ଓଡ଼ିଶାକୁ ମିଳିଲା ୩୩୨୩ କୋଟି

ଭୁବନେଶ୍ୱର, ୧୨/୭(ବ୍ୟୁରୋ):କେନ୍ଦ୍ର ସରକାର ଜଳ ଜୀବନ ମିଶନ ଜରିଆରେ ଓଡ଼ିଶାକୁ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୩୩୨୩.୪୨ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି। ୨୦୨୦-୨୧ରେ ଏହି ଅନୁଦାନ ୮୧୨.୧୫ କୋଟି ଟଙ୍କା ଥିଲା। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ରାଜେନ୍ଦ୍ର ସିଂ ଶେଖାଓ୍ବତ ଓଡ଼ିଶାକୁ ୪ ଗୁଣ ଅଧିକ ଆର୍ଥିକ ଅନୁଦାନ ଯୋଗାଇ ଦେବା ନିମନ୍ତେ ଘୋଷଣା କରିଛନ୍ତି। ଏହାସହ ୨୦୨୪ ସୁଦ୍ଧା ରାଜ୍ୟର ସବୁ ଗ୍ରାମୀଣ ପରିବାରକୁ ଟ୍ୟାପ୍‌ ଯୋଗେ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ କେନ୍ଦ୍ର ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
୨୦୧୯ରେ ଜଳ ଜୀବନ ମିଶନ ଆରମ୍ଭ ହୋଇଥିଲା। ସେତେବେଳେ ଦେଶରେ ମୋଟ ୧୮.୯୩ କୋଟି ଗ୍ରାଣୀଣ ପରିବାର ମଧ୍ୟରୁ ମାତ୍ର ୧୭ ପ୍ରତିଶତ ଅର୍ଥାତ୍‌ ୩.୨୩ କୋଟି ପରିବାର ନିକଟରେ ଟ୍ୟାପ ଜଳ ଯୋଗାଣ ସୁବିଧା ରହିଥିଲା। ଗତ ୨୨ ମାସ ମଧ୍ୟରେ ଲକ୍‌ଡାଉନ ବାଧା ସତ୍ତ୍ୱେ ଜଳ ଜୀବନ ମିଶନକୁ ଦ୍ରୁତଗତିରେ କାର୍ଯ୍ୟକାରୀ କରାଯାଇ ୪.୫ କୋଟି ପରିବାରକୁ ଟ୍ୟାପ ପାଣି ସଂଯୋଗ କରାଯାଇଛି। ଫଳରେ ଜଳ ଯୋଗାଣର ପ୍ରସାର ୨୩.୫ ପ୍ରତିଶତକୁ ବୃଦ୍ଧି ଘଟିଛି। ଏବେ ସୁଦ୍ଧା ୪୦.୬ ପ୍ରତିଶତ ଗ୍ରାମୀଣ ପରିବାର ନିକଟରେ ଟ୍ୟାପ ଜଳ ସଂଯୋଗ ରହିଛି। ଓଡ଼ିଶା ସ୍ଥିତି ଦେଖିଲେ ୨୦୧୯ ଅଗଷ୍ଟ ୧୫ରେ ଏହି ମିଶନ ଆରମ୍ଭ ହେବା ସମୟରେ ରାଜ୍ୟରେ ମାତ୍ର ୩.୧୦ ଲକ୍ଷ ପରିବାର ନିକଟରେ ଟ୍ୟାପ ଜଳ ସଂଯୋଗ ରହିଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୨୨.୮୪ ଲକ୍ଷ ପରିବାରକୁ ଟ୍ୟାପ ସଂଯୋଗ କରାଯାଇଛି। ୨୦୨୧-୨୨ରେ ରାଜ୍ୟ ୨୧.୩୧ ଲକ୍ଷ ପରିବାରକୁ ଟ୍ୟାପ ପାଣି ସଂଯୋଗ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୦୨୨-୨୩ରେ ୨୨.୫୩ ଲକ୍ଷ ଏବଂ ୨୦୨୩-୨୪ରେ ୧୮.୮୭ ଲକ୍ଷ ପରିବାରକୁ ଏଥିରେ ଯୋଡିବାର ଲକ୍ଷ୍ୟ ରହିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି କେନ୍ଦ୍ରମନ୍ତ୍ରୀ ଶେଖାଓ୍ବତ କହିଛନ୍ତି, ରାଜ୍ୟର ସବୁ ଜିଲାରେ ଟ୍ୟାପ ସଂଯୋଗ କାମ ତୁରନ୍ତ ଆରମ୍ଭ କରାଯିବା ଉଚିତ୍‌। ଫଳରେ ମାର୍ଚ୍ଚ ୨୦୨୪ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ପରିବାର ନିକଟରେ ଟ୍ୟାପ ପାଣି ପହଞ୍ଚିବ। ଏ କ୍ଷେତ୍ରରେ କେନ୍ଦ୍ରୀୟ ଅନୁଦାନ ୪ ଗୁଣା ବୃଦ୍ଧି କରାଯାଇଛି। ବର୍ତ୍ତମାନ ରାଜ୍ୟ ଉପରେ ୧୦.୯୩ କୋଟି ଖର୍ଚ୍ଚ ନ ହୋଇ ପଡିରହିଛି। ଗ୍ରାମାଞ୍ଚଳରେ ଜଳ ଯୋଗାଣ ପରିଚାଳନା ଓ ସ୍ବଚ୍ଛତାରେ ସୁଧାର ଆଣିବା ଲାଗି ପଞ୍ଚଦଶ ଅର୍ଥ ଆୟୋଗ ସଂଯୁକ୍ତ ଅନୁଦାନ ଆକାରରେ ଓଡ଼ିଶାକୁ ୧୦୦୨ କୋଟି ଟଙ୍କା ଆବଣ୍ଟନ ହୋଇଥିଲା। ଏହି ଉତ୍ସରୁ ୨୦୨୫-୨୬ ପର୍ଯ୍ୟନ୍ତ ୫,୨୮୦ କୋଟି ଟଙ୍କାର ଏକ ସୁନିଶ୍ଚିତ ଅନୁଦାନ ରହିଛି। ବର୍ତ୍ତମାନ ରାଜ୍ୟର ୪୭,୪୧୨ ଗ୍ରାମ ମଧ୍ୟରୁ ମାତ୍ର ୧୧୮୪ ଗ୍ରାମରେ ଗ୍ରାମୀଣ ଜଳ ଓ ସ୍ବଚ୍ଛତା ସମିତି କିମ୍ବା ପାଣି ସମିତି ରହିଛି। ଏହି ଗୋଷ୍ଠୀଗୁଡିକର ଗ୍ରାମୀଣ ସ୍ତରରେ ଯୋଜନା, କାର୍ଯ୍ୟକାରିତା, ପାଞ୍ଚ ବର୍ଷିୟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜଳ ଯୋଗାଣ ବ୍ୟବସ୍ଥାର ପରିଚାଳନା ଓ ରକ୍ଷଣାବେକ୍ଷଣରେ ମଧ୍ୟ ଏମାନଙ୍କ ଭୂମିକା ରହିଛି। ଏମାନଙ୍କ ଜରିଆରେ ପଶ୍ଚିମ ଓଡ଼ିଶାରେ ସବୁ ପରିବାର ନିକଟରେ ସ୍ବଚ୍ଛ ଟ୍ୟାପ ଜଳ ଯୋଗାଣ ସୁନିଶ୍ଚିତ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?