ଭେଙ୍କଟେଶ୍ୱର ଦଳାଚକଟାରେ ଓଡ଼ିଆ ଯୁବତୀ ମୃତ, ଏକମାତ୍ର ଝିଅକୁ ହରାଇ…

ପାତ୍ରପୁର,୧ା୧୧(ଉମା ଚରଣ ନେପାକ): ଓଡ଼ିଶାରେ ରବିବାର କାର୍ତ୍ତିକ ବଡ଼ ଏକାଦଶୀ ପାଳନ ହେଉଥିବା ବେଳେ ଆନ୍ଧ୍ର ପ୍ରଦେଶରେ ଏକାଦଶୀକୁ ଶନିବାର ପାଳନ କରାଯାଇଥିଲା। ଆନ୍ଧ୍ରର ଶ୍ରୀକାକୁଲମ ଜିଲା କାଶୀବୁଗା ଭେଙ୍କଟେଶ୍ୱର ମନ୍ଦିରରେ ଏକାଦଶୀ ବ୍ରତ ପାଳନ ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ଭେଙ୍କଟେଶ୍ୱରଙ୍କ ଦର୍ଶନ ପାଇଁ ପୂର୍ବାହ୍ନ ୧୧ଟାରେ ପ୍ରବଳ ଗହଳି ହୋଇ ଘଟଣା ସ୍ଥଳରେ ୯ ଜଣ ଶ୍ରଦ୍ଧାଳୁଙ୍କ ଦଳାଚକଟାରେ ମୃତ୍ୟୁ ହୋଇଛି। ଚିକିତ୍ସା ପାଇଁ ୩୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଓଡ଼ିଶାର ଜଣେ ଯୁବତୀ ରହିଛନ୍ତି। ସେ ହେଲେ ପାତ୍ରପୁର ବ୍ଲକ ଜରଡା ଥାନା ଅନ୍ତର୍ଗତ ଗୁଡ଼ିପଦର ଗ୍ରାମର ରାଙ୍ଗଲା ରୂପା(୧୯)। ତାଙ୍କ ସହ ଯାଇଥିବା ବି. ରୋହିଣୀ ଆହତ ହୋଇଥିବା ଜଣାପଡିଛି l କାଶୀବୁଗାର ଏକ ନର୍ସିଂ କଲେଜରେ ରୂପା ପାଠ ପଢ଼ୁଥିଲେ। ଶନିବାର ରୂପା ଗୁଡିପଦର ଗ୍ରାମରେ ବିବାହ କରିଥିବା ମଞ୍ଜୁଷାର ବି. ରୋହିଣୀଙ୍କ ସହ ମନ୍ଦିରକୁ ଯାଇଥିଲେ। ରୂପା ଗୁଡିପଦର ଗ୍ରାମର ଆର୍‌. ଡ଼ିଲେଶୁଙ୍କ ଏକମାତ୍ର ଝିଅ ହୋଇଥିବା ବେଳେ ଡିଲେଶୁଙ୍କ ସ୍ତ୍ରୀଙ୍କର ଦୁଇବର୍ଷ ତଳୁ ମୃତ୍ୟୁ ଘଟିଛି। ରୂପାଙ୍କ ଅକାଳ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ସନ୍ଧ୍ୟାରେ ରୂପାଙ୍କ ମୃତଦେହ ଗ୍ରାମକୁ ଆସିଥିବା ଜଣାପଡିଛି l

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବମକୋଇ ଠାକୁରାଣୀ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼; ପଦ୍ମଶ୍ରୀ ସିମାଞ୍ଚଳ ପାତ୍ରଙ୍କୁ ସମ୍ବର୍ଦ୍ଧିତ କଲା ଯାତ୍ରା କମିଟି

ଦିଗପହଣ୍ଡି, ୯।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ଗ୍ରାମର ଆରାଧ୍ୟ ଦେବୀ ମା’ ବାମଦେଇ ଠାକୁରାଣୀଙ୍କ ପ୍ରସିଦ୍ଧ ଯାତ୍ରା ମହୋତ୍ସବ ଏବେ…

ବଟେଶ୍ୱର ପୀଠ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ: ବିଧାୟକଙ୍କ ହସ୍ତକ୍ଷେପ ପରେ ତଦନ୍ତ, ଶ୍ରାବଣ ସୁଦ୍ଧା…

ଗଞ୍ଜାମ, ୯।୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପ୍ରସିଦ୍ଧ ଶୈବପୀଠ ବଟେଶ୍ୱର ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବକୁ ନେଇ ଶେଷରେ ପ୍ରଶାସନ ଓ…

ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ: ଏକାଧିକ ଲକ୍ଷ୍ୟଭେଦର ରହିଛି ଦକ୍ଷତା

ବାଲେଶ୍ୱର,୯ା୫(ବାଞ୍ଛାନିଧି ଦେ): ଭାରତର ପ୍ରତିରକ୍ଷା ବିଭାଗ ଦେଶର ସୁରକ୍ଷା ରଣନୈତିକ କ୍ଷମତାରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଏହି କ୍ରମରେ ଓଡ଼ିଶା ଉପକୂଳର ଡ.…

ଚାର ଫଳ ଗୋଟାଇବାକୁ ଜଙ୍ଗଲକୁ ଯାଇଥିଲେ, ଭାଲୁର ଅତର୍କିତ ଆକ୍ରମଣରେ ଗୁରୁତର… 

ବଲାଙ୍ଗୀର,୯।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ଗୁଡିଘାଟ ପଞ୍ଚାୟତର କୁଟୁନିଝରନ ଗାଁରେ ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ…

ଦିଗପହଣ୍ଡି କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ: ୫୭ ମାମଲାର ଫଇସଲା

ଦିଗପହଣ୍ଡି,୯|୫(ଅଶେଷ ନାଥ ମିଶ୍ର) ରାଜ୍ୟ ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷ ଙ୍କ ଆନୁକୂଲ୍ୟରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ସ୍ଥାନୀୟ କୋର୍ଟ ପରିସରରେ …

ସର୍ବସାଧାରଣ ପୋଖରୀ ଜବରଦଖଲ, ଆନ୍ଦୋଳନ ନିଷ୍ପତ୍ତି

ନୂଆପଡ଼ା,୯ା୫ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଚୁଳାଭାଟ ପଞ୍ଚାୟତ ଭଏଁଷାଦାଦର ଗଁାରେ ଥିବା ସର୍ବସାଧାରଣ ପୋଖରୀକୁ କେତେଜଣ ବ୍ୟକ୍ତି ଜବରଦଖଲ କରିଥିବାରୁ ଗ୍ରାମବାସୀ ଏହାକୁ ବିରୋଧ…

କେସିଙ୍ଗାରେ ରାଷ୍ଟ୍ରୀୟ ଲୋକ ଅଦାଲତ: ଚେକ ବାଉନ୍ସ ମାମଲାରେ …

କେସିଙ୍ଗା,୯।୫(ତୁମେଶ୍ୱର ସାହୁ,): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ତାଲୁକ ଆଇନ ସେବା ସମିତି ପକ୍ଷରୁ ଅଦାଲତ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅଧ୍ୟକ୍ଷା ଦୀପ୍ତି ସେଠଙ୍କ ନେତୃତ୍ୱରେ…

ଘାଇରେ ଭାସୁଛି ମୃତଦେହ: ଚନ୍ଦ୍ରଗିରିରେ ଚାଞ୍ଚଲ୍ୟ

ମୋହନା,୯।୫( ମନ୍ମଥ ମିଶ୍ର ): ଅଜଣା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଶଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri