Posted inଖେଳ

ଓଡ଼ିଶା ୩ ବର୍ଷ ପାଇଁ ରଗ୍‌ବୀ ସହଯୋଗୀ ପ୍ରାୟୋଜକ

ଭୁବନେଶ୍ୱର,୨୯।୮(ସ୍ପୋଟର୍‌ସ ବ୍ୟୁରୋ): ଦୀର୍ଘ ୧୮ ମାସ ପରେ ରଗ୍‌ବୀ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି। କୋଭିଡ୍‌-୧୯ ଜନିତ ଲକ୍‌ଡାଉନ ଓ ସାରା ଦେଶରେ ଉପୁଜିଥିବା ସ୍ବାସ୍ଥ୍ୟ ସଙ୍କଟ କାରଣରୁ ପାଖାପାଖି ୨ ବର୍ଷ ହେବ ରଗ୍‌ବୀ ଖେଳାଯାଇ ପାରି ନ ଥିଲା। ତେବେ ବର୍ତ୍ତମାନ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଏକ ମେଗା ଇଭେଣ୍ଟରେ ଭାରତୀୟ ଜାତୀୟ ଜୁନିୟର ଦଳ ଅଂଶଗ୍ରହଣ କରିବ। ଉଜ୍‌ବେକିସ୍ତାନର ତାସକେଣ୍ଟଠାରେ ଆଗାମୀ ସେପ୍ଟେମ୍ବର ୧୮ ଓ ୧୯ ତାରିଖରେ ଏସିଆ ରଗ୍‌ବୀ ୧୮ ବର୍ଷରୁ କମ୍‌ ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ୨୦୨୧ ଆୟୋଜନ ହେବ ବୋଲି ରଗ୍‌ବୀ ଇଣ୍ଡିଆ ଘୋଷଣା କରିଛି। ଏବେ ଦେଶରେ ରଗ୍‌ବୀର ପ୍ରଚାର, ପ୍ରସାର ତଥା ଉନ୍ନତି ପାଇଁ ଓଡ଼ିଶା ସରକାର ଆଗେଇ ଆସିଛନ୍ତି। କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍‌ନୋଲୋଜି (କିଟ୍‌) ଓ ଓଡ଼ିଶା ସରକାର ଆଗାମୀ ୩ ବର୍ଷ ପାଇଁ ସହଯୋଗୀ ପ୍ରାୟୋଜକ ଭାବେ ରଗ୍‌ବୀ ଇଣ୍ଡିଆର ହାଇପରଫର୍ମାନ୍ସ ପ୍ରୋଗ୍ରାମ୍‌କୁ ସହାୟତା ତଥା ସହଯୋଗ ପଦାନ କରିବେ। ରଗ୍‌ବୀ ଇଣ୍ଡିଆର ପ୍ରାୟୋଜକ ସୋସାଇଟି ଜେନେରାଲ ଏ ନେଇ ଘୋଷଣା କରିଛି। ଏହି କାର୍ଯ୍ୟକ୍ରମର ଅଂଶ ସ୍ବରୂପ ସ୍ଥାନୀୟ କିଟ୍‌ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଜାତୀୟ ଜୁନିୟର ବାଳିକା ଦଳର ନ୍ୟାଶନାଲ ଟ୍ରେନିଂ ଓ ସିଲେକ୍ସନ କ୍ୟାମ୍ପ ଗତ ୧୪ ତାରିଖରୁ ଆରମ୍ଭ ହୋଇଛି। ଏହି କ୍ୟାମ୍ପ ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ।

ଶନିବାର ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରଗ୍‌ବୀ ଇଣ୍ଡିଆ ବୋର୍ଡର ଅନ୍ୟତମ ସଦସ୍ୟ ତଥା ଅଭିନେତା, ନିର୍ଦ୍ଦେଶକ, ଲେଖକ, ସମାଜସେବୀ ରାହୁଲ ବୋଷ ଯୋଗ ଦେଇ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି। ଏଥିରେ ସୋସାଇଟି ଜେନେରାଲ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ଚିଫ୍‌ କଣ୍ଟ୍ରି ଅଫିସର ଟୋବି ଲସନ, ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ସଚିବ ଆର. ଭିନିଲ କ୍ରିଷ୍ଣା, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଏମ୍‌ପି ଅଚ୍ୟୁତ ସାମନ୍ତ, ଭାରତୀୟ ରଗ୍‌ବୀ ଫୁଟବଲ ୟୁନିୟନ ଅଧ୍ୟକ୍ଷ ବିକ୍ରମ ଆହୁଜା ଓ ଓଡ଼ିଶା ରଗ୍‌ବୀ ଫୁଟବଲ ଆସୋସିଏଶନ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରମୁଖ ଯୋଗ ଦେଇଥିଲେ। ୨୦୨୮ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସରେ କିପରି ଭାରତ ପ୍ରବେଶ କରିବ ଓ ପଦକ ଜିତିବ ସେ ନେଇ ଯୋଜନା ଏବଂ ରୂପରେଖ ପ୍ରସ୍ତୁତ ଉପରେ ରଗ୍‌ବୀ ଇଣ୍ଡିଆ ଓ ଅନ୍ୟ ସହଯୋଗୀମାନେ କାର୍ଯ୍ୟକରିବା ଆରମ୍ଭ କରିଛନ୍ତି। ଏଥିପାଇଁ ତୃଣମୂଳସ୍ତରରେ କାର୍ଯ୍ୟକରିବା, ପ୍ରତିଭା ଚିହ୍ନଟ ଓ ବିକାଶ ଉପରେ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି।
ସୋସିଏଟ ଜେନେରାଲ (ଫାଇନାନସିଆଲ ପାର୍ଟନର ଓ ଅଫିସିଆଲ ବ୍ୟାଙ୍କ), ଓଡ଼ିଶା ସରକାର ଓ କିଟ୍‌କୁ ବାଦ୍‌ଦେଲେ ରଗବୀ ଇଣ୍ଡିଆ ଅଫିସିଆଲ ପାର୍ଟନର ଭାବେ ବିଏଲ୍‌କେ (ମ୍ୟାଚ୍‌ କିଟ୍‌ ପାର୍ଟନର), ଫାଷ୍ଟ ଆଣ୍ଡ ଅପ୍‌ (ନ୍ୟୁଟ୍ରିଶନ ପାର୍ଟନର), ବ୍ଲେଡ ଇଣ୍ଡିଆ (ନ୍ୟାଶନାଲ ଟିମ୍‌ ପାର୍ଟନର) ଓ ଅଭିନବ ବିନ୍ଦ୍ରା ଟାର୍ଗେଟିଂ ପରଫର୍ମାନ୍ସ (ଏଟିବିପି) ସହ ମଧ୍ୟ ଚୁକ୍ତିରେ ସ୍ବାକ୍ଷର କରିଛି।

ଓଡ଼ିଶା ଭାରତୀୟ ରଗ୍‌ବୀ ଘର ହେବ: ମୁଖ୍ୟମନ୍ତ୍ରୀ
ଉଜ୍‌ବେକିସ୍ତାନରେ ଏସିଆନ ସେଭେନ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ୧୮ ବର୍ଷରୁ କମ୍‌ ବାଳିକା ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ରଗ୍‌ବୀ ଇଣ୍ଡିଆ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଥିବା ଭାଗୀଦାରି ଏବେ ନୂଆ ରୂପ ନେବାକୁ ଯାଉଛି ଓ ଏହାର ବାସ୍ତବତା ମଧ୍ୟ ଏବେ ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ଏହି ବାଳିକା ଦଳର ଟ୍ରେନିଂ ଆୟୋଜିତ ହେଉଥିବାରୁ ବହୁତ ଆନନ୍ଦିତ। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିକାଶ ଯୋଜନାରେ ରଗ୍‌ବୀକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ରାଜ୍ୟର ଏକାଧିକ ଯୁବ ପୁରୁଷ ଓ ମହିଳା ଖେଳାଳି ଜାତୀୟ ଦଳ ତରଫରୁ ପ୍ରତିନିଧିତ୍ୱ କରି ସଫଳତା ହାସଲ କରିଛନ୍ତି। ଓଡ଼ିଶା ଭାରତୀୟ ରଗ୍‌ବୀର ଘର ହେବ ଓ ଏହି ଭାଗୀଦାରି ଦୀର୍ଘ ବର୍ଷଧରି ଚାଲୁ ରହିବ ବୋଲି ସେ କହିଛନ୍ତି। ସେହିପରି ଅଚ୍ୟୁତ ସାମନ୍ତ, ଲସନ ଓ ବିକ୍ରମ ଆହୁଜା ମଧ୍ୟ ରଗ୍‌ବୀର ଉନ୍ନତି ପାଇଁ ରଗ୍‌ବୀ ଇଣ୍ଡିଆର ଉପଲବ୍ଧି ଓ ପ୍ରୟାସ ଉପରେ ନିଜର ମତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri