ।
-ଦିବ୍ୟ କିଶୋର ଗଡ଼ନାୟକ, ସଭାପତି, ୟୁଥ ଫର ପାଲଲହଡା

ଥାନାରେ ଅଭିଯୋଗ କରନ୍ତୁ
ସାଇବର କ୍ରାଇମ ସମ୍ପର୍କରେ ପ୍ରଶାସନ ନିୟମିତ ସଚେତନ କରୁଛି। ଏହି ଠକମାନେ ଦେଶ ତଥା ଦେଶ ବାହାରୁ ଏହାକୁ ପରିଚାଳନା କରୁଛନ୍ତି। ତେଣୁ ଏପରି ଅପରାଧ ରୋକିବା ସହଜ ହେଉନାହିଁ। ତଥାପି ଲୋକେ ସଚେତନ ହେବା ସହ ସାଇବର ସେଲ୍‌ କିମ୍ବା ଥାନାରେ ତୁରନ୍ତ ଅଭିଯୋଗ କରନ୍ତୁ।
-କିଶୋର କୁମାର ସାମଲ, ଥାନା ଅଧିକାରୀ, ପାଲଲହଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri