ବିଜେପୁରରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ସନତଙ୍କ ଉପରେ ଭାଜପାର ଭରସା

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଏକଦା କଂଗ୍ରେସର ଗଡ଼ ଥିଲା। ପୂର୍ବତନ କଂଗ୍ରେସ ବିଧାୟକ ସ୍ବର୍ଗତ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ପରିବାର ବିଜେଡିରେ ମିଶିଥିଲେ । ଏହି ମିଶ୍ରଣ ପରେ ଆସନଟି ବିଜେଡି ହାତକୁ ଚାଲି ଯାଇଛି। ସୁବଳଙ୍କ ସ୍ତ୍ରୀ ରୀତା ସାହୁ ଏଠାରୁ ବିଧାୟିକା ନିର୍ବାଚିତ ହେବା ସହିତ ଏବେ ମନ୍ତ୍ରୀ ପଦରେ ଅଛନ୍ତି। ତାଙ୍କ ଉପରେ ଭରସା ରଖି ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେଡି ପୁଣି ତାଙ୍କୁ ଦଳୀୟ ପ୍ରାର୍ଥୀ ରଖିଛି। ସେହିପରି ଭାଜପା ମଧ୍ୟ ଗତ ନିର୍ବାଚନର ପ୍ରାର୍ଥୀ ସନତ ଗଡ଼ତୀୟାଙ୍କୁ ଏଠାରେ ଦୋହରାଇଛି। ଅନ୍ୟପକ୍ଷରେ କଂଗ୍ରେସ ଏଥର ପ୍ରାର୍ଥୀ ବଦଳାଇଛି। କିଶୋର ଦଫାଦାରଙ୍କୁ କଂଗ୍ରେସ ଏଥର ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନୀ ମଇଦାନକୁ ଛାଡିଛି। କିଶୋର ଏହା ପୂର୍ବରୁ ୨୦୧୪ ସାଧାରଣ ନିର୍ବାଚନରେ ଓଜେଏମ୍‌ରୁ ଏଠାରୁ ନିର୍ବାଚନ ଲଢିଥିବାବେଳ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚକା ଫାଟି ଓଭର ବ୍ରିଜ ତଳକୁ ଖସିଲା କାର: ଜଣେ ମୃତ, ୩ ଗୁରୁତର

ନିରାକାରପୁର,୧୯।୧(ମାନସ ଚନ୍ଦ୍ର ପଟ୍ଟନାୟକ): ଚକା ଫାଟିଯିବାରୁ କାରଟି ଭାରସାମ୍ୟ ହରାଇ ଓଭରବ୍ରିଜ ତଳକୁ ଖସି ପଡିଛି। ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ...

ଜୟନ୍ତୀରେ ବି ମନେ ପଡ଼ିଲେ ନି ବହ୍ନିକନ୍ୟା: ଧୂଳିମୟ ପ୍ରତିମୂର୍ତ୍ତି

ବରଗଡ଼,୧୯।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଅନେକ ମହାପୁରୁଷ, ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ରହିଛି। କିନ୍ତୁ ପ୍ରତିମୂର୍ତ୍ତିଗୁଡ଼ିକର ଯତ୍ନ କିମ୍ବା ରକ୍ଷଣାବେକ୍ଷଣ ଠିକ୍‌ଭାବେ କରାଯାଉ ନାହିଁ। ରବିବାର ସ୍ବାଧୀନତା...

ଧନୁଯାତ୍ରା ଦେଖିବାକୁ ଆସି ଯୁବତୀଙ୍କୁ ବଳାତ୍କାର ମାମଲା: ଏସ୍‌ପି ଅଫିସରେ ଆଇଜି ହିମାଂଶୁ ଲାଲ କଲେ ସମୀକ୍ଷା

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ): ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ଘଟଣାକୁ ୭ ଦିନ ବିତିଯାଇ ଥିଲେ ମଧ୍ୟ ପୋଲିସ...

ଟ୍ରକ ଚକା ତଳେ ପଡ଼ି ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ

ପଟ୍ଟାଙ୍ଗି,୧୯।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନ ୨୬ ନଂ ଜାତୀୟ ରାଜପଥ ରାଲେଗଡ଼ା ପଞ୍ଚାୟତ ବୋଡାପାଡୁ ଛକରେ ରବିବାର ଟ୍ରକ ଚକା...

ବଦଳିବ କଳାହାଣ୍ଡି ଆଇନ ମହାବିଦ୍ୟାଳୟର ରୂପରେଖ

ଭବାନୀପାଟଣା,୧୯ା୧ (ଉତ୍ତମ କୁମାର ଦାଶ): କଳାହାଣ୍ଡିର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ମାନ୍ୟତା ପାଇଥିବା ତଥା ଜିଲାରେ ଶତାଧିକ ଆଇନଜୀବୀ, ବିଚାରପତି ତିଆରି କରିଥିବା କଳାହାଣ୍ଡି ଆଇନ...

ସ୍ତ୍ରୀଙ୍କୁ ନିର୍ଯାତନା: ସ୍ବାମୀଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ମହିଳା

ଦିଗପହଣ୍ଡି,୧୯ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଏମ୍‌.ଲିଲି ପାତ୍ରଙ୍କୁ ତାଙ୍କ ସ୍ବାମୀ ଏମ୍‌.ଅଶୋକ ପାତ୍ର ନିସ୍ତୁକ ମାଡ଼ ମାରିବା ସହ...

ଧରାପଡ଼ିଲେ ୬ ମାଓବାଦୀ: ହିଂସାକାଣ୍ଡ ପାଇଁ ଯୋଗାଉଥିଲେ ବିସ୍ଫୋରକ

ମାଲକାନଗିରି,୧୯ା୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ସୁକ୍‌ମା ଜିଲା ପୋଲିସ ୨ ପୁରସ୍କାର ଘୋଷିତ ମାଓବାଦୀଙ୍କ ସହ ୩ ଜଣଙ୍କୁ ଗିରଫ କରିଛି। ମାଓବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ସୂଚନା...

ମାଟି ଖୋଲିଲେ ବିଡିଓ, ବୋହିଲେ ମହିଳା ସରପଞ୍ଚ

କୁଚିଣ୍ଡା,୧୯ା୧(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ଅଞ୍ଚଳରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ବିଭିନ୍ନ ପ୍ରକଳ୍ପ କାମ ହେଉଛି। କୁଚିଣ୍ଡା ବ୍ଲକ ଖଣ୍ଡୋକଟା ପଞ୍ଚାୟତର ଜୁନାନୀ ଗ୍ରାମର ଚାଷଜମିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri