Posted inଖେଳ

ଏଆଇଏଫ୍‌ଏଫ୍‌ ଲାଇସେନ୍ସ ପାଇବାରେ ଓଡ଼ିଶା ଏଫ୍‌ସି ବିଫଳ

ନୂଆଦିଲ୍ଲୀ: ଠିକ୍‌ ସମୟରେ ଆବଶ୍ୟକ କାଗଜପତ୍ର ଦାଖଲ କରିପାରି ନ ଥିବାରୁ ଓଡ଼ିଶା ଏଫ୍‌ସି ସମେତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ୫ଟି କ୍ଲବ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ଠାରୁ ଲାଇସେନ୍ସ ପାଇବାରେ ବିଫଳ ହୋଇଛନ୍ତି। ଫଳରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁଥିବା ବ୍ୟୟବହୁଳ ଇଭେଣ୍ଟରେ ସେମାନଙ୍କ ଅଂଶଗ୍ରହଣ ନେଇ ବାଧା ଉପୁଜିଛି। ଏହି କ୍ଲବଗୁଡ଼ିକ ହୁଏତ ନିଷ୍ପତ୍ତି ବିରୋଧରେ ଅପିଲ କରିପାରନ୍ତି ନତୁବା ବର୍ତ୍ତମାନ ପାଇଁ ସେମାନଙ୍କୁ ଛାଡ଼ କରିବା ଲାଗି ନିବେଦନ କରିପାରନ୍ତି। ଓଡ଼ିଶା ଏଫ୍‌ସି ବ୍ୟତୀତ ଲାଇସେନ୍ସ ହାସଲ କରି ନଥିବା ଅନ୍ୟ କ୍ଲବଗୁଡ଼ିକ ହେଲେ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି, କେରଳ ବ୍ଲାଷ୍ଟର୍ସ, ହାଇଦ୍ରାବାଦ ଏଫ୍‌ସି ଏବଂ ନବାଗତ ସ୍ପୋର୍ଟିଂ କ୍ଲବ ଇଷ୍ଟ ବେଙ୍ଗଲ। ଏଆଇଏଫ୍‌ଏଫ୍‌ ଲାଇସେନ୍ସ ବିନା ଏହି କ୍ଲବଗୁଡ଼ିକ ସିଜନର ଏଏଫ୍‌ସି କିମ୍ବା ଜାତୀୟ ପ୍ରତିଯୋଗିତାଗୁଡ଼ିକରେ ଭାଗ ନେଇ ପାରିବେ ନାହିଁ। ଏଫ୍‌ସି ଗୋଆ, ଏଟିକେ, ମୋହନ ବାଗାନ, ବେଙ୍ଗାଲୁରୁ ଏଫ୍‌ସି, ଜାମସେଦପୁର ଏଫ୍‌ସି, ଚେନ୍ନାଇନ ଏଫ୍‌ସି ଏବଂ ମୁମ୍ବାଇ ସିଟି ଏଫ୍‌ସି ସଫଳତାର ସହ ୨୦୨୦-୨୧ ସିଜନ ପାଇଁ ଏଏଫ୍‌ସି ଓ ନ୍ୟାଶନାଲ ଲାଇସେନ୍ସ ହାସଲ କରିପାରିଛନ୍ତି।
ଲାଇସେନ୍ସ ହାସଲ କରିପାରି ନ ଥିବା ୫ଟି କ୍ଲବ ବର୍ତ୍ତମାନ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ କ୍ଲବ ଲାଇସେନ୍‌ସିଂ କମିଟି ନିଷ୍ପତ୍ତି ବିରୋଧରେ ଏଆଇଏଫ୍‌ଏଫ୍‌ର କ୍ଲବ ଲାଇସେନ୍ସିଂ ଅପିଲ ବଡି ନିକଟରେ ଆବେଦନ କରିପାରନ୍ତି ଅବା ସେମାନଙ୍କୁ ଛାଡ଼ କରିବା ଲାଗି କ୍ଲବ ଲାଇସେନ୍‌ସିଂ କମିଟି ନିକଟରେ ଆବେଦନ କରିପାରନ୍ତି। ଏହା କରି ନ ପାରିଲେ ସେମାନେ ଆଇଏସଏଲରେ ଭାଗ ନେଇ ପାରିବେ ନାହିଁ ବୋଲି ଏଆଇଏଫ୍‌ଏଫ୍‌ ଲିଗ୍‌ ସିଇଓ ସୁନନ୍ଦ ଧର୍‌ ପ୍ରକାଶ କରିଛନ୍ତି। ପ୍ରତିବର୍ଷ କେତୋଟି କ୍ଲବ ଏହି ଲାଇସେନ୍ସ ହାସଲ କରିବାରେ ବିଫଳ ହୋଇଥାନ୍ତି। କିନ୍ତୁ ପ୍ରତିଯୋଗିତାରେ ଭାଗ ନେବା ଲାଗି ଅନୁମତି ପାଇଁ ସେମାନଙ୍କୁ କର୍ତ୍ତୃପକ୍ଷଙ୍କ ନିକଟରେ ନିବେଦନ କରିବାକୁ ହୋଇଥାଏ। ୨୦୨୦-୨୧ ସିଜନ ପାଇଁ ୧୯ଟି କ୍ଲବ ନ୍ୟାଶନାଲ ଓ ଏଫ୍‌ସି କ୍ଲବ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ତନ୍ମଧ୍ୟରେ ୮ଟି ଆଇ-ଲିଗ୍‌ କ୍ଲବ ସାମିଲ। ଏହି ୮ଟି ଆଇ-ଲିଗ୍‌ କ୍ଲବର ଲାଇସେନ୍ସ ସମ୍ପର୍କରେ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଏଆଇଏଫ୍‌ଏଏଫ୍‌ କହିଛି। କ୍ଲବଗୁଡ଼ିକ ଲାଇସେନ୍ସ ପାଇବାକୁ ହେଲେ ୫ଟି ମୁଖ୍ୟ ମାନଦଣ୍ଡ ପ୍ରତିଧ୍ୟାନ ଦେବାକୁ ହୋଇଥାଏ। ସେଗୁଡ଼ିକ ହେଲା ଯଥା ଖେଳ, ଭିତ୍ତିଭୂମି, ନିଯୁକ୍ତି ଓ ପ୍ରଶାସନିକ, ଆଇନ ଏବଂ ଅର୍ଥନୈତିକ। କୋଭିଡ୍‌ ପରିସ୍ଥିତି ଯୋଗୁ ଏଏଫ୍‌ସି ଏଥର କୋହଳ ଅବଲମ୍ବନ କରିଛି। କାଗଜପତ୍ର ଦାଖଲ ପାଇଁ ଏକାଧିକ ଥର ସମୟସୀମା ବୃଦ୍ଧି କରିଛି। ୟୁଥ୍‌ ଡେଭଲପମେଣ୍ଟ ପ୍ରୋଗ୍ରାମ୍‌, ମେଡିକାଲ ସପୋର୍ଟ ସର୍ଭିସେସ୍‌, ଗ୍ରାସ୍‌ରୁଟ୍‌ ପ୍ରୋଗ୍ରାମ୍‌, କ୍ଲବ ୟୁଥ୍‌ ଏକାଡେମୀ ଏବଂ ଅନ୍ୟମାନଙ୍କ ସହ ଯୁବ କୋଚ୍‌ ପ୍ରଭୃତି ଏଥର କେତୋଟି ମାନଦଣ୍ଡବାଦକୁ ଏଏଫ୍‌ସି ବାଦ୍‌ ଦେଇଛି। କୋଭିଡ୍‌ ଯୋଗୁ ଚଳିତବର୍ଷ ଆଇଏସ୍‌ଏଲ୍‌ର ସମସ୍ତ ମ୍ୟାଚ ଗୋଆରେ ରୁଦ୍ଧଦ୍ୱାରରେ ତିନୋଟି ଭେନ୍ୟୁରେ ଖେଳାଯିବ। ବାମ୍ବୋଲିନ୍‌ ସ୍ଥିତ ଜିଏମ୍‌ସି ଷ୍ଟାଡିୟମରେ ଶୁକ୍ରବାର ସିଜନର ଉଦ୍‌ଘାଟନୀ ମ୍ୟାଚ ଏଟିକେ ମୋହନ ବାଗାନ ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟରଙ୍କ ନାଁରେ ରହିଛି ବିଶ୍ୱର ବଡ ବଡ ସହର

ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି, ଯେଉଁମାନଙ୍କ ନାଁରେ ବିଶ୍ୱର ବଡ ବଡ ସହର ରହିଛି। ଅବଶ୍ୟ ଏହା ସଂଯୋଗ ମାତ୍ର। କିନ୍ତୁ ଏହି ଖେଳାଳିଙ୍କ...

ଫ୍ରେଞ୍ଚ ଓପନ ଛଡ଼ା ୨୦୨୦ରେ କ୍ଲେ କୋର୍ଟରେ ଖେଳିବେ ନାହିଁ ଫେଡରର

ବାସେଲ,୧୪।୨- ସୁଇଜରଲାଣ୍ଡର କିମ୍ବଦନ୍ତୀ ରୋଜର ଫେଡରର ଚଳିତ ବର୍ଷ କ୍ଲେ କୋର୍ଟରେ କେବଳ ଥରେ ରୋଲାଣ୍ଡ ଗାରୋସରେ ଖେଳିବେ। ୨୦ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ୨୦୧୭...

କେନ୍ଦ୍ରୀୟ ଚୁକ୍ତିର ଗ୍ରେଡ୍‌ ‘ବି’କୁ ଶେଫାଳି ଉନ୍ନୀତ

ନୂଆଦିଲ୍ଲୀ, ୨୦।୫(ପି.ଟି.)-  ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କେନ୍ଦ୍ରୀୟ ଚୁକ୍ତିର ଗ୍ରେଡ୍‌ ‘ବି’କୁ ଉନ୍ନୀତ ହୋଇଛନ୍ତି ଟିନ୍‌ ବ୍ୟାଟିଂ ସେନ୍‌ସେଶନ ଶେଫାଳି ବର୍ମା। ବିସିସିଆଇ...

ବ୍ରିସବେନରେ ମଧ୍ୟ ସିରାଜଙ୍କୁ ଛାଡ଼ିଲେ ନାହିଁ ଅଷ୍ଟ୍ରେଲିଆ ଦର୍ଶକ

ବ୍ରିସ୍‌ବେନ, ୧୫।୧ : କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଅଷ୍ଟ୍ରେଲିଆ ଦର୍ଶକଙ୍କ ଭାରତୀୟ କ୍ରିକେଟରଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରୁଛନ୍ତି। ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ଷ୍ଟାଡିୟମର କିଛି...

ଶରଥ କମଲ ଖେଳରନତ୍, ଦୀପଗ୍ରେସ୍‌ଙ୍କୁ ଅର୍ଜୁନ

ନୂଆଦିଲ୍ଳୀ, ୧ା୧୨ (ପି.ଟି.) ଟେବଲ ଟେନିସ କିମ୍ବଦନ୍ତୀ ଅଚନ୍ତା ଶରଥ କମଲଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି। ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ...

ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ବେରୀ ଜର୍ମନଙ୍କ ପରଲୋକ

ଆଡିଲେଡ,୧୮।୭(ଏପି): ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ ଉଇକେଟକିପର ତଥା ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମ୍ୟାଚ୍‌ ରେଫରୀ ବେରୀ ଜର୍ମନ ପରଲୋକ ଗମନ କରିଛନ୍ତି। ୮୪...

କ୍ରୀଡ଼ା ଜଗତ ପାଇଁ କଠିନ ସମୟ

ଶୁଭମ୍‌ ଷଡ଼ଙ୍ଗୀ। ଓଡ଼ିଶା ଏଫସି ଏବଂ ଭାରତୀୟ ଫୁଟବଲ ପାଇଁ ଏବେ ଏକ ପରିଚିତ ନାମ। ଇଣ୍ଡିଆନ ସୁପର ଲିଗ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଏହି...

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବେ ବିରାଟ କୋହଲି

ଶାରଜା, ୧୨।୧୦: ଚଳିତ ଆଇପିଏଲ୍‌ର ୨୮ତମ ମୁକାବିଲାରେ ସୋମବାର କୋଲକାତା ନାଇଟ୍‌ ରାଇଡର୍ସର ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ସହ ହୋଇଛି। ଶାରଜା କ୍ରିକେଟ୍‌...

Advertisement
Archives

Model This Week