ବନ୍ଦର କୌଣସି ପ୍ରଭାବ ପଡ଼ିବ ନାହିଁ: ଭାଜପା

ଭୁବନେଶ୍ୱର,୨୭।୧: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ପାଳନକୁ ଭାଜପା ତାଚ୍ଛଲ୍ୟ କରି ନବନିର୍ମାଣ କୃଷକ ସଂଗଠନକୁ ଟାର୍ଗେଟ୍‌ କରିଛି। ଏହା ନକଲି ଚାଷୀଙ୍କ ଆନ୍ଦୋଳନ ବୋଲି ଭାଜପା ମୁଖପାତ୍ର ମନୋଜ ମହାପାତ୍ର ମଙ୍ଗଳବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରକାଶ କରିଛନ୍ତି।

ନବର୍ନିମାଣ କୃଷକ ସଂଗଠନର ନେତାମାନେ ଚାଷ କ’ଣ ଜାଣି ନାହାନ୍ତି। ଧାନ କି ବାଳୁଙ୍ଗା ଏମାନେ ଚିହ୍ନି ପାରିବେ ନାହିଁ। ବିଜେଡି ସରକାର ସମୟରେ ଚାଷୀ ହତାଶ ହୋଇ ପଡିଥିଲେ। ଦଲାଲ ମାଲେମାଲ ହେଉଥିଲେ। ମୋହନ ସରକାର ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଚାଷୀ ମଣ୍ଡିରେ ଧାନ ବିକି ବୋନସ ଆକାରରେ ଅଧିକ ୮୦୦ ଟଙ୍କା ପାଉଥିବା ଭାଜପା ମୁଖପାତ୍ର ମନୋଜ କହିଛନ୍ତି।

ଅନ୍ୟପକ୍ଷେ ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିଛି। କଂଗ୍ରେସର ସମର୍ଥନକୁ ମନୋଜ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟରେ କଂଗ୍ରେସର ସ୍ଥିତି ନ ଥିବାରୁ ଅନ୍ୟପଛରେ ଲାଉ ହେଉଛି। ଏହି ବନ୍ଦର କିଛିବି ପ୍ରଭାବ ପଡ଼ିବ ନାହିଁ ବୋଲି ମନୋଜ ଦୃଢୋକ୍ତି ପ୍ରକାଶ କରିଛନ୍ତି। ହେଲେ ବନ୍ଦ ପାଳନ ଦ୍ୱାରା ସ୍କୁଲ, ଅଫିସ, ବ୍ୟବସାୟରେ ସିଧାସଳଖ ପ୍ରଭାବ ପଡିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧ରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ୨୪ରେ ୧ ଘଣ୍ଟିଆ ଓପିଡି ସେବା ବନ୍ଦ

ଭୁବନେଶ୍ୱର, ୨୧ା୬ (ବନ୍ଦନା ସେଠୀ): ଅନ୍ତର୍ଜାତୀୟ ଡାକ୍ତର ଦିବସ ଅବସରରେ ଜୁଲାଇ ୧ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନର ଆହ୍ବାନ ଦେଇଛି ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (ଓମ୍‌ସା)।…

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

ଭବାନୀପାଟଣା: ଜଜ୍‌ଙ୍କ ବାସଭବନ ପରେ ମେଡିକାଲ ପଛପଟେ ବୁଲୁଛି ଜଙ୍ଗଲୀ ଭାଲୁ, ଉଦ୍ଧାର କାର୍ଯ୍ୟରେ…

ଭବାନୀପାଟଣା, ,୨୦।୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଜଙ୍ଗଲୀ ଭାଲୁ ପଶିଆସିବା ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି। ଶନିବାର…

ଭବାନୀପାଟଣା ସହରରେ ଭାଲୁ ଆତଙ୍କ

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ ଭବାନୀପାଟଣା ସହର ସ୍ଥିତ ବାପୁଜୀ ସ୍କୁଲ ପାଖରେ ରହୁଥିବା…

ମାନବିକତା ଦେଖାଇଲେ ଏସଡିପିଓ: ରାସ୍ତାରୁ ଆହତ ଯୁବକଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ପହଞ୍ଚାଇଲେ ମେଡିକାଲ

ଭଞ୍ଜନଗର, ୨୦।୬(ବାବୁଲା ପ୍ରଧାନ)- ପୋଲିସଙ୍କ ଭିତରେ ଥିବା ସମ୍ବେଦନଶୀଳ ମାନବିକତାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ। ଡ୍ୟୁଟି ସାରି ଫେରିବା…

ବଜ୍ରପାତ ନେଲା ମହିଳାଙ୍କ ଜୀବନ, ୪ ଗୁରୁତର

ରିଆମାଳ, ୨୦ା୬(ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା କରଲଗା ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଶନିବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା, ନାଗପୁର ଛାତ୍ରଙ୍କୁ ଆବୁଧାବି ପରୀକ୍ଷା କେନ୍ଦ୍ର

ନାଗପୁର,୨୦ା୬: ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ରବିବାର ହେବାକୁ ଥିବାବେଳେ ନାଗପୁରର ଜଣେ ଛାତ୍ରଙ୍କୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ପରୀକ୍ଷା କେନ୍ଦ୍ର ଦିଆଯାଇଥିବା ପରିବାର ଲୋକେ…

କୋହଲି ଦେବେ ଫିଟ୍‌ନେସ୍‌ ପରୀକ୍ଷା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୦ା୬: ଷ୍ଟାର ବ୍ୟାଟର ବିରାଟ କୋହଲି ସୁସ୍ଥ ହେବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଜୁନ୍‌ ୨୨ରେ ତାଙ୍କ ଫିଟ୍‌ନେସ ଟେଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri