Posted inରାଜ୍ୟ

ସରକାର ବଢ଼ାଇଲେ ମନ୍ତ୍ରୀ, ଅଫିସରଙ୍କ ଗାଡ଼ି ଖର୍ଚ୍ଚ

ଭୁବନେଶ୍ୱର,୨୯ା୫ (ସୁନିତ୍‌ ମିଶ୍ର): ରାଜ୍ୟ ସରକାର ବିଭିନ୍ନ ଅଫିସର ଏବଂ ମନ୍ତ୍ରୀମାନଙ୍କ ମାସିକ ଗାଡ଼ିଭଡ଼ା ବାବଦକୁ ବରାଦ ରହିଥିବା ଅର୍ଥରାଶିରେ ବୃଦ୍ଧି କରିଛନ୍ତି। ୨୦୧୯ ମସିହାରେ ଅର୍ଥ ବିଭାଗ ପକ୍ଷରୁ ଯେଉଁ ଗାଡ଼ି ଭଡ଼ା ରାଶି ବରାଦ ରହିଥିଲା ବୁଧବାର ଏଥିରେ ପରିବର୍ତ୍ତନ କରାଯାଇଛି। ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପୂର୍ବରୁ ମନ୍ତ୍ରୀମାନଙ୍କ ଭଡ଼ା ବାବଦକୁ ଯେଉଁ ୪୨ ହଜାର ଟଙ୍କା ମାସିକ ଦିଆଯାଉଥିଲା ତାହା ଏବେ ୫୦ ହଜାର ୪୦୦ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟର ଉଚ୍ଚପଦସ୍ଥ ଆଇଏଏସ୍‌ ଅଫିସରଙ୍କୁ ମଧ୍ୟ ସମାନ ଗାଡ଼ି ଭଡ଼ା ପ୍ରଦାନ କରାଯିବ। ଗୋଟିଏ ଲିଟରରେ ସର୍ବାଧିକ ୯ କି.ମି. ଯାଉଥିବା ଗାଡ଼ି ପାଇଁ ଏହି ଅର୍ଥରାଶି ବରାଦ ହୋଇଛି। ସେହିପରି ଆପେକ୍ସ ସ୍କେଲ୍‌ର ଅଫିସରମାନେ ମଧ୍ୟ ଗାଡ଼ି ଭଡ଼ା ବାବଦକୁ ମାସିକ ୫୦ ହଜାର ୪୦୦ ଟଙ୍କା ପାଇବେ। ପ୍ରମୁଖ ସଚିବ ର଼୍ୟାଙ୍କ୍‌ର ଅଫିସର ଯେଉଁମାନେ ପୂର୍ବରୁ ୩୦ ହଜାର ଟଙ୍କା ଲେଖାଏ ଗାଡ଼ିଭଡ଼ା ପାଉଥିଲେ ସେମାନେ ଏଣିକି ଯେଉଁ ଗାଡ଼ି ବ୍ୟବହାର କରିବେ ତା’ର ଭଡ଼ା ବାବଦକୁ ୩୬ହଜାର ଟଙ୍କା ଲେଖାଏ ସ୍ଥିର କରାଯାଇଛି। ସ୍ବତନ୍ତ୍ର ସଚିବ, ଅତିରିକ୍ତ ସଚିବ ଏବଂ ନିର୍ଦ୍ଦେଶକ ପାହ୍ୟାର ଅଫିସରମାନେ ଯେଉଁ ଗାଡ଼ି ବ୍ୟବହାର କରୁଥିଲେ ପୂର୍ବରୁ ତା’ର ମାସିକ ଭଡ଼ା ୨୬ ହଜାର ଟଙ୍କା ଥିବାବେଳେ ଏବେ ତାହା ୩୧ହଜାର ୨୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଡିପାର୍ଟମେଣ୍ଟର ମୁଖ୍ୟ ଯେଉଁମାନେ ଗାଡ଼ି ଭଡ଼ା ବାବଦକୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ପାଉଥିଲେ ସେମାନଙ୍କ ଗାଡ଼ି ଭଡ଼ା ୨୪ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଜିଲାପାଳ, ଏସ୍‌ପି ଏହିପରି