Posted inରାଜ୍ୟ

ଓଡ଼ିଆ ବୈଜ୍ଞାନିକଙ୍କ ନେତୃତ୍ୱରେ ହେଲା ଅଯୋଧ୍ୟା ରାମ ମନ୍ଦିର ‘ସୂର୍ଯ୍ୟ ତିଲକ’ ପ୍ରସ୍ତୁତି

ଭୁବନେଶ୍ୱର,୧୦ା୧: ଆଯୋଧ୍ୟାର ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ ଓଡ଼ିଆ ଜ୍ଞାନିକଙ୍କ ନେତୃତ୍ୱରେ ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିବିଆଇଆର) ର ଏକ ଟିମ୍ ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମଣ୍ଡପରେ ସ୍ୱତନ୍ତ୍ର ‘ସୂର୍ଯ୍ୟ ତିଲକ’ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି। ଏହି ପ୍ରକଳ୍ପ ଅଧୀନରେ ପ୍ରତିବର୍ଷ ରାମ ନବମୀ ଅଯୋଧ୍ୟା ମନ୍ଦିରରେ ପ୍ରଭୁ ରାମଙ୍କ ପ୍ରତିମା କପାଳରେ ‘ତିଲକ’ ଆକାରରେ ସୂର୍ଯ୍ୟ କିରଣ ଦେଖାଯିବ।

ଓଡ଼ିଶାରେ ଜନ୍ମିତ ବୈଜ୍ଞାନିକ ସରୋଜ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଛି ବୋଲି ସୂତ୍ରରୁ ଖବର ମିଳିଛି। ଏହି ପ୍ରକଳ୍ପ ସୂର୍ଯ୍ୟକିରଣ, ଦର୍ପଣ ଏବଂ ଲେନ୍ସ ସାହାଯ୍ୟରେ କାମ କରିବ। ତେବେ ବିଦ୍ୟୁତ୍, ବ୍ୟାଟେରୀ, ଲୁହା ଏବଂ ଇସ୍ପାତର କୌଣସି ବ୍ୟବହାର ହେବ ନାହିଁ ବୋଲି ସୂତ୍ରରୁ ଖବର ପ୍ରକାଶ ପାଇଛି।

ସୂଚନାନୁସାରେ, ରୁର୍କି ଭିତ୍ତିକ ସିବିଆରଆଇ ବୈଜ୍ଞାନିକମାନେ ମାନୁଆଲ ଚାଳିତ ସିଷ୍ଟମ ପାଇଁ ଏଥିରେ ପିତ୍ତଳ ବ୍ୟବହାର କରିଛନ୍ତି। “ବୃତ୍ତାକାର ତିଲକ ଆକାରରେ ସୂର୍ଯ୍ୟ କିରଣ ରାମ ନବମୀର ଅଯୋଧ୍ୟା ମନ୍ଦିରରେ ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତିର କପାଳରେ ଦୃଶ୍ୟମାନ ହେବ। ଖବର ଅନୁଯାୟୀ ମଧ୍ୟାହ୍ନ ସମୟରେ ଏହି ତିଲକ ପ୍ରଭୁ ରାମଙ୍କ କପାଳରେ ତିନିରୁ ଚାରି ମିନିଟ୍ ପର୍ଯ୍ୟନ୍ତ ଦେଖାଯିବେ।

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଜ୍ୟୋତିର୍ବିଜ୍ଞାନ ଏବଂ ବେଙ୍ଗାଲୁରୁର ଏକ ଇଞ୍ଜିନିୟରିଂ ପ୍ରତିଷ୍ଠାନ ଏହି ପ୍ରକଳ୍ପରେ ସିବିଆରଆଇ ଦଳକୁ ସାହାଯ୍ୟ କରିଛି। ଓଡ଼ିଶାର ଗଜପତି ଜିଲାରେ ପାରାଲାଖେମୁଣ୍ଡିର ଗୌରାଙ୍ଗ ପାଣିଗ୍ରାହୀ ଏବଂ ହେମାଲତା ପାଣିଗ୍ରାହିଙ୍କଠାରୁ ଜନ୍ମ ହୋଇଥିବା ସରୋଜ ନିଜ ସହରରୁ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ।

ସେ ବୁର୍ଲା ଇଞ୍ଜିନିୟରିଂ କଲେଜରୁ ବି.ଟେକ୍ ଏବଂ ରାଉରକେଲାରେ ଥିବା ରିଜିଓନାଲ ଇଞ୍ଜିନିୟରିଂ କଲେଜ (REC) ରୁ ଏମ.ଟେକ କରିଥିଲେ।

ସରୋଜ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରୁର୍କିରୁ ପିଏଚଡି ଶେଷ କରିବା ପରେ ସିବିଆରଆଇ ରେ ବୈଜ୍ଞାନିକ ଭାବରେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମଙ୍ଗଳବାର ପୁଳାପୁଳା ଟଙ୍କା ଜବତ ହୋଇଛି। ଏହା ୭୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ଦୁଇ ଜଣ...

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

ଓଡ଼ିଶାରୁ ମାୟାନଗରୀ ଲମ୍ବିଛି ରାହୁଲଙ୍କ ନିଶା କାରବାର

ଭୁବନେଶ୍ୱର,୩୦।୪(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱରସ୍ଥିତ ଝାରପଡା ଜେଲ ପରିସରରୁ ଧରାପଡିଥିବା ଗଞ୍ଜେଇ ର଼୍ୟାକେଟର ମୁଖ୍ୟ ବାରିପଦାର ରାହୁଲ ସେଠୀଙ୍କ ତିନିଦିନିଆ ରିମାଣ୍ଡ ଶେଷ ହୋଇଛି। ସୋମବାର ତାଙ୍କୁ ପୁଣି...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି: ପାଣ୍ଡିଆନ୍‌

ମାଲକାନଗିରି/କାଲିମେଳା/କୋଟପାଡ଼, ୩୦ା୪ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/କେ.ରାଜଶେଖର ରାଓ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌...

ଅପରାଧୀଙ୍କୁ ଟିକେଟ ଦେବା ଭାଜପାର ସଂସ୍କୃତି: ବିଜେଡି

ଭୁବନେଶ୍ୱର,୩୦ା୪(ଅନିଲ ଦାସ):ଓଡ଼ିଆ ସଂସ୍କୃତି ବିଶ୍ୱର ଯେ କୌଣସି ରାଜନୈତିକ ଦଳଠାରୁ ଏତେ ବଡ଼ ଯେ କୌଣସି ଦଳ ନିଜକୁ ବଡ଼ ଭାବି ଓଡ଼ିଆ ସଂସ୍କୃତିର ସୁରକ୍ଷା...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

ନନ୍ଦନକାନନ ଆତଙ୍କରାଜ ଘଟଣା: ୨ ଗିରଫ

ବାରଙ୍ଗ,୩୦।୪(ଲିଙ୍ଗରାଜ ରାଉତ):ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଉନ୍ମତ୍ତ କାଣ୍ଡ ଘଟାଇଥିବା ଘଟଣାରେ ପୋଲିସ ୨ ଜଣଙ୍କୁ ଗିଫ କରିଛି। ସୋମବାର ବିଳମ୍ବିତ ରାତିରେ ପୋଲିସ ଉଭୟଙ୍କୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri