Posted inଖେଳ

ଏଆଇଏଫ୍‌ଏଫ୍‌ ଲାଇସେନ୍ସ ପାଇବାରେ ଓଡ଼ିଶା ଏଫ୍‌ସି ବିଫଳ

ନୂଆଦିଲ୍ଲୀ: ଠିକ୍‌ ସମୟରେ ଆବଶ୍ୟକ କାଗଜପତ୍ର ଦାଖଲ କରିପାରି ନ ଥିବାରୁ ଓଡ଼ିଶା ଏଫ୍‌ସି ସମେତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ୫ଟି କ୍ଲବ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ଠାରୁ ଲାଇସେନ୍ସ ପାଇବାରେ ବିଫଳ ହୋଇଛନ୍ତି। ଫଳରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁଥିବା ବ୍ୟୟବହୁଳ ଇଭେଣ୍ଟରେ ସେମାନଙ୍କ ଅଂଶଗ୍ରହଣ ନେଇ ବାଧା ଉପୁଜିଛି। ଏହି କ୍ଲବଗୁଡ଼ିକ ହୁଏତ ନିଷ୍ପତ୍ତି ବିରୋଧରେ ଅପିଲ କରିପାରନ୍ତି ନତୁବା ବର୍ତ୍ତମାନ ପାଇଁ ସେମାନଙ୍କୁ ଛାଡ଼ କରିବା ଲାଗି ନିବେଦନ କରିପାରନ୍ତି। ଓଡ଼ିଶା ଏଫ୍‌ସି ବ୍ୟତୀତ ଲାଇସେନ୍ସ ହାସଲ କରି ନଥିବା ଅନ୍ୟ କ୍ଲବଗୁଡ଼ିକ ହେଲେ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି, କେରଳ ବ୍ଲାଷ୍ଟର୍ସ, ହାଇଦ୍ରାବାଦ ଏଫ୍‌ସି ଏବଂ ନବାଗତ ସ୍ପୋର୍ଟିଂ କ୍ଲବ ଇଷ୍ଟ ବେଙ୍ଗଲ। ଏଆଇଏଫ୍‌ଏଫ୍‌ ଲାଇସେନ୍ସ ବିନା ଏହି କ୍ଲବଗୁଡ଼ିକ ସିଜନର ଏଏଫ୍‌ସି କିମ୍ବା ଜାତୀୟ ପ୍ରତିଯୋଗିତାଗୁଡ଼ିକରେ ଭାଗ ନେଇ ପାରିବେ ନାହିଁ। ଏଫ୍‌ସି ଗୋଆ, ଏଟିକେ, ମୋହନ ବାଗାନ, ବେଙ୍ଗାଲୁରୁ ଏଫ୍‌ସି, ଜାମସେଦପୁର ଏଫ୍‌ସି, ଚେନ୍ନାଇନ ଏଫ୍‌ସି ଏବଂ ମୁମ୍ବାଇ ସିଟି ଏଫ୍‌ସି ସଫଳତାର ସହ ୨୦୨୦-୨୧ ସିଜନ ପାଇଁ ଏଏଫ୍‌ସି ଓ ନ୍ୟାଶନାଲ ଲାଇସେନ୍ସ ହାସଲ କରିପାରିଛନ୍ତି।
ଲାଇସେନ୍ସ ହାସଲ କରିପାରି ନ ଥିବା ୫ଟି କ୍ଲବ ବର୍ତ୍ତମାନ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ କ୍ଲବ ଲାଇସେନ୍‌ସିଂ କମିଟି ନିଷ୍ପତ୍ତି ବିରୋଧରେ ଏଆଇଏଫ୍‌ଏଫ୍‌ର କ୍ଲବ ଲାଇସେନ୍ସିଂ ଅପିଲ ବଡି ନିକଟରେ ଆବେଦନ କରିପାରନ୍ତି ଅବା ସେମାନଙ୍କୁ ଛାଡ଼ କରିବା ଲାଗି କ୍ଲବ ଲାଇସେନ୍‌ସିଂ କମିଟି ନିକଟରେ ଆବେଦନ କରିପାରନ୍ତି। ଏହା କରି ନ ପାରିଲେ ସେମାନେ ଆଇଏସଏଲରେ ଭାଗ ନେଇ ପାରିବେ ନାହିଁ ବୋଲି ଏଆଇଏଫ୍‌ଏଫ୍‌ ଲିଗ୍‌ ସିଇଓ ସୁନନ୍ଦ ଧର୍‌ ପ୍ରକାଶ କରିଛନ୍ତି। ପ୍ରତିବର୍ଷ କେତୋଟି କ୍ଲବ ଏହି ଲାଇସେନ୍ସ ହାସଲ କରିବାରେ ବିଫଳ ହୋଇଥାନ୍ତି। କିନ୍ତୁ ପ୍ରତିଯୋଗିତାରେ ଭାଗ ନେବା ଲାଗି ଅନୁମତି ପାଇଁ ସେମାନଙ୍କୁ କର୍ତ୍ତୃପକ୍ଷଙ୍କ ନିକଟରେ ନିବେଦନ କରିବାକୁ ହୋଇଥାଏ। ୨୦୨୦-୨୧ ସିଜନ ପାଇଁ ୧୯ଟି କ୍ଲବ ନ୍ୟାଶନାଲ ଓ ଏଫ୍‌ସି କ୍ଲବ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ତନ୍ମଧ୍ୟରେ ୮ଟି ଆଇ-ଲିଗ୍‌ କ୍ଲବ ସାମିଲ। ଏହି ୮ଟି ଆଇ-ଲିଗ୍‌ କ୍ଲବର ଲାଇସେନ୍ସ ସମ୍ପର୍କରେ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଏଆଇଏଫ୍‌ଏଏଫ୍‌ କହିଛି। କ୍ଲବଗୁଡ଼ିକ ଲାଇସେନ୍ସ ପାଇବାକୁ ହେଲେ ୫ଟି ମୁଖ୍ୟ ମାନଦଣ୍ଡ ପ୍ରତିଧ୍ୟାନ ଦେବାକୁ ହୋଇଥାଏ। ସେଗୁଡ଼ିକ ହେଲା ଯଥା ଖେଳ, ଭିତ୍ତିଭୂମି, ନିଯୁକ୍ତି ଓ ପ୍ରଶାସନିକ, ଆଇନ ଏବଂ ଅର୍ଥନୈତିକ। କୋଭିଡ୍‌ ପରିସ୍ଥିତି ଯୋଗୁ ଏଏଫ୍‌ସି ଏଥର କୋହଳ ଅବଲମ୍ବନ କରିଛି। କାଗଜପତ୍ର ଦାଖଲ ପାଇଁ ଏକାଧିକ ଥର ସମୟସୀମା ବୃଦ୍ଧି କରିଛି। ୟୁଥ୍‌ ଡେଭଲପମେଣ୍ଟ ପ୍ରୋଗ୍ରାମ୍‌, ମେଡିକାଲ ସପୋର୍ଟ ସର୍ଭିସେସ୍‌, ଗ୍ରାସ୍‌ରୁଟ୍‌ ପ୍ରୋଗ୍ରାମ୍‌, କ୍ଲବ ୟୁଥ୍‌ ଏକାଡେମୀ ଏବଂ ଅନ୍ୟମାନଙ୍କ ସହ ଯୁବ କୋଚ୍‌ ପ୍ରଭୃତି ଏଥର କେତୋଟି ମାନଦଣ୍ଡବାଦକୁ ଏଏଫ୍‌ସି ବାଦ୍‌ ଦେଇଛି। କୋଭିଡ୍‌ ଯୋଗୁ ଚଳିତବର୍ଷ ଆଇଏସ୍‌ଏଲ୍‌ର ସମସ୍ତ ମ୍ୟାଚ ଗୋଆରେ ରୁଦ୍ଧଦ୍ୱାରରେ ତିନୋଟି ଭେନ୍ୟୁରେ ଖେଳାଯିବ। ବାମ୍ବୋଲିନ୍‌ ସ୍ଥିତ ଜିଏମ୍‌ସି ଷ୍ଟାଡିୟମରେ ଶୁକ୍ରବାର ସିଜନର ଉଦ୍‌ଘାଟନୀ ମ୍ୟାଚ ଏଟିକେ ମୋହନ ବାଗାନ ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

ଭାରତର ନୂଆ କ୍ରିକେଟ୍‌ ବିସ୍ମୟ ତନ୍ମୟ: ଗୋଟିଏ ଟେଷ୍ଟରେ ୧୪ ଉଇକେଟ ନେଇ ରଚିଲେ ଇତିହାସ

ଅହମ୍ମଦାବାଦ,୯।୧୦: କ୍ରିକେଟ ପଡ଼ିଆରେ ଭାରତୀୟ ଯୁବ ସ୍ପିନର ତନ୍ମୟ ବଲୋଦାଙ୍କ କମାଲ। ଅଷ୍ଟ୍ରେଲିଆର ଅଣ୍ଡର-୧୯ ଦଳ ବିପକ୍ଷରେ ଦ୍ୱିତୀୟ ଅନୌପଚାରିକ ଟେଷ୍ଟ ମ୍ୟାଚ୍‌ରେ ନିଜର ଘାତକ ବୋଲିଂରେ…

ଇତିହାସ ବଦଳାଇବେ ଅଭିଷେକ ଶର୍ମା: କରିବେ ଏହି ବଡ଼ ବିଶ୍ୱ ରେକର୍ଡ

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ ଆଜି ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ବିସ୍ଫୋରକ…

IPL 2027 ପୂର୍ବରୁ ରିଷଭ ପନ୍ତଙ୍କୁ ବଡ଼ ଝଟ୍‌କା, ଦିଲ୍ଲୀ କ୍ୟାପିଟାଲ୍ସରେ ମିଳିବନି ଏହି ଦାୟିତ୍ୱ!

ନୂଆଦିଲ୍ଲୀ,୯।୧୦: ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିବା ପରେ ରିଷଭ ପନ୍ତଙ୍କ ବ୍ୟାଟିଂ ପୋଜିସନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। IPL 2027ରେ ପନ୍ତଙ୍କୁ ଟପ୍ ଅର୍ଡରରେ ବ୍ୟାଟିଂ…

ପତ୍ନୀଙ୍କୁ କଡ଼ା ଜବାବ ଦେଲେ ମହମ୍ମଦ ଶାମି, ନିର୍ବାଚନ ଲଢ଼ିବାକୁ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କିଛି ମାସ ପୂର୍ବରୁ ଶାମି ରାଷ୍ଟ୍ରୀୟ…

କ୍ରିକେଟ୍‌ରେ ଚାମ୍ପିୟନ୍‌ ହେଲା ଆମେରିକା: ଭାରତୀୟ ବଂଶୋଦ୍ଭବ କଲେ କମାଲ

ଡଲାସ,୮।୧୦:ଭାରତୀୟ ବଂଶୋଦ୍ଭବ ଅଧିନାୟକ ମୋନାଙ୍କ ପଟେଲଙ୍କ ଧମାକାଦାର ଶତକ ବଳରେ ନାମ୍ବିଆକୁ ୪ ଉଇକେଟରେ ପରାସ୍ତ କରି ICC Cricket World Cup League Two 2023-27ର…

କୋହଲିଙ୍କୁ ପିଛା ଛାଡ଼ୁନି ବିବାଦ: ଆଗେ ଫସୁଛନ୍ତି ପରେ ଦେଉଛନ୍ତି ସଫେଇ

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟର ତାରକା ବିରାଟ କୋହଲିଙ୍କୁ ନେଇ ପୁଣିଥରେ ଏକ ବିବାଦ ଚର୍ଚ୍ଚାକୁ ଆସିଛି। ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ…

ପଞ୍ଜାବ କିଙ୍ଗ୍ସକୁ ଲାଗିଲା ୪୪୦ ଭୋଲର୍ଟ ଝଟକା: ଟିମ୍‌ ଛାଡ଼ିଦେଲେ…

ନୂଆଦିଲ୍ଲୀ,୮।୧୧: ଆଇପିଏଲ୍‌ର ଆଗାମୀ ସିଜନ ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ୪୪୦ ଭୋଲର୍ଟ ଝଟକା ଲାଗିଛି। ଦଳର କୋଚିଂ ଷ୍ଟାଫ୍‌ରୁ ଆଉ ଦୁଇଜଣ ସଦସ୍ୟ ବିଦାୟ ନେଇଛନ୍ତି। ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?