ପରୀକ୍ଷା ଦେବାରୁ ଛାତ୍ରୀଙ୍କୁ ବାରଣ କଲେ ବିଦ୍ୟାଳୟ କର୍ତ୍ତୃପକ୍ଷ, ଆପାର୍ଟମେଣ୍ଟରୁ ଡେଇଁ ଓଡ଼ିଆ ଛାତ୍ରୀଙ୍କ ଆତ୍ମହତ୍ୟା 

ଭଞ୍ଜନଗର,୨୫।୭(ବାବୁଲା ପ୍ରଧାନ)-ହାଇଦ୍ରାବାଦର ମୀରାପୁର  ଅଞ୍ଚଳରେ ଜଣେ  ଦଶମ ଶ୍ରେଣୀ ଓଡ଼ିଆ ମେଧାବୀ ଛାତ୍ରୀ ଗୁରୁବାର ପରିବାର ସହ ରହୁଥିବା ଆପାର୍ଟମେଣ୍ଟର ୫ମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀଙ୍କୁ ମାଟ୍ରିକ ମାସିକ ପରୀକ୍ଷା ଦେବାରୁ ବଞ୍ଚିତ କରିବା ଯୋଗୁ ହତୋତ୍ସାହିତ ହୋଇ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ପରିବାର ପକ୍ଷରୁ  ଅଭିଯୋଗ ହୋଇଛି। ମୃତ ଛାତ୍ରୀଙ୍କ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗାଲେରୀ ଗ୍ରାମରେ। ଏହି ଖବର ଏଠାରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଛାତ୍ରୀଙ୍କ ବାପାଙ୍କ ଅଭିଯୋଗକୁ ଆଧାର କରି  ଘଟଣାର ତଦନ୍ତ ଚଳାଇଛି। ଖବର ଲେଖା ହେବା ବେଳକୁ ବିଦ୍ୟାଳୟ କତୃପକ୍ଷ, ପୋଲିସ ଏବଂ ଛାତ୍ରୀଙ୍କ ଅଭିଭାବକ ମଧ୍ୟରେ ଆଲୋଚନା ଚାଲିଛି। ଆଲୋଚନା ସରିବା ପରେ ଛାତ୍ରୀଙ୍କ ଅନ୍ତିମ ସତ୍କାର ହେବା ସମ୍ଭାବନା ରହିଛି।  ବ୍ୟବଚ୍ଛେଦ ପରେ ଆପାର୍ଟମେଣ୍ଟରେ ମୃତଦେହ ପହଞ୍ଚିଛି। ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଜମିଛି।
ଘଟଣାରୁ ପ୍ରକାଶ ଯେ, ଛାତ୍ରୀ ଜଣକ ମେଧାବୀ ଥିଲେ। ସେ ନବମ ଶ୍ରେଣୀରେ ୯୮ ପ୍ରତିଶତ ମାର୍କ ରଖି ପାସ ହୋଇଥିଲେ। ଏବେ ସେ ଦଶମ ଶ୍ରେଣୀରେ ପଢୁଛନ୍ତି। ଗୁରୁବାର ବିଦ୍ୟାଳୟର ଦଶମ ଶ୍ରେଣୀ ମାସିକ ପରୀକ୍ଷା ହେଉଥିଲା। କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀଜଣଙ୍କୁ କିଛି କାରଣ ଦର୍ଶାଇ ପରୀକ୍ଷା ହଲକୁ ଛାଡ଼ି ନ ଥିଲେ। ଏହାକୁ ନେଇ ଛାତ୍ରୀଜଣଙ୍କ ଅପମାନିତ ମନେ କରିଥିଲେ। ଏହାପରେ ଘରେ ଆସି ବାପାଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ‘ମୋର ଏହି ବର୍ଷ ମାଟ୍ରିକ। ମୋତେ ପରୀକ୍ଷା ହଲକୁ ଯିବାକୁ ସୁଯୋଗ ଦିଆଗଲା ନାହିଁ। ମୋ ଭବିଷ୍ୟତ କ’ଣ ହେବ ବୋଲି ଛାତ୍ରୀ ଜଣଙ୍କ ପାଲଟା ବାପାଙ୍କୁ ପ୍ରଶ୍ନ କରିଥିଲେ। ଏହାଶୁଣି ବାପା ତାଙ୍କୁ ଧୌର୍ଯ୍ୟ ଧରିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ କଥା ହେବେ ବୋଲି କହିଥିଲେ। ଏହାର କିଛି ସମୟ ପରେ ଛାତ୍ରୀଜଙ୍କେ ଗୁରୁବାର ଅପରାହ୍ନ ୧ ଟା ସମୟରେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ସେଠାକାର ପୋଲିସ ଆତ୍ମହତ୍ୟାର ସଠିକ କାରଣ ଖୋଜୁଛି।

Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ହତ୍ୟା କରି ଦୁଇ କୋଠା ମଝିରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ସମ୍ବଲପୁର,୨୭ା୯(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଢିପାପଡ଼ା ଅଞ୍ଚଳରେ ରବିବାର ସକାଳେ ଏକ ନାବାଳିକଙ୍କ ମୃତଦେହକୁ ଠାବ କରିଛି ପୋଲିସ। ଉଦ୍ଧାର ମୃତଦେହଟି ଓ୍ବାନ୍‌ ଆର୍‌ କଲୋନୀର…

ଯାଜପୁରରୁ ଭାସି ଆସି ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହେଲେ ବୃଦ୍ଧା, ପ୍ରବଳ ସ୍ରୋତ ସତ୍ତ୍ୱେ…

ପଟ୍ଟାମୁଣ୍ଡାଇ,୨୭ା୯(କଳ୍ପତରୁ ): କଥାରେ ଅଛି ରଖେ ହରି ତ ମାରେ କିଏ। ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ଜଣେ ୮୦ ବର୍ଷୀୟା ବୃଦ୍ଧା। ନଦୀର ପ୍ରଖର ସ୍ରୋତରେ…

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

ପଡ଼ିଆରେ କ୍ରିକେଟ୍‌ ଖେଳୁଥିଲେ ଏଆର୍‌ଆଇ, ହଠାତ୍‌ ଛାତିରେ ହେଲା ଯନ୍ତ୍ରଣା, ଆଉ ତା’ ପରେ…

ଗୁଣପୁର,୨୭ା୯(ସଙ୍କେତ ପାତ୍ର): ରାୟଗଡ଼ାରେ କ୍ରିକେଟ ଖେଳୁଥିବା ସମୟରେ ହଠାତ୍‌ ଛାତି ଯନ୍ତ୍ରଣା ହେବା ପରେ ଅଚେତ ହୋଇପଡ଼ି ଗୁଣପୁରରେ କାର୍ଯ୍ୟରତ ଏଆର୍‌ଆଇ ପି. ରାଜେଶଙ୍କ ଅକାଳ ବିୟୋଗ…

ଧରିତ୍ରୀ ପ୍ରଭାବ: ୪ ଦିନ ପରେ ଖୋଲିଲା ଗାଜଲବାଡ଼ି ଘାଟି ରାସ୍ତା, ତଥାପି ଜାରି ରହିଛି ଭାରୀଯାନ ଚଳାଚଳ କଟକଣା

ଦାରିଙ୍ଗବାଡ଼ି,୨୭ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାରୁ ୪ ଦିନ ପରେ ସିଲ୍‌କୁ ହଟାଇଛି ଗଞ୍ଜାମ ଜିଲା ପ୍ରଶାସନ। ଫଳରେ…

ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଓଡ୍ରାଫ ଯବାନଙ୍କୁ କାମୁଡ଼ିଲା ସାପ

ବାରିପଦା, ୨୭।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ଓଡ୍ରାଫ ଯବାନଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିଛି। ବେତନଟୀ ବ୍ଲକ ଅନ୍ତର୍ଗତ…

ସୋସୋରେ ଫୁଟିଲା ଗୁଳି, ବ୍ୟବସାୟୀଙ୍କଠାରୁ ଲୁଟ୍‌

ହାଟଡିହୀ, ୨୭।୯ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ଗୁଳି ଫୁଟାଇ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ଗତ ଶନିବାର…

ପର୍ଯ୍ୟଟନର ବାର୍ତ୍ତା ନେଇ ଦୌଡ଼ିଲେ ଶତାଧିକ ଛାତ୍ରୀଛାତ୍ର

କୋରାପୁଟ,୨୭ା୯(ଅମିତାଭ ବେହେରା): ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶନିବାର ପର୍ଯ୍ୟଟନ ସଚେତନତାର ବାର୍ତ୍ତା ଦିଆଯାଇଛି। ପର୍ଯ୍ୟଟନସ୍ଥଳୀ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?