Posted inରାଜ୍ୟ

ସରକାର ବଢ଼ାଇଲେ ମନ୍ତ୍ରୀ, ଅଫିସରଙ୍କ ଗାଡ଼ି ଖର୍ଚ୍ଚ

ଭୁବନେଶ୍ୱର,୨୯ା୫ (ସୁନିତ୍‌ ମିଶ୍ର): ରାଜ୍ୟ ସରକାର ବିଭିନ୍ନ ଅଫିସର ଏବଂ ମନ୍ତ୍ରୀମାନଙ୍କ ମାସିକ ଗାଡ଼ିଭଡ଼ା ବାବଦକୁ ବରାଦ ରହିଥିବା ଅର୍ଥରାଶିରେ ବୃଦ୍ଧି କରିଛନ୍ତି। ୨୦୧୯ ମସିହାରେ ଅର୍ଥ ବିଭାଗ ପକ୍ଷରୁ ଯେଉଁ ଗାଡ଼ି ଭଡ଼ା ରାଶି ବରାଦ ରହିଥିଲା ବୁଧବାର ଏଥିରେ ପରିବର୍ତ୍ତନ କରାଯାଇଛି। ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପୂର୍ବରୁ ମନ୍ତ୍ରୀମାନଙ୍କ ଭଡ଼ା ବାବଦକୁ ଯେଉଁ ୪୨ ହଜାର ଟଙ୍କା ମାସିକ ଦିଆଯାଉଥିଲା ତାହା ଏବେ ୫୦ ହଜାର ୪୦୦ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟର ଉଚ୍ଚପଦସ୍ଥ ଆଇଏଏସ୍‌ ଅଫିସରଙ୍କୁ ମଧ୍ୟ ସମାନ ଗାଡ଼ି ଭଡ଼ା ପ୍ରଦାନ କରାଯିବ। ଗୋଟିଏ ଲିଟରରେ ସର୍ବାଧିକ ୯ କି.ମି. ଯାଉଥିବା ଗାଡ଼ି ପାଇଁ ଏହି ଅର୍ଥରାଶି ବରାଦ ହୋଇଛି। ସେହିପରି ଆପେକ୍ସ ସ୍କେଲ୍‌ର ଅଫିସରମାନେ ମଧ୍ୟ ଗାଡ଼ି ଭଡ଼ା ବାବଦକୁ ମାସିକ ୫୦ ହଜାର ୪୦୦ ଟଙ୍କା ପାଇବେ। ପ୍ରମୁଖ ସଚିବ ର଼୍ୟାଙ୍କ୍‌ର ଅଫିସର ଯେଉଁମାନେ ପୂର୍ବରୁ ୩୦ ହଜାର ଟଙ୍କା ଲେଖାଏ ଗାଡ଼ିଭଡ଼ା ପାଉଥିଲେ ସେମାନେ ଏଣିକି ଯେଉଁ ଗାଡ଼ି ବ୍ୟବହାର କରିବେ ତା’ର ଭଡ଼ା ବାବଦକୁ ୩୬ହଜାର ଟଙ୍କା ଲେଖାଏ ସ୍ଥିର କରାଯାଇଛି। ସ୍ବତନ୍ତ୍ର ସଚିବ, ଅତିରିକ୍ତ ସଚିବ ଏବଂ ନିର୍ଦ୍ଦେଶକ ପାହ୍ୟାର ଅଫିସରମାନେ ଯେଉଁ ଗାଡ଼ି ବ୍ୟବହାର କରୁଥିଲେ ପୂର୍ବରୁ ତା’ର ମାସିକ ଭଡ଼ା ୨୬ ହଜାର ଟଙ୍କା ଥିବାବେଳେ ଏବେ ତାହା ୩୧ହଜାର ୨୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଡିପାର୍ଟମେଣ୍ଟର ମୁଖ୍ୟ ଯେଉଁମାନେ ଗାଡ଼ି ଭଡ଼ା ବାବଦକୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ପାଉଥିଲେ ସେମାନଙ୍କ ଗାଡ଼ି ଭଡ଼ା ୨୪ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଜିଲାପାଳ, ଏସ୍‌ପି ଏହିପରି ସମାନ ର଼୍ୟାଙ୍କ୍‌ର ଅଫିସର ଯେଉଁ ଗାଡ଼ି ବ୍ୟବହାର କରୁଥିଲେ ସେ ବାବଦକୁ ଆଗରୁ ୩୭ ହଜାର ଟଙ୍କା ପାଉଥିବା ବେଳେ ଏବେ ସେମାନଙ୍କ ମାସିକ ଗାଡ଼ିଭଡ଼ା ୪୪ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ବ୍ଲକ୍‌, ତହସିଲର ଅଫିସରଙ୍କ ଗାଡ଼ି ଭଡ଼ା ୩୧ ହଜାର ଟଙ୍କାରୁ ୩୭ ହଜାର ୨୦୦ ଟଙ୍କା କରାଯାଇଛି।
କଲେଜ, ୟୁନିଭର୍ସିଟି, ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ର ବସ୍‌ ଭଡ଼ାକୁ ମଧ୍ୟ ବୃଦ୍ଧି କରାଯାଇଛି। ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି, ଅଫିସର ଓ ମନ୍ତ୍ରୀମାନେ ମନଇଚ୍ଛା ଗାଡ଼ି ବ୍ୟବହାର କରିପାରିବେ ନାହିଁ। ଲିଟର ପିଛା କେତେ କି.ମି. ପର୍ଯ୍ୟନ୍ତ ଯାଉଥିବା ଗାଡ଼ିକୁ ସ୍ଥିରୀକୃତ ବର୍ଦ୍ଧିତ ଦର ଦିଆଯିବ ତାହା ଉଲ୍ଲେଖ ରହିଛି। ସେହି ଅନୁଯାୟୀ ଗାଡ଼ି ବ୍ୟବହାର କରିବାକୁ ବାଧ୍ୟ। ଯେଉଁ ଗାଡ଼ି ବ୍ୟବହାର କରାଯିବ ସେଗୁଡ଼ିକ ୩ ବର୍ଷ ଭିତରର ଗାଡ଼ି ହୋଇଥିବ। ସର୍ବାଧିକ ୭ ବର୍ଷ ପୁରୁଣା ଗାଡ଼ିକୁ କୌଣସି ଅସୁବିଧା ସମୟରେ ସର୍ଭିସ୍‌ ପ୍ରୋଭାଇଡର୍‌ ଯୋଗାଇ ପାରିବେ। ଅଫିସର ଓ ମନ୍ତ୍ରୀମାନେ ବ୍ୟବହାର କରିବାକୁ ଥିବା ଗାଡ଼ିଗୁଡ଼ିକ ଉକ୍ତ ସର୍ଭିସ୍‌ ପ୍ରୋଭାଇଡର୍‌ କୌଣସି ଘରୋଇ କିମ୍ବା ବ୍ୟବସାୟିକ କାର୍ଯ୍ୟରେ ଅଫିସ ସମୟ ପରେ ବା ଛୁଟି ସମୟରେ ବ୍ୟବହାର କରିପାରିବେ ନାହିଁ। ଯେଉଁ ଭଡ଼ା ସ୍ଥିର କରାଯାଇଛି ତାକୁ ଛାଡ଼ି ଗାଡ଼ିର ପେଟ୍ରୋଲ, ଡିଜେଲ ପଇସା ପୃଥକ୍‌ ଭାବେ ପ୍ରଦାନ କରାଯିବ। ଯଦି ଉକ୍ତ ସର୍ଭିସ ପ୍ରୋଭାଇଡର୍‌ ଗାଡ଼ି ଯୋଗାଇବା ବ୍ୟବସ୍ଥା ଠିକ୍‌ ଭାବେ ଚାଲେ ବୋଲି ରାଜ୍ୟ ସରକାର ଠିକ୍‌ ଅନୁଭବ କରନ୍ତି, ତେବେ କଣ୍ଟ୍ରାକ୍ଟ ସମୟ ୩ ବର୍ଷରୁ ୪ ବର୍ଷକୁ ବୃଦ୍ଧି କରାଯିବ। ଏହି ବ୍ୟବସ୍ଥା ଯୋଗାଇବା ପାଇଁ ଯେଉଁ ଟେଣ୍ଡର କରାଯିବ, ସେଥିଲାଗି କୌଣସି ପେପର୍‌ର ମୂଲ୍ୟ ନିଆଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?