Posted inଖେଳ

ଆଜିଠୁ କଳିଙ୍ଗରେ ଓଡ଼ିଶା ଏଫ୍‌ସିର ଅଭିଯାନ

ଭୁବନେଶ୍ୱର, ୧୪।୯ (ତପନ ସ୍ବାଇଁ): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ୨୦୨୩-୨୪ ଶୁକ୍ରବାର କୋଲକାତାରେ ଆରମ୍ଭ ହୋଇଛି। ଏହି ସମ୍ମାନଜନକ ଲିଗ୍‌ରେ ଭୁବନେଶ୍ୱରଭିତ୍ତିକ ଫ୍ରାଞ୍ଚାଇଜ୍‌ ଓଡ଼ିଶା ଏଫ୍‌ସିର ଅଭିଯାନ ଶନିବାର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ଓଡ଼ିଶା ଏଫ୍‌ସିର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେଉଛି ଚେନ୍ନାଇନ୍‌ ଏଫ୍‌ସି। ଅପରାହ୍ନ ୫ଟାରେ ଏହି ମ୍ୟାଚ ଅନୁଷ୍ଠିତ ହେବ। ରେକର୍ଡ ଦୃଷ୍ଟିରୁ ଏହି ମ୍ୟାଚ ପାଇଁ ଓଡ଼ିଶା ଏଫ୍‌ସି ଫେଭରାଇଟ ବିବେଚିତ ହେଉଛି। ଘରୋଇ ପରିବେଶ ଓ ଦର୍ଶକ ସମର୍ଥନର ଫାଇଦା ମଧ୍ୟ ଓଡ଼ିଶା ଏଫ୍‌ସି ସପକ୍ଷରେ ରହିବ। ଆଇଏସ୍‌ଏଲ୍‌ରେ ଉଭୟ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୨୦ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏହା ମଧ୍ୟରୁ ଓଡ଼ିଶା ଏଫ୍‌ସି ୮ଟି ମ୍ୟାଚ ଜିତିଥିବାବେଳେ ଚେନ୍ନାଇନ୍‌ ୪ ମ୍ୟାଚରେ ବିଜୟ ହାସଲ କରିବାକୁ ସକ୍ଷମ ହୋଇଛି। ଅନ୍ୟ ୮ଟି ମ୍ୟାଚ ଡ୍ର ରହିଛି। ଓଡ଼ିଶା ଏଫ୍‌ସି ପକ୍ଷରୁ ମୋଟ ୩୬ଟି ଗୋଲ ହୋଇଥିବାବେଳେ ଚେନ୍ନାଇନ୍‌ ୨୭ ଗୋଲ କରି ପଛରେ ରହିଛି। ଶେଷଥରପାଇଁ କିନ୍ତୁ ୨୦୨୪ ମାର୍ଚ୍ଚ ୩ରେ ଚେନ୍ନାଇସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ମୁକାବିଲାରେ ଚେନ୍ନାଇନ୍‌ ୨-୧ ଗୋଲରେ ବିଜୟୀ ହୋଇଥିଲା। ୨୦୨୩ରେ ୨ ମୁକାବିଲା ମଧ୍ୟରେ କଳିଙ୍ଗ ଷ୍ଟାଡିୟମ (ସେପ୍ଟେମ୍ବର-୨୩) ରେ ଓଡ଼ିଶା ଏଫ୍‌ସି ୨-୦ ଗୋଲରେ ବିଜୟୀ ହୋଇଥିବାବେଳେ ଚେନ୍ନାଇ (ଫେବୃଆରୀ-୨)ରେ ଅନୁଷ୍ଠିତ ମ୍ୟାଚ ୨-୨ ଗୋଲରେ ଡ୍ର ରହିଥିଲା। ଶନିବାର ବେଙ୍ଗାଲୁରୁର ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ବେଙ୍ଗାଲୁରୁ ଏଫ୍‌ସି ଓ ଇଷ୍ଟ ବେଙ୍ଗଲ ଏଫ୍‌ସି ମଧ୍ୟରେ ଅନ୍ୟ ଏକ ମ୍ୟାଚ ଅନୁଷ୍ଠିତ ହେବ। ସନ୍ଧ୍ୟା ୭ଟା ୩୦ରେ ଏହି ମ୍ୟାଚ ଆରମ୍ଭ ହେବ।

ମୁଖ୍ୟ କୋଚ୍‌ ସର୍ଗିଓ ଲୋବେରାଙ୍କ ତତ୍ତ୍ୱାବଧାନରେ ଓଡ଼ିଶା ଏଫ୍‌ସି ଗତ ସିଜନରେ ଚମତ୍କାର ପ୍ରଦର୍ଶନ କରିଥିଲା। ୨୨ ମ୍ୟାଚ ଖେଳି ୧୧ ବିଜୟ ଓ ୩୯ ପଏଣ୍ଟ ସହିତ ଦଳ ୪ର୍ଥ ସ୍ଥାନରେ ରହି ସେମିଫାଇନାଲରେ ପ୍ରବେଶ କରି ଇତିହାସ ରଚିଥିଲା। ୨ ଚରଣ (ଲେଗ୍‌) ବିଶିଷ୍ଟ ସେମିଫାଇନାଲରେ ମୋହନ ବାଗାନ ସୁପର ଜାଏଣ୍ଟଠାରୁ ହାରିଥିଲେ ହେଁ ପ୍ରଶଂସନୀୟ ପ୍ରଦର୍ଶନ ପାଇଁ ପ୍ରଶଂସିତ ହୋଇଥିଲା। ଆଗାମୀ ସିଜନ ପାଇଁ ଓଡ଼ିଶା ଏଫ୍‌ସି ରୟ କ୍ରିଷ୍ଣା ଓ କାର୍ଲୋସ ଡେଲଗାଡୋଙ୍କ ଚୁକ୍ତି ମିଆଦକୁ ବୃଦ୍ଧି କରିଥିବାବେଳେ ଇଷ୍ଟ ବେଙ୍ଗଲରୁ କମଲଜିତ ସିଂ, ଚେନ୍ନାଇନ୍‌ ଏଫ୍‌ସିରୁ ରହିମ ଅଲୀ, ହାଇଦ୍ରାବାଦ ଏଫ୍‌ସିରୁ ଜେରେମି ଜେମିଙ୍ଘଲୁଆଙ୍କୁ ଆଣିଛି। ସେହିପରି ରିଲାୟନ୍ସ ଫାଉଣ୍ଡେଶନର ଯୁବ ଖେଳାଳି ନରେନ୍ଦ୍ର ନାଏକ ଓ ଶୁଭମ୍‌ ଭଟ୍ଟାଚାର୍ଯ୍ୟଙ୍କୁ ଦଳରେ ସାମିଲ କରିଥିବାବେଳେ ଏଫ୍‌ସି ଗୋଆଠାରୁ ରେନର ଫର୍ନାଣ୍ଡେସଙ୍କୁ ଲୋନ୍‌ରେ ଆଣିଛି। ସେହିପରି ମୋହନ ବାଗାନର ହ୍ୟୁଗୋ ବୌମସ, ମୁମ୍ବାଇ ସିଟି ଏଫ୍‌ସିର ଆମି ରେନାଓ୍ବାଡେ ଓ ବେଙ୍ଗାଲୁରୁ ଏଫ୍‌ସିର ରୋହିତ କୁମାର ଏଥର ଓଡ଼ିଶା ଏଫ୍‌ସି ପକ୍ଷରୁ ଖେଳିବେ।

ଓଡ଼ିଶା ଏଫ୍‌ସି ଦଳ: ଗୋଲକିପର୍ସ-ଅମରିନ୍ଦର ସିଂ, ଅନୁଜ କୁମାର, କମଲଜିତ ସିଂ, ନିରଜ କୁମାର। ଡିଫେଣ୍ଡର୍ସ: ଆମି ରାନାଓ୍ବାଡେ, କାର୍ଲୋସ ଡେଲଗାଡୋ ରୋଡ୍ରିଗ୍ବେଜ, ଜେରେମି ଜୋହମିଙ୍ଗଲୁଆ, ଜେରି ଲାଲରିନଜୁଆଲା, ନରେନ୍ଦ୍ର ଗେହଲଟ, ରିକି ହାଓବାମ୍‌, ସାଭିଅର ଗାମା, ସିରିଗ୍ନେ ମୌର୍ତାଦା ଫଲ୍‌, ଶୁଭମ୍‌ ଭଟ୍ଟାଚାର୍ଯ୍ୟ, ଟଙ୍କଧର ବାଗ୍‌, ଥୋଇବା ସିଂ ମୋଇରାଙ୍ଗଥେମ୍‌। ମିଡ୍‌ଫିଲ୍ଡର୍ସ: ଅଦନାନ ହ୍ୟୁଗୋ ବୌମସ, ଅହମଦ ଜାହୋଉ, ଗିବସନ ସିଂ ମୋଇରାଙ୍ଗଥେମ୍‌, ଇସାକ ଭାନଲାଲରୁଆତଫେଲା, ଲାଲଥଥଙ୍ଗା ଖଓ୍ବଲରିଙ୍ଗ, ନରେନ୍ଦ୍ର ନାଏକ, ରେନର ଫର୍ନାଣ୍ଡେସ, ରୋହିତ କୁମାର। ଫରଓ୍ବାଡର୍‌ସ: ଆଫାଓବା ସିଂ ଆସାଙ୍ଗବାମ, ଡିଏଗୋ ମୌରିସିଓ ମାଚାଡୋ ଡି ବ୍ରିଟୋ, ଜେରୀ ମାଓ୍ବିମିଙ୍ଗଥଙ୍ଗା, ରହିମ ଅଲୀ, ରୟ ଖ୍ରିଷ୍ଟୋଫର କ୍ରିଷ୍ଣା। ମୁଖ୍ୟ କୋଚ୍‌: ସର୍ଗିଓ ଲୋବେରା।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?