ସମାନ ର଼୍ୟାଙ୍କ୍‌ର ଅଫିସର ଯେଉଁ ଗାଡ଼ି ବ୍ୟବହାର କରୁଥିଲେ ସେ ବାବଦକୁ ଆଗରୁ ୩୭ ହଜାର ଟଙ୍କା ପାଉଥିବା ବେଳେ ଏବେ ସେମାନଙ୍କ ମାସିକ ଗାଡ଼ିଭଡ଼ା ୪୪ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ବ୍ଲକ୍‌, ତହସିଲର ଅଫିସରଙ୍କ ଗାଡ଼ି ଭଡ଼ା ୩୧ ହଜାର ଟଙ୍କାରୁ ୩୭ ହଜାର ୨୦୦ ଟଙ୍କା କରାଯାଇଛି।
କଲେଜ, ୟୁନିଭର୍ସିଟି, ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ର ବସ୍‌ ଭଡ଼ାକୁ ମଧ୍ୟ ବୃଦ୍ଧି କରାଯାଇଛି। ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି, ଅଫିସର ଓ ମନ୍ତ୍ରୀମାନେ ମନଇଚ୍ଛା ଗାଡ଼ି ବ୍ୟବହାର କରିପାରିବେ ନାହିଁ। ଲିଟର ପିଛା କେତେ କି.ମି. ପର୍ଯ୍ୟନ୍ତ ଯାଉଥିବା ଗାଡ଼ିକୁ ସ୍ଥିରୀକୃତ ବର୍ଦ୍ଧିତ ଦର ଦିଆଯିବ ତାହା ଉଲ୍ଲେଖ ରହିଛି। ସେହି ଅନୁଯାୟୀ ଗାଡ଼ି ବ୍ୟବହାର କରିବାକୁ ବାଧ୍ୟ। ଯେଉଁ ଗାଡ଼ି ବ୍ୟବହାର କରାଯିବ ସେଗୁଡ଼ିକ ୩ ବର୍ଷ ଭିତରର ଗାଡ଼ି ହୋଇଥିବ। ସର୍ବାଧିକ ୭ ବର୍ଷ ପୁରୁଣା ଗାଡ଼ିକୁ କୌଣସି ଅସୁବିଧା ସମୟରେ ସର୍ଭିସ୍‌ ପ୍ରୋଭାଇଡର୍‌ ଯୋଗାଇ ପାରିବେ। ଅଫିସର ଓ ମନ୍ତ୍ରୀମାନେ ବ୍ୟବହାର କରିବାକୁ ଥିବା ଗାଡ଼ିଗୁଡ଼ିକ ଉକ୍ତ ସର୍ଭିସ୍‌ ପ୍ରୋଭାଇଡର୍‌ କୌଣସି ଘରୋଇ କିମ୍ବା ବ୍ୟବସାୟିକ କାର୍ଯ୍ୟରେ ଅଫିସ ସମୟ ପରେ ବା ଛୁଟି ସମୟରେ ବ୍ୟବହାର କରିପାରିବେ ନାହିଁ। ଯେଉଁ ଭଡ଼ା ସ୍ଥିର କରାଯାଇଛି ତାକୁ ଛାଡ଼ି ଗାଡ଼ିର ପେଟ୍ରୋଲ, ଡିଜେଲ ପଇସା ପୃଥକ୍‌ ଭାବେ ପ୍ରଦାନ କରାଯିବ। ଯଦି ଉକ୍ତ ସର୍ଭିସ ପ୍ରୋଭାଇଡର୍‌ ଗାଡ଼ି ଯୋଗାଇବା ବ୍ୟବସ୍ଥା ଠିକ୍‌ ଭାବେ ଚାଲେ ବୋଲି ରାଜ୍ୟ ସରକାର ଠିକ୍‌ ଅନୁଭବ କରନ୍ତି, ତେବେ କଣ୍ଟ୍ରାକ୍ଟ ସମୟ ୩ ବର୍ଷରୁ ୪ ବର୍ଷକୁ ବୃଦ୍ଧି କରାଯିବ। ଏହି ବ୍ୟବସ୍ଥା ଯୋଗାଇବା ପାଇଁ ଯେଉଁ ଟେଣ୍ଡର କରାଯିବ, ସେଥିଲାଗି କୌଣସି ପେପର୍‌ର ମୂଲ୍ୟ ନିଆଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri