ଭୁବନେଶ୍ୱର, ୨୧।୮ (ତପନ ସ୍ବାଇଁ): ଗୋଆର ଫତୋର୍ଦାସ୍ଥିତ ପିଏନ୍ଜି ଷ୍ଟାଡିୟମରେ ଭାଉସାହେବ ବନ୍ଦୋଦକର ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟ ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଗୋଆର ପ୍ରଥମ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଭାଉସାହେବ ବନ୍ଦୋଦକରଙ୍କ ନାମରେ ନାମିତ ଏହି ସମ୍ମାନଜନକ ଟୁର୍ନାମେଣ୍ଟରେ ଓଡ଼ିଶା ଏଫ୍ସି ସିନିୟର ଦଳ ଅଂଶଗ୍ରହଣ କରିବ। ଓଡ଼ିଶା ଏଫ୍ସି ଗ୍ରୁପ୍ ‘ବି’ରେ ଚେନ୍ନାଇନ୍ ଏଫ୍ସି, ଆର୍ଜେଣ୍ଟିନାର କ୍ଲବ ଡିପୋର୍ଟିଭେ ଡିଫେନ୍ସା ଓ୍ବାଇ ଜଷ୍ଟିକା ଓ ଚର୍ଚ୍ଚିଲ ବ୍ରଦର୍ସ ସହିତ ସ୍ଥାନ ପାଇଛି। ପ୍ରି-ସିଜନ ପ୍ରସ୍ତୁତି ପାଇଁ ଏହି ପ୍ରତିଯୋଗିତା ଓଡ଼ିଶା ଏଫ୍ସି ଲାଗି ଗୁରୁତ୍ୱପୂର୍ଣ୍ଣ। ଏଥିରେ ଭଲ ଅଭ୍ୟାସ ସହ ଦଳ ଆଗାମୀ ଆଇଏସ୍ଏଲ୍ ସିଜନ ପାଇଁ ରଣନୀତି ପ୍ରସ୍ତୁତ କରିପାରିବ। ”ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ ପାଇଁ ମୁଁ ବ୍ୟଗ୍ରତାର ସହ ଅପେକ୍ଷା କରିଛି। ଆଇଏସଏଲ୍ର ପ୍ରି-ସିଜନରେ ଦଳକୁ ପ୍ରସ୍ତୁତ କରିବା ପାଇଁ ଏହି ଟୁର୍ନାମେଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୋଆଭଳି ଏକ ସୁନ୍ଦର ସ୍ଥାନରେ ଭଲ ପ୍ରତିଦ୍ୱନ୍ଦ୍ୱୀ ଦଳ ବିପକ୍ଷରେ ଲଢ଼ିବାପାଇଁ ଆମେ ପ୍ରସ୍ତୁତ“ ବୋଲି ଓଡ଼ିଶା ଏଫ୍ସି ମୁଖ୍ୟ କୋଚ୍ ସର୍ଗିଓ ଲୋବେରା ପ୍ରକାଶ କରିଛନ୍ତି। ୨୫ ତାରିଖରେ ଓ୍ବାଇ ଜଷ୍ଟିକା ବିପକ୍ଷରେ ଖେଳି ଓଡ଼ିଶା ଏଫ୍ସି ଅଭିଯାନ ଆରମ୍ଭ କରିବ। ପରେ ୨୮ରେ ଚେନ୍ନାଇନ୍ ଏବଂ ୩୧ରେ ଚର୍ଚ୍ଚିଲ ବ୍ରଦର୍ସକୁ ଭେଟିବ।
ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ
ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…
ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍ ଗୀତ ଗାଇ…
କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍ ଗାୟିକା ହେବା ସହିତ ସେ ଜଣେ…
ସାପ ନେଲା ଚାଷୀଙ୍କ ଜୀବନ
ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…
ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…
ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍ କରେଣ୍ଟ ଲାଗି ଜଣେ…
ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା
ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…
ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା
କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…
ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍ ଛାଡ଼ି…
ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…
ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ
ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…
Archives

