Posted inଖେଳ

ଭାରତୀୟ ଦଳରେ ଓଡ଼ିଶାର ଆଶିଷ

ଭୁବନେଶ୍ୱର, ୧୩।୮(କ୍ରୀଡ଼ା ପ୍ରତିନିଧି): ଇରାନର ତେହେରାନଠାରେ ୧୪ତମ ୧୮ ବର୍ଷରୁ କମ୍‌ ଏସିଆନ ପୁରୁଷ ଭଲିବଲ ଚାମ୍ପିୟନଶିପ୍‌ ଚଳିତ ମାସ ୧୫ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ଶୁକ୍ରବାର ଘୋଷିତ ଭାରତୀୟ ଦଳରେ ଓଡ଼ିଶାର ଆଶିଷ କୁମାର ସ୍ବାଇଁ ସ୍ଥାନ ପାଇଛନ୍ତି। ମନୋନୀତ ୧୨ ଖେଳାଳି ଓ ୪ ଅଫିସିଆଲ୍‌ ତେହେରାନ ଯାତ୍ରା କରିଛନ୍ତି। ଭଲିବଲ ଫେଡେରେଶନ ଅଫ୍‌ ଇଣ୍ଡିଆ (ଭିଏଫ୍‌ଆଇ) ପକ୍ଷରୁ ଓଡ଼ିଶା ଭଲିବଲ ଆସୋସିଏଶନକୁ ସମ୍ଭାବ୍ୟ ୨୦ ଖେଳାଳିଙ୍କୁ ନେଇ କୋଚିଂ କ୍ୟାମ୍ପ ଆୟୋଜନ ଦାୟିତ୍ୱ ଦିଆଯାଇଥିଲା। କୋଚିଂ କ୍ୟାମ୍ପ କିଟ୍‌ ବିଶ୍ୱବିଦ୍ୟାଳୟସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ମେ’ ୨୦ ତାରିଖରୁ ଆରମ୍ଭ ହୋଇ ଗତ ୧୧ରେ ଶେଷ ହୋଇଥିଲା। ପ୍ରଦର୍ଶନଭିତ୍ତିରେ ଉକ୍ତ ୨୦ ଖେଳାଳିଙ୍କ ମଧ୍ୟରୁ ୧୨ ଜଣଙ୍କୁ ଚୟନ କରାଯାଇଥିଲା। ଏହି ୧୨ ଜଣଙ୍କ ମଧ୍ୟରେ ଓଡ଼ିଶାର ଜଣେ ଖେଳାଳି ଆଶିଷ ସ୍ବାଇଁ (ନୟାଗଡ଼) ଅନ୍ତର୍ଭୁକ୍ତ। କ୍ୟାମ୍ପ ପରିଚାଳନା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବା ସହ ଖେଳାଳି ଓ ଅଫିସିଆଲ୍‌ଙ୍କୁ କିଟ୍‌ ପ୍ରଦାନ କରିଥିବା ଭିଏଫ୍‌ଆଇ ସଭାପତି ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ଆଗାମୀ ପ୍ରତିଯୋଗିତା ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।
ଭାରତୀୟ ଦଳ: ଖୁସ୍‌ ସିଂ, ଶେଖର ତରୁନ, ଆଦିତ୍ୟ ରାଣା, ନୟନଭାଇ ଧ୍ରୁଭିଲ ପଟେଲ, ଲାଭି କୁମାର, ଆଶିଷ କୁମାର ସ୍ବାଇଁ, କାର୍ତ୍ତିକ ଶର୍ମା (ଅଧିନାୟକ), କାର୍ତ୍ତିକ ୟମନ (ଲିବେରୋ), ଅତୁଲ ସିଂ, ଅଭିଷେକ, କାବିଲନ ମହେନ୍ଦ୍ରନ, ଆର୍ଯ୍ୟନ ବଲିଆନ। ଅଫିସିଆଲ୍‌: ଜୟକୁମାର ନଦରାଜନ (ମ୍ୟାନେଜର), ବୀର ସିଂ ଯାଦବ (ମୁଖ୍ୟ କୋଚ୍‌), ଶୈଳେଶ ଚୌଧୁରୀ (ସହକାରୀ କୋଚ୍‌), ମହେନ୍ଦ୍ର ସିଂ ସରନ (ରେଫରି)।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri