ଚଳନ୍ତା ଟ୍ରେନ୍‌ରୁ କାଠଯୋଡ଼ି ନଦୀବାଲିକୁ ଖସିପଡ଼ିଲେ ଯୁବକ: ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର, ଏସ୍‌ସିବିରେ ଭର୍ତ୍ତି

କଟକ, ୨୫ା୬(କାର୍ତ୍ତିକ ସାହୁ): କଟକ କାଠଯୋଡ଼ି ନଦୀ ବ୍ରିଜ୍‌ ଉପରେ ଏକ ରେଳ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ। ଏକ ଚଳନ୍ତା ଟ୍ରେନ୍‌ରୁ ଜଣେ ଯୁବକ ସିଧା ନଦୀବାଲିକୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ତେବେ ପାଣି ପରିବର୍ତ୍ତେ ନଦୀବାଲିରେ ପଡ଼ିଥିବାରୁ ଏକ ବଡ଼ ଦୁର୍ଯୋଗରୁ ଯୁବକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅଭିନବ ବିଡ଼ାନାସୀ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରିଛନ୍ତି।

ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ୧୦ ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଛି। କାଠଯୋଡ଼ି ପାସେଞ୍ଜର ହଲଟ୍‌ ଏବଂ ଗୋପାଳପୁର-ବାଲିକୁଦା ପାସେଞ୍ଜର ହଲଟ୍‌ ମଧ୍ୟବର୍ତ୍ତୀ କାଠଯୋଡ଼ି ନଦୀ ବ୍ରିଜ୍ ଉପର ଦେଇ ଟ୍ରେନ୍‌ଟି ଯାଉଥିବା ବେଳେ ଯୁବକ ଜଣକ ହଠାତ୍ ତଳକୁ ଖସି ପଡ଼ିଥିଲେ।

ଯୁବକଙ୍କ ନିକଟରୁ ଉଦ୍ଧାର ହୋଇଥିବା ଏକ ବ୍ୟାଗ୍‌ରୁ ମିଳିଥିବା ଆଧାର କାର୍ଡ ଅନୁଯାୟୀ ଆହତ ଯୁବକ ଜଣକ ହେଲେ ଭଦ୍ରକ ଜିଲ୍ଲା ଚଣ୍ଡିଗଁାର ଅଭିମନ୍ୟୁ ମହାକୁଡ଼ଙ୍କ ପୁଅ ମୁକ୍ତିକାନ୍ତ ମହାକୁଡ଼ (୨୩)। ସେ ବାରଙ୍ଗ ଷ୍ଟେଶନରୁ ଟ୍ରେନ୍‌ରେ ଚଢ଼ି ଭଦ୍ରକ ଅଭିମୁଖେ ଯାଉଥିଲେ ବୋଲି ତାଙ୍କ ପାଖରୁ ମିଳିଥିବା ରେଳ ଟିକେଟ୍‌ରୁ ସ୍ପଷ୍ଟ ଜଣାପଡ଼ିଛି।

କଟକ ଆରପିଏଫ୍‌ (RPF) ଟିମ୍ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀକୁ ପୂର୍ଣ୍ଣ ସହାୟତା କରିଥିଲା। ଏହି ଦୁର୍ଘଟଣା ସମ୍ପର୍କରେ କଟକ ଆରପିଏଫ୍ ପକ୍ଷରୁ ଭଦ୍ରକ ଆର୍‌ପିଏଫ୍‌କୁ ଅବଗତ କରାଯାଇଛି, ଯେପରି ସେମାନେ ଆହତ ଯୁବକଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିପାରିବେ। ଅପରପକ୍ଷରେ, ବର୍ତ୍ତମାନ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ମୁକ୍ତିକାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?